Posted inଫୁରସତ

ଗବେଷଣା ସମୟରେ ଏହି ବୈଜ୍ଞାନିକମାନଙ୍କର ଘଟିଥିଲା ମୃତ୍ୟୁ

କୌଣସି ନୂଆ ଜିନିଷ ଉଦ୍ଭାବନ କରିବା ସହଜ କଥା କିମ୍ବା କାମ ନୁହେଁ। କିଛି ନୂଆ ଆବିଷ୍କାର ପାଇଁ ବୈଜ୍ଞାନିକମାନଙ୍କୁ ଶହ ଶହ ବର୍ଷ ମଧ୍ୟ ଲାଗିଥାଏ। ଏଥିପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ ବୈଜ୍ଞାନିକମାନଙ୍କୁ। ବେଳେବେଳେ ଆବିଷ୍କାର ସମୟରେ ମଧ୍ୟ ଅନେକ ବୈଜ୍ଞାନିକଙ୍କ ମୃତ୍ୟୁ ଘଟିଥିବା ନଜିର ରହିଛି। ତେବେ ଜାଣନ୍ତୁ ଏମିତି କିଛି ସୁପରିଚିତ ବୈଜ୍ଞାନିକଙ୍କ ସମ୍ପର୍କରେ…

ମ୍ୟାରୀ କ୍ୟୁରି:


ରେଡିୟମ ଏବଂ ପୋଲୋନିୟମ ନାମକ ଦୁଇଟି ତତ୍ତ୍ୱର ଆବିଷ୍କାର ସମୟରେ ସୁପରିଚିତ ଭୌତିକବିତ୍‌ ଏବଂ ରସାୟନଶାସ୍ତ୍ରୀ ମ୍ୟାରୀ କ୍ୟୁରି ବା ମାଡାମ କ୍ୟୁରିଙ୍କ ମୃତ୍ୟୁ ଘଟିଥିଲା। ୧୯୩୪ ମସିହାରେ କ୍ୟୁରି ରେଡିୟୋଆକ୍ଟିଭିଟିରେ କାମ କରୁଥିଲେ। ମାତ୍ର ତାଙ୍କର ଧାରଣା ନ ଥିଲା କି ରେଡିୟମ କେତେକ ଭୟଙ୍କର। ଯାହା ତାଙ୍କ ଶରୀରରେ ଖରାପ ପ୍ରଭାବ ପକାଇଥିଲା। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ହେନେରୀ ସ୍ମୋଲିନିସ୍କି:


ହେନେରୀ ଫ୍ଲାଇଙ୍ଗ୍‌ କାର୍‌ ପ୍ରସ୍ତୁତି ପାଇଁ ବେଶ୍‌ ଜଣାଶୁଣା। ସେ ୧୯୭୩ ମସିହାରେ ଏହା ଉଦ୍ଭାବନ କରିଥିଲେ। ଯାହାର ନାମ ସେ ‘AVE Mizar’ ରଖିଥିଲେ। ଯେତେବେଳେ ଫ୍ଲାଇଙ୍ଗ କାର୍‌ ଉଡ଼ାଇଥିଲେ, ସେତେବେଳେ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ଫ୍ରାଞ୍ଜ ରିଚେଲ୍ଟ:


ଅଷ୍ଟ୍ରିଆରେ ଜନ୍ମିତ ଫ୍ରାଞ୍ଜ୍‌ ରିଚେଲ୍ଟ ଆଧୁନିକ ଓ୍ବିଙ୍ଗ୍‌ଶୁଟ୍‌ର ଉଦ୍‌ଭାବକ ଭାବେ ବିବେଚନା କରାଯାଏ। ତେବେ ଏହାର ପରୀକ୍ଷଣ ପାଇଁ ପ୍ୟାରିସର ଆଇଫେଲ ଟାଓ୍ବାରରୁ ଡେଇଁବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ସେତେବେଳେ ତାଙ୍କୁ ମାତ୍ର ୩୩ ବର୍ଷ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘଣ୍ଟାକରେ ମାଉଥ୍‌ ଅର୍ଗାନରେ ୪୫ ଗୀତ ବଜାଇ ରେକର୍ଡ କଲେ ଏହି କୁନି ବାଳକ

କରୋନା ସମୟରେ ଯେତେବେଳେ ସ୍କୁଲ ବନ୍ଦ ଥିଲା ସେତେବେଳେ କିଛି ପିଲା ଘରେ ରହି ନିଜର କଳା କୌଶଳ ପ୍ରଦର୍ଶନ କରିଥିଲେ। ଜଣେ ଛାତ୍ର ୨୧...

୪୦ କୋଟି ବର୍ଷ ତଳେ ବିକଶିତ ହୋଇଥିଲା ମାଛର ଦାନ୍ତ

ଷ୍ଟକ୍‌ହୋମ୍‌: ଜୈବ ବିବର୍ତ୍ତନର ଧାରା ପୃଥିବୀରେ ସବୁବେଳେ ଜାରି ରହିଛି। ଗବେଷକଙ୍କ ମତରେ ମନୁଷ୍ୟଠାରେ ଦେଖାଯାଉଥିବା ଦାନ୍ତ ୪୦ କୋଟି ବର୍ଷତଳେ ମାଛଠାରୁ ବିକଶିତ ହୋଇଥିଲା।...

ଦୀପାବଳି ୨୦୧୯: କିଛି ତେଲର ବ୍ୟବହାର ବଦଳାଇପାରେ ଆପଣଙ୍କ ଭାଗ୍ୟ, ଜାଣନ୍ତୁ କିପରି….

ହିନ୍ଦୁ ଶାସ୍ତ୍ରରେ କୌଣସି ପୂଜା ଦୀପ ବିନା ସମ୍ପୂର୍ଣ୍ଣ ହୋଇ ନ ଥାଏ। ଅନ୍ତୁଡିଶାଳରୁ ଆରମ୍ଭ କରି ଶ୍ମଶାନ ପର୍ଯ୍ୟନ୍ତ ସବୁଠି ଆଲୋକର ଆବଶ୍ୟକତା ରହିଛି।...

ପାନ ଖୁଆଇ ବାଛନ୍ତି ଜୀବନସାଥୀ

ହିନ୍ଦୁ ଧର୍ମରେ ବିବାହକୁ ପବିତ୍ର ଓ ସାତ ଜନ୍ମର ସମ୍ପର୍କ ଭାବେ ବିବେଚନା କରାଯାଏ। ଏଠାରେ ବିବାହର ଅନେକ ପ୍ରକାର ନୀତି ନିୟମ ଦେଖିବାକୁ ମିଳିଥାଏ।...

ସୂର୍ଯ୍ୟୋଦୟ-ସୂର୍ଯ୍ୟାସ୍ତ ସମୟରେ ଆକାଶ ଲାଲ୍‌ ଦିଶିବା ପଛର କଥା…

ଉଜ୍ଜ୍ୱଳ ଆଲୋକ ପ୍ରଦାନ କରୁଥିବା ସୂର୍ଯ୍ୟଙ୍କ ରଙ୍ଗ ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ସମୟରେ ବଦଳି ଯାଇଥାଏ। ଏହି ସମୟରେ ଆକାଶ କମଳା, ଗାଢ୍‌ ଲାଲ କିମ୍ବା...

ପ୍ରଥମ ଇଣ୍ଟରପ୍ଲାନେଟାରି ହେଲିକପ୍ଟର

ମଙ୍ଗଳ ଗ୍ରହ ବିଷୟରେ ଅଧିକ ତଥ୍ୟ ଜାଣିବା ପାଇଁ ବିଭିନ୍ନ ଦେଶର ମହାକାଶବିଜ୍ଞାନୀମାନେ ସେମାନଙ୍କର ଗବେଷଣା ଜାରି ରଖିଛନ୍ତି। ଏ କ୍ଷେତ୍ରରେ ଆଉ ପାଦେ ଆଗେଇବାରେ...

୭୦ ଫୁଟ ଉଚ୍ଚରେ ଦୋଳିରେ ଝୁଲୁଛନ୍ତି ଭଉଣୀ-ଭାଇ

କିଛି ଲୋକ ସବୁବେଳେ ଆଶ୍ଚର୍ଯ୍ୟଜନକ କାମ କରିବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଏହାକୁ ଦେଖି କିଛି ଲୋକ ଭୟଭୀତ ହୋଇପଡ଼ନ୍ତି। ଏବେ ସେମିତି ଏକ ଦୃଶ୍ୟ...

ପାହାଡ଼ ମଝିରେ ବିଳାସପୂର୍ଣ୍ଣ ଅବସର ବିନୋଦନ ଗୃହ ନିର୍ମାଣ କଲା ଚାଇନା…

ବେଜିଂ, ୧୯।୭ : ଚାଇନା ପ୍ରାୟତଃ ଏହାର ଆଶ୍ଚର୍ଯ୍ୟଜନକ କାର୍ଯ୍ୟ ଯୋଗୁଁ ବିଶ୍ୱକୁ ବେଳେବେଳେ ଚକିତ କରିଥାଏ। ଏବେ ଚାଇନାର ଚୋଙ୍ଗକିଙ୍ଗ ସହରରେ ଏପରି କିଛି...

Advertisement
Archives

Model This Week