‘ଗଣତନ୍ତ୍ରରେ ଶିଷ୍ଟାଚାର ଆବଶ୍ୟକ’

ଭୁବନେଶ୍ୱର, ୧୪ା୯(ବ୍ୟୁରୋ): ଗଣତାନ୍ତ୍ରିକ ଶିଷ୍ଟାଚାର ଏକ ଅଧିକାର। ସଂସଦୀୟ କାର୍ଯ୍ୟ କରୁଥିବା ଜଣେ ଜନପ୍ରତିନିଧି ଏହାକୁ ଭୁଲିଯିବା ଉଚିତ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ବିଧାନସଭା ସମ୍ମିଳନୀ କକ୍ଷରେ ନବନିର୍ବାଚିତ ବିଧାୟିକାବିଧାୟକଙ୍କ ପାଇଁ ଆରମ୍ଭ ହୋଇଥିବା ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ନବୀନ ଏହି କଥା କହିଛନ୍ତି। ଲୋକ ସଭା ସଚିବାଳୟ ଏବଂ ବିଧାନସଭାର ମିଳିତ ଆନୁକୂଲ୍ୟରେ ଏହି କର୍ମଶାଳା ହେଉଛି।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗଣତାନ୍ତ୍ରିକ ଶିଷ୍ଟାଚାର ପରି ସରଳତାର ମଧ୍ୟ ଆବଶ୍ୟକତା ରହିଛି। ଜନପ୍ରତିନିଧି ଯିଏ ହୁଅନ୍ତୁ ନା କାହିଁକି, ସେ ପ୍ରଥମେ ସରଳ ହେବା ଆବଶ୍ୟକ। ସରଳ ହେବା ଦ୍ୱାରା ହିଁ ଜନପ୍ରତିନିଧିମାନେ ଅନ୍ୟମାନଙ୍କ ପାଇଁ ଆଦର୍ଶ ହୋଇ ପାରିବେ। ସରଳ ଜୀବନଯାପନ ଲୋକମାନଙ୍କ ସହ ପ୍ରତ୍ୟକ୍ଷ ଭାବେ ଯୋଡି ହେବାରେ ସହାୟକ ହୋଇଥାଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିଭଳି ଭାରତବର୍ଷରେ ବହୁ ବିବିଧତା ରହିଛି। ହେଲେ ଏହା ସତ୍ତ୍ୱେ ବି ବର୍ଷକୁ ବର୍ଷ ଗଣତନ୍ତ୍ର ସମୃଦ୍ଧ ହୋଇ ଚାଲିଛି। ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ସଂସ୍ଥାନଗୁଡିକ ଉପରେ ଜନସାଧାରଣଙ୍କ ବିଶ୍ୱାସ ଜନ୍ମାଇ ପାରିବାରେ ହିଁ ଏହାର ମୂଳ ଉଦ୍ଦେଶ୍ୟ। ଜନସାଧାରଣ ହିଁ ଗଣତନ୍ତ୍ରରେ ପ୍ରକୃତ ପ୍ରଭୁ, ନିର୍ବାଚିତ ସମସ୍ତ ଜନପ୍ରତିନିଧି ଏହା ବୁଝିପାରୁଥିବେ। ଯେ କୌଣସି ପଦରେ ନିର୍ବାଚିତ ପ୍ରତିନିଧି ରୁହନ୍ତୁ ନା କାହିଁକି, ଗଣତନ୍ତ୍ରରେ ଲୋକ ହିଁ ସର୍ବୋଚ୍ଚ। ତେଣୁ ଜନ ପ୍ରତିନିଧି ପ୍ରତିଟି କାର୍ଯ୍ୟକ୍ରମ ଲୋକକୈନ୍ଦ୍ରିକ ହେବା ଉଚିତ ବୋଲି ନବୀନ କହିଥିଲେ। ସେହିପରି ଆଇନ ପ୍ରଣୟନ ବିଧାୟକମାନଙ୍କ ପ୍ରାଥମିକ ଦାୟିତ୍ୱ। ତେଣୁ ଏଥିପାଇଁ ଆବଶ୍ୟକ ସାଧାରଣଜ୍ଞାନ, ସଂସଦୀୟ ବିଷୟ ସମ୍ପର୍କିତ ଧାରଣା ସହ ସାମାଜିକ-ଅର୍ଥନୈତିକ ଦିଗକୁ ବୁଝିବା ଆବଶ୍ୟକତା ଅପରିହାର୍ଯ୍ୟ। ଉପରୋକ୍ତ ସମସ୍ତ ବିଷୟରେ ଧାରଣା ହିଁ ନୀତି ନିର୍ଦ୍ଧାରଣରେ ସହାୟକ ହୋଇଥାଏ। ପ୍ରତିଟି ଆଇନ ଓ ନୀତି ନିର୍ଦ୍ଧାରଣ ସାଧାରଣ ଜନତାଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ କରାଯାଇଥାଏ । ତେଣୁ ନୀତି ନିର୍ଦ୍ଧାରଣରେ ଲୋକମାନଙ୍କୁ ସାମିଲ କରାଇବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଅନୁରୂପ ଭାବେ ଗଣତନ୍ତ୍ରରେ ସାଧାରଣ ଲୋକଙ୍କ ସମସ୍ୟା ଉପସ୍ଥାପନ କରିବା ମଧ୍ୟ ଏକ ପ୍ରମୁଖ କାର୍ଯ୍ୟ ବୋଲି ସେ ଉଲ୍ଲେଖ କରିଥିଲେ।
ଏହି କାର୍ଯ୍ୟକ୍ରମରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଅଧ୍ୟକ୍ଷତା କରିଥିଲେ। ବିଧାନସଭା ସଚିବ ଦାସରଥୀ ଶତପଥୀ ସ୍ବାଗତ ଭାଷଣ ଦେଇଥିବାବେଳେ ଲୋକ ସଭା ସଚିବାଳୟର ପି.ଆର୍‌.ଆଇ.ଡି.ଇ. ନିର୍ଦ୍ଦେଶକ ପୁଲିନ୍‌ ଭୂତିଆ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ଉପବାଚସ୍ପତି ରଜନୀ ସିଂ ସଂକ୍ଷିପ୍ତ ବକ୍ତବ୍ୟ ରଖିଥିଲେ। ଏହା ପରେ ବିଧାନସଭାରେ ଥିବା କମିଟି ବ୍ୟବସ୍ଥା ଉପରେ ପ୍ରଶିକ୍ଷଣ ହୋଇଥିଲା। ଲୋକ ସଭା ସଚିବାଳୟ ନିର୍ଦ୍ଦେଶକ ଏମ୍‌.କେ. ମଧୁସୁଦନ ଏବଂ ବରିଷ୍ଠ ବିଧାୟକ ଅମର ଶତପଥୀ ଏହାକୁ ପରିଚାଳନା କରିଥିଲେ। ପ୍ରତିନିଧିମାନେ ମଧ୍ୟ ବିଭିନ୍ନ ପ୍ରଶ୍ନ ପଚାରି ସଂସଦୀୟ ଜ୍ଞାନ ଅର୍ଜନ କରୁଥିଲେ। ସେହିପରି ଦ୍ୱିତୀୟାର୍ଦ୍ଧରେ ବୈଧାନିକ ପ୍ରକ୍ରିୟା ଉପରେ ଆଲୋଚନା ହୋଇଥିଲା। ରାଜ୍ୟ ସଭା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ ଓ ଲୋକ ସଭା ସଚିବାଳୟ ଯୁଗ୍ମ ସଚିବ ରବୀନ୍ଦ୍ର ଗାରିମେଲ୍ଲା ଏହାକୁ ପରିଚାଳନା କରିଥିଲେ। ଏହା ପରେ ସଂସଦୀୟ ବିଶେଷ ପରମ୍ପରା, ବିଶେଷ ଅଧିକାର ଓ ଶିଷ୍ଟାଚାର ସମ୍ପର୍କରେ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଧାୟକ ସନ୍ତୋଷ ସିଂ ସାଲୁଜା, ବିରୋଧୀ ମୁଖ୍ୟ ସଚେତକ ମୋହନ ମାଝି, ରାଜ୍ୟ ମନ୍ତ୍ରୀ ପରିଷଦର ସଦସ୍ୟ ତଥା ନବନିର୍ବାଚିତ ବିଧାୟିକାବିଧାୟକମାନେ ଅଂଶଗ୍ରହଣ କରିଥିଲେ। ପ୍ରଶିକ୍ଷଣ ଏବଂ ଅଭିଜ୍ଞତା ହିଁ ଜନପ୍ରତିନିଧିମାନଙ୍କୁ ଅଧିକ ଦାୟିତ୍ୱ ସମ୍ପନ୍ନ କରିବ ବୋଲି ବାଚସ୍ପତି ପାତ୍ର ମତ ଦେଇଥିଲେ।
ପ୍ରଶିକ୍ଷଣ ସମ୍ପର୍କରେ ନବାଗତା ବରୀ ବିଧାୟିକା ସୁନନ୍ଦା ଦାସ କହିଛନ୍ତି ଯେ, ବିଧାନସଭା କାର୍ଯ୍ୟାବଳୀ ସମ୍ପର୍କରେ ବହୁତ କିଛି ଜାଣିବାକୁ ମିଳିଥିଲା। ବରିଷ୍ଠ ଏବଂ କନିଷ୍ଠମାନେ ଏକାଠି ଅଂଶଗ୍ରହଣ କରୁଥିବାରୁ ସେମାନଙ୍କ ଅଭିଜ୍ଞତା ସମ୍ପର୍କରେ ଅବଗତ ହୋଇପାରିଲୁ। ପରବର୍ତ୍ତୀ ଅଧିବେଶନଗୁଡିକରେ ଶିଖିଥିବା କାର୍ଯ୍ୟର ପ୍ରୟୋଗ କରିବୁ ବୋଲି ସୁନନ୍ଦା କହିଛନ୍ତି। ସେହିପରି ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀ କହିଛନ୍ତି ଯେ, ଆଗକୁ ଇ-ବିଧାନସଭା ହେବାକୁ ଯାଉଛି। ଏହାକୁ ସମସ୍ତେ ସ୍ବାଗତ କରିଥିଲେ। ପୂର୍ବରୁ ବିଧାନସଭା କାର୍ଯ୍ୟବଳୀକୁ ନେଇ ସମ୍ୟକ ଧାରଣା ରହିଥିଲା। ହେଲେ ପ୍ରଶିକ୍ଷଣ ଦ୍ୱାରା ସେ ସମ୍ପର୍କରେ ବିଶେଷ ଭାବେ ଜାଣିହେଲା।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri