‘ଗଣତନ୍ତ୍ରରେ ଶିଷ୍ଟାଚାର ଆବଶ୍ୟକ’

ଭୁବନେଶ୍ୱର, ୧୪ା୯(ବ୍ୟୁରୋ): ଗଣତାନ୍ତ୍ରିକ ଶିଷ୍ଟାଚାର ଏକ ଅଧିକାର। ସଂସଦୀୟ କାର୍ଯ୍ୟ କରୁଥିବା ଜଣେ ଜନପ୍ରତିନିଧି ଏହାକୁ ଭୁଲିଯିବା ଉଚିତ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ବିଧାନସଭା ସମ୍ମିଳନୀ କକ୍ଷରେ ନବନିର୍ବାଚିତ ବିଧାୟିକାବିଧାୟକଙ୍କ ପାଇଁ ଆରମ୍ଭ ହୋଇଥିବା ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ନବୀନ ଏହି କଥା କହିଛନ୍ତି। ଲୋକ ସଭା ସଚିବାଳୟ ଏବଂ ବିଧାନସଭାର ମିଳିତ ଆନୁକୂଲ୍ୟରେ ଏହି କର୍ମଶାଳା ହେଉଛି।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗଣତାନ୍ତ୍ରିକ ଶିଷ୍ଟାଚାର ପରି ସରଳତାର ମଧ୍ୟ ଆବଶ୍ୟକତା ରହିଛି। ଜନପ୍ରତିନିଧି ଯିଏ ହୁଅନ୍ତୁ ନା କାହିଁକି, ସେ ପ୍ରଥମେ ସରଳ ହେବା ଆବଶ୍ୟକ। ସରଳ ହେବା ଦ୍ୱାରା ହିଁ ଜନପ୍ରତିନିଧିମାନେ ଅନ୍ୟମାନଙ୍କ ପାଇଁ ଆଦର୍ଶ ହୋଇ ପାରିବେ। ସରଳ ଜୀବନଯାପନ ଲୋକମାନଙ୍କ ସହ ପ୍ରତ୍ୟକ୍ଷ ଭାବେ ଯୋଡି ହେବାରେ ସହାୟକ ହୋଇଥାଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିଭଳି ଭାରତବର୍ଷରେ ବହୁ ବିବିଧତା ରହିଛି। ହେଲେ ଏହା ସତ୍ତ୍ୱେ ବି ବର୍ଷକୁ ବର୍ଷ ଗଣତନ୍ତ୍ର ସମୃଦ୍ଧ ହୋଇ ଚାଲିଛି। ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ସଂସ୍ଥାନଗୁଡିକ ଉପରେ ଜନସାଧାରଣଙ୍କ ବିଶ୍ୱାସ ଜନ୍ମାଇ ପାରିବାରେ ହିଁ ଏହାର ମୂଳ ଉଦ୍ଦେଶ୍ୟ। ଜନସାଧାରଣ ହିଁ ଗଣତନ୍ତ୍ରରେ ପ୍ରକୃତ ପ୍ରଭୁ, ନିର୍ବାଚିତ ସମସ୍ତ ଜନପ୍ରତିନିଧି ଏହା ବୁଝିପାରୁଥିବେ। ଯେ କୌଣସି ପଦରେ ନିର୍ବାଚିତ ପ୍ରତିନିଧି ରୁହନ୍ତୁ ନା କାହିଁକି, ଗଣତନ୍ତ୍ରରେ ଲୋକ ହିଁ ସର୍ବୋଚ୍ଚ। ତେଣୁ ଜନ ପ୍ରତିନିଧି ପ୍ରତିଟି କାର୍ଯ୍ୟକ୍ରମ ଲୋକକୈନ୍ଦ୍ରିକ ହେବା ଉଚିତ ବୋଲି ନବୀନ କହିଥିଲେ। ସେହିପରି ଆଇନ ପ୍ରଣୟନ ବିଧାୟକମାନଙ୍କ ପ୍ରାଥମିକ ଦାୟିତ୍ୱ। ତେଣୁ ଏଥିପାଇଁ ଆବଶ୍ୟକ ସାଧାରଣଜ୍ଞାନ, ସଂସଦୀୟ ବିଷୟ ସମ୍ପର୍କିତ ଧାରଣା ସହ ସାମାଜିକ-ଅର୍ଥନୈତିକ ଦିଗକୁ ବୁଝିବା ଆବଶ୍ୟକତା ଅପରିହାର୍ଯ୍ୟ। ଉପରୋକ୍ତ ସମସ୍ତ ବିଷୟରେ ଧାରଣା ହିଁ ନୀତି ନିର୍ଦ୍ଧାରଣରେ ସହାୟକ ହୋଇଥାଏ। ପ୍ରତିଟି ଆଇନ ଓ ନୀତି ନିର୍ଦ୍ଧାରଣ ସାଧାରଣ ଜନତାଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ କରାଯାଇଥାଏ । ତେଣୁ ନୀତି ନିର୍ଦ୍ଧାରଣରେ ଲୋକମାନଙ୍କୁ ସାମିଲ କରାଇବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଅନୁରୂପ ଭାବେ ଗଣତନ୍ତ୍ରରେ ସାଧାରଣ ଲୋକଙ୍କ ସମସ୍ୟା ଉପସ୍ଥାପନ କରିବା ମଧ୍ୟ ଏକ ପ୍ରମୁଖ କାର୍ଯ୍ୟ ବୋଲି ସେ ଉଲ୍ଲେଖ କରିଥିଲେ।
ଏହି କାର୍ଯ୍ୟକ୍ରମରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଅଧ୍ୟକ୍ଷତା କରିଥିଲେ। ବିଧାନସଭା ସଚିବ ଦାସରଥୀ ଶତପଥୀ ସ୍ବାଗତ ଭାଷଣ ଦେଇଥିବାବେଳେ ଲୋକ ସଭା ସଚିବାଳୟର ପି.ଆର୍‌.ଆଇ.ଡି.ଇ. ନିର୍ଦ୍ଦେଶକ ପୁଲିନ୍‌ ଭୂତିଆ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ଉପବାଚସ୍ପତି ରଜନୀ ସିଂ ସଂକ୍ଷିପ୍ତ ବକ୍ତବ୍ୟ ରଖିଥିଲେ। ଏହା ପରେ ବିଧାନସଭାରେ ଥିବା କମିଟି ବ୍ୟବସ୍ଥା ଉପରେ ପ୍ରଶିକ୍ଷଣ ହୋଇଥିଲା। ଲୋକ ସଭା ସଚିବାଳୟ ନିର୍ଦ୍ଦେଶକ ଏମ୍‌.କେ. ମଧୁସୁଦନ ଏବଂ ବରିଷ୍ଠ ବିଧାୟକ ଅମର ଶତପଥୀ ଏହାକୁ ପରିଚାଳନା କରିଥିଲେ। ପ୍ରତିନିଧିମାନେ ମଧ୍ୟ ବିଭିନ୍ନ ପ୍ରଶ୍ନ ପଚାରି ସଂସଦୀୟ ଜ୍ଞାନ ଅର୍ଜନ କରୁଥିଲେ। ସେହିପରି ଦ୍ୱିତୀୟାର୍ଦ୍ଧରେ ବୈଧାନିକ ପ୍ରକ୍ରିୟା ଉପରେ ଆଲୋଚନା ହୋଇଥିଲା। ରାଜ୍ୟ ସଭା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ ଓ ଲୋକ ସଭା ସଚିବାଳୟ ଯୁଗ୍ମ ସଚିବ ରବୀନ୍ଦ୍ର ଗାରିମେଲ୍ଲା ଏହାକୁ ପରିଚାଳନା କରିଥିଲେ। ଏହା ପରେ ସଂସଦୀୟ ବିଶେଷ ପରମ୍ପରା, ବିଶେଷ ଅଧିକାର ଓ ଶିଷ୍ଟାଚାର ସମ୍ପର୍କରେ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଧାୟକ ସନ୍ତୋଷ ସିଂ ସାଲୁଜା, ବିରୋଧୀ ମୁଖ୍ୟ ସଚେତକ ମୋହନ ମାଝି, ରାଜ୍ୟ ମନ୍ତ୍ରୀ ପରିଷଦର ସଦସ୍ୟ ତଥା ନବନିର୍ବାଚିତ ବିଧାୟିକାବିଧାୟକମାନେ ଅଂଶଗ୍ରହଣ କରିଥିଲେ। ପ୍ରଶିକ୍ଷଣ ଏବଂ ଅଭିଜ୍ଞତା ହିଁ ଜନପ୍ରତିନିଧିମାନଙ୍କୁ ଅଧିକ ଦାୟିତ୍ୱ ସମ୍ପନ୍ନ କରିବ ବୋଲି ବାଚସ୍ପତି ପାତ୍ର ମତ ଦେଇଥିଲେ।
ପ୍ରଶିକ୍ଷଣ ସମ୍ପର୍କରେ ନବାଗତା ବରୀ ବିଧାୟିକା ସୁନନ୍ଦା ଦାସ କହିଛନ୍ତି ଯେ, ବିଧାନସଭା କାର୍ଯ୍ୟାବଳୀ ସମ୍ପର୍କରେ ବହୁତ କିଛି ଜାଣିବାକୁ ମିଳିଥିଲା। ବରିଷ୍ଠ ଏବଂ କନିଷ୍ଠମାନେ ଏକାଠି ଅଂଶଗ୍ରହଣ କରୁଥିବାରୁ ସେମାନଙ୍କ ଅଭିଜ୍ଞତା ସମ୍ପର୍କରେ ଅବଗତ ହୋଇପାରିଲୁ। ପରବର୍ତ୍ତୀ ଅଧିବେଶନଗୁଡିକରେ ଶିଖିଥିବା କାର୍ଯ୍ୟର ପ୍ରୟୋଗ କରିବୁ ବୋଲି ସୁନନ୍ଦା କହିଛନ୍ତି। ସେହିପରି ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀ କହିଛନ୍ତି ଯେ, ଆଗକୁ ଇ-ବିଧାନସଭା ହେବାକୁ ଯାଉଛି। ଏହାକୁ ସମସ୍ତେ ସ୍ବାଗତ କରିଥିଲେ। ପୂର୍ବରୁ ବିଧାନସଭା କାର୍ଯ୍ୟବଳୀକୁ ନେଇ ସମ୍ୟକ ଧାରଣା ରହିଥିଲା। ହେଲେ ପ୍ରଶିକ୍ଷଣ ଦ୍ୱାରା ସେ ସମ୍ପର୍କରେ ବିଶେଷ ଭାବେ ଜାଣିହେଲା।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri