ଗଡୁନି ଗାଡ଼ି, ଚିନ୍ତାରେ ଚାଳକ

ବଇଣ୍ଡା, ୮ା୬(ଡି.ଏନ.ଏ.)  ବଞ୍ଚିବା ପାଇଁ ବାଛିଥିବା ବାଟରୁ ରୋଜଗାର ମିଳୁନି। କରୋନା କଟକଣା ଯୋଗୁ ବୃତ୍ତିରେ ତାଲା ପଡିଛି। ଏବେ ସଂକ୍ରମଣ ଭୟଠାରୁ ବଳିଯାଇଛି ପେଟପାଟଣା ଚିନ୍ତା। ଅନ୍ୟ ପନ୍ଥାରେ ଜୀବିକା ନିର୍ବାହ ପାଇଁ ରାସ୍ତା ଦେଖାଯାଉ ନ ଥିବାରୁ ଦୁର୍ଦ୍ଦଶାରେ ଦିନ ବିତାଉଛନ୍ତି ଗାଡ଼ି ଚାଳକଙ୍କ ପରିବାର। କେବେ କରୋନା ଭୟ ଦୂର ହେବ ଆଉ ଗାଡ଼ି ସହ ଜୀବନ ଗଡ଼ିବ ସେ ଚିନ୍ତାରେ ପଡିଛନ୍ତି ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ପାଇକସାହି ପଞ୍ଚାୟତର ୨୨୦ ଗାଡ଼ି ଡ୍ରାଇଭର।
ପାଇକସାହି ଗାଡ଼ି ଚାଳକ ସଂଘ ସଭାପତି ଭୁବନ କୁମାର ଜେନାଙ୍କ କହିବା ମୁତାବକ, ବିଭିନ୍ନ ଗାଡ଼ି ଚଳାଇ ଘର ଚଳାଉଥିବା ଚାଳକମାନେ କରୋନା କଟକଣା ଯୋଗୁ ଦୀର୍ଘ ୨ ମାସ ହେବ ଘରେ ହାତ ବାନ୍ଧି ବସିଛନ୍ତି। ରୋଜଗାର ହେଉ ନ ଥିବାରୁ ସେମାନଙ୍କ ଆର୍ଥିକ ସ୍ଥିତି ଦୋହଲିଯାଇଛି। ପାଇକସାହିର ୨୨୦ ଚାଳକ ପରିବାର ପ୍ରତିପୋଷଣ ପାଇଁ ଡ୍ରାଇଭର ବୃତ୍ତିକୁ ବାଛି ନେଇଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣ ଅନ୍ତଃରାଜ୍ୟ ଟ୍ରକ୍‌ ଡ୍ରାଇଭର ଅଛନ୍ତି। ଅନ୍ୟମାନେ ରାଜ୍ୟ ତଥା ବିଭିନ୍ନ ଅଞ୍ଚଳକୁ ଘରୋଇ ବସ୍‌ ଚଳାଇଥାନ୍ତି। ଅନ୍ୟ କେତେଜଣ ଘରୋଇ କାର୍‌ ଚଳାଇ ମଧ୍ୟ ଦୁଇ ପଇସା ରୋଜଗାର କରୁଥିଲେ। ହେଲେ ମାର୍ଚ୍ଚରେ କରୋନା କଟକଣା ଜାରିହେବା ପରେ ସେମାନେ ଘରେ ବସି ରହିଛନ୍ତି। ଅନେକଙ୍କୁ ସେମାନଙ୍କ ପୂର୍ବମାସର ଦରମା ମଧ୍ୟ ମିଳିନାହିଁ। କିଛି ଚାଳକ ବାଧ୍ୟ ହୋଇ ମଜୁରି ଲାଗୁଛନ୍ତି। ସେହିପରି ସେମାନଙ୍କ ପାଇଁ କୌଣସି ବୀମା ଯୋଜନା ନ ଥିବାରୁ ଭୟରେ ଅନେକେ ଗାଡ଼ି ଚଳାଇବାକୁ ମଧ୍ୟ ମଙ୍ଗୁନାହାନ୍ତି। ତେଣୁ ପରିବହନରେ ନିୟୋଜିତ ସମସ୍ତ ଗାଡ଼ିଚାଳକଙ୍କ ପାଇଁ ୧୫ ଲକ୍ଷ ଟଙ୍କାର ବୀମା କରାଯିବା ସହ ଅନ୍ୟାନ୍ୟ ସରକାରୀ ସହାୟତା ପ୍ରଦାନ ପାଇଁ ସଂଘ ସମ୍ପାଦକ ଅନ୍ତର୍ଯ୍ୟାମୀ ସାହୁ, କୋଷାଧ୍ୟକ୍ଷ ପବନା ପ୍ରଧାନ ଦାବି କରିଛନ୍ତି। ଏଥିସହ ସଂଘ ପକ୍ଷରୁ ଏ ନେଇ ଜିଲାପାଳ, ଆଠମଲ୍ଲିକ ଉପଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଚାଳକଙ୍କ ସମସ୍ୟା ବାବଦରେ ସରକାରଙ୍କୁ ଅବଗତ କରାଯିବ ବୋଲି ଆଠମଲ୍ଲିକ ଉପଜିଲାପାଳ ଡ. ରଜନୀକାନ୍ତ ବିଶ୍ୱାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ସମସ୍ୟା କହିଲେ ଲୋକେ: ୧୬୬ ଅଭିଯୋଗ ଶୁଣିଲେ…

ବାଙ୍କୀ,୨୩।୩( ଶୁଭେନ୍ଦୁ ମହାପାତ୍ର ): କଟକ ଜିଲା ଡମପଡା ବ୍ଲକ ଅଧୀନ ଜାତମୁଣ୍ଡିଆ ପଞ୍ଚାୟତ ଭବନଠାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କଟକ ଜିଲାପାଳ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ପାଣି ପାଇଁ ତାତିଲେ ଗ୍ରାମବାସୀ: ହାଣ୍ଡି, ମାଠିଆ, ବାଲଟି ରଖି ରାସ୍ତାରେ ଶୋଇ ପ୍ରତିବାଦ

ବାରଙ୍ଗ,୨୩।୩(ଲିଙ୍ଗରାଜ ରାଉତ): ପିଇବା ପାଣି ଠିକ୍‌ ଭାବେ ନ ମିଳିବା ପ୍ରତିବାଦରେ ସୋମବାର ପାଟପୁର ଗ୍ରାମବାସୀ ତ୍ରିଶୁଳିଆ-ବାଙ୍କି ରାସ୍ତାକୁ ପାଟପୁର ଗାଁ ମୁଣ୍ଡରେ ଅବରୋଧ କରିଥିଲେ ।…

ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ; ଚିକିତ୍ସା ବାହାନାରେ ନିଶା ଇଞ୍ଜେକ୍ସନ ଦେଲେ, ଅଶ୍ଳୀଳ ଭିଡିଓ କରି…

ଭୋପାଳ,୨୩।୩: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁରେ, ଜଣେ ଡାକ୍ତର ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି ।ଅଭିଯୋଗ ହୋଇଛି ଯେ ଡାକ୍ତର ଜଣେ ଯୁବତୀଙ୍କୁ ଚିକିତ୍ସା ସମୟରେ…

ପୁଣିଥରେ ସାରା ବିଶ୍ୱରେ ଘାରିଲାଣି ଲକ୍‌ଡାଉନ ଛାୟା, ପ୍ରସ୍ତୁତି ଆରମ୍ଭ କରିଦେଲେଣି ଅନେକ ଦେଶ

ନୂଆଦିଲ୍ଲୀ,୨୩।୩: ମଧ୍ୟପ୍ରାଚ୍ୟରେ, ଇରାନ ସହିତ ଚାଲିଥିବା ଉତ୍ତେଜନା ହର୍ମୁଜ ପ୍ରଣାଳୀକୁ ପ୍ରାୟତଃ ଅବରୋଧ କରିଛି, ଯେଉଁଠାରୁ ବିଶ୍ୱ ତୈଳ ଯୋଗାଣର ଏକ ବଡ଼ ଅଂଶ ଯାଏ। ଏହା…

ଭବାନୀପୁର ଆସନ ମମତା ବାନାର୍ଜୀଙ୍କ ପାଇଁ କାହିଁକି ଏତେ ସ୍ବତନ୍ତ୍ର, ଜାଣନ୍ତୁ କ’ଣ କହିଲେ ଦିଦି…

କୋଲକାତା,୨୩ା୩: ପଶ୍ଚିମବଙ୍ଗ ରାଜନୀତିରେ ଭବାନୀପୁର ପରି କିଛି ନିର୍ବାଚନମଣ୍ଡଳୀର ଐତିହାସିକ ଗୁରୁତ୍ୱ ରହିଛି। ଏହି ଆସନର ନିର୍ବାଚନୀ ଯାତ୍ରା ରାଜ୍ୟରେ କଂଗ୍ରେସ ପ୍ରାଧାନ୍ୟରୁ ଟିଏମ୍‌ସିର ଉତ୍ଥାନ ପତ୍ତନ…

ଯୁଦ୍ଧ ମଧ୍ୟରେ ଏଲପିଜିକୁ ନେଇ ବଡ଼ ପଦକ୍ଷେପ ନେଲେ ସରକାର, ଏଣିକି…

ନୂଆଦିଲ୍ଲୀ,୨୩।୩: ଉପସାଗରୀୟ ଦେଶଗୁଡ଼ିକରେ ଚାଲିଥିବା ସଂଘର୍ଷ ଏବେ ଭାରତର ଶକ୍ତି ଯୋଗାଣକୁ ପ୍ରଭାବିତ କରୁଛି। ଅଶୋଧିତ ତୈଳ ଏବଂ ଗ୍ୟାସ ଯୋଗାଣ ପ୍ରଭାବିତ ହୋଇଛି, ଯାହା ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri