Posted inକଟକ

ଗଡ଼ିଲା ସୀମିତ ସଂଖ୍ୟକ ଘରୋଇ ବସ୍‌

କଟକ ଅଫିସ,୨୮ା୫- ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ନିଷ୍ପତ୍ତି ଅନୁଯାୟୀ ଗୁରୁବାର ବସ୍‌ ଚଳାଚଳ ଆରମ୍ଭ କରିଛି। ତେବେ ଆବଶ୍ୟକ ସଂଖ୍ୟକ ଯାତ୍ରୀ ନ ହେବାରୁ ସମସ୍ତ ବସ୍‌ ଗଡ଼ିନାହିଁ। କଟକରୁ ମାତ୍ର ୪ଟି ବସ୍‌ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିଥିବାବେଳେ ଅନ୍ୟ ଜିଲାରୁ ୨ଟି ବସ୍‌ ଆସିଥିଲା। ସବୁ ବସ୍‌ରେ ଅଧାରୁ ଅଧିକ ସିଟ୍‌ ଖାଲିପଡ଼ିଥିଲା। ଅନ୍ୟପକ୍ଷରେ ବସ୍‌ରେ ଯିବାକୁ କେତେଜଣ ଯାତ୍ରୀ ବାଦାମବାଡ଼ି ବସ୍‌ଷ୍ଟାଣ୍ଡକୁ ଆସିଥିଲେ। ମାତ୍ର ଷ୍ଟାଣ୍ଡରେ ବସ୍‌ ନ ଥିବାବେଳେ ସୂଚନାକେନ୍ଦ୍ରରେ ତାଲା ଝୁଲୁଥିବା ଦେଖି ନିରାଶ ହୋଇ ଫେରିଥିଲେ।
ଦୀର୍ଘଦିନର ବ୍ୟବଧାନ ପରେ ରାଜ୍ୟର ପ୍ରମୁଖ ବସ୍‌ଷ୍ଟାଣ୍ଡ ଭାବେ ଜଣାଶୁଣା ବାଦାମବାଡ଼ି ବସଷ୍ଟାଣ୍ଡ ଚଳଚଞ୍ଚଳ ହେବ ବୋଲି ଆଶା କରାଯାଉଥିଲା। ଗୁରୁବାର ଭୋରୁ ବାଦାମବାଡ଼ି ଅଞ୍ଚଳରେ ଦୋକାନବଜାର ଖୋଲିବା ସହିତ ଅଟୋଗୁଡ଼ିକର ଭିଡ଼ ଲାଗିଥିଲା। ସହରର ଏହି ପ୍ରମୁଖ ସ୍ଥାନ ଲୋକାରଣ୍ୟ ହେବ ବୋଲି ଛୋଟ ବ୍ୟବସାୟୀମାନେ ଆଶା ରଖିଥିଲେ। ହେଲେ ସକାଳ ଯାଇ ଅପରାହ୍ନ ହୋଇଥିଲେ ବି ବାଦାମବାଡ଼ି ସେହିଭଳି ଖାଁଖାଁ ରହିଥିଲା। ସେହିପରି ବାଦାମବାଡ଼ି ନିକଟ ଅନୁଗୋଳ ଓ ପୁରୀ ବସ୍‌ଷ୍ଟାଣ୍ଡରୁ ମଧ୍ୟ କୌଣସି ବସ୍‌ ଯାତ୍ରା କରିନାହିଁ। କଟକ ଜିଲା ଘରୋଇ ବସ୍‌ ମାଲିକ ସଂଘ ସଭାପତି ଅଜୟ କୁମାର ବାରିକଙ୍କ କହିବା ଅନୁଯାୟୀ, ପ୍ରଥମ ଦିନରେ ମାତ୍ର ୪ଟି ବସ୍‌ ବାଦାମବାଡ଼ିରୁ ଯାତ୍ରା କରିଥିଲା। ସକାଳୁ ଭୁବନେଶ୍ୱର ଓ ପାରାଦ୍ୱୀପକୁ ଗୋଟିଏ ଲେଖାଏ ବସ୍‌ ଯାଇଛି। ଏଥିରେ ଖୁବ କମ୍‌ ସଂଖ୍ୟକ ଲୋକ ଯାଇଥିଲେ। ଯେଉଁଥିରୁ ଲାଭାଂଶ ମିଳିବା କାଠିକର ପାଠ। ଭଦ୍ରକ ଓ ବାରିପଦାରୁ ଯେଉଁ ଦୁଇଟି ବସ୍‌ କଟକ ଆସିଥିଲା, ସେଥିରେ ଯାତ୍ରୀ ନ ଯିବାରୁ ତାହା ସିଟ୍‌ ଖାଲି ରଖି ପୁନର୍ବାର ଫେରିଯାଇଥିଲା। ଏହାଛଡ଼ା ବସ୍‌ ଚଳାଚଳ ନିମନ୍ତେ ଏବେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନାହାନ୍ତି। ଅଧାରୁ ଅଧିକ ବସ୍‌ କର୍ମଚାରୀ ଗାଁକୁ ଚାଲିଯାଇଛନ୍ତି। ସେମାନଙ୍କୁ ଡକା ସରିଛି। ସେମାନେ ଖୁବଶୀଘ୍ର କଟକ ଆସିବେ। ଶୁକ୍ରବାରଠାରୁ ବସ୍‌ ଚଳାଚଳ ପାଇଁ ଆମେ ଦୃଷ୍ଟି ଦେବୁ। ତେବେ ଯାତ୍ରୀ ନ ହେଲେ ଏଭଳି ସ୍ଥିତି ଜାରି ରହିବ ଓ ବସ୍‌ ମାଲିକମାନେ କ୍ଷତି ସହିବେ ବୋଲି ବାରିକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inକଟକ View All

ଓଡ଼ିଶା ବିଚାରପତିଙ୍କ ନକାରାତ୍ମକ ସର୍ତ୍ତକୁ ସୁପ୍ରିମ୍‌ କୋର୍ଟଙ୍କ ଭର୍ତ୍ସନା

କଟକ, ୫।୫(କାର୍ତ୍ତିକ ସାହୁ): ରାୟଗଡ଼ା ଜିଲା କାଶୀପୁର ଥାନା ଭଙ୍ଗାରୁଜା ଘଟଣାରେ ଗିରଫ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିବା ନିମନ୍ତେ ଓଡ଼ିଶା ହାଇକୋର୍ଟ ୨୦୨୫ ମେ ୯ତାରିଖରେ…

ବିଜେଡିରୁ ଶୁଭେନ୍ଦୁ ସାମଲ ନିଲମ୍ୱିତ

ଭୁବନେଶ୍ୱର,୩।୫: ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ରବିବାର ଚୌଦ୍ୱାର ମ୍ୟୁନିସିପାଲିଟି ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲଙ୍କୁ ଦଳରୁ ନିଲମ୍ୱନ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଶୁଭେନ୍ଦୁଙ୍କୁ ନିଲମ୍ୱନ…

ମାଟ୍ରିକ୍‌ ରେଜଲ୍ଟ ପ୍ରକାଶ, ତୁରନ୍ତ ଜାଣିବା ପାଇଁ ଏମିତି କରନ୍ତୁ ଚେକ୍‌…

କଟକ,୨ା୫: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଚଳିତବର୍ଷର ମାଟ୍ରିକ, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାଫଳ ଶନିବାର ଅପରାହ୍ନରେ ପ୍ରକାଶ ପାଇଛି। ବୋର୍ଡ କାର୍ଯ୍ୟାଳୟରେ…

ନୃଶଂସ କାଣ୍ଡ: ପୁଅର ଶିଳପୁଆ ମାଡରେ ବାପର ମୃତ୍ୟୁ

ଆଠଗଡ,୨।୫(ସତ୍ୟ ପ୍ରସାଦ ରଥ): ଆଠଗଡ ଥାନା ଅନ୍ତର୍ଗତ ଜାଗିଆପଡା ଗ୍ରାମ ତଅଁଳା ସାହିରେ ଶନିବାର ସକାଳୁ ଘଟିଯାଇଛି ଅଘଟଣ।ନିଶାଶକ୍ତ ପୁଅ ବିଭୂତି ନାଏକ(୪୦)ର ଶିଳପୁଆ ମାଡରେ ବାପା…

ଯୁବତୀ-ଯୁବକଙ୍କ ଭିତରେ ପଶିଲା ପୋଲିସ, ୩କର୍ମୀଙ୍କୁ ପିଟିପିଟି…

କଟକ,୩୦।୪(ପ୍ରଭୁକଲ୍ୟାଣ ପାଲ୍): କଟକ ଓଏମପି ସ୍ଥିତ ଷଷ୍ଠ ବାଟାଲିୟନ ପରିସରରେ ପୋଲିସ କର୍ମଚାରୀଙ୍କୁ ଅସାମାଜିକ ଯୁବକଙ୍କ ଦ୍ୱାରା ଧାରୁଆ ଅସ୍ତ୍ରରେ ସଂଘବଦ୍ଧ ଆକ୍ରମଣ କରାଯାଇଛି । ଏହି…

ଓଡ଼ିଆ ଓ ଇଂରାଜୀରେ ମିଳିବ ମାଟ୍ରିକ ସାର୍ଟିଫିକେଟ୍‌, ଏହି ଦିନ ବାହାରିବ ରେଜଲ୍ଟ

କଟକ,୨୯ା୪(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତ ବର୍ଷର ମାଟ୍ରିକ, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାଫଳ ପ୍ରକାଶ ପାଇଁ ସମସ୍ତ ପ୍ରକ୍ରିୟା ଶେଷ…

ମୋକିମଙ୍କ ଘରେ ଦିଲୀପ, ବଢ଼ିଲା ରାଜନୈତିକ ଚର୍ଚ୍ଚା

କଟକ,୨୭।୪: ରାଜ୍ୟ ସଭା ଏମ୍‌ପି ଦିଲ୍ଲୀପ ରାୟ ସୋମବାର କଟକ ଗସ୍ତରେ ଆସି ବରିଷ୍ଠ ନେତା ମହମ୍ମଦ ମୋକିମ୍‌ଙ୍କୁ ଭେଟିଛନ୍ତି। ଏପରିକି ମୋକିମଙ୍କ ବାସଭବନରେ ଦିଲୀପ ବିଧାୟିକା…

କଟକରେ ବାଇକ୍‌କୁ ଧକ୍କା ଦେଲା ଆମ ବସ୍, ୨ ଗୁରୁତର ଏସ୍‌ସିବି ମେଡିକାଲ୍‌ରେ ଭର୍ତ୍ତି

କଟକ,୨୫ା୪(ପ୍ରଭୁକଲ୍ୟାଣ ପାଲ୍): କଟକରେ ଆମ ବସ୍ ଦୁର୍ଘଟଣା । କ୍ୟାଣ୍ଟନମେଣ୍ଟ ରୋଡ୍‌ରେ ବାଇକ୍‌କୁ ଧକ୍କା ଦେଲା ଆମ ବସ୍ । ବସ୍ ଧକ୍କାରେ ସ୍ୱାମୀ ଓ ସ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri