ଗଞ୍ଜାମ ସୀମାନ୍ତ ଚେକ୍‌ ପୋଷ୍ଟ, ଏନ୍‌ଏଚ୍‌ରୁ ଶ୍ରମିକଙ୍କୁ ନିଜ ଜିଲାକୁ ପଠାଉଛି ଜିଲା ପ୍ରଶାସନ-ପୋଲିସ

ଛତ୍ରପୁର, ୧୬।୫(ଡି.ଏନ୍‌.ଏ.)- ଚାଲି ଚାଲି ଅନ୍ୟ ରାଜ୍ୟକୁ ତଥା ନିଜ ଘରକୁ ଫେରୁଥିବା ଶ୍ରମିକଙ୍କୁ ଗଞ୍ଜାମ ଜ଼ିଲା ସୀମାନ୍ତ ଗିରିଶୋଳା ଚେକପୋଷ୍ଟ ଏବଂ ଜାତୀୟ ରାଜପଥରେ ପ୍ରଶାସନ ଓ ପୋଲିସ ପକ୍ଷରୁ ଉଦ୍ଧାର କରାଯାଉଛି। ପରେ ଉକ୍ତ ଶ୍ରମିକଙ୍କୁ ନିଜ ଜ଼ିଲାକୁ ବସ ଯୋଗେ ପଠାଯାଉଛି। ବସ୍‌ ଭଡ଼ା ଖର୍ଚ୍ଚ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ରୁ ଭରଣା କରିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ। ବସ ଭଡା କରିବାକୁ ରାଜ୍ୟ ପରିବହନ ବିଭାଗର ଯୁଗ୍ମ ସଚିବ ଓ ସ୍ବତନ୍ତ୍ର ରିଲିଫ କମିଶନରଙ୍କଠାରୁ ଗଞ୍ଜାମ ଜ଼ିଲାପାଳଙ୍କୁ ଚିଠି ଆସିଥିଲା। ସେହିପରି ଗିରିଶୋଳା- ଆନ୍ଧ୍ର ସୀମାନ୍ତ ଚେକପୋଷ୍ଟରେ ଗଞ୍ଜାମ ଦେଇ ଏବଂ ଜାତୀୟ ରାଜପଥରେ ଚାଲି ଯାଉଥିବା ଉଦ୍ଧାର କରି ନିଜ ଜିଲାକୁ ବସ ଯୋଗେ ପଠାଇବା ବ୍ୟବସ୍ଥା କରିବାକୁ ଗଞ୍ଜାମ ଓ ବ୍ରହ୍ମପୁର ଏସ୍‌ପିଙ୍କୁ ନିର୍ଦ୍ଦେଶନାମା ଆସିଥିଲା। ଏହିପରିପ୍ରେକ୍ଷୀରେ ଗଞ୍ଜାମ ଜ଼ିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପ୍ରଶାସନିକ ଅଧିକାରୀ ଏବଂ ୨ ଏସ୍‌ପି ଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ଥାନା ପୋଲିସ ପକ୍ଷରୁ ବାହାର ଶ୍ରମିକଙ୍କୁ ନିଜ ଜ଼ିଲ୍ଲା କୁ ବସ ଯୋଗେ ପଠାଇବାର ବ୍ୟବସ୍ଥା କରାଯାଉଥିବା ସୂଚନା ଦିଆଯାଇଛି ଜାତୀୟ ରାଜପଥ ଓ ଆନ୍ଧ୍ର ସୀମାନ୍ତ ଚେକପୋଷ୍ଟରେ ୧୦ ଟି ବସ୍‌ ର ବ୍ୟବସ୍ଥା କରାଯାଇ ଶ୍ରମିକଙ୍କୁ ନିଜ ଜିଲାକୁ ପଠାଇବା ପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଜ଼ିଲାପାଳଙ୍କୁ ଚିଠି ଆସିଥିଲା।

ଗତ ୩ ଦିନ ମଧ୍ୟରେ ଗିରିଶୋଳା ଚେକପୋଷ୍ଟରେ ଚାଲି କରି ଯାଉଥିବା ୨୭୦ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ପୋଲିସ ପକ୍ଷରୁ ସେମାନଙ୍କୁ ବସ ଯୋଗେ ସେମାନଙ୍କ ଜ଼ିଲାକୁ ପଠାଇଛି। ଏଥିସହ ଉଭୟ ପୋଲିସ ଜ଼ିଲାର ବିଭିନ୍ନ ଥାନା ପୋଲିସ ଜାତୀୟ ରାଜପଥରୁ ମଧ୍ୟ ଶ୍ରମିକ ଙ୍କୁ ଉଦ୍ଧାର କରି ତାଙ୍କ ଜ଼ିଲାଜୁ ବସ ଯୋଗେ ପଠାଇଛି। ଶନିବାର ଗଞ୍ଜାମ ପୋଲିସ ଓ ପ୍ରଶାସନ ପକ୍ଷରୁ ମିଳିତ ଭାବେ ୪୬ ଜଣ ଶ୍ରମିକଙ୍କୁ ଉଦ୍ଧାର କରି କଳାହାଣ୍ଡି ଜ଼ିଲାକୁ ପଠାଇଛି। ସେହିପରି ଜାତୀୟ ରାଜପଥରେ ଚାଲ ଚାଲି ଯାଉଥିବା ୧୦୦ ରୁ ଉର୍ଦ୍ଧ୍ୱ ଶ୍ରମିକଙ୍କୁ ଝାରଖଣ୍ଡ, ବାଲେଶ୍ୱର ଓ ଭଦ୍ରକକୁ ୨ ଟି ବସ ଯୋଗେ ପଠାଯାଇଛି। ସମସ୍ତ ଥାନାକୁ ଏସମ୍ପର୍କରେ ନିର୍ଦ୍ଦେଶ ଦିଆଯାଇଥିବା ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri