ଗଞ୍ଜାମରେ ଚାଲିବ ଆଇଡିସିଏମ୍‌, ଏମ୍‌ଡିଡି ଅଭିଯାନ: ଲକ୍ଷ୍ୟ ‘ସୁସ୍ଥ ପରିବାର, ସୁସ୍ଥ ସମାଜ’

ବ୍ରହ୍ମପୁର ଅଫିସ୍‌,୨୬ା୬-ଝାଡ଼ାବାନ୍ତି, ମ୍ୟାଲେରିଆ କିମ୍ବା ଡେଙ୍ଗୁ ଯୋଗୁ କାହାର ଯେମିତି ମୃତ୍ୟୁ ନ ହୁଏ, ସେଦିଗରେ ତତ୍ପତ୍ର ହୋଇପଡ଼ିଛି ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ପ୍ରଶାସନ। ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରାଯାଇଛି। ଏହି ତିନଟି ରୋଗ ଯୋଗୁ ଜିଲାରେ ଯେମିତି କେହି ଜଣେ ମଧ୍ୟ ମୃତ୍ୟୁବରଣ ନ କରନ୍ତି, ତାହାକୁ ଗୁରୁତ୍ୱ ଦିଆଯିବ। ଦୁଇଟି ପର୍ଯ୍ୟାୟରେ ଅଭିଯାନ ଚାଲିବ। ଗତ ୧୭ତାରିଖରୁ ଆରମ୍ଭ ହୋଇଥିବା ତୀବ୍ର ଝାଡ଼ାବାନ୍ତି ନିୟନ୍ତ୍ରଣ ମାସ(ଆଇଡିସିଏମ୍‌) ଜୁଲାଇ ୧୬ତାରିଖ ପର୍ଯ୍ୟନ୍ତ ଚାଲିବ। ଜୁଲାଇ ୧୭ରୁ ସେପ୍ଟେମ୍ବର ୧୬ତାରିଖ ପର୍ଯ୍ୟନ୍ତ ଦୁଇମାସ ଧରି ମ୍ୟାଲେରିଆ, ଝାଡ଼ାବାନ୍ତି ଓ ଡେଙ୍ଗୁ(ଏମ୍‌ଡିଡି) ଅଭିଯାନ ଅନୁଷ୍ଠିତ ହେବ।
ଚଳିତ ବର୍ଷର ସ୍ଲୋଗାନ୍‌ ରଖାଯାଇଛି ‘ସୁସ୍ଥ ପରିବାର, ସୁସ୍ଥ ସମାଜ’।
ପ୍ରତ୍ୟକ ବୟସ ବ୍ୟକ୍ତିଙ୍କୁ ଏଥିରେ ସାମିଲ୍‌ କରାଯାଉଥିବା ବେଳେ ୫ ବର୍ଷରୁ କମ୍‌ ବୟସର ଶିଶୁଙ୍କୁ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ତଥା ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଜୟ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି।
ଆଇଇସି ହଲ୍‌ରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଡା. ପାଣିଗ୍ରାହୀ କହିଥିଲେ, ଗଞ୍ଜାମ ଜିଲାରେ ବର୍ତ୍ତମାନ ଝାଡ଼ାବାନ୍ତି, ଡେଙ୍ଗୁ ଏବଂ ମ୍ୟାଲେରିଆ ନିୟନ୍ତ୍ରଣରେ ରହିଛି। ପ୍ରତି ବର୍ଷ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା କମୁଛି। ହେଲେ ଏହାକୁ ଆହୁରି କମାଇବା ଦିଗରେ ଉପରୋକ୍ତ ଦୁଇଟି ଅଭିଯାନ ଚାଲିବ। ଜିଲାର ୩୭ଲକ୍ଷ ୬୩ହଜାର ୭୧୩ଜଣ ଲୋକ ତଥା ୭ଲକ୍ଷ ୭୭ହଜାର ୩୦୬ ବାସଗୃହକୁ ଏହି ଅଭିଯାନରେ ସାମିଲ୍‌ ହେବ। ପାଞ୍ଚ ବର୍ଷରୁ କମ୍‌ ବୟସ୍କ ୩ଲକ୍ଷ ୭୬ହଜାର ୩୭୧ଜଣ ଶିଶୁଙ୍କୁ ବିଶେଷ ଗୁରୁତ୍ୱ ଦିଆଯିବ। ଅଭିଯାନ କ୍ରମରେ ଘରକୁ ଘର ଆଶା କର୍ମୀମାନେ ବୁଲି ଓଆର୍‌ଏସ୍‌ ଏବଂ ଜିଙ୍କ୍‌ ଔଷଧ ବଣ୍ଟନ କରିବେ। ୧୩ଲକ୍ଷ ୯୧ହଜାର ୧୬୫ପ୍ୟାକେଟ୍‌ ଓଆର୍‌ଏସ୍‌ ଏବଂ ୩୬ଲକ୍ଷ ୧୨ହଜାର ୬୩୭ ଜିଙ୍କ୍‌ ଔଷଧ ବଣ୍ଟନ କରାଯିବ। ଏହି କାର୍ଯ୍ୟକ୍ରମରେ ୨୮୩୯ଜଣ ଆଶାଙ୍କୁ ସାମିଲ୍‌ କରାଯାଇଛି। ଆଶାମାନେ କେବଳ ଔଷଧ ବାଣ୍ଟିବେ ତାହା ନୁହଁ, ବରଂ ସେମାନେ ଲୋକମାନଙ୍କୁ ସଚେତନ ମଧ୍ୟ କରିବେ। ଅଙ୍ଗନୱାଡ଼ି, ଗଁା କୋଠ ଘର ଏବଂ ସ୍କୁଲଗୁଡ଼ିକରେ ଝାଡ଼ାବାନ୍ତି, ମ୍ୟାଲେରିଆ ଏବଂ ଡେଙ୍ଗୁ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବ। ଗଁା କଲ୍ୟାଣ ସମିତିରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେବ। ସମୂହ ସଫେଇ ଅଭିଯାନ ଆୟୋଜନ କରାଯିବ। ଏଡିସ୍‌ ମଶା ବଂଶବୃଦ୍ଧି ହେଉଥିବା ଜାଗାଗୁଡ଼ିକକୁ ସଫା କରାଯିବ, ରାସ୍ତା, ନାଳ ସଫା ହେବ। ପ୍ରତ୍ୟକ ସପ୍ତାହର ଶୁକ୍ରବାରରେ ସ୍ବତନ୍ତ୍ର ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ମ୍ୟାଲେରିଆ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ମଶାରୀରେ ଔଷଧ ସିଞ୍ଚନ କରାଯିବ। ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଚିକିତ୍ସାଳୟଗୁଡ଼ିକରେ ବ୍ୟବସ୍ଥା କରାଯାଇଛି। ଗତ ୧୭ତାରିଖରୁ ଛତ୍ରପୁର, ସାନଖେମୁଣ୍ଡି, ପୁରୁଷୋତ୍ତମପୁର ଏବଂ କୁକୁଡ଼ାଖଣ୍ଡି ବ୍ଲକରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି ବୋଲି ଡା. ପାଣିଗ୍ରାହୀ ସୂଚନା ଦେଇଥିଲେ। ୨୦୧୭ ରେ ଗଞ୍ଜାମ ଜିଲାରେ ୧୦ହଜାର ୭୨ଜଣ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିବା ବେଳେ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା। ୨୦୧୮ରେ ୯ହଜାର ୧୩୯ଜଣ ଆକ୍ରାନ୍ତ ହୋଇଥିବା ବେଳେ ଜଣକ ମୃତ୍ୟୁ ହୋଇଥିଲା। ୨୦୧୯ ଏପ୍ରିଲ୍‌ ଶେଷ ସୁଦ୍ଧା ୯୯୩ଜଣ ଆକ୍ରାନ୍ତ ହୋଇଥିବା ବେଳେ କାହାରି ମୃତ୍ୟୁ ହୋଇ ନ ଥିବା ଡା. ପାଣିଗ୍ରାହୀ ସୂଚନା ଦେଇଛନ୍ତି।
ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏଡିପିଏଚ୍‌ଓ (ପରିବାର କଲ୍ୟାଣ) ଡା. ଭି.ସରୋଜିନୀ ଦେବୀ, ଏନ୍‌ଏଚ୍‌ଏମ୍‌ର ଡିପିଏମ୍‌ ଶ୍ୟାମ ସୁନ୍ଦର ତ୍ରିପାଠୀ, ଡିଏମ୍‌ଆର୍‌ସିଏଚ୍‌ ଶକ୍ତି କୁମାର ଦିଗାଲ୍‌, ଆଶା ମ୍ୟାନେଜର୍‌ ଆଶିଷ ମିଶ୍ର ଏବଂ ଆର୍‌ବିଏସ୍‌କେ ମ୍ୟାନେଜର୍‌ ସଞ୍ଜୀବ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ହୁମ୍ମା ଫାଣ୍ଡି ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ବିନାୟକ ଦାସ: ଟ୍ରାଫିକ-ଆଇନ ଶୃଙ୍ଖଳାକୁ ପ୍ରାଥମିକତା

ଗଞ୍ଜାମ,୧୦।୪(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ଅଧୀନସ୍ଥ ହୁମ୍ମା ଫାଣ୍ଡିର ନୂତନ ଫାଣ୍ଡି ଅଧିକାରୀ ଭାବେ ବିନାୟକ ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ…

ଭାଲିଡେସନ ଆକ୍ଟକୁ ନେଇ ପେନସନଭୋଗୀଙ୍କ ମନରେ ଭୟ: ବିରୋଧ କଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ଦିଗପହଣ୍ଡି ଅବସରପ୍ରାପ୍ତ କର୍ମଚାରୀ…

ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ; ଜୟନ୍ତୀ ପଢିଆରି-ମହେଶ ମହାନ୍ତିଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଭଞ୍ଜନଗରରେ ଖୁସିର ଲହରୀ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ): ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ଵତନ୍ତ୍ର ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ ଏବଂ ସ୍ୱତନ୍ତ୍ର ନିମନ୍ତ୍ରୀତ ସଦସ୍ୟ ତାଲିକା ଶୁକ୍ରବାର ଘୋଷଣା ହୋଇଛି । ଏଥିରେ…

ଘୋଡାହାଡ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ଥିଲେ ବୃଦ୍ଧ: ଆଜି ମିଳିଲା ମୃତଦେହ, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ…

ଫୁଲବାଣୀରୁ ବେଙ୍ଗାଲୁରୁକୁ ଗଞ୍ଜେଇ ଚାଲାଣ କରୁଥିଲେ ଭାଇ-ଭଉଣୀ, ଅଚାନକ ପହଞ୍ଚିଗଲା ପୋଲିସ, ତା’ପରେ…

ଛତ୍ରପୁର, ୧୦।୪(ଦିଲ୍ଲୀପ ସାମଲ): ବେଆଇନ ଭାବେ ଫୁଲବାଣୀରୁ ବେଙ୍ଗାଲୁରୁ ଗଞ୍ଜେଇ ଚୋରାଚାଲାଣ ବେଳେ ମାଡି ବସିଲା ଛତ୍ରପୁର ଅବକାରୀ ଭ୍ରାମ୍ୟମାଣ ଥାନା । ଗୁରୁବାର ଅପରାହ୍ନରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri