ଗଜେନ୍ଦ୍ର ପ୍ରସାଦ ସାହୁ ଓଡ଼ିଶା ଲଳିତ କଳା ଏକାଡେମୀ ସଚିବ

ଭୁବନେଶ୍ୱର, ୨୨ା୧୦(ବ୍ୟୁରୋ): ଓଡ଼ିଶା ଲଳିତ କଳା ଏକାଡେମୀର ନୂତନ ସଚିବ ଭାବେ ଚିତ୍ରଶିଳ୍ପୀ ଗଜେନ୍ଦ୍ର ପ୍ରସାଦ ସାହୁଙ୍କୁ ନିଯୁକ୍ତି ଦିଆଯାଇଛି। ଏନେଇ ସୋମବାର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ସେ ବର୍ତ୍ତମାନ ବିକେ ଆର୍ଟ କଲେଜରେ ବରିଷ୍ଠ ଅଧ୍ୟାପକ ଭାବେ କାର୍ଯ୍ୟରତ। ୧୯୮୬ ଡିସେମ୍ବର ୧୨ରେ ମହାବିଦ୍ୟାଳୟରେ ମୁଦ୍ରଣ କଳା ବିଭାଗରେ ସେ ଯୋଗଦେଇଥିଲେ। ଗଜେନ୍ଦ୍ର ସାହୁ ଅଧ୍ୟାପନା ସମୟରେ ମହାବିଦ୍ୟାଳୟର ଉନ୍ନତି କରିବା ସହିତ ଜଣେ ପ୍ରିୟ ଶିକ୍ଷକ ଭାବେ ନାଁ କରିଛନ୍ତି। ଜାତୀୟ କ୍ରୀଡ଼ା ପୁରସ୍କାର ସହ ନବ କଳେବର ଲୋଗୋ(ଯାହା ଡାକ ଟିକଟ ଭାବେ ପରିଚିତ), ପାଇକ ବିଦ୍ରୋହର ମୁଦ୍ରା, ଦିଲ୍ଲୀ ସାଧାରଣତନ୍ତ୍ର ଦିବସରେ ପ୍ରଜ୍ଞାପନ ମେଢ଼ ଇତ୍ୟାଦି ପ୍ରସ୍ତୁତ କରି ଓଡ଼ିଶାକୁ ଗୌରବ ଆଣି ଦେଇଛନ୍ତି। ଏହାଛଡ଼ା ୫ଥର କଲମ କାଳି ଚିତ୍ର ମାଧ୍ୟମରେ ନୂଆଦିଲ୍ଲୀରେ ପ୍ରଦର୍ଶନୀ କରି ଓଡ଼ିଶାର କଳା ସଂସ୍କୃତିକୁ ସମଗ୍ର ବିଶ୍ୱରେ ପରିଚିତ କରିପାରିଛନ୍ତି। ତେବେ ଆସନ୍ତା ୨୦୨୦ ଏପ୍ରିଲ ୧୨ରୁ ୧୬ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ହେବାକୁ ଥିବା ପ୍ରଦର୍ଶନୀରେ ଆଉ ଏକ ବୃହତ୍‌ ଛବି ପ୍ରସ୍ତୁତ କରୁଛନ୍ତି, ଯାହାର ଆକାର ୨୦ଫୁଟx୮ଫୁଟ ରହିଛି। ଏହାକୁ ସେ କାନ୍‌ଭାସ୍‌ ଉପରେ କଲମ କାଳିରେ ପ୍ରସ୍ତୁତ କରୁଛନ୍ତି। ଏତେ ବଡ଼ କଲମ କାଳି ଛବି ଭାରତରେ ଆଗରୁ କେହି କରି ନ ଥିବା ଗଜେନ୍ଦ୍ର ସାହୁ ଦାବି କରିଛନ୍ତି। ଚିତ୍ରଶିଳ୍ପୀ ହେବା ସହିତ ସେ ଜଣେ କଣ୍ଠଶିଳ୍ପୀ ଭାବେ ମଧ୍ୟ ପରିଚିତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୨୬ ଆକ୍ରାନ୍ତ; ଅଛନ୍ତି ୬୮ ପିଲା

ଭୁବନେଶ୍ୱର,୯।୧୦(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୨୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୮ଜଣ ୧୮ ବର୍ଷରୁ କମ୍‌ ବର୍ଗର। ଏହାଛଡ଼ା...

ଆଜିଠୁ ଜେଇଇ ମେନ୍‌ ପରୀକ୍ଷା: ଛାତ୍ରୀଛାତ୍ର ଚାହିଁଲେ ଦେଇପାରିବେ ୪ ଥର

ଭୁବନେଶ୍ୱର,୨୩।୨(ବ୍ୟୁରୋ): ଚଳିତ ବର୍ଷ ଜେଇଇ ମେନ ପରୀକ୍ଷା ମଙ୍ଗଳବାର ଅନୁଷ୍ଠିତ ହୋଇଛି। ଦେଶରୁ ପ୍ରାୟ ୨୨ ଲକ୍ଷ ଛାତ୍ରୀଛାତ୍ର ଏହି ପରୀକ୍ଷା ଦେବେ। ନ୍ୟାଶନାଲ ଟେଷ୍ଟିଂ...

୧୭ ଜିଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୩।୭(ବ୍ୟୁରୋ): ଉପକୂଳ ଓଡିଶା ଏବଂ ଏହାର ଆଖପାଖ ଅଞ୍ଚଳରେ ସମୁଦ୍ରପତ୍ତନ ଠାରୁ ୩.୬ କି.ମି ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଛି। ଏଥିସହିତ ଅନ୍ୟ ଏକ...

୨୮ରୁ ଆରମ୍ଭ ଯୁକ୍ତଦୁଇ ପରୀକ୍ଷା, ଆଜିଠୁ ହବ୍‌କୁ ପଠାଗଲା ପ୍ରଶ୍ନପତ୍ର

ଭୁବନେଶ୍ୱର,୨୨।୪(ବ୍ୟୁରୋ): ଯୁକ୍ତଦୁଇ ପରୀକ୍ଷା ଆସନ୍ତା ୨୮ରୁ ଅଫଲାଇନରେ ଆରମ୍ଭ ହେବ। ସେଥିପାଇଁ ଆଜିଠୁ ହବ୍‌କୁ ପ୍ରଶ୍ନପତ୍ର ପଠାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। ସମୁଦାୟ ୨୦୧ ହବ୍‌କୁ...

ଆଜିଠୁ ଷଷ୍ଠରୁ ଯୁକ୍ତ ୨ କ୍ଲାସ୍‌ ବନ୍ଦ

ଭୁବନେଶ୍ୱର,୭।୧(ବ୍ୟୁରୋ): କୋଭିଡ୍‌ ସଂକ୍ରମଣର ଦ୍ରୁତଗତି ଏବଂ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ରାଜ୍ୟ ସରକାର ଆସନ୍ତା ୭ ତାରିଖଠାରୁ କଟକଣାକୁ ଅଧିକ କଡ଼ାକଡ଼ି କରିଛନ୍ତି।...

୪୦ ଡିଗ୍ରୀ ଉପରେ ୧୫ ସହର

ଭୁବନେଶ୍ୱର,୧୭।୪(ବ୍ୟୁରୋ): ରାଜ୍ୟରେ ତାତିର ପ୍ରକୋପ ବଢ଼ୁଛି। ଗରମ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ଶନିବାର ରାଜ୍ୟର ୧୫ ସହରରେ ସର୍ବୋଚ୍ଚ ତାପମାତ୍ର ୪୦...

ପ୍ରବାସୀ ଜାଣିପାରିବେ ନିଜ ଅଞ୍ଚଳର କ୍ୱାରାଣ୍ଟାଇନ ସେଣ୍ଟର ସମ୍ପର୍କିତ ତଥ୍ୟ

ଭୁବନେଶ୍ୱର,୧୮ା୫(ବ୍ୟୁରୋ): କରୋନାର ସଠିକ୍‌ ତଥ୍ୟ ଓ ପରିଚାଳନା ପାଇଁ ଓଡିଶା ସ୍ପେଶ ଆପ୍ଲିକେସନସ୍‌ ସେଣ୍ଟର ତରଫରୁ ଏକ ଭୌଗୋଳିକ ତଥ୍ୟ ବ୍ୟବସ୍ଥା ଜିଆଇଏସ୍‌ ପ୍ରସ୍ତୁତ କରିଛି।...

ନୂଆ ରୂପରେ ଖୋଲିଲା ‘ଏକାମ୍ର ହାଟ’

ଭୁବନେଶ୍ୱର, ୩ା୧୦ (ବ୍ୟୁରୋ): କରୋନା କଟକଣା ଓ ନବୀକରଣ ପାଇଁ ବନ୍ଦ ରହିଥିବା ‘ଏକାମ୍ର ହାଟ’ ବର୍ଷକ ପରେ ନୂଆ ରୂପରେ ଶନିବାରଠାରୁ ଖୋଲିଛି। ରଙ୍ଗିନ...

Advertisement
Archives

Model This Week