Posted inଗଜପତି

ଗଜପତିରେ ପୁଣି ୧୦ କରୋନା ପଜିଟିଭ

ପାରଳାଖେମୁଣ୍ଡି, ୬ା୬ (ସ୍ବ.ପ୍ର.) – ଗଜପତି ଜିଲାରେ ପୁଣି ୧୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ା ଏହି ସଂଖ୍ୟା ଶନିବାର ୬୧ରେ ପହଞ୍ଚିଛି ା ଉକ୍ତ ୧୦ ଜଣଙ୍କୁ ଆର୍‌.ସୀତାପୁରଠାରେ ଥିବା କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ା ଗଜପତି ଜିଲାପାଳ ଅନୁପମ ଶାହା ଏକ ପ୍ରେସ୍‌ ଇସ୍ତାହାର ମାଧ୍ୟମରେ ଏହା ଜଣାଇଛନ୍ତି। ବର୍ତ୍ତମାନ ସୁଦ୍ଧା ମୋଟ ୧୦ ଜଣ ଗଜପତି ଜିଲାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ା ଏଠାରେ ୫୧ଜଣ ରହିଛନ୍ତି ା ନୂତନ ଭାବେ ଯେଉଁ ୧୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ମହାରାଷ୍ଟ୍ରରୁ ୩ ଜଣ, ଆନ୍ଧ୍ରପ୍ରଦେଶରୁ ୭ଜଣ ପ୍ରବାସୀ ଗତ ୧୪,୧୬,୧୭ ଓ ୨୦ ତାରିଖରେ ଗଜପତି ଜିଲାକୁ ଫେରିଥିଲେ ା ସେମାନଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇ ସ୍ବାବ୍‌ ସଂଗ୍ରହ କରାଯାଇଥିଲା ା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ମହିଳାଙ୍କ ସମେତ ୯ଜଣ ପୁରୁଷ ରହିଛନ୍ତି ା ମହିଳାଙ୍କ ବୟସ ୧୯ ବର୍ଷ ହୋଇଥିବା ବେଳେ ପୁରୁଷଙ୍କ ବୟସ ୧୭ରୁ ୪୫ ମଧ୍ୟରେ ରହିଛି ବୋଲି ସୂଚନା ମିଳିଛି ା


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ତାରରେ ଝୁଲୁଛି ଜୀବନ ଡୋରୀ

ଚନ୍ଦ୍ରଗିରି,୧୧।୯(ଡି.ଏନ୍‌.ଏ.): ଗଜପତି ଜିଲାରେ ଏପରି ଏକ ଗ୍ରାମ ରହିଛି ଯେଉଁଠିକୁ ପହଞ୍ଚିବା ଲାଗି ଜୀବନକୁ ବାଜି ଲଗାନ୍ତି ଲୋକେ। ଏହା ହେଉଛି ଜିଲାର ମୋହନା ବ୍ଳକ...

ପୋଲିସକୁ ମଦ ମାଫିଆଙ୍କ ମାଡ ଘଟଣା, ୨୭ ଗିରଫ

ଆର,ଉଦୟଗିରି,୧୬ା୪(ଡି.ଏନ୍‌.ଏ.)- ଅଡବା ପୋଲିସ ବୁଧବାର ପାଟ୍ରୋଲିଂ କରୁଥିବାବେଳେ ବିରିକୋଟ ଗ୍ରାମରେ ଲୋକେ ଜମା ହୋଇଥିବା ଦେଖି ଯାଇଥିଲେ। ସେଠାରେ ଏକ ଜାରରେ ମହୁଲି ମଦ ଭର୍ତ୍ତି...

ମୁଖ୍ୟରାସ୍ତାକଡ଼ରେ ଗୋଦାମ, ଟ୍ରାଫିକ୍‌ ସମସ୍ୟା

ପାରଳାଖେମୁଣ୍ଡି,୨ା୯(ଡି.ଏନ୍‌.ଏ.): ପାରଳାଖେମୁଣ୍ଡି ସହରର ମୁଖ୍ୟରାସ୍ତା କଡରେ ଗୋଦାମଗୁଡିକ ଥିବାରୁ ଟ୍ରାଫିକ ସମସ୍ୟା ଉପୁଜୁଛି । ସହରର ରାମସାଗର ରାସ୍ତାରୁ ଆରମ୍ଭ କରି ପୁରୁଣା ପାଟଣା ରାସ୍ତା...

ଲବାରସିଂ ବିଦ୍ୟାଳୟ: ୧୦୦ ପିଲାଙ୍କୁ ୨ ଶିକ୍ଷକ

ଆର୍‌.ଉଦୟଗିରି,୭।୮(ଡି.ଏନ୍‌.ଏ.): ଗଜପତି ଜିଲାରେ ଶିକ୍ଷା ବିଭାଗ ଏକପ୍ରକାର ପଙ୍ଗୁ ହୋଇ ପଡ଼ିଥିବା ଦେଖିବାକୁ ମିଳୁଛି। ରାଜ୍ୟ ସରକାରଙ୍କ ପକ୍ଷରୁ ୧୯୫୩ ମସିହାରେ ମୋହନା ବ୍ଲକ ଅନ୍ତର୍ଗତ...

କଳିଙ୍ଗାରେ ଉତ୍କଟ ପାନୀୟ ଜଳ ସମସ୍ୟା

ଜି.ଉଦୟଗିରି,୧୬।୬(ଶିଶିର ପଟ୍ଟନାୟକ): ଜି.ଉଦୟଗିରି ବ୍ଲକର କଳିଙ୍ଗାଠାରେ ଉତ୍କଟ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ୪ଟି ମୋଟର ପମ୍ପ୍‌ ମଧ୍ୟରୁ ୩ଟି ଖରାପ ଅଛି। ତେଣୁ ପାନୀୟ...

ଭୁଶୁଡିଲା ହଷ୍ଟେଲ କାନ୍ଥ

ପାରଳାଖେମୁଣ୍ଡି(ଗିରିଧାରୀ ପରିଛା):୨୦।୯: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗତ ୨ଦିନ ଧରି ଗଜପତି ଜିଲାରେ ବର୍ଷା ଲାଗିରହିଛି । ଲଗାଣ ବର୍ଷାର ପ୍ରଭାବରେ ଜିଲାର...

ବର୍ଷା ଅଭାବରୁ ଜମି ଫାଟି ଆଁ, ଚାଷୀ ଚିନ୍ତାରେ

ପାରଳାଖେମୁଣ୍ଡି,୨୫ା୮(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଓ ପାରଳା ଖାସ୍ପା ଅଞ୍ଚଳର ଚାଷୀ ଏବେ ଚିନ୍ତାରେ। ବର୍ଷା ଅଭାବ ଯୋଗୁଁ ଜମି ଫାଟି ଆଁ କରିବା...

ଖୋଲୁନି ମଣ୍ଡି, ଖୋଲାରେ ପଡ଼ିଛି ଧାନ

ପାରଳାଖେମୁଣ୍ଡି,୨୬ା୧୨(ଡି.ଏନ୍‌.ଏ.):ଗଜପତି ଜିଲାରେ ବର୍ତ୍ତମାନ ସୁଦ୍ଧା ଧାନ ମଣ୍ଡି ଖୋଲିପାରି ନାହଁି। ତେବେ କେଉଁ କାରଣରୁ ଧାନମଣ୍ଡି ଖୋଲାଯାଇ ପାରିନି ସେ ନେଇ କେହି ମୁହଁ ଖୋଲୁନାହାନ୍ତି।...

Advertisement
Archives

Model This Week