Posted inଗଜପତି

ଗଜପତିରେ ପୁଣି ୧୦ କରୋନା ପଜିଟିଭ

ପାରଳାଖେମୁଣ୍ଡି, ୬ା୬ (ସ୍ବ.ପ୍ର.) – ଗଜପତି ଜିଲାରେ ପୁଣି ୧୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ା ଏହି ସଂଖ୍ୟା ଶନିବାର ୬୧ରେ ପହଞ୍ଚିଛି ା ଉକ୍ତ ୧୦ ଜଣଙ୍କୁ ଆର୍‌.ସୀତାପୁରଠାରେ ଥିବା କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ା ଗଜପତି ଜିଲାପାଳ ଅନୁପମ ଶାହା ଏକ ପ୍ରେସ୍‌ ଇସ୍ତାହାର ମାଧ୍ୟମରେ ଏହା ଜଣାଇଛନ୍ତି। ବର୍ତ୍ତମାନ ସୁଦ୍ଧା ମୋଟ ୧୦ ଜଣ ଗଜପତି ଜିଲାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ା ଏଠାରେ ୫୧ଜଣ ରହିଛନ୍ତି ା ନୂତନ ଭାବେ ଯେଉଁ ୧୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ମହାରାଷ୍ଟ୍ରରୁ ୩ ଜଣ, ଆନ୍ଧ୍ରପ୍ରଦେଶରୁ ୭ଜଣ ପ୍ରବାସୀ ଗତ ୧୪,୧୬,୧୭ ଓ ୨୦ ତାରିଖରେ ଗଜପତି ଜିଲାକୁ ଫେରିଥିଲେ ା ସେମାନଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇ ସ୍ବାବ୍‌ ସଂଗ୍ରହ କରାଯାଇଥିଲା ା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ମହିଳାଙ୍କ ସମେତ ୯ଜଣ ପୁରୁଷ ରହିଛନ୍ତି ା ମହିଳାଙ୍କ ବୟସ ୧୯ ବର୍ଷ ହୋଇଥିବା ବେଳେ ପୁରୁଷଙ୍କ ବୟସ ୧୭ରୁ ୪୫ ମଧ୍ୟରେ ରହିଛି ବୋଲି ସୂଚନା ମିଳିଛି ା


Enter your email to get our daily news in your inbox.

All Right Reserved By Dharitri.Com

କାର୍‌ ଧକ୍କାରେ ଛାତ୍ର ଆହତ: ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ସ୍କୁଲ ବାହାରେ ଅଟକ ରଖି ମୁଖ୍ୟ ଫାଟକରେ ତାଲା ପକାଇଲେ ଗ୍ରାମବାସୀ

ମୋହନା,୨୪।୨( ମନ୍ମଥ ମିଶ୍ର ) : ବିଦ୍ୟାଳୟ ସମ୍ମୁଖରେ କାର୍‌ ଧକ୍କାରେ ଛାତ୍ର ଆହାତ। ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇଲେ ଗ୍ରାମବାସୀ। ଏଭଳି ଅଭାବନୀୟ ଘଟଣା…

ଭାଇ ସାଜିଲା ବଇରି: ବଡ଼ ଭାଇ ମାଡ଼ରେ ସାନ ମୃତ

ମୋହନା,୨୩।୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନାରେ ଏକ ଅଭାବନୀୟ ଘଟଣା ଘଟିଛି। ମଦ ପିଇ ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ। ଏଥିରେ ବଡଭାଇର ମାଡ଼ରେ ସାନ ଭାଇ…

ଜଙ୍ଗଲରେ ୫ କୁଇଣ୍ଟାଲ ଗଞ୍ଜେଇ: ଜଣେ ଗିରଫ

ମୋହନା,୨୨।୨( ମନ୍ମଥ ମିଶ୍ର ): ୫ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ପିଲିପାଯୁ…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ପରୀକ୍ଷା ଦେବାକୁ ଯିବା ବେଳେ ସଡ଼କ ଦୁର୍ଘଟଣା, ବାଇକରୁ ପଡ଼ି ଦୁଇ ଛାତ୍ର….

ଗଜପତି,୧୯ା୨(ଗିରିଧାରୀ ପରିଛା): ମାଳିୟାରା ଓ ପୁଡ଼ଇଡା ଗ୍ରାମ ନିକଟରେ ସଡ଼କ ଦୁର୍ଘଟଣା । ପରୀକ୍ଷା ଦେବାକୁ ଯିବା ବେଳେ ବାଇକ୍ ଦୁର୍ଘଟଣାରେ ଛାତ୍ର ଆହତ ହୋଇଛନ୍ତି ।…

ପାଠ ପଢ଼ାଇଲେ, ଆଡ୍‌ମିଟ୍‌ କାର୍ଡ ଦେଲେନି: ସିବିଏସ୍‌ଇ ୧୦ମ ପରୀକ୍ଷାରୁ ଛାତ୍ର ବଞ୍ଚିତ

ପାରଳାଖେମୁଣ୍ଡି,୧୮ା୨ (ଗିରିଧାରୀ ପରିଚ୍ଛା):ସିବିଏସ୍‌ଇ ମାଟ୍ରିକ ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ହେଲେ ଏକ ଘରୋଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଗଜପତି ଜିଲା କାଶୀନଗରରେ ଜଣେ ଛାତ୍ର ପରୀକ୍ଷା…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri