Posted inଖେଳ

ଗଙ୍ଗାରେ ସ୍ନାନ କଲେ ଜଣ୍ଟି ରୋଡ୍ସ

ନୂଆଦିଲ୍ଲୀ,୫ା୩- ପୂର୍ବତନ ଦକ୍ଷିଣ ଆଫ୍ରିକୀୟ କ୍ରିକେଟର ଜଣ୍ଟି ରୋଡ୍ସ ରିଶିକେଶଠାରେ ପବୀତ୍ର ନଦୀ ଗଙ୍ଗାରେ ସ୍ନାନ କରିଛନ୍ତି। ଏହାର ଏକ ଫଟୋ ସେ ନିଜ ଟୁଇଟରରେ ଶେୟାର କରିଛନ୍ତି, ଯାହାକି ଏବେ ସୋସିଆଲ ମିଡିଆରେ ଭାଇରଲ ହୋଇଯାଇଛି। ଏହାର କ୍ୟାପଶନରେ ପବୀତ୍ର ଗଙ୍ଗା ନଦୀର ଥଣ୍ଡା ପାଣିରେ ବୁଢ଼ ପକାଇଲେ ଉଭୟ ଶାରୀରିକ ଓ ଆଧ୍ୟାତ୍ମିକ ଲାଭ ମିଳିଥାଏ ବୋଲି ସେ ଲେଖିଛନ୍ତି। ନିଜ ଖେଳିବାବେଳେ ଶ୍ରେଷ୍ଠ ଫିଲ୍ଡର ଭାବେ ବିବେଚିତ ହେଉଥିବା ରୋଡ୍ସ ଭାରତ ସହ ତାଙ୍କର ସ୍ବତନ୍ତ୍ର ସମ୍ପର୍କ ରହିଛି। ୨୦୧୬ରେ ଜନ୍ମିତ ତାଙ୍କ ଝିଅର ନାମ ଇଣ୍ଡିଆ ରଖିଥିଲେ। ଉଲ୍ଲେଖଯୋଗ୍ୟ, ରୋଡ୍ସ କିଙ୍ଗ୍ସ ଏକାଦଶ ପଞ୍ଜାବ ଦଳର ଫିଲ୍ଡିଂ କୋଚ୍‌। ସେ ମୁଖ୍ୟ କୋଚ୍‌ ଅନୀଲ କୁମ୍ବଲେ, ଓ୍ବେଷ୍ଟଇଣ୍ଡିଜ କିମ୍ବଦନ୍ତୀ କର୍ଟନି ଓ୍ବାଲ୍‌ଶ, ପୂର୍ବତନ ସ୍ପିନର ସୁନୀଲ ଜୋଶୀ ଓ ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ଜର୍ଜ ବେଲିଙ୍କ ସହ କାର୍ଯ୍ୟ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଅଫୁଟା ବାଣରେ ନିଆଁ ଲଗାଉଥିଲେ ୩ ପିଲା, ହଠାତ୍‌ ହେଲା ବିସ୍ଫୋରଣ, ଆଉ ତା’ ପରେ…

ଦେବଗଡ଼,୨୦ା୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା ଅନ୍ତର୍ଗତ ଦଣ୍ଡାସିଂହା ଗ୍ରାମରେ ବାଣ ବିସ୍ଫୋରଣରେ ୩ ଶିଶୁ ଆହତ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ଜଣଙ୍କର…

ଟ୍ରମ୍ପଙ୍କ ‘ବୋର୍ଡ ଅଫ୍ ପିସ୍’ର ପ୍ରଥମ ବୈଠକ: ପର୍ଯ୍ୟବେକ୍ଷକ ଭାବେ ସାମିଲ ହେଲା ଭାରତ

ୱାଶିଂଟନ,୨୦।୨: ଓ୍ୱାଶିଂଟନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂତନ ସଂଗଠନ ‘ବୋର୍ଡ ଅଫ୍ ପିସ୍’ର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ସବୁଠାରୁ ବଡ଼ ଖବର ହେଉଛି, ଭାରତ…

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri