Posted inଜାତୀୟ

ଗଗନ ମିଶନରେ ୩ ଭାରତୀୟ କରିବେ ଯାତ୍ରା: ଇସ୍ରୋ ସହିତ ବାୟୁସେନା କଲା ବୁଝାମଣା

ବେଙ୍ଗାଲୁର,୩୦।୫: ଭାରତ ମହାକାଶ ମାନବ ମିଶନରେ କାର୍ଯ୍ୟ ଜାରି ରଖିଛି। ଆସନ୍ତା ୨୦୨୧-୨୨ ସୁଦ୍ଧା ୩ ଭାରତୀୟ ଗଗନ ମିଶନରେ ସାମିଲ୍‌ ହେବେ। ଏଥିପାଇଁ ଭାରତୀୟ ବାୟୁସେନା ପକ୍ଷରୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ସହିତ ବୁଝାମଣା ହୋଇଛି। ଏ ସମ୍ପର୍କରେ ବାୟୁସେନା ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ବାୟୁସେନା ଏହି ୩ ଯାତ୍ରୀଙ୍କୁ ଚୟନ କରିବା ସହିତ ଆବଶ୍ୟକ ଟ୍ରେନିଂ ପ୍ରଦାନ କରିବ ବୋଲି କୁହାଯାଉଛି। ମହାକାଶକୁ ଗଗନୟାନ ଛଡ଼ାଯିବା ପୂର୍ବରୁ ଜିଏସ୍‌ଏଲଭି ମାର୍କ-୩ ସହାୟତାରେ ୨ଟି ମାନବ ବିହୀନ ମହାକାଶ ଯାନ ଛଡାଯିବ। ଭାରତର ଗଗନ ମିଶନ ଯୋଜନାରେ ୯୦୨୩ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଆମେରିକା, ଚାଇନା ଏବଂ ରୁଷିଆ ମହାକାଶକୁ ମାନବ ଯାନ ପଠାଇ ସାରିଛନ୍ତି। ଭାରତ ଏଥିରେ ସଫଳ ହେଲେ ପୃଥିବୀର ଚତୁର୍ଥ ଦେଶର ମାନ୍ୟତା ହାସଲ କରିବ।


Enter your email to get our daily news in your inbox.

All Right Reserved By Dharitri.Com

କୋମଳମତି ଶିଶୁଙ୍କ ଚିତ୍କାର ଶୁଣି ସାହାଯ୍ୟର ହାତ ବଢ଼ାଇଲେ ଭାଜପା ଏମ୍‌ପି

ନୂଆଦିଲ୍ଲୀ,୨।୮: ଭୋଜପୁରୀ ସୁପରଷ୍ଟାର ତଥା ଭାଜପା ଏମ୍‌ପି ରବି କିଶନ ଶୁକ୍ରବାର ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ସେ ପ୍ରବଳ ବର୍ଷାରେ କିଛି...

ଭୁଲି ହେବନି ଦେଶ ବିଭାଜନ ବ୍ୟଥା…

ନୂଆଦିଲ୍ଲୀ,୧୪।୮: ସ୍ବାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଭାରତ-ପାକିସ୍ତାନ ବିଭାଜନ ବ୍ୟଥା ସମ୍ପର୍କରେ ବଖାଣିଛନ୍ତି।...

ଲକ୍‌ଡାଉନ ଅବଧି ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେ ଆସାମ ମୁଖ୍ୟମନ୍ତ୍ରୀ

ଦିସପୁର,୧୫।୫: ଦେଶରେ କରୋନା ସଂକ୍ରମଣକୁ ଦେଖି ଅଧିକାଂଶ ରାଜ୍ୟ ଲକ୍‌ଡାଉନ ଅବଧି ବୃଦ୍ଧି କରିବା ସପକ୍ଷରେ ରହିଥିବା ଜଣାପଡିଛି। ଶୁକ୍ରବାର ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ...

ଜଣେ ଓମିକ୍ରନ୍ ସଂକ୍ରମିତ ୧୮-୨୦ ଜଣଙ୍କୁ କରିପାରିବେ ପଜିଟିଭ

ନୂଆଦିଲ୍ଲୀ,୩ ।୧୨: କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନ୍ ଏବେ ଭାରତରେ ପହଞ୍ଚି ସାରିଲାଣି । କର୍ନାଟକରେ ଓମିକ୍ରନ୍ ସଂକ୍ରମିତ ୨ ଜଣ ବ୍ୟକ୍ତିଙ୍କୁ ଚିହ୍ନଟ...

ଦ୍ୱିତୀୟ ଇନିଂସ୍‌ର ପ୍ରଥମ ‘ମନ୍‌ କି ବାତ୍‌’: ଚିଠି ଦେଉଛି ପ୍ରେରଣା କହିଲେ ମୋଦି

ନୂଆଦିଲ୍ଲୀ,୩୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦ୍ୱିତୀୟ ଇନିଂସ୍‌ର ପ୍ରଥମ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ନିଜ ମନର କଥା ରବିବାର ଖୋଲି କହିଛନ୍ତି। ଅଲ୍‌...

ନିର୍ବାଚନ ବେଳେ ପ୍ଲାଷ୍ଟିକ୍‌ ବ୍ୟବହାର ବିରୋଧରେ ପିଟିଶନ: କେନ୍ଦ୍ର, ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ

ନୂଆଦିଲ୍ଲୀ,୧୦ା୧(ପି.ଟି.): ନିର୍ବାଚନ ବେଳେ ପ୍ଲାଷ୍ଟିକ୍‌ ବ୍ୟାନର, ହୋର୍ଡିଂ ଇତ୍ୟାଦିର ବ୍ୟବହାରକୁ ବିରୋଧ କରି ଦାଏର ଏକ ପିଟିଶନ ଉପରେ ସୁପ୍ରିମକୋର୍ଟ ଗୁରୁବାର କେନ୍ଦ୍ର ସରକାର ଓ...

୫ ହିନ୍ଦୀଭାଷୀ ରାଜ୍ୟ ଉପରେ ଭାଜପା ଭରସା

ନୂଆଦିଲ୍ଲୀ,୨୨ା୫(ପି.ଟି.): ଏକ୍‌ଜିଟ୍‌ ପୋଲ୍‌ଗୁଡ଼ିକ ଭାଜପା ସପକ୍ଷରେ ଜନମତ ରହିଥିବା ଭବିଷ୍ୟବାଣୀ କରିଥିବାବେଳେ ୫ ହିନ୍ଦୀଭାଷୀ ରାଜ୍ୟ ଉପରେ ଭରସା କରିଛି ଗୈରିକ ଦଳ। ୨୦୧୪ ସାଧାରଣ...

ପାର୍ଲାମେଣ୍ଟ ସରଗରମ: ବିରୋଧୀଙ୍କ କକ୍ଷତ୍ୟାଗ

ନୂଆଦିଲ୍ଲୀ,୧୧ା୭(ପି.ଟି.): କର୍ନାଟକର ରାଜନୈତିକ ଘଟଣାକ୍ରମକୁ ନେଇ କ୍ରମାଗତ ତୃତୀୟ ଦିନ ଧରି ପାର୍ଲାମେଣ୍ଟର ଉଭୟ ଗୃହ ସରଗରମ ହୋଇଛି। ଲୋକ ସଭାରେ କଂଗ୍ରେସ ନେତା ଅଧୀର...

Advertisement
Archives

Model This Week