ଖୋଲିଲା ପଞ୍ଚାୟତସ୍ତରୀୟ ଟିଏମ୍‌ସି ସେଣ୍ଟର

ରସାଳପୁର,୩୧।୩(ଡି.ଏନ୍‌.ଏ.)-ମହାମାରୀ କରୋନାକୁ ନେଇ ଏବେ ସାରା ବିଶ୍ୱ ଆତଙ୍କିତ। ଏଭଳି ପରିସ୍ଥିତିରେ କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଉଦ୍ୟମ ଜାରି ରଖିବା ସହିତ ସମାଜରେ ତୃଣମୂଳସ୍ତରରେ ଲୋକମାନେ ଯେଭଳି କମ୍‌ କ୍ଷତିଗ୍ରସ୍ତ ହେବେ ସେଥିପ୍ରତି ବିଶେଷ ଦୃଷ୍ଟି ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ବ୍ଲକ ଅଧିକାରୀ, ପଞ୍ଚାୟତସ୍ତରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ପରେ ସଦର ବ୍ଲକ ଅନ୍ତର୍ଗତ ଗେଙ୍ଗୁଟି, ଖାନନଗର, ପଦ୍ମପୁର, ସାରଗାଁ ପଞ୍ଚାୟତରେ ୧୦ଟି ଶଯ୍ୟା ବିଶିଷ୍ଟ ଟିଏମସି ସେଣ୍ଟର(ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର) ଖୋଲାଯାଇଛି। ପଞ୍ଚାୟତର ସରପଞ୍ଚଙ୍କ ତତ୍ତ୍ୱାବଧାନରେ ଗେଙ୍ଗୁଟିରେ ଥିବା ବାତ୍ୟାଆଶ୍ରୟସ୍ଥଳୀ, ଖାନନଗରରେ ନୀଳକଣ୍ଠେଶ୍ୱର ମହାବିଦ୍ୟାଳୟ, ପଦ୍ମପୁର ବାତ୍ୟା ଆଶ୍ରୟସ୍ଥଳୀ, ସାରଗାଁ ପଞ୍ଚାୟତରେ ଥିବା ହାଇସ୍କୁଲରେ ଉକ୍ତ କେନ୍ଦ୍ର ଖୋଲାଯାଇଛି। ନୋଡାଲ ଅଫିସର ଭାବେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ରମେଶ ଚନ୍ଦ୍ର ସାହୁ ନିୟୋଜିତ ହୋଇଥିବାବେଳେ ସେ ସମସ୍ତ କେନ୍ଦ୍ର ବୁଲି ତଦାରଖ କରୁଥିବା ଦେଖିବାକୁ ମିଳିଛି। ଯଦି କୌଣସି ବ୍ୟକ୍ତି ଆକ୍ରାନ୍ତ ହୋଇଥିବା ସନ୍ଦେହ ହୁଏ ତେବେ ତାଙ୍କୁ ତୁରନ୍ତ ଉକ୍ତ କେନ୍ଦ୍ରକୁ ଆଣି ଆଶୁ ଚିକିତ୍ସା କରାଯିବ ବୋଲି ନୋଡାଲ ଅଫିସର ଓ ସରପଞ୍ଚ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରମିଳା ମଲ୍ଲିକଙ୍କ ଘରେ ଯାଜପୁର ବିଜେଡି ନେତାଙ୍କ ବଡ଼ ବୈଠକ, ଏକାଠି ହେଲେ…

ଭୁବନେଶ୍ବର,୫ା୧: ପ୍ରମିଳା ମଲ୍ଲିକଙ୍କ ଘରେ ଯାଜପୁର ବିଜେଡି ନେତାଙ୍କ ମେଳି । ଆଜି ତାଙ୍କର ଭୁବନେଶ୍ବର ସରକାରୀ ବାସଭବନରେ ଯାଜପୁରର ବିଜେଡି ନେତାମାନେ ଏକାଠି ହୋଇଛନ୍ତି...

ତ୍ରିକୋଣୀୟ ପ୍ରେମରୁ ହତ୍ୟା, ବନ୍ଧା ହେଲେ ୩ ଅଭିଯୁକ୍ତ

ବରଗଡ଼,୪।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଥିବା ବେଳେ ଶୁକ୍ରବାର ବିଳମ୍ବିତ ରାତିରେ ନିକଟସ୍ଥ ଘୁଲିପାଲି ରାସ୍ତାରେ ଯୁବକ ଚନ୍ଦନ ରାଉତଙ୍କୁ ଅତି ନିର୍ମମ ଭାବେ...

୮୦ ବର୍ଷ ବୟସରେ ଖଡିଆଳ ରାଜାଙ୍କ ପରଲୋକ, ସୁନ୍ଦର ନଦୀ ଘାଟରେ ଶେଷକୃତ୍ୟ ସମ୍ପନ୍ନ

ଖଡ଼ିଆଳ,୪।୧(ସୁଜିତ କୁମାର ପ୍ରଧାନ): ନୂଆପଡା ଜିଲା ଖଡିଆଳ ରାଜା ଜିତାମିତ୍ର ପ୍ରସାଦ ସିଂ ଦେଓଙ୍କ ୮୦ ବର୍ଷ ବୟସରେ ପରଲୋକ ହୋଇଛି । ରବିବାର ସକାଳରେ...

ଦେଢ଼ବର୍ଷରେ ଭାଙ୍ଗିଗଲା ସୁନାର ସଂସାର, ଫ୍ୟାନରେ ଶାଢ଼ୀ ଲଗାଇ ଝୁଲି ପଡିଲେ ନବବିବାହିତା

ଉମରକୋଟ,୪।୧(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲାର ଉମରକୋଟ ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି, ଯାହା ଏକ ପରିବାରର ସ୍ୱପ୍ନକୁ ଚୂରମାର୍‌ କରିଦେଇଛି। ଦେଢ଼ ବର୍ଷ ତଳେ...

ଭୟଙ୍କର ଦୁର୍ଘଟଣା: କାର୍‌କୁ ଚାପିଦେଲା ଦ୍ରୁତଗାମୀ ଟ୍ରକ୍‌, ଶିଶୁକନ୍ୟା ସମେତ ଗୋଟିଏ ପରିବାରର ୩ ମୃତ

ଗଜପତି,୪ା୧(ଗିରିଧାରୀ ପରିଛା): ନୂଆବର୍ଷର ପ୍ରଥମ ରବିବାରରେ ଗୋଟିଏ ପରିବାରରେ ତିନିଜଣଙ୍କ ଜୀବନ ଦୀପ ଲିଭିଯାଇଛି। ଗଜପତି ସୀମାନ୍ତ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲା ବାରୁଆ ଥାନା ଅଧୀନ...

କନ୍ଧମାଳ ମହୋତ୍ସବ 2026, ରାଇକିଆରେ ମାସ୍କଟ ଓ ମଶାଲ ଶୋଭାଯାତ୍ରା

ରାଇକିଆ,୪/୧-(ପ୍ରଦୀପ ବେହେରା): କନ୍ଧମାଳ ଜିଲା ପ୍ରଶାସନ ତରଫରୁ ଆସନ୍ତା ୭ ରୁ ୧୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । କଳା ସଂସ୍କୃତିର ପ୍ରତୀକ କନ୍ଧମାଳ ମହୋତ୍ସବ...

ସୀମା ଟପିଲା ଶିକାରୀଙ୍କ ବର୍ବରତା; ବୋମା ଖାଇ ବାରହା ମୃତ, ୩ ଗିରଫ

ଭଞ୍ଜନଗର,୪/୧(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ ବେଲଗୁଣ୍ଠା ରୋଡ କନ୍ଧସାହି ନିକଟରୁ ପୋଲିସ ରବିବାର ପ୍ରତ୍ୟୁଷରେ ୩ ଜଣ...

କବିସୂର୍ଯ୍ୟ ସ୍ମୃତି କମିଟି ପକ୍ଷରୁ ନିଷ୍ପତ୍ତି, ଶ୍ରୀପଞ୍ଚମୀରେ ପାଳନ ହେବ ମହୋତ୍ସବ

ଦିଗପହଣ୍ଡି,୪|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ସମ୍ମିଳନୀ କକ୍ଷରେ ରବିବାର ମଧ୍ୟାହ୍ନ ରେ ଦିଗପହଣ୍ଡି ସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri