ଖୋଲିଲା କୁଲଡ଼ିହା: ପ୍ରଥମ ଦିନରେ ୪୯ ପର୍ଯ୍ୟଟକ

ସଜନାଗଡ଼, ୨।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡରେ ଅବସ୍ଥିତ କୁଲଡ଼ିହା ଅଭୟାରଣ୍ୟକୁ ବର୍ଷାଦିନ ପାଇଁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଗତ ଜୁନ୍‌ ୧୫ତାରିଖରୁ ବନ୍ଦ ରଖାଯାଇଥିଲା। ଶୀତଋତୁ ଆଗମନରେ ଅଭୟାରଣ୍ୟକୁ ନଭେମ୍ବର ୧ ତାରିଖ ତଥା ଶୁକ୍ରବାର ମଧ୍ୟାହ୍ନ ୧୨ଟାରେ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି। ଏଠାକୁ ପ୍ରଥମ ଦିନରେ ବୁଲିବାକୁ ଆସିଥିବା ସମସ୍ତ ପର୍ଯ୍ୟଟକଙ୍କୁ ପୁଷ୍ପଗୁଚ୍ଛ ଦେଇ ଚନ୍ଦନ ଲଗାଇ ଓ ମିଠା ଖୁଆଇ ସ୍ବାଗତ କରାଯାଇଛି। ଏସିଏଫ୍‌ଓ ତପନ କୁମାର ପରିଡ଼ା ଗେଟ୍‌ ଖୋଲିଥିବା ବେଳେ କୁଲଡିହା ରେଞ୍ଜର ବିଜୟ ମହାପାତ୍ର, ଜୋଡ଼ାଚୁଆ ଫରେଷ୍ଟର ପରମାନନ୍ଦ ନାୟକ, କୁଲଡ଼ିହା ଫରେଷ୍ଟର ନରେଶ ସିଂ ଓ ସବୁଜବାହିନୀ ଉପସ୍ଥିତ ଥିଲେ। ଚଳିତବର୍ଷ ପ୍ରଥମ ପର୍ଯ୍ୟଟକ ଭାବେ ବାଲେଶ୍ୱର ଜିଲାର ପ୍ରଭାକର ସ୍ବାଇଁ ଆସିଥିଲେ। ଦ୍ୱିତୀୟ ପର୍ଯ୍ୟଟକ ଭାବେ ପଶ୍ଚିମବଙ୍ଗ ହୁଗୁଳି ଜିଲାର ୨୮ଏ କିସାନରୋଡ୍‌ ରିସ୍ରା ଅଞ୍ଚଳର ସୁକଲ୍ୟାଣ ପଲିତ୍‌ଙ୍କୁ ବନ ବିଭାଗ ପକ୍ଷରୁ ସ୍ବାଗତ କରାଯାଇଥିଲା। ମୋଟ ୪୯ଜଣ ପର୍ଯ୍ୟଟକ ଆସିଥିବା ବେଳେ ସେଥିମଧ୍ୟରୁ ୩୧ଜଣ ପୁରୁଷ, ୧୭ଜଣ ମହିଳା ଏବଂ ଜଣେ ଛୋଟ ପିଲା ଥିଲେ।
ଚଳିତବର୍ଷ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବନ ବିଭାଗ ପକ୍ଷରୁ ଗୋହିରାଭୋଳଠାରେ ଥିବା ନେଚର୍ସ ପାର୍କକୁ ଅଧିକ ଆକର୍ଷଣୀୟ କରାଯାଇଛି। ଏହି ଅଭୟାରଣ୍ୟରେ ରିଷିଆ ଡ୍ୟାମ୍‌, ରିଷିଆ ପ୍ରକୃତି ନିବାସ ଏବଂ ସେଠାକାର ନିଆରା ଖାଦ୍ୟ ପାନୀୟ ସୁବିଧା, ରୋମାଞ୍ଚକର ଅନୁଭୂତି ପର୍ଯ୍ୟଟକମାନଙ୍କୁ ଅଧିକ ଆକର୍ଷିତ କରିଥାଏ। ଅଭୟାରଣ୍ୟ ଭିତରକୁ ପର୍ଯ୍ୟଟକଙ୍କ ପାଇଁ ପ୍ରବେଶ ସମୟ ପୂର୍ବାହ୍ନ ସାଢ଼େ ୯ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ରହିଛି। ଭ୍ରମଣ ନିମନ୍ତେ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସମୟ ନିର୍ଦ୍ଧାରିତ ହୋଇଛି। ଏଠାରେ ଜଣେ ବ୍ୟକ୍ତି ପାଇଁ ୪୦ଟଙ୍କା, କ୍ୟାମେରା ପାଇଁ ୫୦ଟଙ୍କା ଓ ଚାରିଚକିଆ ଯାନ ପାଇଁ ୧୦୦ ଟଙ୍କା ଧାର୍ଯ୍ୟ ହୋଇଛି। ଗତବର୍ଷ ରାଜସ୍ବ ତୁଳନାରେ ଚଳିତବର୍ଷ ଅଧିକ ରାଜସ୍ବ ଆୟ ହେବ ବୋଲି ବନ ବିଭାଗ ଆଶା ରଖିଛି। ୨୭୨.୭୫ବର୍ଗ କି.ମି. ପରିବ୍ୟାପ୍ତ କୁଲଡ଼ିହା ଅଭୟାରଣ୍ୟରେ ବାଘ, ଭାଲୁ, ହାତୀ, କୁଟାରୀ, ହରିଣ, ଶମ୍ବର, ବାର୍‌ହା, ଝିଙ୍କ ଭଳି ବିଭିନ୍ନ ବନ୍ୟଜନ୍ତୁ ସମେତ ବିଭିନ୍ନ ପ୍ରଜାତିର ରଙ୍ଗବେରଙ୍ଗର ଦେଶୀ ଓ ବିଦେଶୀ ପକ୍ଷୀଙ୍କ ଅବାଧ ବିଚରଣ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ପ୍ରାକୃତିକ ପରିବେଶ ମଧ୍ୟରେ ବନ୍ୟଜନ୍ତୁଙ୍କୁ ଦେଖି ପର୍ଯ୍ୟଟକମାନେ ବେଶ୍‌ ମଜା ନେଇଥାନ୍ତି। ଗୋହିରାଭୋଳଠାରେ ଦେୟମୁକ୍ତ ରାତ୍ରିଯାପନ ସମେତ ଉନ୍ନତ ଖାଦ୍ୟ ପାନୀୟର ବ୍ୟବସ୍ଥା ଦ୍ୱାରା ଓଡ଼ିଶା ତଥା ବଙ୍ଗୀୟ ପର୍ଯ୍ୟଟକ ଅଧିକ ଆକୃଷ୍ଟ ହୋଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ବ୍ଲକ ଓଷ୍ଟାର ନୂତନ କର୍ମକର୍ତ୍ତା ମନୋନୀତ: ଜାଣନ୍ତୁ ସେମାନେ ସବୁ କିଏ…

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପିଏମଶ୍ରୀ ୟୁ. ବି. ହାଇସ୍କୁଲଠାରେ ବ୍ଲକର ଓଷ୍ଟା ଖବରଦାତା ସମ୍ମିଳନୀ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଦିଲ୍ଲୀପ କୁମାର…

ଟ୍ରମ୍ପଙ୍କୁ ଇରାନର ଭୟଙ୍କର ଚେତାବନୀ: ଯଦି ବନ୍ଦରଗୁଡ଼ିକ ପ୍ରତି ବିପଦ ସୃଷ୍ଟି ହୁଏ, ତା’ହେଲେ…

ଓ୍ବାଶିଂଟନ୍‌,୧୩।୪: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଏକ ନୂତନ ଏବଂ ଗମ୍ଭୀର ମୋଡ଼ ନେଇଛି। ଆମେରିକା ଇରାନର ଉପସାଗରୀୟ ବନ୍ଦରଗୁଡ଼ିକର ନୌସେନା ଅବରୋଧ ଘୋଷଣା…

ଭାଜପା ଏସସି ମୋର୍ଚ୍ଚା ଜିଲା ସଭାପତି ଘୋଷଣା: ଗନ୍ଧମାର୍ଦ୍ଦନ ଉପରେ ପୁଣି ଭରସା କଲା ଭାଜପା

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଭାଜପା ଅନୁସୂଚିତ ଜାତି (ଏସ୍‌ସି) ମୋର୍ଚ୍ଚା ଜିଲା ସଭାପତି ସୋମବାର ଘୋଷଣା ହୋଇଛି। ଏଥିରେ ଭାଜପା ଭଞ୍ଜନଗର ସାଂଗଠନିକ ଜିଲା (ଘୁମୁସର) ଏସସି ମୋର୍ଚ୍ଚା…

ବସ୍‌ ଉପରକୁ ଗୁଳିମାଡ଼: ଚାଲିଗଲା ଫୁଟବଲ୍‌ ଖେଳାଳିଙ୍କ ଜୀବନ

ଘାନା,୧୩ା୪: ଡକାୟତଙ୍କ ଆକ୍ରମଣରେ ଘାନାନିଆନ ପ୍ରିିମିୟର ଲିଗ୍‌ କ୍ଲବର ଫୁଟବଲ ଖେଳାଳି ବେରେକୁମ୍‌ ଚେଲ୍‌ସୀର ଡୋମିନିକ୍‌ ଫ୍ରିମ୍‌ପଙ୍ଗ୍‌ ନିହତ ହୋଇଛନ୍ତି। କ୍ଲବ ସୂତ୍ରରୁ ପ୍ରକାଶ ଘାନାର ଦକ୍ଷିଣାଞ୍ଚଳରେ…

ଏହି କାର୍ଯ୍ୟ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କଠୋର ଦଣ୍ଡ ଦେଲା BCCI, ମ୍ୟାଚ ସମୟରେ ଏମିତି କ’ଣ କଲେ ଅଧିନାୟକ

ନୂଆଦିଲ୍ଲୀ,୧୩।୪: ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ରନ ଦୃଷ୍ଟିରୁ ଐତିହାସିକ ଥିଲା। ଏହି ମ୍ୟାଚ ମଧ୍ୟ ବିବାଦରେ ଫସି…

ପାରମ୍ପରିକ ଖାଦ୍ୟକୁ ନେଇ ପ୍ରତିଯୋଗିତା: ପ୍ରଥମ ସ୍ଥାନରେ ଆନନ୍ଦମୟୀ….

ଦାରିଙ୍ଗବାଡି, ୧୩ା୪ (ଅରୁଣ ସାହୁ): ଦାରିଙ୍ଗବାଡି ବ୍ଲକ୍‌ କାର୍ଯ୍ୟାଳୟ ପରିସର ମଧ୍ୟରେ ସୋମବାର ଓଡ଼ିଆ ପକ୍ଷ ଅବସରରେ ଆମ ରୁଚି ଆମ ଖାଦ୍ୟ କାର୍ଯ୍ୟକ୍ରମ ବିଡ଼ିଓ ପ୍ରୀତିରଞ୍ଜନ…

ମାଲକାନଗିରି କୋର୍ଟର ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ମାଲକାନଗିରି,୧୩ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କୋର୍ଟକୁ ଏକ ଅଜ୍ଞାତ ମେଲ୍‌ରୁ ସୋମବାର ବୋମା ଧମକ ମିଳିଛି। କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିବା ପରେ ଅଞ୍ଚଳରେ…

ସ୍ତ୍ରୀଙ୍କୁ ହତ୍ୟା ପରେ ପାଇଖାନା ଟାଙ୍କିରେ ଲୁଚେଇ ରଖିଥିଲେ ସ୍ବାମୀ ଗୁମର ଖୋଲିଲା ୪ ବର୍ଷର ପୁଅ

ରାଇଘର,୧୩।୪ (କିରଣ ପଟ୍ଟନାୟକ): ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କରିବା ପରେ ପ୍ରମାଣ ଲୁଚାଇବାକୁ ଯାଇ ସ୍ବାମୀ ଜଣକ ଏକ ପାଇଖାନା ଟାଙ୍କିରେ ମୃତଦେହକୁ ଲୁଚେଇ ରଖିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri