ଖୋର୍ଦ୍ଧା, ବାଣପୁରରେ କୁତ୍ରିମ ବନ୍ୟା: ଘରେ ପଶିଲା ବର୍ଷାଜଳ

ଖୋର୍ଦ୍ଧା ଅଫିସ,୨୪।୧୦: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ବୁଧବାରରୁ ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଛି। ଏଥିରେ ଖୋର୍ଦ୍ଧା ସହର ସମେତ ବାଣପୁର ସହର ଓ ବ୍ଲକ ଅଞ୍ଚଳ ବେହାଲ ହୋଇ ପଡିଛି। ଖୋର୍ଦ୍ଧାର ପୁରୁଣା ମେଡିକାଲ ରୋଡ୍‌, ସାମନ୍ତରାପୁର, ଗଡଖୋର୍ଦ୍ଧା ଛକରେ ରାସ୍ତା ଉପରେ ପାଣି ଯାଉଛି। କିଛି ଲୋକଙ୍କ ଘରେ ପାଣି ପଶିଛି। ଡ୍ରେନ ସଫେଇ ନ ହୋଇଥିବାରୁ କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବାଣପୁର ସହରରୁ ବାଲୁଗାଁ ରାସ୍ତାର ୧୬ ନଂ ଜାତୀୟ ରାଜପଥ ଉପରେ ମେଘାମ୍ବରୀ ମନ୍ଦିର ନିକଟରେ ରାସ୍ତା ଉପରେ ୩ ଫୁଟର ପାଣି ପ୍ରବାହିତ ହେଉଛି। ସେହିଭଳି ବାଣପୁର ଗମ୍ଭାରିମୁଣ୍ଡା ରାସ୍ତାର ସାନହନ୍ତୁଆଡ ଗାଁ ନିକଟରେ ମୁଖ୍ୟ ରାସ୍ତାରେ ଅଢ଼େଇ ଫୁଟର ପାଣି ପ୍ରବାହିତ ହେଉଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଙ୍ଗରୋଧ କେନ୍ଦ୍ର ମଟର ତରକାରିରେ ଝିଟିପିଟି

କେନ୍ଦ୍ରାପଡ଼ା ଅଫିସ, ୨୧ା୫: କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ ଅଞ୍ଚଳର ଏକ ସଙ୍ଗରୋଧ କେନ୍ଦ୍ରର ଗୁରୁବାର ସକାଳେ ପ୍ରସ୍ତୁତ ହୋଇଥିବା ମଟର ତରକାରିରେ ଝିଟିପିଟି ବାହାରିଛି।...

ଖେଳପଡ଼ିଆରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଚିକିଟି,୩୧ା୧୨(ଡି.ଏନ.ଏ.)-କେ.ନୂଆଗାଁ ଥାନା ନୂଆପଡ଼ା ଗ୍ରାମ ନିକଟରେ ଥିବା ଖେଳପଡ଼ିଆ ପରିସରରୁ ମଙ୍ଗଳବାର ନୂଆପଡା ଫାଣ୍ଡି ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ହେଲେ...

ସରକାରୀ ସହାୟତାରୁ ବଞ୍ଚିତ ପ୍ରକୃତ ନିର୍ମାଣ ଶ୍ରମକ, ହାତେଇଛନ୍ତି ସରକାରୀ କର୍ମଚାରୀ

ଲଖନପୁର,୨୩ା୪(ଡି.ଏନ୍‌.ଏ.) : କରୋନା ଭାଇରସ୍‌ ନିୟନ୍ତ୍ରଣ ପାଇଁ ସରକାର ଲକ୍‌ଡାଉନ୍‌ ଜାରି କରିଛନ୍ତି। ଏଥିରେ ଗରିବ,ଅସହାୟ ଓ ନିର୍ମାଣ ଶ୍ରମିକ କାମଦାମ ନ ପାଇ ଘରେ...

ରାୟଗଡ଼ାରେ ପହଞ୍ଚିଲେ ଆଉ ୪୬୧ ଶ୍ରମିକ

ରାୟଗଡ଼ା ଅଫିସ,୧୬ା୫: ଦକ୍ଷିଣ ଭାରତରେ ଫସିରହିଥିବା ପ୍ରବାସୀ ଶ୍ରମିକଙ୍କୁ ଓଡ଼ିଶା ସରକାର ପର୍ଯ୍ୟାୟକ୍ରମେ ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ଆଣୁଛନ୍ତି। ଗୁରୁବାର ୨ଟି ଏକ ସ୍ବତନ୍ତ୍ର ଟ୍ରେନ୍‌ରେ...

୨ ଶହ ମିଟର ଧସିଲା ହରିଦାସପୁର-ପାରାଦୀପ ରେଳରାସ୍ତା, ଲୋକେ ଆତଙ୍କିତ

ମାର୍ଶାଘାଇ,୧୩।୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଗୋସେଇଁବନ୍ଧଠାରେ ହରିଦାସପୁର-ପାରାଦୀପ ନିର୍ମାଣାଧୀନ ରେଳରାସ୍ତା ଗୁରୁବାର ଦୁଇପଟକୁ ୨ଶହ ମିଟର ଧସିଯାଇଛି। ଫଳରେ ୩ ପରିବାର ପ୍ରଭାବିତ ହୋଇଛନ୍ତି।...

ଏସ୍‌ଭିଏମ୍‌ ମହାବିଦ୍ୟାଳୟରେ ବେଆଇନ ନାମଲେଖା ପ୍ରସଙ୍ଗ: ୨ ଡିଇଓ ବହିଷ୍କୃତ, ଜଣେ ଅଧ୍ୟାପକଙ୍କ ଦରମା ବନ୍ଦ

ଜଗତ୍‌ସିଂହପୁର ଅଫିସ, ୨୭ା୨: ସ୍ବାମୀ ବିବେକାନନ୍ଦ ସ୍ମାରକୀ (ଏସ୍‌ଭିଏମ୍‌) ସ୍ବୟଂଶାସିତ ମହାବିଦ୍ୟାଳୟରେ ୨୦୧୫ରୁ ୨୦୧୮ ମସିହା ମଧ୍ୟରେ ଯୁକ୍ତ ତିନି ଶିକ୍ଷାଲାଭ ସହ ପାସ୍‌ କରିଥିବା...

ସ୍ବାସ୍ଥ୍ୟସେବା ନ ସୁଧାରିଲେ ଆନ୍ଦୋଳନ ଚେତାବନୀ

ବାଲେଶ୍ୱର ଅଫିସ, ୨୬।୮-ବାଲେଶ୍ୱର ସରକାରୀ ମେଡିକାଲ୍‌ କଲେଜ୍‌ ହସ୍ପିଟାଲ୍‌କୁ ଆସୁଥିବା ରୋଗୀମାନେ ଆବଶ୍ୟକ ଚିକିତ୍ସା ନ ପାଇ ମୃତ୍ୟୁବରଣ କରୁଥିବା ଅଭିଯୋଗ ପରେ କ୍ରିୟାନୁଷ୍ଠାନ କମିଟି...

ଡକାୟତି ଉଦ୍ୟମ ପଣ୍ଡ : ଅଟକ ୨ ଡକାୟତ ଜେଲ ଗଲେ

ରଣପୁର,୧୪ା୧୦(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନାରେ ଅଟକ ଥିବା ୨ ଡକାୟତ ଡମସାହିର ଯଶୋଦା ପ୍ରଧାନ (୩୮) ଓ ସୁବ୍ରତ ନାୟକ (୪୫)ଙ୍କୁ ପୋଲିସ ଗିରଫ...

Coronavirus Update


Archives

Model This Week

Why Dharitri