ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ: ଅଗଷ୍ଟ ସୁଦ୍ଧା ସରିବ ଜମି ଅଧିଗ୍ରହଣ

ଭୁବନେଶ୍ୱର,୧୪।୨(ବ୍ୟୁରୋ): ଖୋର୍ଦ୍ଧାରୋଡ-ବଲାଙ୍ଗୀର ରେଳ ପ୍ରକଳ୍ପକୁ ୧୯୯୪-୯୫ ଆର୍ଥିକ ବର୍ଷରୁ ମଞ୍ଜୁରୀ ମିଳିଥିଲେ ବି ଏ ପର୍ଯନ୍ତ କାର୍ଯ୍ୟ ଶେଷ ହୋଇନାହିଁ। ଏହି ପ୍ରକଳ୍ପ କାମ ଯେପରି ତୁରନ୍ତ ଶେଷ କରାଯିବ ସେ ନେଇ ରାଜ୍ୟ ସରକାର ଗୁରୁତ୍ୱ ଦେବା ଆରମ୍ଭ କରିଛନ୍ତି। ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ ଗୁରୁବାର ଲୋକସେବା ଭବନଠାରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଜମି ଅଧିଗ୍ରହଣ ଉପରେ ଆଲୋଚନା କରାଯାଇଛି। ପ୍ରକଳ୍ପ ଲାଗି ଆବଶ୍ୟକ ଜମି ଅଧିଗ୍ରହଣ ପ୍ରକ୍ରିୟା ଆସନ୍ତା ଅଗଷ୍ଟ ସୁଦ୍ଧା ଶେଷ ହେବ ବୋଲି ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି। ପ୍ରକଳ୍ପର ୧୧୨ରୁ ୨୮୯ କି.ମି. ପାଇଁ ରାଜ୍ୟ ସରକାର ମାଗଣାରେ ଜମି ଦେବା ସହ ୫୦ ପ୍ରତିଶତ ନିର୍ମାଣ ଖର୍ଚ୍ଚ ବହନ କରିବେ। ଇତିମଧ୍ୟରେ ମୋଟ୍‌ ୯୨ କି.ମି. କାର୍ଯ୍ୟ ଶେଷ ହୋଇଛି। ସେଥିରୁ ଖୋର୍ଦ୍ଧା ପାର୍ଶ୍ୱରୁ ୭୬ କି.ମି. ଓ ବଲାଙ୍ଗୀର ପାର୍ଶ୍ୱରୁ ୧୬ କି.ମି. କାମ ସରିଛି। ଆହୁରି ୧୯୭ କି.ମି. କାର୍ଯ୍ୟ ଆରମ୍ଭ ହୋଇନାହିଁ।
ସୂଚନାଯୋଗ୍ୟ, ନିକଟରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ପ୍ରଗତି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରକଳ୍ପର ସମୀକ୍ଷା କରିଥିଲେ। ବିଭିନ୍ନ ମନ୍ତ୍ରଣାଳୟ ସହ ସମୀକ୍ଷା କରି ଏହାର କାର୍ଯ୍ୟକୁ ତ୍ୱରାନ୍ବିତ କରିବା ଲାଗି ପ୍ରଧାନମନ୍ତ୍ରୀ କେନ୍ଦ୍ର କ୍ୟାବିନେଟ୍‌ ସଚିବ ରାଜୀବ ଗୌବାଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। କ୍ୟାବିନେଟ୍‌ ସଚିବ ଏ ନେଇ ଓଡ଼ିଶା ସରକାର, ରେଳ ମନ୍ତ୍ରଣାଳୟ ଏବଂ ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ସହ ଯୋଗାଯୋଗରେ ଅଛନ୍ତି। ଅନ୍ୟପଟେ କେନ୍ଦ୍ର ସରକାର ରେଲଓ୍ବେ କ୍ଷେତ୍ର ପାଇଁ ବଜେଟ୍‌ରେ ଓଡ଼ିଶାକୁ କମ୍‌ ଅନୁଦାନ ଦେଇଥିବାରୁ ରାଜ୍ୟର ଶାସକ ଦଳ ଏବଂ ବିରୋଧୀ କଂଗ୍ରେସ ଆପତ୍ତି ଜଣାଇଛନ୍ତି। ଏହି ପ୍ରସଙ୍ଗରେ ବିଧାନସଭା ଗୃହ ରେଲଓ୍ବେ କମିଟି ଦୁଇଦିନ ତଳେ ଦିଲ୍ଲୀ ଗସ୍ତ କରି ରେଲ ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଭେଟି ଅନୁଦାନ ହ୍ରାସ ପାଇବା ଏବଂ ରାଜ୍ୟ ଦାବି ରଖିଥିବା ପ୍ରକଳ୍ପ ପାଇଁ କୌଣସି ଯୋଜନା କରା ନ ଯିବା ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଗୋଏଲ ଓଡ଼ିଶାରେ ଜମି ଅଧିଗ୍ରହଣ ବିଳମ୍ବ ଯୋଗୁ ଅନେକ ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରୁ ନ ଥିବା କହିଥିଲେ। ଏହାପରେ ରାଜ୍ୟ ସରକାର ରେଲଓ୍ବେ ପ୍ରକଳ୍ପଗୁଡିକର କାର୍ଯ୍ୟ ତ୍ୱରାନ୍ବିତ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଉପରେ ଜୋର୍‌ ଦେବା ଆରମ୍ଭ କରିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମାନ୍ତରୀକରଣ ଓ ଲଭ୍ ଜିହାଦ

ଆକାର ପଟେଲ ଆମ ଗଣମାଧ୍ଯମ ଏବଂ ହ୍ଵାଟ୍ସଆପ୍ ଗ୍ରୁପଗୁଡ଼ିକରେ ଆମେ ଯେଉଁ ସବୁ ବିଷୟରେ ଆଲୋଚନା ବା ପ୍ରଚାର କରୁଛୁ, ତାହା ମଧ୍ୟରୁ ଗୋଟିଏ। ହେଉ ହେଉଛି…

ମାର୍ଚ୍ଚରୁ ମେ’ ପ୍ରବଳ ଗରମ

ଭୁବନେଶ୍ୱର,୧।୩(ବନ୍ଦନା ସେଠୀ): ମାର୍ଚ୍ଚ ଆରମ୍ଭ ନ ହେଉଣୁ ରାଜ୍ୟରେ ତାପମାତ୍ରା ୩୬ ଡିଗ୍ରୀ ଟପିଛି। ଆଗକୁ ପ୍ରବଳ ଖରାତାତି ଓ ଗରମରେ ଶିଝିବ ସାରା ଓଡ଼ିଶା। ବିଶେଷକରି…

LPG Price Hike: ହୋଲି ପୂର୍ବରୁ ବଡ଼ ଝଟକା! ଆଜିଠୁ ମହଙ୍ଗା ହେଲା ଗ୍ୟାସ୍ ସିଲିଣ୍ଡର, ନୂଆ ମୂଲ୍ୟ…

ନୂଆଦିଲ୍ଲୀ, ୧।୩: ସାଧାରଣ ଲୋକଙ୍କ ପାଇଁ ବଡ଼ ଝଟକା। ହୋଲି ପୂର୍ବରୁ ୧ ମାର୍ଚ୍ଚରେ ୨୦୨୬ରେ ଏଲପିଜି ଦର ଅପଡେଟ୍ କରାଯାଇଛି। ହୋଲି ପୂର୍ବରୁ ମଧ୍ୟ ଗ୍ରାହକମାନେ…

ରାଜ୍ୟ ସଭା: କମନ୍‌ ପ୍ରାର୍ଥୀ ଦ୍ୱନ୍ଦ୍ୱ

ଭୁବନେଶ୍ୱର, ୧।୩(ସୁନିତ୍‌ ମିଶ୍ର): ଓଡ଼ିଶାର ୪ ରାଜ୍ୟ ସଭା ଆସନରେ ହେବାକୁ ଥିବା ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇଉଠିଛି। ବିଜେଡି ପକ୍ଷରୁ ଶନିବାର ରାଜ୍ୟ…

ଖାମନେଇଙ୍କ ହତ୍ୟାକୁ ନେଇ ଟ୍ରମ୍ପ କଲେ ବଡ଼ ଘୋଷଣା, ବିଶ୍ୱରେ ଚହଳ

ତେହରାନ,୧।୩: ଇସ୍ରାଏଲ ଇରାନର ସର୍ୱୋଚ୍ଚ ନେତା ଅଲି ଖାମନେଇଙ୍କ ମୃତ୍ୟୁ ଦାବି କରିଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ନିଜେ ଖାମନେଇଙ୍କ ମୃତ୍ୟୁ ଦାବି କରିଛନ୍ତି। ଆମେରିକାର…

ହତ୍ୟା ଦାବି ମଧ୍ୟରେ ଖାମନେଇଙ୍କ ପୋଷ୍ଟ, ଖଣ୍ଡା ନେଇ…

ତେହରାନ,୧।୩: ଆୟାତୋଲ୍ଲା ଅଲି ଖାମନେଇଙ୍କ ହତ୍ୟା ଦାବି ମଧ୍ୟରେ, ଇରାନର ସର୍ୱୋଚ୍ଚ ନେତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ଏକ ପୋଷ୍ଟ କରାଯାଇଛି। ପୋଷ୍ଟରେ ପୟଗମ୍ୱର ଅଲିଙ୍କୁ ଉଦ୍ଧୃତ…

ବିଶ୍ୱକପ୍‌ରେ ଇତିହାସ ରଚିଲେ ଫଖର-ସାହିବଜାଦା

ପାଲିକେଲ,୨୮।୨: ଚଳିତ ଟି୨୦ ବିଶ୍ୱକପ୍‌ ସୁପର-୮ର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୫ ରନ୍‌ରେ ବିଜୟୀ ହୋଇଥିଲେ ମଧ୍ୟ ପାକିସ୍ତାନ ସେମିଫାଇନା ପାଇଁ ଯୋଗ୍ୟତା ଅର୍ଜନ କରିବାରେ…

ଇରାନ ଉପରେ ମହାଶକ୍ତିର ପ୍ରହାର: ଖାମେନେଇଙ୍କ ବାସଭବନ ଧ୍ୱଂସ, ଟ୍ରମ୍ପ କହିଲେ‘ ଇରାନବାସୀଙ୍କ ମୁକ୍ତି ସମୟ ଆସିଛି’ 

ଓ୍ବାଶିଂଟନ,୨୮।୨: ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ସାମରିକ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭୟଙ୍କର ରୂପ ନେଇଛି। ଏହି ଆକ୍ରମଣର କିଛି ଘଣ୍ଟା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri