ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ: ସରିଛି ୯୨ କି.ମି. ବାକି ରହିଛି ୧୯୭

ଭୁବନେଶ୍ୱର,୯ା୧୨:(ବ୍ୟୁରୋ): ପ୍ରସ୍ତାବିତ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ମୋଟ ଦୈର୍ଘ୍ୟ-୨୮୯ କିଲୋମିଟର। ତନ୍ମଧ୍ୟରୁ ଏଯାବତ୍‌ ୯୨ କି.ମି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ କାର୍ଯ୍ୟକ୍ଷମ ହୋଇପାରିଛି। ଆହୁରି ୧୯୭ କି.ମି ରେଳପଥ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ସହ କାର୍ଯ୍ୟକ୍ଷମ ହେବାକୁ ବାକି ରହିଛି। ରେଳବାଇ ମନ୍ତ୍ରୀ ପୀୟୂଷ ଗୋଏଲ ଗତ ୨୯ ତାରିଖରେ ଏହି ତଥ୍ୟ ରାଜ୍ୟ ସଭାରେ ଲିଖିତ ଭାବେ ଉପସ୍ଥାପନ କରିଛନ୍ତି। ବିଜେଡି ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ରଙ୍କ ଅଣତାରକା ପ୍ରଶ୍ନ ନଂ୧୪୦୩ର ଉତ୍ତର ଦେଇ ମନ୍ତ୍ରୀ ଗୋଏଲ ଏହି ତଥ୍ୟ ଦେଇଛନ୍ତି।
ମୋଟ ୨୮୯ କି.ମି ପ୍ରକଳ୍ପ ପାଇଁ ବର୍ତ୍ତମାନ ସ୍ଥିତିରେ ୩୭୯୮.୮୦ କୋଟି ଟଙ୍କାର ବ୍ୟୟ ବରାଦ ରଖାଯାଇଛି। ଚଳିତ ମାର୍ଚ୍ଚ ସୁଦ୍ଧା ତନ୍ମଧ୍ୟରୁ ୧୩୨୭.୦୯ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି। ୨୦୧୯-୨୦ ବଜେଟ(ଆଉଟ୍‌ ଲେ) ୩୫୦ କୋଟି ଟଙ୍କାର ବ୍ୟୟବରାଦ ରଖାଯାଇଛି। ୨୮୯ କି.ମି ପ୍ରକଳ୍ପକୁ ୨ ଭାଗରେ ବିଭକ୍ତ କରାଯାଇଛି। ପ୍ରଥମଟି ୦ ରୁ ୧୧୨ କି.ମି ଏବଂ ଦ୍ୱିତୀୟଟି ୧୧୨ରୁ ୨୮୯ କି.ମି। ପ୍ରଥମ ଭାଗ ପୂର୍ଣ୍ଣଭାବେ ରେଳବାଇ ଦ୍ୱାରା କରାଯାଉଛି। ଦ୍ୱିତୀୟ ଭାଗଟିର ବ୍ୟବହୃତ ଜମି ରାଜ୍ୟ ସରକାର ସମ୍ପୂର୍ଣ୍ଣ ମାଗଣାରେ ରେଳବାଇକୁ ଯୋଗାଇ ଦେଉଛନ୍ତି। ସେହିପରି ନିର୍ମାଣର ୫୦ ପ୍ରତିଶତ ଅର୍ଥ ମଧ୍ୟ ବହନ କରୁଥିବା ରେଳବାଇ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ବିଜେଡି ସଭ୍ୟଙ୍କ ଦ୍ୱାରା ପଚରାଯାଇଥିବା ପ୍ରଶ୍ନରେ ପ୍ରକଳ୍ପ କେବେ ସରିବ ଏବଂ ବିଳମ୍ବର କାରଣ ନେଇ ମଧ୍ୟ ପ୍ରଶ୍ନ କରାଯାଇଛି। ହେଲେ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦିଷ୍ଟଭାବେ କେବେ ସରିବ, ତାହା କୁହାଯାଇନାହିଁ। ପ୍ରକଳ୍ପ କାର୍ଯ୍ୟ ସରିବା ବିଭିନ୍ନ ଦିଗ ଏବଂ ଜିନିଷ ଉପରେ ନିର୍ଭର କରୁଥିବା କୁହାଯାଇଛି। ତୁରନ୍ତ ଜମି ଅଧିଗ୍ରହଣ, ପରିବେଶ ମଞ୍ଜୁରୀ, ଇନ୍‌ଫ୍ରିଜିଙ୍ଗ୍‌ ୟୁଟିଲିଟିଜ୍‌, ବିଭିନ୍ନ ସଂସ୍ଥାଗତ ଅନୁମତି, ପ୍ରକଳ୍ପ ହେଉଥିବା ଅଞ୍ଚଳର ପରିବେଶ, ବିସ୍ଥାପନ ସମସ୍ୟା ଇତ୍ୟାଦି ବିଷୟ ରହିଛି। ସମସ୍ତ ବିଷୟ ସମ୍ପର୍କିତ ଉପଯୁକ୍ତ ସମନ୍ବୟ ଦ୍ୱାରା ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇପାରିବ ବୋଲି କୁହାଯାଇଛି।
ସେହିଭଳି ସସ୍ମିତ ବ୍ରହ୍ମପୁର-ସମ୍ବଲପୁର(ଭାୟା-ଫୁଲବାଣୀ) ରେଳ ପ୍ରକଳ୍ପ କାର୍ଯ୍ୟ ବିଷୟରେ ମଧ୍ୟ ପ୍ରଶ୍ନ କରିଥିଲେ। ଏହି ରେଳପଥର ଯେଉଁ ଅଂଶ ଓଡ଼ିଶା ରେଳବାଇ ଭିତ୍ତିଭୂମି ଉନ୍ନୟନ ସଂସ୍ଥା(ଓଆରଆଇଡିଏଲ) ଦ୍ୱାରା କରାଯାଉଛି, ସେ ସମ୍ପର୍କରେ ବିବରଣୀ ମାଗିଥିଲେ। ଏହାର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, ନୂଆ ବ୍ରହ୍ମପୁର-ଫୁଲବାଣୀ-ସମ୍ବଲପୁର ରେଳପଥ(୨୪୫.୫ କି.ମି)ର ପ୍ରାକ୍‌-ନିବେଶ କାର୍ଯ୍ୟ ଓଆରଆଇଡିଏଲ୍‌କୁ ପ୍ରଦାନ କରାଯାଇଛି। ଯାହା ମଧ୍ୟରେ ଫିଜିବିଲିଟ୍‌ ରିପୋର୍ଟ, ପୂର୍ଣ୍ଣାଙ୍ଗ ପ୍ରକଳ୍ପ ରିପୋର୍ଟ(ଡିପିଆର) ଏବଂ ସର୍ବେକ୍ଷଣ କାର୍ଯ୍ୟ ରହିଛି। ଖୋର୍ଦ୍ଧା-ବଲାଙ୍ଗୀର ପ୍ରକଳ୍ପ ଭଳି ଏହି ପ୍ରକଳ୍ପ କେବେ ସରିବ, ସେ ନେଇ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ସମ୍ପର୍କରେ ରେଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇନାହିଁ। ଅନୁରୂପଭାବେ ଖୋର୍ଦ୍ଧାରୋଡ-ବାରଙ୍ଗ ତୃତୀୟ ଲାଇନ (୩୨.୩୪ କି.ମି) କାର୍ଯ୍ୟର ୨୫.୭୩ କି.ମି କରାଯାଇଛି, ଅବଶିଷ୍ଟ କାର୍ଯ୍ୟ ଚାଲୁ ରହିଥିବା ମନ୍ତ୍ରୀ ଗୋଏଲ ଉଲ୍ଲେଖ କରିଛନ୍ତି। ଏହି ପ୍ରକଳ୍ପ ପାଇଁ ପ୍ରସ୍ତାବିତ ୩୯୬ କୋଟି ଟଙ୍କା ମଧ୍ୟରୁ ୩୮୧ କୋଟି ଟଙ୍କା ଖର୍ଚ୍ଚ ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା କରାଯାଇସାରିଛି। ୨୦୧୯-୨୦ରେ ବଜେଟ (ଆଉଟ ଲେ) ୮ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହି ପ୍ରକଳ୍ପ କେବେ ସରିବ, ସେ ନେଇ ମଧ୍ୟ କୌଣସି ସ୍ପଷ୍ଟ ସମୟ ସମ୍ପର୍କରେ ସୂଚନା ଦିଆଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri