ଖୋଜିଲେ ମିଳିବ ବାଟ

ପଦ୍ମପୁର, ୨୦।୫(ଡି.ଏନ.ଏ.)- ଜଣେ ଗୃହିଣୀ ହୋଇଥିଲେ ବି ତାଙ୍କ ଇଚ୍ଛାଶକ୍ତି ଓ ଅଧ୍ୟବସାୟ ଆଗରେ ହାର୍‌ ମାନିଛି ଦାରିଦ୍ର୍ୟ। ପରିଶ୍ରମ ଓ ଚେଷ୍ଟା ତାଙ୍କୁ କରିଛି ସ୍ବାବଲମ୍ବୀ। ଧୂପକାଠି ପ୍ରସ୍ତୁତ କରି ସେ ଜଣେ ଗୃହିଣୀରୁ ସଫଳ ଉଦ୍ୟୋଗୀ ହୋଇପାରିଛନ୍ତି। ଅନ୍ୟ ଅଭାବୀ ମହିଳାଙ୍କୁ ରୋଜଗାର ପନ୍ଥା ଯୋଗାଇ ସେ ସମସ୍ତଙ୍କ ପାଇଁ ପାଲଟିଯାଇଛନ୍ତି ଏକ ଉଦାହରଣ।
ଏହି ମହିଳା ହେଲେ ସାବିତ୍ରୀ ବେହେରା(୪୦)। ଘର ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଗୋପବନ୍ଧୁନଗର ପଞ୍ଚାୟତ ଗଦି ଗ୍ରାମରେ। ସ୍ବାମୀ ଓ ଏକମାତ୍ର ପୁଅଙ୍କୁ ନେଇ ତାଙ୍କ ପରିବାର। ଜମିବାଡ଼ି ବିଶେଷ ନ ଥିବାରୁ ନିଜେ ସ୍ବାବଲମ୍ବୀ ହେବା ପାଇଁ ସାବିତ୍ରୀ ୨୦୧୩ରେ ପ୍ରଥମେ ପ୍ରୟାସ ଆରମ୍ଭ କରିଥିଲେ। ଧୂପକାଠି ବ୍ୟବସାୟ କରିବାକୁ ସ୍ଥିର କରି ଅଳ୍ପ ପୁଞ୍ଜିରେ ସେ କାମ ଆରମ୍ଭ କରିଥିଲେ।
ସେବେଠାରୁ ନିଜ ଘରେ ସେ ଧୂପକାଠି ତିଆରି କରିଆସୁଛନ୍ତି। ଏଥିପାଇଁ ଆବଶ୍ୟକ ପଡୁଥିବା କଞ୍ଚାମାଲ ଅଙ୍ଗାର, ଜିନ୍‌କେଡ୍‌, କାଠି ବାଲେଶ୍ୱର ଜିଲାର ସୋର ଅଞ୍ଚଳରୁ ସଂଗ୍ରହ କରିଥାନ୍ତି। ଗ୍ରାମର ଆଉ ଦୁଇ ମହିଳାଙ୍କ ସହଯୋଗରେ ସେ ଦୈନିକ ପ୍ରାୟ ୧୦୦ ପ୍ୟାକେଟ୍‌ ଧୂପକାଠି ତିଆରି କରିପାରୁଛନ୍ତି। ସ୍ଥାନୀୟ ବଜାରରେ ଧୂପ ପ୍ୟାକେଟର ମୂଲ୍ୟ ୮୫ରୁ ୯୦ ଟଙ୍କା। ସାବିତ୍ରୀ ତିଆରି କରୁଥିବା ଧୂପ ପ୍ୟାକେଟ୍‌ଗୁଡ଼ିକୁ ଅଣ୍ଡରାଇ, ସାବରଙ୍ଗ, ବାସୁଦେବପୁର, ଚାନ୍ଦବାଲି ଅଞ୍ଚଳକୁ ପଠାଇ ବିକ୍ରି କରିଥାନ୍ତି। ତାଙ୍କ ହାତ ତିଆରି ଧୂପର ଚାହିଦା ବଢ଼ିବା ଦେଖି କେତେକ ବେପାରୀ ଗଦିସ୍ଥିତ ତାଙ୍କ ଘରକୁ ଆସି ଏହାକୁ କିଣି ନେଇଯାଉଛନ୍ତି। କଞ୍ଚାମାଲ୍‌ର ମୂଲ୍ୟ ଓ ଦୁଇ ମହିଳା କର୍ମଚାରୀଙ୍କୁ ପ୍ରାପ୍ୟ ପ୍ରଦାନ ପରେ ମାସିକ ୮ରୁ ୧୦ ହଜାର ଟଙ୍କା ରୋଜଗାର ହେଉଛି। ଏଥିରେ ପରିବାର ପ୍ରତିପୋଷଣ କରି ନିଜ ପୁଅକୁ ପାଠ ପଢ଼ାଇ ମଣିଷ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି। ଧୂପ ପ୍ରସ୍ତୁତି ବ୍ୟବସାୟ ବଢ଼ାଇବା ଲାଗି ‘ସାବିତ୍ରୀ ଟ୍ରେଡର୍ସ’ ନାମରେ ଏକ ସଂସ୍ଥା ଖୋଲି ଏହାକୁ ପଞ୍ଜୀକରଣ କରାଇଛନ୍ତି। ନିଜେ ରୋଜଗାର କରିବା ସହ ଅନ୍ୟକୁ ରୋଜଗାର ଦେବାରେ ଆନନ୍ଦ ନିଆରା ବୋଲି ସାବିତ୍ରୀ କହିଛନ୍ତି। ବର୍ତ୍ତମାନ ସମାଜରେ ବେକାରି ସମସ୍ୟା ବୃଦ୍ଧି ପାଉଛି। ଚାକିରି ପ୍ରତି ନିର୍ଭରଶୀଳ ନ ହୋଇ ଆତ୍ମନିର୍ଭରଶୀଳ ହେବା ସକାଶେ ବାଟ ଖୋଜିଲେ ଅବଶ୍ୟ ଏହା ମିଳିଯିବ। ଗ୍ରାମାଞ୍ଚଳ ହେଉ କି ସହର ଉଦ୍ୟମ କଲେ ସମସ୍ତେ ସ୍ବାବଲମ୍ବୀ ହୋଇପାରିବେ ବୋଲି ସାବିତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରୀବହୀ ବସ୍‌ ଦୁର୍ଘଟଣାଗ୍ରସ୍ତ: ୪ ଆହତ

ବାଲେଶ୍ୱର୨୨।୩(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥର ବସ୍ତା ଥାନା ଭେଲୋରା ଛକ ନିକଟରେ ରବିବାର ଏକ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି l ଫଳରେ…

ଚମଡା ଡିଲ ବେଳେ ମାଡ଼ିବସିଲା ବନବିଭାଗ: ୨ ଅଟକ …

ବାରିପଦା, ୨୨।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଞ୍ଚଳରେ କଳାବାଘ (ମିଲେନିଷ୍ଟିକ) ଛାଲ ଡିଲ ବେଳେ ବନବଭାଗ ଚଢାଉ କରିଛି । ଘଟଣାରେ ୨…

ବିଜେଡି ଛାଡ଼ିଲେ ବସ୍ତା ବ୍ଲକ ସଭାପତି ଅନିଲ ମହାନ୍ତି, କହିଲେ ଏହି ବଡ଼ କାରଣ…

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ): ବିଜେଡି ଛାଡ଼ିଲେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଭାପତି ଅନିଲ କୁମାର ମହାନ୍ତି l ସେ ଶନିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ…

ବର୍ଷେ ହେଲା ପ୍ରେମିକାଙ୍କ ସହ ରଖୁଥିଲେ ଶାରିରୀକ ସମ୍ପର୍କ: ଗର୍ଭବତୀ ହେବାରୁ…

ନୀଳଗିରି,୨୧।୩(ପ୍ରଶାନ୍ତ ବିଶ୍ୱାଳ):ପ୍ରେମିକାଙ୍କୁ ଗର୍ଭବତୀ ପରେ ପ୍ରତାରଣା। ବିବାହର ମିଛ ପ୍ରତିଶ୍ରୁତି ଦେଇ ବର୍ଷେ ହେଲା ପ୍ରେମିକାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ପ୍ରେମିକା ଗର୍ଭବତୀ ହେବା ପରେ…

ଶାରିରୀକ ସମ୍ପର୍କ ରଖିବାକୁ ମନା କଲେ ଯମୁନା: ପ୍ରେମିକ-ମା’ ମିଶି କଲେ ଏମିତି କାମ

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ):ବାଲେଶ୍ୱର ଜିଲା ରୂପ୍‌ସା ଥାନା ଅଧୀନ ଲଛମନଖୁଣ୍ଟା ଅଞ୍ଚଳରେ ଗତ ୧୭ ତାରିଖରେ ଘଟିଥିବା ମହିଳାଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ୍‌ ହୋଇଛି। ଶାରୀରିକ ସମ୍ପର୍କ…

ଶୋଇଥିଲେ ଚକ୍ରଧର: ଘରେ ପଶିଲେ ଦୁବୃର୍ତ୍ତ, ଆଉ ତା’ପରେ…

ସିମୁଳିଆ,୧୯।୩(ସନ୍ତୋଷ କୁମାର ନାୟକ) ବାଲେଶ୍ୱର ଜିଲା ଖଇରା ବ୍ଲକ ସିମୁଳିଆ ଥାନା ଅଧୀନ ଭୁଗୁପୁର ଶାସନରେ କୃଷ୍ଣ ଚନ୍ଦ୍ର ଉପାଧ୍ୟାୟ ଓ ଚକ୍ରଧର ଉପାଧ୍ୟାୟଙ୍କ ପରିବାର ଶୋଇଥିବାବେଳେ…

ଆଳୁ ବୋଝେଇ ଟ୍ରକକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ୨ ଜୀବନ

ସୋର,୧୯।୩(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ନଂ ଜାତୀୟ ରାଜପଥ ତଳନଗରଠାରେ ଗୁରବାର ଭୋର ଏକ ଟ୍ରକ ଓ ଅନ୍ୟ ଏକ ଆଳୁ ବୋଝେଇ ଟ୍ରକ…

ଛାଡ଼ପତ୍ର ନେବା ପାଇଁ କୋର୍ଟକୁ ଆସିଥିଲେ ସ୍ତ୍ରୀ, ରାସ୍ତା ମଝିରେ ସ୍ବାମୀଙ୍କ ମାଡ଼ରେ ହେଲେ ଲହୁଲୁହାଣ, ଆଉ ତା’ ପରେ…

ବାଲେଶ୍ୱର,୧୮ା୩(ବାଞ୍ଛାନିଧି ଦେ): ରାସ୍ତା ମଝିରେ ସ୍ତ୍ରୀଙ୍କୁ ମାରି ଲହୁଲୁହାଣ କରିଦେଇଛନ୍ତି ସ୍ବାମୀ। ବିବାହ ବିଚ୍ଛେଦ ପାଇଁ ଫ୍ୟାମିଲି କୋର୍ଟକୁ ଆସିଥିଲେ ସ୍ତ୍ରୀ। ମାତ୍ର ଘରକୁ ଯିବା ରାସ୍ତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri