ଖୁବ୍‌ଶୀଘ୍ର ବିଏସ୍‌ଏଲ୍‌ସିରେ ଆରମ୍ଭ ହେବ ଖନନ ପ୍ରକ୍ରିୟା: ଧର୍ମେନ୍ଦ୍ର

ଭୁବନେଶ୍ୱର, ୨୩।୭(ବ୍ୟୁରୋ):କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ବିର୍ସା ଷ୍ଟୋନ୍‌ ଲାଇମ୍‌ କମ୍ପାନୀ ଲିମିଟେଡ(ବିଏସ୍‌ଏଲ୍‌ସି)ରେ ଖନନ ପ୍ରକ୍ରିୟା କାର୍ଯ୍ୟ ଖୁବ୍‌ଶୀଘ୍ର ଆରମ୍ଭ ହେବ ବୋଲି ଜଣାପଡିଛି ା ଏଥିପାଇଁ ଭବିଷ୍ୟତରେ ଶ୍ରମିକ ଏବଂ ସଂଶ୍ଲିଷ୍ଟ ସଂସ୍ଥାଗୁଡିକ ପ୍ରଭାବିତ ହେବେ ନାହିଁ ବୋଲି ସୋମବାର ଇସ୍ପାତ୍‌ ମନ୍ତ୍ରଣାଳୟରେ ଧର୍ମେନ୍ଦ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ପରେ ସୂଚନା ଦିଆଯାଇଛି ା ବୈଠକରେ ପରିଚାଳନା ସମ୍ବନ୍ଧିତ ବିଷୟର ସମାଧାନ କରାଯିବ ବୋଲି ସହମତି ପ୍ରକାଶ ପାଇଛି ା ସେଲ୍‌ ଏବଂ ଆରଆଇଏନଏଲ ବିଏସ୍‌ଏଲ୍‌ସିରୁ ଅଗ୍ରୀମ ଭାବରେ ଡୋଲାମାଇଟ୍‌ ନେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ା ଏଥିପାଇଁ ଏକ ଦୀର୍ଘମିଆଦୀ ଯୋଜନା ଖୁବ୍‌ଶୀଘ୍ର ପ୍ରସ୍ତୁତ ହେବ ା ଏହି କାର୍ଯ୍ୟ ଚଳିତ ସପ୍ତାହ ମଧ୍ୟରେ ପୁଣି ଆରମ୍ଭ ହେବ ବୋଲି ଧର୍ମେନ୍ଦ୍ର କହିଛନ୍ତି ା ବୈଠକରେ ଇସ୍ପାତ୍‌ ରାଷ୍ଟ୍ରମନ୍ତ୍ରୀ ଫଗନ୍‌ ସିଂହ କୁଲସ୍ତେ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ ଏବଂ ଇସ୍ପାତ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ା ପ୍ରକାଶ ଯେ, ରାଷ୍ଟ୍ରୀୟ ଇସ୍ପାତ୍‌ ନିଗମ ଲିମିଟେଡ୍‌ର ସହାୟକ କମ୍ପାନୀ ବିଏସ୍‌ଏଲ୍‌ସି ୧୯୧୦ରୁ ଓଡିଶାର ସୁନ୍ଦରଗଡ ଜିଲାରେ ଖନନ ଏବଂ ବିପଣନ ଚୂନ ପଥର ଓ ଡୋଲାମାଇଟର କାରବାର କରୁଛି ା ବିଗତ କିଛିଦିନ ଧରି ବିଏସ୍‌ଏଲ୍‌ସିକୁ ପରିଚାଳନା ବନ୍ଦ କରିବାକୁ ପଡିଥିଲା ା ଏହି ମାମଲାକୁ ଜୁଏଲ ଓରାମ ଏବଂ ବୀରମିତ୍ରପୁରର ବିଧାୟକ ଶଙ୍କର ଓରାମ ଏବଂ ପ୍ରଭାବିତ ଶ୍ରମିକ ଓ କର୍ମଚାରୀ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ଚାମ୍ପିୟନ୍‌ଶିପ୍‌ରେ ଭାଗନେବ ହକି ଓଡ଼ିଶା: ହାଇକୋର୍ଟ

କଟକ ଅଫିସ,୨୨ା୧:ଜାତୀୟ ହକି ଚାମ୍ପିୟନ୍‌ଶିପ୍‌ରେ ହକି ଓଡ଼ିଶା ଭାଗ ନେବ। ହାଇକୋର୍ଟ ଦେଇଛନ୍ତି ଏହି ଆଦେଶ। ହକି ଇଣ୍ଡିଆ ପକ୍ଷରୁ ଆସନ୍ତା ୨୩ରୁ ଫେବୃୟାରୀ ୨...

ଦିନ ମଜୁରିଆଙ୍କ ଝିଅ ରଖିଲେ ୮୮.୫% ମାର୍କ

ଢେଙ୍କାନାଳ ଅଫିସ, ୨୩।୫: ପ୍ରତିକୂଳ ପରିସ୍ଥିତି ଆସିଲେ ଅନେକେ ଆଶା ଛାଡ଼ିଦିଅନ୍ତି। ଦାୟିତ୍ୱରୁ ମୁହଁ ଫେରାଇ ପିଠି ପଛ କରି ଫେରିଆସନ୍ତି। ସମାଜରେ ଏପରି ଉଦାହରଣର ଅଭାବନାହିଁ।...

ରାଜ୍ୟରୁ ବର୍ତ୍ତମାନ ସୁଦ୍ଧା ସୁସ୍ଥ ହେଲେଣି ୧୨,୭୮,୭୯୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୩୦ା୪(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୭୮,୭୯୫ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।...

ସିଏମ୍‌ ରିଲିଫ୍‌ ପାଣ୍ଠିକୁ ଦାନ କଲେ ଚା’ ଦୋକାନୀ

ଭୁବନେଶ୍ୱର,୨୧ା୪(ବ୍ୟୁରୋ): ଭୁବନେଶ୍ୱର ଆର୍‌ଟିଓ ଅଫିସ ନିକଟ ଏକ ଓମ୍‌ଫେଡ୍‌ ବୁଥ୍‌ରେ ଚା’ ବିକ୍ରି କରୁଥିବା ଦୋକାନୀ ଶିବଶଙ୍କର ଜେନା ନିଜ ରୋଜଗାରରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ...

ମାହାଙ୍ଗା ରାସ୍ତା ନିର୍ମାଣରେ ଦୁର୍ନୀତି ଅଭିଯୋଗ: ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଲେ ଲୋକାୟୁକ୍ତ

ଭୁବନେଶ୍ୱର,୨୮ା୧୧(ବ୍ୟୁରୋ): କଟକ ପୂର୍ତ୍ତ ଡିଭିଜନ-୨ ଅନ୍ତର୍ଗତ ସାଲେପୁର ସବ୍‌ଡିଭିଜନର ମାହାଙ୍ଗା ସେକ୍ସନରେ ହୋଇଥିବା ରାସ୍ତା ନିର୍ମାଣ ଟେଣ୍ଡର ଦୁର୍ନୀତିର ତଦନ୍ତ କରିବାକୁ ଲୋକାୟୁକ୍ତ ବୁଧବାର ଭିଜିଲାନ୍ସକୁ...

ବର୍ଷକୁ କୋଟିଏ ବଞ୍ଚାନ୍ତା ଗୋଟିଏ କେନ୍ଦ୍ର

ବଇଣ୍ଡା,୧୫ା୪: ଗାଁ ଗିଳିଦେଉଛି ନିଆଁ। ପ୍ରତିବର୍ଷ ପୋଡ଼ି ଛାରଖାର କରିଦେଉଛି କୋଟି କୋଟି ଟଙ୍କାର ସମ୍ପତ୍ତି। ଏହି ବଡ଼ ବିପତ୍ତିରୁ ୨୦ ପଞ୍ଚାୟତବାସୀଙ୍କୁ ବଞ୍ଚାଇବା ପାଇଁ...

ବିଜେପୁର ଉପନିର୍ବାଚନ: ୩ଟା ସୁଦ୍ଧା ୫୬.୫% ମତଦାନ

ବରଗଡ଼ ଅଫିସ/ବିଜେପୁର, ୨୧।୧୦(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ ସୋମବାର ମତଦାନ ଚାଲିଛି । ନିର୍ବାଚନମଣ୍ଡଳୀର ୨୮୫ ବୁଥ୍‌ରେ ମତଦାନ ପ୍ରକ୍ରିୟା ଚାଲିଥିବା ବେଳେ...

କେନ୍ଦ୍ରୀୟ ବାହିନୀ ଖର୍ଚ୍ଚ ଛାଡ଼ ହେଉ

ଭୁବନେଶ୍ୱର,୩୦ା୪(ବ୍ୟୁରୋ): ଓଡ଼ିଶାରେ କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷା ବାହିନୀ (ସିଏପିଏଫ୍‌) ମୁତୟନ ବାବଦ ୪୫୬୧.୨୩ କୋଟି ଟଙ୍କାର ଖର୍ଚ୍ଚ ପଇଠ କରିବାକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦାବି କରିଛି।...

Advertisement
Archives

Model This Week