‘ଖୁବ୍‌ଶୀଘ୍ର ଆଉ ୩ ମେଡିକାଲ କଲେଜ’

ଭୁବନେଶ୍ୱର/ସମ୍ବଲପୁର/,୮।୭(ବ୍ୟୁରୋ): ରାଜ୍ୟରେ ଖୁବ୍‌ଶୀଘ୍ର ଆଉ ୩ଟି ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ। ସୁନ୍ଦରଗଡ଼, ପୁରୀ ଓ ତାଳଚେରରେ ମେଡିକାଲ କଲେଜ ସ୍ଥାପନ କରିବାକୁ ରାଜ୍ୟ ସରକାର ସ୍ଥିର କରିଥିବା ରବିବାର ଦିନିକିଆ ସମ୍ବଲପୁର ଗସ୍ତରେ ଆସି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଥିଲେ ଯେ ମେଡିକାଲ କଲେଜ ପ୍ରତିଷ୍ଠା ହେଲେ ରାଜ୍ୟରେ ସ୍ବାସ୍ଥ୍ୟସେବାରେ ଦେଖାଦେଉଥିବା ସମସ୍ୟା ଦୂର ହେବ। ଏଥିସହ ରାଜ୍ୟରେ ଡାକ୍ତର ଅଭାବ ସମସ୍ୟା ମଧ୍ୟ ରହିବ ନାହିଁ। ଡାକ୍ତର ଅଭାବ ଏବେ ପ୍ରମୁଖ ସମସ୍ୟା ରହିଛି। ଏହି ସମସ୍ୟା ଦୂର କରିବାକୁ ଏବେ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। ଆସନ୍ତା ୨ ବର୍ଷ ମଧ୍ୟରେ ଖାଲିଥିବା ଡାକ୍ତର ପଦବୀ ପୂରଣ ହେବ। ରାଜ୍ୟରେ ଖୁବ୍‌ ଶୀଘ୍ର ନୂଆ ସ୍ବାସ୍ଥ୍ୟ ନୀତି ଲାଗୁ ହେବ। ଏହି ନୀତି ଅନୁସାରେ ସରକାରଙ୍କ ଅର୍ଥରେ ପଢୁଥିବା ଡାକ୍ତରୀ ଛାତ୍ରୀଛାତ୍ର ରାଜ୍ୟ ବାହାରକୁ ଯିବେ ନାହିଁ। ପାଠପଢ଼ା ସରିବା ପରେ ଏହି ଛାତ୍ରୀଛାତ୍ର ପ୍ରଥମେ ରାଜ୍ୟରେ ସ୍ବାସ୍ଥ୍ୟସେବାରେ ନିୟୋଜିତ ହେବେ ବୋଲି ମନ୍ତ୍ରୀ କହିଛନ୍ତି। ପଶ୍ଚିମ ଓଡ଼ିଶାରେ ବିଭିନ୍ନ ଡାକ୍ତରଖାନାର ସମସ୍ୟା ଦୂର କରିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି। ବିଭିନ୍ନ ମେଡିକାଲ କଲେଜରେ ସମୀକ୍ଷା ବୈଠକ କରି ପରିସ୍ଥିତି ସମ୍ପର୍କରେ ଆଲୋଚନା କରାଯାଉଛି। ସମ୍ବଲପୁର ଭିମସାର ମେଡିକାଲ କଲେଜରେ ଆସନ୍ତା ୧୦ ତାରିଖରେ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରାଯିବ ବୋଲି ଦାସ କହିଥିଲେ। ସୂଚନାଯୋଗ୍ୟ, ସମ୍ବଲପୁର ଗଙ୍ଗାଧର ମେହେର କଲେଜର ୭୫ତମ ପ୍ରତିଷ୍ଠା ଦିବସ ରବିବାର ସ୍ଥାନୀୟ ତପସ୍ବିନୀ ପ୍ରେକ୍ଷାଳୟରେ ପାଳନ କରାଯାଇଥିଲା। ଏଥିରେ ସ୍ବାସ୍ଥ୍ୟମନ୍ତ୍ରୀ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ସେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓମାନରେ ୮ ଓଡ଼ିଆ ଶ୍ରମିକ ନିର୍ଯାତିତ

ବାଲୁଗଁ।/ବାଣପୁର, ୨୨।୧୦(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲାରେ ଅଣ ପଞ୍ଜୀକୃତ ଠିକାଦାରଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏମାନେ ବାହାର ରାଜ୍ୟ କମ୍ପାନୀର ଏଜେଣ୍ଟ ଭାବେ କାର୍ଯ୍ୟ କରୁଛନ୍ତି। ନିଜକୁ...

ବାଲୁକାକଳାରେ ପିତୃ ଦିବସର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ଭୁବନେଶ୍ୱର,୧୬।୬(ବ୍ୟୁରୋ): ଆଜି ହେଉଛି ବିଶ୍ୱ ପିତୃ ଦିବସ। ବାପାମାନଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଦିନଟିର ସୃଷ୍ଟି। ଏହି ଦିବସର ମହାନୀୟତାକୁ ମନେ ପକାଇ ନିଜ ବାଲୁକାକଳା...

ନିଜକୁ ଇଞ୍ଜିନିୟର କହୁଥିଲେ: ମିଛ ଧରାପଡିବା ପରେ ଦେଲେ ଏସିଡ୍‌ ମାଡ଼ ଧମକ

ଭଦ୍ରକ ଅଫିସ,୬।୬: ଭଦ୍ରକ ଗ୍ରାମାଞ୍ଚଳ ଥାନା ବରପଦା ପଖିଆଗୁଡ଼ି ଅଞ୍ଚଳର ଜଣେ ଯୁବତୀଙ୍କୁ ଚାରିଡିହା ଗ୍ରାମର ଜଣେ ଯୁବକ ବିବାହ କରିବାକୁ ବାଧ୍ୟ କରୁଛନ୍ତି। ତାଙ୍କୁ...

ବାତ୍ୟା: ଶୂନ ଜୀବନହାନି ଉପରେ ଗୁରୁତ୍ୱ

ଭୁବନେଶ୍ୱର,୨୫ା୯(ବ୍ୟୁରୋ): କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଜାତୀୟ ସଙ୍କଟ ପରିଚାଳନା କମିଟି (ଏନ୍‌ସିଏମ୍‌ସି) ବୈଠକ ଶନିବାର ଅନୁଷ୍ଠିତ ହୋଇଛି। ବୈଠକରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା...

ବିବାହରେ ବିଫଳ ହେବାରୁ ଜୀବନ ହାରିଲେ ନାବାଳିକା

ପଦ୍ମପୁର,୨୩।୧୦(ଡି.ଏନ.ଏ): ପ୍ରେମରେ ବିଫଳ ହେବା ପରେ ପ୍ରେମୀ ଯୁଗଳ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏଥିରେ ପ୍ରେମିକାଙ୍କ ମୃତ୍ୟୁ ଘଟିଛି। ମାତ୍ର ପ୍ରେମିକ ଜଣକ ଆତ୍ମହତ୍ୟା ଉଦ୍ୟମ...

ଅନ୍‌ଲାଇନରେ ମା’ଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ

କେନ୍ଦୁଝର,୨।୧(ସ୍ବ.ପ୍ର.)-ପ୍ରତ୍ୟେକ ବର୍ଷ ଆରମ୍ଭରେ ମା’ ତାରିଣୀ ପୀଠରେ ଭକ୍ତଙ୍କ ଭିଡ଼ ଜମେ। ଦୂରଦୂରାନ୍ତରୁ ଭକ୍ତମାନେ ଆସି ମା’ଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରି ନବବର୍ଷ...

‘ନିର୍ବାଚନ ବାତିଲ, ଗଣତନ୍ତ୍ରର ହତ୍ୟା’

ବ୍ରହ୍ମପୁର ଅଫିସ୍‌,୨୪ା୮-କ୍ୟାମ୍ପସ୍‌ରେ ବିଶୃଙ୍ଖଳା ଆଶଙ୍କାରେ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବନ୍ଦକରି ଦିଆଯାଇଛି। ଏହାକୁ ଅନେକ ଛାତ୍ର ସଂଗଠନ...

ଏଥର ତାଲିକା ଭୁଲ୍‌ ହେଲେ ନବୀନ ନିବାସ ଘେରାଉ: ଭାଜପା

ଭୁବନେଶ୍ବର,୧୭ା୧(ବ୍ୟୁରୋ):ରାଜ୍ୟରେ ଥିବା ବାସହୀନଙ୍କୁ ଘରଟିଏ ଦେବାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସଫଳ ରୂପାୟନ ପାଇଁ ଭାଜପା ରାଜ୍ୟ ସରକାରଙ୍କୁ ବାରମ୍ବାର ଚେତାବନୀ ଦେବା ସହ ଆନ୍ଦୋଳନ...

Advertisement
Archives

Model This Week