ଖୁଣ୍ଟ ଅଛି, ବିଦ୍ୟୁତ୍‌ ନାହିଁ

ବଅଁରପାଳ, ୨୨ା୩(ଡି.ଏନ.ଏ.) – ବଅଁରପାଳ ବ୍ଲକ କନ୍ୟାବେଡା ତେଲିସାହି ଓ ଭୋଇ ସାହି ବାସିନ୍ଦାଙ୍କ ମୌଳିକ ସମସ୍ୟା ସୁଧାରୁନି ପ୍ରଶାସନ। ସାହିରେ ବିଜୁଳି, ପାନୀୟ, ସ୍ବାସ୍ଥ୍ୟ, ଶିକ୍ଷା ଭଳି ସୁବିଧା ସୁଯୋଗରୁ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ପରିବାର ବଞ୍ଚିତ ହେଉଥିଲେ ହେଁ ଏ ଦିଗରେ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହୋଇଛି। ସାହିବାସୀଙ୍କ ଅଭିଯୋଗ ମୁତାବକ, ସାହିର ଅଧିକାଂଶ ଲୋକ ବିପିଏଲ ଅନ୍ତର୍ଭୂକ୍ତ ହୋଇଥିବାବେଳେ ସେମାନଙ୍କ ଘରେ ଆଜି ପର୍ଯ୍ୟନ୍ତ ବିଜୁଳି ସଂଯୋଗ ହୋଇପାରିନାହିଁ। ରାଜୀବ ଗାନ୍ଧୀ ବିଦ୍ୟୁତୀକରଣ ଯୋଜନାରେ ଉକ୍ତ ୨ ସାହିରେ ୨ ବର୍ଷ ହେଲା ଖୁଣ୍ଟ ପୋତାଯାଇଛି, ଲୋକଙ୍କ ଘରେ ଓ୍ବେୟାରିଂ ମଧ୍ୟ ସରିଛି। ହେଲେ ଏ ଯାଏ ବିଦ୍ୟୁତ୍‌ ସୁବିଧା ପାଇପାରିନାହାନ୍ତି ସାହିବାସୀ। ସେହିପରି ସାହିରେ ପାନୀୟ ଜଳ ସଙ୍କଟ ମଧ୍ୟ ଲାଗି ରହିଛି। ସେଠାରେ ଗୋଟିଏ ମାତ୍ର ନଳକୂଅ ରହିଥିବାରୁ ଲୋକେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ଦୀର୍ଘବର୍ଷ ହେଲା ପାଇପ ପଏଣ୍ଟମାନ ସ୍ଥାପନ କରାଯାଇଥିବାବେଳେ ଏ ପର୍ଯ୍ୟନ୍ତ ପାଣି ଯୋଗାଣ ହୋଇପାରିନାହିଁ। ସାହିକୁ ଯିବାକୁ ଭଲ ରାସ୍ତାଟିଏ ମଧ୍ୟ ନ ଥିବାରୁ ଲୋକେ ଯାତାୟାତରେ ସମସ୍ୟା ଭୋଗୁଛନ୍ତି। ତୁରନ୍ତ ଏ ଦିଗରେ ପଦକ୍ଷେପ ନିଆଯିବାକୁ ସାହିର କୈଳାସ ସାହୁ, ଗୁତିକା ସାହୁ, ଭୀମ ଭୋଇ, ପୂର୍ଣ୍ଣ ବେହେରା, ମରିଚି ଭୋଇ ପ୍ରମୁଖ ଦାବି କରିଛନ୍ତି। ଅତିରିକ୍ତ ବିଡିଓ ଦିଲୀପ ପ୍ରଧାନ କହିଛନ୍ତି, ଦୀର୍ଘ ଦିନ ହେଲା ଖୁଣ୍ଟ ପୋତାଯାଇଛି। ଲୋକେ କିପରି ସୁବିଧା ପାଇପାରିବେ ସେ ନେଇ ଶୀଘ୍ର ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଟ୍ରାକ୍‌ ମରାମତି କାମ କରୁଥିଲେ ଶ୍ରମିକ, ହଠାତ୍‌ ମାଡିଆସିଲା ଏକ୍ସପ୍ରେସ ଟ୍ରେନ୍‌, ଆଉ ତା’ ପରେ…

ଲୋଇସିଂହା,୪।୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ବୁର୍ଡା ବସ୍ତି ରେଳ ଫାଟକ ନିକଟରେ ଦୁଇଦିନ ତଳେ ରେଳ ଟ୍ରାକ୍‌ ମରାମତି କାମ ଚାଲିଥିବାବେଳେ ଏକ…

‘ନ୍ୟାୟ ପ୍ରଦାନରେ ବିଳମ୍ବ ଜଣାଶୁଣା ବ୍ୟାଧି’

ନୂଆଦିଲ୍ଲୀ,୪ା୨: ହାଇକୋର୍ଟଗୁଡ଼ିକ ରାୟକୁ ପ୍ରକାଶ ନ କରି ମାସ ମାସ ଧରି ସଂରକ୍ଷିତ ରଖିବା ଅଭ୍ୟାସ ଏକ ଜଣାଶୁଣା ବେମାରି ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର କହିବା ସହ…

ସଇତାନ ସାଜିଲେ ପ୍ରେମିକା: ଯାହାକୁ ହୃଦୟ ଦେଇ ବସିଥିଲେ ,ତାକୁ ମାରିଦେଲେ: ମାତ୍ର ଏହି ଭୁଲ୍‌ ପାଇଁ…

ରାୟପୁର, ୪ା୨: ସାମାନ୍ୟ ମତାନ୍ତରକୁ କେନ୍ଦ୍ରକରି ଜଣେ ୨୨ ବର୍ଷୀୟା ପ୍ରେମିକା ତାଙ୍କ ୨୫ ବର୍ଷୀୟ ପ୍ରେମିକଙ୍କୁ ହତ୍ୟା କରିଛନ୍ତି। ଏଭଳି ଏକ ସ୍ପର୍ଶକାତର ଘଟଣା ଛତିଶଗଡ଼…

ମା’ ହେଲେ ୭ମ ଶ୍ରେଣୀ ଛାତ୍ରୀ: ଲୋକଲଜ୍ଜ୍ୟା ଭୟରେ ଘର ଲୋକେ…

ରସୁଲପୁର,୪ା୨(ରଞ୍ଜିତ ରାଉତ):ଯାଜପୁର ଜିଲା କୁଆଖିଆ ଥାନା ଅଞ୍ଚଳରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ମାତୃତ୍ୱଲାଭ କରିଛନ୍ତି। ଏହିଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାକୁ ନେଇ…

ମାଟିର ଗରିମା ବଢ଼ାଇଛି ନାରୀ ନେତୃତ୍ୱ

ବାଲେଶ୍ୱର/ରେମୁଣା,୪।୨ (ବାଞ୍ଛାନିଧି ଦେ/ରବୀନ୍ଦ୍ର ମହାକୁଡ଼): ସାହିତ୍ୟ ଓ ସଂଗ୍ରାମ ପାଇଁ ବାଲେଶ୍ୱର ଓ ଭଦ୍ରକ ମାଟି ସୁପ୍ରସିଦ୍ଧ। ଅନେକ ବରପୁତ୍ରଙ୍କୁ ଜନ୍ମଦେଇ ଏ ମାଟି ଭାରତମାତାର ମୁଖ…

ଜି.ଉଦୟଗିରି ଶୀତ ମହୋତ୍ସବ “ତୁଷାର” ୨୦୨୬ ଉଦଘାଟିତ: କଳାହାଣ୍ଡି କଟାପାଙ୍କ ଅଭିନୟ ଦେଖି…

ଜି.ଉଦୟଗିରି, ୩।୨(ଚିନ୍ମୟ କୁମାର ସେଠି): କନ୍ଧମାଳ ଜିଲା ଜି.ଉଦୟଗିରି ସହରର ଶ୍ରୀରାମପଦା ସ୍ଥିତ କଳିଙ୍ଗ ମିନି ଷ୍ଟାଡିୟମରେ ୫ଦିନ ବ୍ୟାପି ଅନୁଷ୍ଠିତ ହେଉଥିବା ଜି.ଉଦୟଗିରି ଶୀତ ମହୋତ୍ସବ…

ସରକାରୀ ଚାକୀରିଆଙ୍କୁ ୟୁଟ୍ୟୁବରଙ୍କ ଟକ୍କର: ବିବାହରେ ମିଳିଲା ୭୧ ଲକ୍ଷ ଟଙ୍କା, ୨୧ ତୋଳା ସୁନା

ମୁମ୍ବାଇ,୩।୨: ଆଗରୁ ବାହାଘର ପାଇଁ ସରକାରୀ ଚାକିରିଆଙ୍କ ପ୍ରବଳ ଡିମାଣ୍ଡ ଥିଲା। ଏବେ ୟୁଟ୍ୟୁବର ମଧ୍ୟ ଏହି ରେସରେ ସାମିଲ ହୋଇଯାଇଛନ୍ତି। ଜଣେ ଲୋକପ୍ରିୟ ଭାରତୀୟ ୟୁଟ୍ୟୁବରଙ୍କ…

ସାମାନ୍ୟ ବଚସା ପରେ ଧସ୍ତାଧସ୍ତି: ଚାଲିଗଲା ବ୍ୟବସାୟୀଙ୍କ ଜୀବନ, ମୁଣ୍ଡ ପିଟି…

ଭଞ୍ଜନଗର,୩।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସହର ଇଣ୍ଡିଆନ ଗ୍ୟାସ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ରାତି ପ୍ରାୟ ୯ ଟା ସମୟରେ ଜଣେ ବ୍ୟବସାୟୀଙ୍କ ସହ ଅନ୍ୟ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri