Posted inଖେଳ

ଖାଲି ଷ୍ଟାଡିୟମରେ ଆୟୋଜନ ହୋଇପାରେ ଆଇପିଏଲ୍‌: ଗାଙ୍ଗୁଲି

ନୂଆଦିଲ୍ଲୀ,୧୧।୬(ପି.ଟି.):ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆୟୋଜନ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ସୂଚନା ଦେଇଛନ୍ତି। ବିଶ୍ୱର ଏହି ଶ୍ରେଷ୍ଠ ଟି୨୦ ଲିଗ୍‌ ଫାଙ୍କା ଷ୍ଟାଡିୟମରେ ଆୟୋଜନ ହୋଇପାରେ ବୋଲି ସେ କହିଛନ୍ତି। କୋଭିଡ୍‌-୧୯ ମହାମାରୀ ସତ୍ତ୍ୱେ ଆଇପିଏଲ୍‌ ଆୟୋଜନ କରିବାକୁ ସବୁ ପ୍ରକାର ବିକଳ୍ପ ନେଇ ଆଲୋଚନା ହୋଇଛି। ଏହି ମହାମାରୀ କାରଣରୁ ଆଇପିଏଲ୍‌କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିଲା। ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ବୋର୍ଡ ବୈଠକ ପରେ ସବୁ ରାଜ୍ୟ ବୋର୍ଡଗୁଡିକୁ ଏ ସଂକ୍ରାନ୍ତରେ ଚିଠି ଲେଖା ଯାଇ ଅବଗତ କରାଯାଇଛି। କରୋନା ଭାଇରସ୍‌ର ଆତଙ୍କ ସତ୍ତ୍ୱେ ଆଇପିଏଲ୍‌ ଆୟୋଜନ ନେଇ ଗାଙ୍ଗଲି ବେଶ୍‌ ନିଶ୍ଚିତ ଅଛନ୍ତି। ଏହି ଭାଇରସ୍‌ରେ ଏପର୍ଯ୍ୟନ୍ତ ଭାରତରେ ୮,୦୦୦ ଲୋକ ପ୍ରାଣ ହରାଇଲେଣି।
ଚଳିତବର୍ଷ ଆଇପିଏଲ୍‌ ଆୟୋଜନ ନେଇ ଆମେ ସବୁ ପ୍ରକାର ବିକଳ୍ପ ନେଇ ଚିନ୍ତା କରିଛୁ। ଯଦି ଆବଶ୍ୟକ ହୁଏ ଏହି ମେଗା ଇଭେଣ୍ଟକୁ ଫାଙ୍କା ଷ୍ଟାଡିୟମରେ ଆୟୋଜନ କରିବାକୁ ପ୍ରୟାସ କରିବୁ ବୋଲି ଗାଙ୍ଗୁଲି କହିଛନ୍ତି। ଆଇପିଏଲ୍‌ ଆୟୋଜନ କରିବାକୁ ପ୍ରଶଂସକ, ଖେଳାଳି, ଫ୍ରାଞ୍ଚାଇଜ୍‌, ପ୍ରସାରଣକାରୀ ସଂସ୍ଥା, ପ୍ରାୟୋଜକ ଓ ଅନ୍ୟ ହିତଗ୍ରାହୀମାନେ ଆଗ୍ରହୀ ଅଛନ୍ତି ବୋଲି ସେ କହିଛନ୍ତି। କିଛିଦିନ ତଳେ କେତେଜଣ ଦେଶୀ ଓ ବିଦେଶୀ କ୍ରିକେଟର ଆଇପିଏଲ୍‌ ଆୟୋଜନ କରିବା ନେଇ ବେଶ୍‌ ଉତ୍ସାହିତ ଥିବା କଥା କହିଥିଲେ। ଆଗାମୀ କିଛିଦିନ ମଧ୍ୟରେ ବିସିସିଆଇ ପରବର୍ତ୍ତୀ ପଦକ୍ଷେପ ନେବ ଓ ଆମେ ଏ ନେଇ ଆଶାବାଦୀ ଅଛୁ ବୋଲି ଗାଙ୍ଗୁଲି କହିଛନ୍ତି। ଆସନ୍ତା ଅକ୍ଟୋବର- ନଭେମ୍ବରରେ ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପ୍‌ ଆୟୋଜନ ହେବା କାର୍ଯ୍ୟକ୍ରମ ରହିଛି। ତେବେ ଏହାକୁ ଘୁଞ୍ଚାଇ ଦିଆଗଲେ ଏହି ସମୟରେ ଆଇପିଏଲ୍‌ ଆୟୋଜନ ହେବା ନେଇ ଚର୍ଚ୍ଚା ହେଉଛି। ତେବେ ଆଇସିସି ବିଶ୍ୱକପ୍‌ ସଂକ୍ରାନ୍ତରେ ଆସନ୍ତାମାସରେ ନିଷ୍ପତ୍ତି ନେବ ବୋଲି ଆଶା କରାଯାଉଛି।
ଏଥିସହିତ ଘରୋଇ କାର୍ଯ୍ୟସୂଚୀ ନେଇ ମଧ୍ୟ ବୋର୍ଡ କାର୍ଯ୍ୟ କରୁଛି। ରଣଜୀ ଟ୍ରଫି, ଦୁଲୀପ ଟ୍ରଫି ଓ ବିଜୟ ହଜାରେ ଟ୍ରଫି ଆୟୋଜନ ନେଇ ବିସିସିଆଇ ପ୍ରୟାସ ଜାରି ରଖିଛି ବୋଲି ଗାଙ୍ଗୁଲି କହିଛନ୍ତି। ଆସନ୍ତା କେତୋଟି ସପ୍ତାହରେ ବିସିସିଆଇ ଏସଂକ୍ରାନ୍ତରେ ସମ୍ପୂର୍ଣ୍ଣ ବିବରଣୀ ଦେବ ବୋଲି ସେ କହିଛନ୍ତି। ସବୁ ରାଜ୍ୟ ୟୁନିଟଗୁଡିକରେ କ୍ରିକେଟକୁ ପୁଣି ଆରମ୍ଭ କରିବାକୁ ବୋର୍ଡ ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର (ଏସ୍‌ଓପି) ପ୍ରସ୍ତୁତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ସବୁ ସଦସ୍ୟଙ୍କୁ ପାଣ୍ଠି ଦାନ କରିବାକୁ ବିସିସିଆଇ ପ୍ରୟାସ ଜାରି ରଖିଛି ବୋଲି ସେ କହିଛନ୍ତି। ଯେଉଁ ଆସୋସିଏଶନଗୁଡିକ ଏ ନେଇ ସବୁ ଔପଚାରିକତା ପୂରଣ କରିଛନ୍ତି ସେଗୁଡିକୁ ପାଣ୍ଠି ପ୍ରଦାନ କରାଯାଇସାରିଛି। ଅନ୍ୟ ଆସୋସିଏଶନଗୁଡିକ ପ୍ରାସଙ୍ଗିକ ଦସ୍ତାବିଜ୍‌ ପ୍ରଦାନ କଲେ ସେଗୁଡିକୁ ଅର୍ଥ ପ୍ରଦାନ କରାଯିବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପଦାର୍ପଣ ବିଶ୍ୱକପ୍‌ ମ୍ୟାଚ୍‌ରେ ଇତିହାସ ରଚିଲା କେପ୍‌ ଭର୍ଡେ

ଆଟଲାଣ୍ଟା,୧୫ା୬- ବିଶ୍ୱ ମାନ୍ୟତାର ୬୭ତମ ସ୍ଥାନରେ ଥିବା କେପ ଭର୍ଡେ ତା’ର ପଦାର୍ପଣ ବିଶ୍ୱକପ୍‌ ମ୍ୟାଚ୍‌ରେ ଇତିହାସ ରଚିଛି। ଟୁର୍ନାମେଣ୍ଟର ଅନ୍ୟତମ ଫେଭରିଟ ସ୍ପେନ ବିପକ୍ଷରେ ଖେଳାଯାଇଥିବା…

Vaibhav Sooryavanshi: ବୈଭବଙ୍କ ଜେଜେ ଲେଖନ୍ତି ସିଂହ, ହେଲେ କାହିଁକି ନିଜର ସରନେମ ‘ସୂର୍ଯ୍ୟବଂଶୀ’ ବାଛିଲେ କ୍ରିକେଟର? ଜେଜେ କହିଲେ…

ନୂଆଦିଲ୍ଲୀ,୧୬।୬: ସମସ୍ତିପୁରର ତାଜପୁର ନଗର ପରିଷଦ ଅଞ୍ଚଳର ମୋତିପୁର ନିବାସୀ ବୈଭବ ସୂର୍ଯ୍ୟବଂଶୀଙ୍କ ଲୋକପ୍ରିୟତା ବଢ଼ିବା ସହିତ, ଲୋକଙ୍କ ମଧ୍ୟରେ ପ୍ରାୟତଃ ଏକ ପ୍ରଶ୍ନ ଉଠୁଥିଲା: ତାଙ୍କ…

ମେସି-ରୋନାଲ୍ଡୋ ଯଦି ଏକାଠି ହୁଅନ୍ତି ତେବେ ଫିକା ପଡିଯିବ BCCI! ଏମାନଙ୍କ ନେଟ ଓ୍ବର୍ଥ ଶୁଣିଲେ ହୋସ ଉଡିଯିବ

ନୂଆଦିଲ୍ଲୀ,୧୬।୬: ଫୁଟବଲ ବିଶ୍ୱର ସବୁଠାରୁ ଲୋକପ୍ରିୟ ଖେଳ, ପ୍ରାୟ ପ୍ରତ୍ୟେକ ଦେଶରେ ଖେଳାଯାଏ। କ୍ରିକେଟ ଦ୍ୱିତୀୟ ସ୍ଥାନରେ ଅଛି ଏବଂ ବିଶ୍ୱ ଦର୍ଶକଙ୍କ ଉପରେ ଏହାର କବଜାକୁ…

ଆଉ ଖେଳିପାରିବେନି ବୈଭବ ସୂର୍ଯ୍ୟବଂଶୀ? ଶ୍ରୀଲଙ୍କା ଖେଳାଳିଙ୍କ ସହ ଝଗଡ଼ା ପରେ ବଡ଼ କାର୍ଯ୍ୟାନୁଷ୍ଠାନ ହେବାର ସମ୍ଭାବନା! ଜାଣନ୍ତୁ ଅପଡେଟ

ନୂଆଦିଲ୍ଲୀ,୧୬।୬: ଆୟରଲ୍ୟାଣ୍ଡ ଗସ୍ତ ପୂର୍ବରୁ ଶ୍ରୀଲଙ୍କାରେ ଖେଳୁଥିବା ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଏବେ ଶିରୋନାମାରେ ସ୍ଥାନ ପାଇଛନ୍ତି। ପୂର୍ବରୁ ତାଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ଦୃଷ୍ଟି…

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ପଡ଼ିଆ ମଝିରେ ମହାଭାରତ! ବୈଭବ ସୂର୍ଯ୍ୟବଂଶୀଙ୍କ ସହ ମୁହାଁମୁହିଁ ହେଲେ ଶ୍ରୀଲଙ୍କା ଟିମ୍, ଭୟଙ୍କର ଧସ୍ତାଧସ୍ତିର ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୫।୬: ଜୁନ୍ ୧୫ ତାରିଖ ତ୍ରି-ସିରିଜର ଚତୁର୍ଥ ମ୍ୟାଚରେ ଶ୍ରୀଲଙ୍କା ଟିମ୍ ସୁପର ଓଭରରେ ଭାରତ ଏ ଦଳକୁ ପରାସ୍ତ କରିଥିଲା। ମ୍ୟାଚ୍ ଟାଇ ହେବା ପରେ ବିଜେତା…

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri