Posted inରାଜ୍ୟ

ଖାଦ୍ୟ ସୁରକ୍ଷା ଯୋଜନାରେ ଅନିୟମିତତା ଅଭିଯୋଗ: ରାଶନ କାର୍ଡ ତାଲିକାରୁ ବଞ୍ଚିତ ବୃଦ୍ଧ

ନୂଆଗାଁ,୪ା୭(ଡି.ଏନ୍‌.ଏ.): ଦେଶର ପ୍ରତି ଗରିବଙ୍କୁ ଆହାର ଦେବା ପାଇଁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅନୁସାରେ ଚାଉଳ, ଗହମ ଆଦି ଯୋଗାଇ ଦେବାର ନିୟମ ରହିଛି। ତେବେ ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ଏହି ଯୋଜନାର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଜଣେ ଗରିବ ବୃଦ୍ଧଙ୍କ ନାମକୁ ରାଶନ କାର୍ଡ ହିତାଧିକାରୀ ତାଲିକାରୁ ବାଦ ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି। ସେ ହେଉଛନ୍ତି କାପ୍ତାପଲ୍ଲୀ ପଞ୍ଚାୟତ ବାମୁରୀ ଗ୍ରାମର ଦଣ୍ଡପାଣି ଜାନୀ(୭୫)। ଏହି ବୃଦ୍ଧଙ୍କ ୨ ପୁଅଙ୍କ ନାମରେ ଥିବା ଦୁଇଟି ରାଶନ କାର୍ଡରେ ୭ ଜଣଙ୍କୁ ସାମିଲ କରାଯାଇଥିବା ବେଳେ ତାଙ୍କ ନାମକୁ ସାମିଲ କରାଯାଇନାହିଁ। ଏ ସମସ୍ୟା ନେଇ ଦଣ୍ଡପାଣି ସ୍ଥାନୀୟ ସରପଞ୍ଚ, ପିଇଓଙ୍କୁ ବାରମ୍ବାର ଅଭିଯୋଗ ଓ ଅନୁରୋଧ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ସେ କହିଛନ୍ତି। କେବଳ ଦଣ୍ଡପାଣିଙ୍କ କ୍ଷେତ୍ରରେ ନୁହେଁ ବ୍ଲକରେ ଏଭଳି ଅନେକ ହିତାଧିକାରୀଙ୍କ କ୍ଷେତ୍ରରେ ଅନିୟମିତତା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ସରକାର ଦଳିତ ଓ ଆଦିବାସୀଙ୍କ ବିକାଶ ନିମନ୍ତେ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଉଛି ବୋଲି ଡିଣ୍ଡିମ ପିଟୁଥିବାବେଳେ ଏହି ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତର ଅନେକେ ଉକ୍ତ ଯୋଜନାରୁ କିଭଳି ବାଦ ପଡ଼ିଛନ୍ତି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେଣୁ ଗରିବ ଲୋକଙ୍କ ଖାଦ୍ୟ ସୁରକ୍ଷା ନିମନ୍ତେ ସରକାର ଯେଉଁ ଯୋଜନା ପ୍ରସ୍ତୁତ କରିଛନ୍ତି ତାହା କେତେଜଣ ସରକାରୀ କର୍ମଚାରୀ ଓ ରାଜନେତାଙ୍କ ଖାମଖିଆଲ ମନୋଭାବ ଯୋଗୁ ସଫଳ ରୂପାୟନ ହୋଇପାରୁନି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହି ବ୍ଲକରେ ରାଶନ କାର୍ଡ ଓ ଅନ୍ତ୍ୟୋଦୟ ତାଲିକା ପ୍ରସ୍ତୁତିରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ବିଡିଓ ଓ ବିଭାଗୀୟ ଅଧିକାରୀ ଏହାକୁ ଅସ୍ବୀକାର କରୁଥିବା ଲୋକେ କହୁଛନ୍ତି। ଏଭଳି ଅନିୟମିତତା ଘଟଣା କେବଳ କାପ୍ତାପଲ୍ଲୀ ନୁହେଁ ସମସ୍ତ ପଞ୍ଚାୟତରେ ହେଉଥିବା କୁହାଯାଇଛି। ଏପରି କି ପ୍ରକୃତ ହିତାଧିକାରୀଙ୍କୁ ତାଲିକାରୁ ବାଦ୍‌ ଦେଇ ଧନୀ ଲୋକଙ୍କୁ ସାମିଲ କରାଯାଇଛି। ଯୋଗାଣ ବିଭାଗ ଅଧିକାରୀ, ବିଡିଓ ଓ ଡିଲରମାନଙ୍କ ସଲାସୁତରାରେ ଜାଲିଆତି ଘଟୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଯେଉଁମାନେ ରାଶନ ସାମଗ୍ରୀ ସହଜରେ ନେଇ ପାରିବେ  ନାହିଁ। ସେଭଳି କିଛି ହିତାଧିକାରୀ ନାମ ତାଲିକାରେ ରହିଛି। ଫଳରେ ବଳକା ଜିନିଷ ଖୋଲା ବଜାରରେ ବିକ୍ରି କରି ଦୁର୍ନୀତିଖୋରମାନେ ଲାଭବାନ ହେଉଛନ୍ତି। ନୂଆଗାଁ ବିଡିଓ ଶିରିୟାଲ ଏସ୍‌ ପଟେଲଙ୍କୁ ଏ ବିଷୟରେ ପଚାରିବାରୁ ସେ କହିଥିଲେ ଯେ, ବୃଦ୍ଧଙ୍କୁ କାହିଁକି ରାଶନ କାର୍ଡ ତାଲିକାରେ ସାମିଲ କରାଯାଇ ନାହିଁ ତାହାର ଅନୁସନ୍ଧାନ କରି ତାଙ୍କୁ କିଭଳି ସାମିଲ କରାଯାଇ ପାରିବ ସେ ନେଇ ବ୍ୟବସ୍ଥା କରିବେ। କ୍ଷମତାସୀନ ଅଧିକାରୀ ଓ ନେତାଙ୍କ ପାତରଅନ୍ତର ନୀତି ଯୋଗୁ ଗରିବ ଓ ଦୁର୍ଦ୍ଦଶାଗ୍ରସ୍ତ ଲୋକେ ଖାଦ୍ୟାଭାବରୁ ଭୋକରେ ରହୁଛନ୍ତି । ତେଣୁ ପ୍ରଶାସନ ପକ୍ଷରୁ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରି ବାସ୍ତବ ହିତାଧିକାରୀଙ୍କୁ ରାଶନ କାର୍ଡ ତାଲିକାରେ ସାମିଲ କରିବା ପାଇଁ ସାଧାରଣରେ ଦାବି ହେଉଛି ।

 


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri