ଖବରକାଗଜ ଶିଳ୍ପକୁ ବଞ୍ଚାଅ: କେନ୍ଦ୍ରକୁ ଅନୁରୋଧ କଲା ଆଇଏନ୍‌ଏସ୍‌

ନୂଆଦିଲ୍ଲୀ,୧୫ା୪: ଲକ୍‌ଡାଉନ୍‌ ହେତୁ ଦେଶରେ ଆର୍ଥିକ ସଙ୍କଟ ଘନେଇବାରେ ଲାଗିଛି। କରୋନା ମାଡ଼ରେ ଖବରକାଗଜ ଶିଳ୍ପ ବହୁଳ ପ୍ରଭାବିତ ହୋଇଛି। ଅଦୃଶ୍ୟ ଭାଇରସ୍‌ ଖବରକାଗଜକୁ ମିଳୁଥିବା ବିଜ୍ଞାପନ ରାଜସ୍ବକୁ ସମ୍ପୂର୍ଣ୍ଣ ରୂପେ ଖାଇଗଲାଣି। ଏଥିଲାଗି ଏହି ଶିଳ୍ପକୁ ଅଚଳାବସ୍ଥାରୁ ଉଦ୍ଧାର କରିବା ପାଇଁ ଭାରତୀୟ ଖବରକାଗଜ ସୋସାଇଟି (ଆଇଏନ୍‌ଏସ୍‌) କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛି।
ଆଇଏନ୍‌ଏସ୍‌ ପକ୍ଷରୁ କେନ୍ଦ୍ରକୁ ଲେଖାଯାଇଥିବା ଏକ ପତ୍ରରେ ଦୁଇବର୍ଷ ପାଇଁ ଟାକ୍ସ ଛାଡ଼ ଓ ନ୍ୟୁଜ୍‌ପ୍ରିଣ୍ଟ ଉପରେ ଆମଦାନୀ ଶୁଳ୍କକୁ ହଟାଇବା ଲାଗି ଦାବିକୁ ଦୋହରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, କରୋନା ଭାଇରସ୍‌ ମୁଦ୍ରଣ ଶିଳ୍ପକୁ ତିନିଗୁଣା ପ୍ରଭାବିତ କରିଛି। ବିଜ୍ଞାପନ ହାର ଦ୍ରୁତଗତିରେ କମିବାରେ ଲାଗିଛି। ଏହାସହ ନ୍ୟୁଜ୍‌ପ୍ରିଣ୍ଟ ଉପରେ ଆମଦାନୀ ଶୁଳ୍କ ଅଭୂତପୂର୍ବ ସ୍ଥିତି ସୃଷ୍ଟି କରିଛି। ଫଳରେ ଘରୋଇ ଖବରକାଗଜ ଶିଳ୍ପ ଖୁବ୍‌ କମ୍‌ ସମୟ ମଧ୍ୟରେ ଭୁଶୁଡ଼ିଯିବାର ଦ୍ୱାରଦେଶରେ ଛିଡ଼ା ହୋଇଛି। ଏସବୁକୁ ଦୃଷ୍ଟିରେ ରଖି ଆଇଏନ୍‌ଏସ୍‌ ପକ୍ଷରୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ଏହି ସଙ୍କଟରୁ ଖବରକାଗଜ ଶିଳ୍ପକୁ ମୁକ୍ତ କରିବା ଲାଗି ଅନୁରୋଧ କରାଯାଇଛି। ମନ୍ତ୍ରଣାଳୟ ସଚିବ ରବି ମିତ୍ତଲ କହିଛନ୍ତି, ଲକ୍‌ଡାଉନ୍‌ ଯୋଗୁ ବିଜ୍ଞାପନ ରାଜସ୍ବ ମିଳୁ ନ ଥିବାବେଳେ ଇନ୍‌ପୁଟ୍‌ କଷ୍ଟ୍‌ ଓ ନ୍ୟୁଜ୍‌ପ୍ରିଣ୍ଟ ଉପରେ ଇମ୍ପୋର୍ଟ ଡ୍ୟୁଟି ବଢ଼ିବାରେ ଲାଗିଥିବାରୁ ଖବରକାଗଜ ଶିଳ୍ପ ଏକ ଅଭୂତପୂର୍ବ ସଙ୍କଟର ସମ୍ମୁଖୀନ ହେଉଛି। ଫଳରେ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ସେମାନଙ୍କ ଖବରକାଗଜ ପୃଷ୍ଠାଗୁଡ଼ିକୁ କମ୍‌ କରିବା ପାଇଁ ବାଧ୍ୟ ହେଉଛନ୍ତି। ଏପରି କି ସାପ୍ତାହିକ ସପ୍ଲିମେଣ୍ଟଗୁଡ଼ିକୁ ମଧ୍ୟ ମୁଖ୍ୟ ସଂସ୍କରଣ ସହ ମିଶାଇ ଦେଇଛନ୍ତି। ଏହି ପଦକ୍ଷେପ ସତ୍ତ୍ୱେ ଖବରକାଗଜ ସଂସ୍ଥାଗୁଡ଼ିକୁ ପ୍ରତିଦିନ ବହୁ କ୍ଷତି ସହିବାକୁ ପଡ଼ୁଛି ବୋଲି ଆଇଏନ୍‌ଏସ୍‌ ଉକ୍ତ ଚିଠିରେ ଉଲ୍ଲେଖ କରିଛି। ତେଣୁ ଅନେକ ଛୋଟ ଓ ମଧ୍ୟମ ଧରଣର ଖବରକାଗଜ ସେମାନଙ୍କ ପ୍ରକାଶନ ବନ୍ଦ କରିଦେଇଥିବାବେଳେ ଆଉ କେତେକେ ବଡ଼ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛନ୍ତି। ଏଭଳି ସ୍ଥିତି ଲାଗିରହିଲେ ଅନେକ ଗଣମାଧ୍ୟମ ସଂସ୍ଥା ସମ୍ପୂର୍ଣ୍ଣ ବନ୍ଦ ହୋଇଯିବା ଆଶଙ୍କା ସୃଷ୍ଟି ହୋଇଛି। ଫଳରେ ଖବରକାଗଜ ଶିଳ୍ପ ଓ ପ୍ରିଣ୍ଟିଂ ପ୍ରେସ୍‌ ସହ ଜଡ଼ିତ ବହୁସଂଖ୍ୟକ କର୍ମଚାରୀ, ବିତରକ, ବିକ୍ରେତା ଏବଂ ସେମାନଙ୍କ ପରିବାର ପ୍ରଭାବିତ ହେବେ। ଏସବୁକୁ ଦୃଷ୍ଟିରେ ରଖି ନ୍ୟୁଜ୍‌ପ୍ରିଣ୍ଟ ଉପରେ ୫% ଆମଦାନୀ ଶୁଳ୍କ ହ୍ରାସ କରି ପ୍ରତି ଷ୍ଠାନର ଦୁଇବର୍ଷ ପାଇଁ ଟିକସ ଛାଡ଼ କରିବା ଏବଂ ଡିଏଭିପି ବିଜ୍ଞାପନରେ ୫୦% ବୃଦ୍ଧି ପାଇଁ ଆଇଏନ୍‌ଏସ୍‌ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛି। ଏହାସହ ପ୍ରିଣ୍ଟ ମିଡିଆ ପାଇଁ ୧୦୦% ବଜେଟ ବୃଦ୍ଧି ଲାଗି ମଧ୍ୟ ଉକ୍ତ ପତ୍ରରେ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ବ୍ଲକ ଓଷ୍ଟାର ନୂତନ କର୍ମକର୍ତ୍ତା ମନୋନୀତ: ଜାଣନ୍ତୁ ସେମାନେ ସବୁ କିଏ…

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପିଏମଶ୍ରୀ ୟୁ. ବି. ହାଇସ୍କୁଲଠାରେ ବ୍ଲକର ଓଷ୍ଟା ଖବରଦାତା ସମ୍ମିଳନୀ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଦିଲ୍ଲୀପ କୁମାର…

ଟ୍ରମ୍ପଙ୍କୁ ଇରାନର ଭୟଙ୍କର ଚେତାବନୀ: ଯଦି ବନ୍ଦରଗୁଡ଼ିକ ପ୍ରତି ବିପଦ ସୃଷ୍ଟି ହୁଏ, ତା’ହେଲେ…

ଓ୍ବାଶିଂଟନ୍‌,୧୩।୪: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଏକ ନୂତନ ଏବଂ ଗମ୍ଭୀର ମୋଡ଼ ନେଇଛି। ଆମେରିକା ଇରାନର ଉପସାଗରୀୟ ବନ୍ଦରଗୁଡ଼ିକର ନୌସେନା ଅବରୋଧ ଘୋଷଣା…

ଭାଜପା ଏସସି ମୋର୍ଚ୍ଚା ଜିଲା ସଭାପତି ଘୋଷଣା: ଗନ୍ଧମାର୍ଦ୍ଦନ ଉପରେ ପୁଣି ଭରସା କଲା ଭାଜପା

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଭାଜପା ଅନୁସୂଚିତ ଜାତି (ଏସ୍‌ସି) ମୋର୍ଚ୍ଚା ଜିଲା ସଭାପତି ସୋମବାର ଘୋଷଣା ହୋଇଛି। ଏଥିରେ ଭାଜପା ଭଞ୍ଜନଗର ସାଂଗଠନିକ ଜିଲା (ଘୁମୁସର) ଏସସି ମୋର୍ଚ୍ଚା…

ବସ୍‌ ଉପରକୁ ଗୁଳିମାଡ଼: ଚାଲିଗଲା ଫୁଟବଲ୍‌ ଖେଳାଳିଙ୍କ ଜୀବନ

ଘାନା,୧୩ା୪: ଡକାୟତଙ୍କ ଆକ୍ରମଣରେ ଘାନାନିଆନ ପ୍ରିିମିୟର ଲିଗ୍‌ କ୍ଲବର ଫୁଟବଲ ଖେଳାଳି ବେରେକୁମ୍‌ ଚେଲ୍‌ସୀର ଡୋମିନିକ୍‌ ଫ୍ରିମ୍‌ପଙ୍ଗ୍‌ ନିହତ ହୋଇଛନ୍ତି। କ୍ଲବ ସୂତ୍ରରୁ ପ୍ରକାଶ ଘାନାର ଦକ୍ଷିଣାଞ୍ଚଳରେ…

ଏହି କାର୍ଯ୍ୟ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କଠୋର ଦଣ୍ଡ ଦେଲା BCCI, ମ୍ୟାଚ ସମୟରେ ଏମିତି କ’ଣ କଲେ ଅଧିନାୟକ

ନୂଆଦିଲ୍ଲୀ,୧୩।୪: ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ରନ ଦୃଷ୍ଟିରୁ ଐତିହାସିକ ଥିଲା। ଏହି ମ୍ୟାଚ ମଧ୍ୟ ବିବାଦରେ ଫସି…

ପାରମ୍ପରିକ ଖାଦ୍ୟକୁ ନେଇ ପ୍ରତିଯୋଗିତା: ପ୍ରଥମ ସ୍ଥାନରେ ଆନନ୍ଦମୟୀ….

ଦାରିଙ୍ଗବାଡି, ୧୩ା୪ (ଅରୁଣ ସାହୁ): ଦାରିଙ୍ଗବାଡି ବ୍ଲକ୍‌ କାର୍ଯ୍ୟାଳୟ ପରିସର ମଧ୍ୟରେ ସୋମବାର ଓଡ଼ିଆ ପକ୍ଷ ଅବସରରେ ଆମ ରୁଚି ଆମ ଖାଦ୍ୟ କାର୍ଯ୍ୟକ୍ରମ ବିଡ଼ିଓ ପ୍ରୀତିରଞ୍ଜନ…

ମାଲକାନଗିରି କୋର୍ଟର ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ମାଲକାନଗିରି,୧୩ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କୋର୍ଟକୁ ଏକ ଅଜ୍ଞାତ ମେଲ୍‌ରୁ ସୋମବାର ବୋମା ଧମକ ମିଳିଛି। କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିବା ପରେ ଅଞ୍ଚଳରେ…

ସ୍ତ୍ରୀଙ୍କୁ ହତ୍ୟା ପରେ ପାଇଖାନା ଟାଙ୍କିରେ ଲୁଚେଇ ରଖିଥିଲେ ସ୍ବାମୀ ଗୁମର ଖୋଲିଲା ୪ ବର୍ଷର ପୁଅ

ରାଇଘର,୧୩।୪ (କିରଣ ପଟ୍ଟନାୟକ): ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କରିବା ପରେ ପ୍ରମାଣ ଲୁଚାଇବାକୁ ଯାଇ ସ୍ବାମୀ ଜଣକ ଏକ ପାଇଖାନା ଟାଙ୍କିରେ ମୃତଦେହକୁ ଲୁଚେଇ ରଖିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri