ଖଣ୍ଡପଡା,୨୦।୧୦(ସ୍ବ.ପ୍ର.)-ଖଣ୍ଡପଡ଼ା ବନାଞ୍ଚଳ ଅଧୀନ ସଂରକ୍ଷିତ ଜଙ୍ଗଲଗୁଡ଼ିକରେ ବାର୍ହାଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଛି। ଫଳରେ ବାର୍ହା ଗ୍ରାମଗୁଡିକରେ ପଶି ଫସଲ ଖାଇବା ସହ ନଷ୍ଟ କରୁଛନ୍ତି। ଅନ୍ୟପକ୍ଷେ ଶିକାରୀମାନେ ବିଦ୍ୟୁତ୍ ତାର ବିଛାଇ ଅବାଧରେ ବାର୍ହା ଶିକାର କରୁଥିବା ଅଭିଯୋଗ ହେଉଛି।
ନିର୍ବାଚନମଣ୍ଡଳି ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ, କୋସକା, ସିଂହାପଡା, ବେଣାଗାଡିଆ, ଗୋପୀନାଥପୁର, ବାଣପୁର, ଘଣାଶାଳିଆ, ବଳରାମପ୍ରସାଦ, ପଥରଚକଡା, ମାଧପୁର, ହନୁମନ୍ତ ପ୍ରସାଦ, ବାଉଁଶବାଟି, ମହୁଲବେରଣା ଆଦି ବିଭିନ୍ନ ଅଞ୍ଚଳର ଚାଷ ଜମିରେ ସଞ୍ଜ ନଇଁଲେ ପଲ ପଲ ବାର୍ହା ପଶୁଛନ୍ତି। ସେମାନେ ବିଲରେ ପଶି ପନିପରିବା ସହିତ ଧାନ, ଆଖୁ ଓ ସାରୁ ଫସଲ ନଷ୍ଟ କରୁଛନ୍ତି। ଏପରି କି ବାର୍ହାଙ୍କୁ ଘଉଡ଼ାଇବା ଚାଷୀମାନଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି ା ଅପରପକ୍ଷରେ କୁସୁମୀ ନଦୀ ପାର୍ଶ୍ୱସ୍ଥ ଇଲାକାରେ ଆଖପାଖ ଅଞ୍ଚଳର ଲୋକମାନେ ପନିପରିବା ଚାଷ କରିଥିବା ବେଳେ ବାର୍ହା ପଲ ରାତିରେ ସେଠାକୁ ଆସି ଫସଲ ନଷ୍ଟ କରୁଛନ୍ତି। ଏହାର ସୁଯୋଗ ନେଇ କେତେକ ଲୋକ ଉଠାଜଳସେଚନ ପଏଣ୍ଟ ଓ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ସଂଯୋଗ ହୋଇଥିବା ଉଚ୍ଚ ଶକ୍ତିସମ୍ପନ୍ନ ବିଦ୍ୟୁତ ତାରରେ ବେଆଇନ ହୁକ ପକାଇ ବାର୍ହା ଶିକାର କରୁଥିବା ଅଭିଯୋଗ ହେଉଛି ା ଖଣ୍ଡପଡା ବ୍ଲକ ଅଧୀନ ବନମାଳୀପୁର, ରାଣୀଛେଲ୍ଲୀ, ବାହାଡା, ରାଣୀପଡା, ଯୋଗିଆପଲ୍ଲୀ, ସିଂଘାପଡା, କିଆଝର, ବୋଦସା, କୋସକା, ଗଡିଆସାହି ପ୍ରଭ୍ୃତି ଅଞ୍ଚଳରେ ବାର୍ହା ଶିକାର ଏବେ ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ଏହା ପରିବେଶବିତ୍ମାନଙ୍କ ପାଇଁ ଘୋର ଉଦ୍ବେଗର କାରଣ ପାଲଟିଛି ା ଏ ନେଇ ବନ ବିଭାଗ ନିକଟରେ ଖବର ଥିଲେ ହେଁ ବିଭାଗୀୟ କର୍ତ୍ତୃପକ୍ଷ ଅବାଧରେ ଚାଲିଥିବା ବାର୍ହା ଶିକାର ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଅଭିଯୋଗ ହେଉଛି ା ଖଣ୍ଡପଡା ବନାଞ୍ଚଳ ଅଧିକାରୀ ଶ୍ରୀଧର ପଣ୍ଡାଙ୍କ ସହ ଯୋଗାଯୋଗ କରିବାରେ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବା ସହ ସେ ଅନୁସନ୍ଧାନ କରିବେ ବୋଲି ସୂଚନା ଦେଇଛନ୍ତି । ଅନ୍ୟପକ୍ଷେ ବିଦ୍ୟୁତ୍ ହୁକ ପକାଇ ରାତିରେ ବାର୍ହା ଶିକାର ବେଳେ ବିଦ୍ୟୁତ ବିଭ୍ରାଟ ଦେଖାଦେଉଛି। ବିଦ୍ୟୁତ କର୍ମଚାରୀମାନେ ଲାଇନ କାହିଁକି କଟିଲା ବୋଲି ଅନୁସନ୍ଧାନରେ ଯିବା ସମୟରେ ଶିକାର କରୁଥିବା ଅସାମାଜିକ ବ୍ୟକ୍ତିମାନେ ସେମାନଙ୍କୁ ଦୂରରୁ ଦେଖି ହୁକ ଲାଇନ ବିଚ୍ଛିନ୍ନ କରି ଅନ୍ୟତ୍ର ଚାଲି ଯାଉଛନ୍ତି। ଫଳରେ ସେମାନଙ୍କୁ ଧରିବା ସମ୍ଭବ ହେଉ ନ ଥିବା ବିଦ୍ୟୁତ ବିଭାଗ କର୍ମଚାରୀ କହିଛନ୍ତି । ଖଣ୍ଡପଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚୋରାରେ ବିଦ୍ୟୁତ୍ ତାର ବିଛାଇ ବାର୍ହା ଶିକାର କରୁଥିବା ଶିକାରୀ ତଥା ଅସାମାଜିକ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ପ୍ରତି ଖଣ୍ଡପଡା ବନାଞ୍ଚଳ ଅଧିକାରୀ, ନୟାଗଡ ବନଖଣ୍ଡ ଅଧିକାରୀ ଓ ସ୍ଥାନୀୟ ପୋଲିସ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ା
ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…
ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…
କୁନି କୁନି ପିଲାଙ୍କୁ ଖଡ଼ିଛୁଆଁଇବେ ମୁଖ୍ୟମନ୍ତ୍ରୀ: ଆଜି ବିଦ୍ୟାଳୟରେ ପ୍ରବେଶ ଉତ୍ସବ
ଭୁବନେଶ୍ୱର,୪ା୪(ସୁଚିସ୍ମିତା ସାହୁ):ଓଡ଼ିଆ ପକ୍ଷ ପାଳନ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶନିବାର ବିଦ୍ୟାଳୟଗୁଡିକରେ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ଆୟୋଜିତ ହେବ। ରାଜଭବନ ସରକାରୀ…
୪୦ କିମି ବେଗରେ ବହିବ ପବନ, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା: ସତର୍କ ସୂଚନା ଜାରି
ଭୁବନେଶ୍ୱର,୪।୪: ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି ହୋଇଛି। ତେବେ ୨ଦିନ ପରେ ତାପମାତ୍ରା ୨ରୁ ୩ ଡିଗ୍ରୀ…
ଆଜି ରାଜ୍ୟ କ୍ୟାବିନେଟ୍: ନିଆଯିବ ବଡ଼ ନିଷ୍ପତ୍ତି
ଭୁବନେଶ୍ୱର,୪।୪ (ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଶନିବାର ସନ୍ଧ୍ୟା ୬ଟାରେ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…
କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍ବେଷ୍ଟସ୍
କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…
ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…
ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…
ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ
ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…
୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…
ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…
Archives

