ଖଇରାର ଗୌରବ ଅବିନାଶ

ଖଇରା, ୭।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ସାରଡାଙ୍ଗ ପଞ୍ଚାୟତ ଅଧୀନ ଅଲିପୁର ଗ୍ରାମର ଅବିନାଶ ଦଳେଇ ଓଡିଶା ପ୍ରଶାସନିକ ସେବା(ଓଏଏସ)ରେ ୧୭୧ନମ୍ବର ସ୍ଥାନରେ ରହି ଖଇରା ପାଇଁ ଗୌରବ ଆଣିଦେଇଛନ୍ତି। ସୋମବାର ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ବାପା ଭଗବାନ ଦଳେଇ ଓ ମା ପ୍ରମିଳାଙ୍କ ବଡ ପୁଅ ଅବିନାଶ ଖଡଗପୁରରେ ଆଇଆଇଟି ଶେଷ କରିବା ପରେ ଗୁଜରାଟରେ ରିଲାଏନ୍ସ କମ୍ପାନୀରେ ୨୦୧୩ରେ ଯୋଗ ଦେଇଥିଲେ। ପରେ ଗେଟ୍‌ କ୍ୱାଲିଫାଏ କରି ବମ୍ବେର ବିପିସିଏଲ(ଭାରତ ପେଟ୍ରୋଲିୟମ କର୍ପୋରେଶନ)ରେ ଯୋଗଦାନ କରିବା ସହ ସେଠାରେ ଏବେ କାର୍ଯ୍ୟରତ। ଅଲିପୁର ପ୍ରାଥମିକ ବିଦ୍ୟାଳୟ, ଅଲିପୁର ଶ୍ୟାମରାଈ ସଂସ୍କୃତ ବିଦ୍ୟାଳୟ ଏବଂ ପରେ ମହମ୍ମଦପୁର ହାଇସ୍କୁଲରୁ ମାଟ୍ରିକ ପାସ୍‌ କରିବା ପରେ ସେ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଅତିକ୍ରମ କରି ଚାଲିଛନ୍ତି। ସେ କୁହନ୍ତି, ଏବେ ତାଙ୍କୁ କମ୍ପାନୀରେ ୧୨ଘଣ୍ଟା ପର୍ଯ୍ୟନ୍ତ ଡ୍ୟୁଟି କରିବାକୁ ପଡୁଛି। ତାହା ପୁଣି ରୋଟେଶନରେ। ଯେଉଁ ସପ୍ତାହରେ ନାଇଟ ଶିଫ୍ଟରେ କାର୍ଯ୍ୟ କରିବାକୁ ହୁଏ ତା’ପର ଦିନ ସକାଳେ ତାଙ୍କୁ ପଢିବା ପାଇଁ କିଛି ସମୟ ମିଳିଯାଏ। ପରୀକ୍ଷା ଦେବା ପାଇଁ ଭୁବନେଶ୍ୱର ଆସିବା ପାଇଁ କମ୍ପାନୀ ଛୁଟି ଦେବାକୁ ରାଜି ନ ହେବାରୁ ସେ ଓଏଏସ ପରୀକ୍ଷା ଦେବେ ନାହିଁ ବୋଲି ମନସ୍ଥ କରିଥିଲେ। ହେଲେ ତାଙ୍କର ଜଣେ ମଉସା ସନ୍ଦୀପ ପରିଡାଙ୍କ ନିର୍ଦ୍ଦେଶ ପରେ ସେ ପରୀକ୍ଷା ଦେବାକୁ ଆସିଥିଲେ। ଏହି ସଫଳତାର ଶ୍ରେୟ ସେ ତାଙ୍କ ମଉସା, ବିଦ୍ୟାଳୟର ଶିକ୍ଷୟିତ୍ରୀ, ଶିକ୍ଷକ ଓ ଅଲିପୁର ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ମା’ ପ୍ରମିଳାଙ୍କ ଆଶୀର୍ବାଦ ତାଙ୍କୁ ଏହି ସ୍ଥାନରେ ପହଞ୍ଚାଇଛି ବୋଲି କହିଛନ୍ତି। ଆଗକୁ ଭାରତୀୟ ପ୍ରଶାସନିକ ସେବା ପାଇଁ ମଧ୍ୟ ସେ ପ୍ରସ୍ତୁତ ହେଉଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଠଶିଳ୍ପୀ ଅସୀମା ବାଣ୍ଟିଲେ ମାସ୍କ

ଢେଙ୍କାନାଳ ଅଫିସ, ୬।୫ – ଢେଙ୍କାନାଳର ଯୁବ ଅନୁଷ୍ଠାନ ବଜରଙ୍ଗ କ୍ଲବ ପକ୍ଷରୁ ହିନ୍ଦୋଳ ବ୍ଲକର ଦୁର୍ଗମ ଦଣ୍ଡିରି ପଞ୍ଚାୟତରେ ସହାୟତା ପହଞ୍ଚତ୍ଛି। କ୍ଲବର ନୂତନ...

ଗୋବରରୁ ତିଆରି ହେଉଛି ଉତ୍କୃଷ୍ଟ କାଠ

କୁତ୍ରା,୬।୨ (ଡି.ଏନ୍‌.ଏ.):ସୁନ୍ଦରଗଡ଼ ଜିଲା କୁତ୍ରା ଅଞ୍ଚଳରେ ଜଣେ ବ୍ୟବସାୟୀ ମେସିନ ସାହାଯ୍ୟରେ ଗୋବରରୁ ଜାଳେଣି କାଠ ତିଆରି କରୁଛନ୍ତି। ଜଙ୍ଗଲ ଏବଂ ପରିବେଶ ସୁରକ୍ଷା ପାଇଁ...

ଲୁହାପଥର ବୋଝେଇ ହାଇଓ୍ବା ଜବତ: ମାଷ୍ଟରମାଇଣ୍ଡ ସମେତ ୬ କୋର୍ଟ ଚାଲାଣ

ବଡ଼ବିଲ,୮।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ପୋଲିସ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରାଚାଲାଣ ହେଉଥିବା ୨୭ ମେଟ୍ରିକ ଟନ୍‌ ସାଇଜ ଲୁହାପଥର ବୋଝେଇ ହାଇଓ୍ବା ଜବତ କରିବା...

କରୋନା ସଚେତନ ଜନଜାତି ସାହି ଆରମ୍ଭରେ ଦେଲେ ବାଡ଼

ରାୟଗଡ଼ା ଅଫିସ,୪।୪: କରୋନା ଲକ୍ ଡାଉନକୁ ସାଧାରଣ ଲୋକଙ୍କ ସହ ଅନେକ ଶିକ୍ଷିତ ମଧ୍ୟ ମାନୁ ନ ଥିବା ବେଳେ ରାୟଗଡ଼ା ସହରରେ ଥିବା ଜନଜାତିଙ୍କ...

ଅଜଣା ଜନ୍ତୁ ଶିକାର: ୬୩ ଛେଳି ମୃତ, ୨୮ ଗୁରୁତର

ପାରଳାଖେମୁଣ୍ଡି,୪ା୧୧(ଡି.ଏନ୍‌.ଏନ୍‌.): ଗଜପତି ଜିଲା କାଶୀନଗର ବ୍ଲକର କିଡିଙ୍ଗା ଗ୍ରାମରେ କୌଣସି ଅଜଣା ଜନ୍ତୁର ଶିକାର ହୋଇ ୬୩ଟି ଛେଳି ମୃତ୍ୟୁବରଣ କରିଥିବା ବେଳେ ୨୮ଟି ଛେଳି...

ଯାତ୍ରାରେ ଯୋଗଦେଇ ପାରିବେନି ଜିଲା ବାହାର ଲୋକ

ବ୍ରହ୍ମପୁର ଅଫିସ୍‌,୨୧ା୩: ବ୍ରହ୍ମପୁର ମା’ ବୁଢ଼ୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରାକୁ ନେଇ ନାନା ଦ୍ୱନ୍ଦ୍ୱ ଦେଖାଦେଇଥିବା ବେଳେ ରବିବାର ସ୍ଥାନୀୟ ଲୋକ ପ୍ରତିନିଧି, ପ୍ରଶାସନ ଓ...

୨୦ହଜାର ଲୁଟ୍‌ ଘଟଣା: ଜେଲ୍‌ ଗଲେ ୨ ଅଭିଯୁକ୍ତ

ରୂପ୍‌ସା, ୧୯।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ରୂପ୍‌ସା ଥାନା ଆଙ୍କୋ ମାର୍କେଟ୍‌ ଛକରୁ ଧରାପଡ଼ିଥିବା ୨ଲୁଟେରାଙ୍କୁ ମଙ୍ଗଳବାର କୋର୍ଟଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ...

କୋରାପୁଟରେ ୫୬୬.୭ ମିମି ବର୍ଷା ରେକର୍ଡ: ବନ୍ଧୁଗାଁ ବ୍ଲକରେ ସର୍ବାଧିକ ୧୧୪ ମିମି

କୋରାପୁଟ,୨୪।୧୦(ସ୍ବ.ପ୍ର.): କୋରାପୁଟ ଜିଲାରେ ଗୁରୁବାର ୫୬୬.୭ ମିମି ବର୍ଷା ହୋଇଥିବାବେଳେ ବନ୍ଧୁଗାଁ ବ୍ଲକରେ ସର୍ବାଧିକ ୧୧୪ ମିମି ବର୍ଷା ହୋଇଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ...

Advertisement
Archives

Model This Week