Posted inଖେଳ

କ୍ୱାଲିଫାଏଡ୍‌ ଆଥଲେଟ ସ୍ଥାନ ବଜାୟ ରଖିବେ

ଲାଉସାନେ, ୯।୪(ଏପି)- ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଥିବା ଆଥଲେଟ ସେମାନଙ୍କ ସ୍ଥାନ ବଜାୟ ରଖିବେ। କୋଭିଡ୍‌-୧୯ ସଂକ୍ରମଣ କାରଣରୁ ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ଘୁଞ୍ଚାଇ ଦିଆଯାଇଛି। ତେବେ ୨୦୨୧ରେ ଯେତେବେଳେ ଅଲିମ୍ପିକ୍ସ ନୂଆ ତାରିଖରେ ଆୟୋଜନ ହେବ ସେତେବେଳେ ଏହି ଆଥଲେଟମାନେ ସେମାନଙ୍କ ସ୍ଥାନ ବଜାୟ ରଖିବା ସହ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହୋଇପାରିବେ ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି) ତରଫରୁ କୁହାଯାଇଛି। ନୂଆ କାର୍ଯ୍ୟସୂଚୀ ଅନୁଯାୟୀ ଅଲିମ୍ପିକ୍ସ ଆସନ୍ତାବର୍ଷ ଜୁଲାଇ ୨୩ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୮ ତାରିଖରେ ଶେଷ ହେବ। ଏପର୍ଯ୍ୟନ୍ତ ୬, ୫୦୦ ଆଥଲେଟ୍‌ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିସାରିଛନ୍ତି।
ଅଲିମ୍ପିକ୍ସ ଯୋଗ୍ୟତା ହାସଲ ପାଇଁ ଆଇଓସି ପୁନଃ ଲିଖିତ ରୋଡମ୍ୟାପ୍‌ ଜାରି କରିଛି। ୨୦୨୧ ଜୁନ୍‌ ୨୯କୁ ଯୋଗ୍ୟତା ହାସଲ କରିବାର ନୂଆ ଡେଡ୍‌ଲାଇନ୍‌ ଘୋଷଣା କରାଯାଇଛି। ଇଣ୍ଡିଭିଜୁଆଲ ଅନ୍ତର୍ଜାତୀୟ ସ୍ପୋଟର୍‌ସ ଫେଡେରେଶନଗୁଡିକ ଯୋଗ୍ୟତା ହାସଲ ନେଇ ପୂର୍ବପରି ସେମାନଙ୍କ କାର୍ଯ୍ୟ ଜାରି ରଖିବେ ବୋଲି କୁହାଯାଇଛି। ବିଭିନ୍ନ ଇଭେଣ୍ଟରେ ଅଂଶଗ୍ରହଣ କରି ଯୋଗ୍ୟତା ହାସଲ କରିବାକୁ ବିଭିନ୍ନ ସ୍ପୋଟର୍‌ସ ଫେଡେରେଶନ ଏକାଧିକ ଆଥଲେଟଙ୍କୁ ସୁଯୋଗ ଦେଇଛି। ୨୦୨୦ ଡେଡ୍‌ଲାଇନ୍‌ ଅନୁସାରେ ଯୋଗ୍ୟତା ହାସଲ କରିବାର ନିକତର ହୋଇଥିବା ଆଥଲେଟଙ୍କୁ ସୁଯୋଗ ଦେବାକୁ ଫେଡେରେଶନମାନଙ୍କୁ ଆଇଓସି ନିର୍ଦ୍ଦେଶ ଦେଇଛି। ତେବେ ଏଥିପାଇଁ ଆଥଲେଟଙ୍କ ସ୍ବାସ୍ଥ୍ୟ ଓ ନିରାପତ୍ତାକୁ ମଧ୍ୟ ଗୁରୁତ୍ୱ ଦେବା ଏହି ପ୍ରକ୍ରିୟାରେ ସନ୍ତୁଳନ ରକ୍ଷା କରିବାକୁ ଆଇଓସି କହିଛି। ଅଲିମ୍ପିକ୍ସରେ ଶ୍ରେଷ୍ଠ ଆଥଲେଟମାନଙ୍କୁ ସୁଯୋଗ ଦେବା ଉପରେ ଆଇଓସି ଗୁରୁତ୍ୱ ଦେଇଛି।
ତେବେ ଯେଉଁମାନେ ଯୋଗ୍ୟତା ହାସଲ କରିସାରିଛନ୍ତି ସେମାନେ ସ୍ଥାନ ବଜାୟ ରଖିବେ ବୋଲି ଆଇଓସି ଗତ ସପ୍ତାହରେ ସ୍ପଷ୍ଟ କରିଥିଲା। ଏ ସଂକ୍ରାନ୍ତରେ କେତୋଟି ନିୟମରେ ପରିବର୍ତ୍ତନ ହୋଇଥିଲା। ଉଦାହରଣ ସ୍ବରୂପ ବକ୍ସିଂରେ ସର୍ବୋଚ୍ଚ ବୟସସୀମା ୪୦ ଥିବା ବେଳେ ଏହାକୁ କୋହଳ କରାଯିବ ବୋଲି ସ୍ପଷ୍ଟ କରାଯାଇଥିଲା। ୨୦୨୦ରେ ବୟସ କମ୍‌ କାରଣରୁ ସୁଯୋଗ ପାଇ ନ ଥିବା ଜିମ୍ନାଷ୍ଟମାନେ ୨୦୨୧ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବାକୁ ପ୍ରୟାସ କରିପାରିବେ।
ବାକିଥିବା ଅଲିମ୍ପିକ୍‌ କ୍ୱାଲିଫାଇଂ ଇଭେଣ୍ଟ ପାଇଁ ଆଥଲେଟଙ୍କ ସ୍ବାସ୍ଥ୍ୟକୁ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ଆଇଓସି ସ୍ପଷ୍ଟ କରିଛି। କୋଭିଡ-୧୯ ସଂକ୍ରମଣ ରୋକା ନ ଯିବ ପର୍ଯ୍ୟନ୍ତ କୌଣସି କାର୍ଯ୍ୟସୂଚୀ ନିର୍ଦ୍ଧାରଣ ନ କରିବାକୁ କୁହାଯାଇଛି। ନଭେମ୍ବର ୩୦ ପର୍ଯ୍ୟନ୍ତ ସବୁ ପ୍ରକାର କ୍ୱାଲିଫାଇଂ ଇଭେଣ୍ଟକୁ ବାତିଲ କରିବା ନେଇ ଓ୍ବାଲର୍‌ଡ ଆଥଲେଟିକ୍ସ ଘୋଷଣା ମଧ୍ୟ କରିଛି। କ୍ୱାଲିଫାଇଂ ପାଇଁ ଡିସେମ୍ବର ୧ରୁ ୨୦୨୧ ଜୁନ୍‌ ୨୯ ତାରିଖ ପର୍ଯ୍ୟନ୍ତ ଓ୍ବଣ୍ଡୋ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାରବାଟୀରେ ଖେଳିପାରନ୍ତି ଶୁବମନ ଗିଲ୍‌

ଭୁବନେଶ୍ୱର,୬ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌କୁ ଆଉ...

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

ଭାରତ ସହ ମ୍ୟାଚ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଲା ୩ ବଡ଼ ଝଟକା!

ନୂଆଦିଲ୍ଲୀ,୬।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଏକଦିବସୀୟ ମ୍ୟାଚ ବିଶାଖାପାଟଣାରେ ଖେଳାଯାଉଛି, ଯାହା ତିନି ମ୍ୟାଚ ବିଶିଷ୍ଟ ସିରିଜର ନିର୍ଣ୍ଣାୟକ ମ୍ୟାଚ। ଦକ୍ଷିଣ...

କରୁଣ ନାୟାରଙ୍କୁ ଅଣଦେଖା କଲା BCCI!

ନୂଆଦିଲ୍ଲୀ,୬।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ହେଉଛି ଭାରତର ସର୍ବୋଚ୍ଚ ପ୍ରଶାସକ ସଂସ୍ଥା। କୁହାଯାଏ ଯେ ଏହି ଦେଶର ପ୍ରତ୍ୟେକ କ୍ରିକେଟର୍‌ BCCI ସହ...

ଶେଷରେ ଟସ୍‌ ଜିତିଲା ଭାରତ: ଖୁସିକୁ ରୋକି ନ ପାରି ରାହୁଲ କରିଦେଲେ…

ନୂଆଦିଲ୍ଲୀ,୬।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ତୃତୀୟ ଦିନିକିଆରେ ଭାରତୀୟ ଅଧିନାୟକ କେଏଲ ରାହୁଲ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତ ୨୦...

ଏହି ଅଲରାଉଣ୍ଡରଙ୍କ ପାଇଁ ଗୌତମ ଗମ୍ଭୀରଙ୍କ ଉପରେ ବର୍ଷିଲେ ରବିଚନ୍ଦ୍ରନ ଅଶ୍ୱିନ

ନୂଆଦିଲ୍ଲୀ,୬।୧୨: ପୂର୍ବତନ ଭାରତୀୟ ସ୍ପିନ ବୋଲର ରବିଚନ୍ଦ୍ରନ ଅଶ୍ୱିନ ପୁଣି ଥରେ ଗୌତମ ଗମ୍ଭୀରଙ୍କୁ ଟାର୍ଗେଟ କରିଛନ୍ତି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ...

୪୪ ରନ୍‌ ଆଗରେ ଅଷ୍ଟ୍ରେଲିଆ

ବ୍ରିସ୍‌ବେନ୍‌(ଅଷ୍ଟ୍ରେଲିଆ),୫ା୧୨: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଆଶେସ ଟେଷ୍ଟର ଶୁକ୍ରବାର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୪ ରନ୍‌ ଅଗ୍ରଣୀ ଲାଭ କରିଛି। ଭ୍ରମଣକାରୀ...

ଫ୍ରାନ୍ସକୁ ହରାଇ ସେମିରେ ପହଞ୍ଚିଲା ଜର୍ମାନୀ

ଚେନ୍ନାଇ,୫ା୧୨: ସାତ ଥର ଚାମ୍ପିୟନ ଜର୍ମାନୀ ଶୁଟ୍‌ ଆଉଟ୍‌ରେ ଫ୍ରାନ୍ସକୁ ୩-୧ ଗୋଲ୍‌ରେ ପରାସ୍ତ କରି ଚଳିତ ଏଫ୍‌ଆଇଏଚ୍‌ ଜୁନିୟର ପୁରୁଷ ବିଶ୍ୱକପ୍‌ ହକି ଟୁର୍ନାମେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri