କ୍ୱାରାଣ୍ଟାଇନ୍‌ରେ ସରିଯାଉଛି କର୍ତ୍ତବ୍ୟ

ଛେଣ୍ଡିପଦା,୩୦।୫(ସ୍ବ.ପ୍ର.)

ମଜୁରି ନ ଦେଇ ଖାଲି ହାତରେ ମାଲିକ ବିଦା କରିଦେବା ପରେ ଓଡ଼ିଶା ସରକାରଙ୍କ ଭରସାରେ ସେମାନେ ତେଲଙ୍ଗାନାରୁ ଚାଲିବା ଆରମ୍ଭ କରିଥିଲେ। ବହୁ କଷ୍ଟରେ ଶହ ଶହ କିଲୋମିଟର ଅତିକ୍ରମ କରି ବୌଦ୍ଧ ଓ ଆଠମଲ୍ଲିକ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ପହଞ୍ଚିଥିଲେ। ଏହାପରେ ଆଉ କଷ୍ଟ ସ୍ବୀକାର କରିବାକୁ ପଡ଼ିବ ନାହିଁ ବୋଲି ସେମାନେ ଭାବି ନେଇଥିଲେ। ହେଲେ ଉଭୟ ସ୍ଥାନରେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଉପଯୁକ୍ତ ସହଯୋଗ କରାଯାଇ ନ ଥିଲା। ଏପରି କି ୧୦ ଦିନ ସଙ୍ଗରୋଧରେ ରହିବା ପରେ ପୁଣି ଚାଲି ଚାଲି ଘରକୁ ଯିବାକୁ ଛାଡ଼ି ଦିଆଯାଇଥିଲା। ଓଡ଼ିଶା ସରକାର ପ୍ରବାସୀ ଶ୍ରମିକଙ୍କୁ ଘରେ ପହଞ୍ଚାଇବାକୁ କେତେ ଯୋଜନା କରିଥିଲେ ବି ପ୍ରଶାସନ କିନ୍ତୁ ସେମାନଙ୍କୁ କ୍ୱାରାଣ୍ଟାଇନ୍‌ କରି କର୍ତ୍ତବ୍ୟ ଶେଷ କରିଦେଉଥିବା ଅନୁଗୋଳ ଜିଲା ରେଙ୍ଗାଳି ଅଞ୍ଚଳର ୪ଜଣ ଶ୍ରମିକ ଅଭିଯୋଗ କରିଛନ୍ତି। ତେବେ ଛେଣ୍ଡିପଦା ପୋଲିସ ସେମାନଙ୍କୁ ରାସ୍ତାରୁ ଉଦ୍ଧାର କରି ଘରେ ପହଞ୍ଚାଇବା ବ୍ୟବସ୍ଥା କରିଥିବାରୁ ଶ୍ରମିକମାନେ ସନ୍ତୋଷ ପ୍ରକାଶ କରିଛନ୍ତି।
ଅନୁଗୋଳ ଜିଲା ରେଙ୍ଗାଳି ଅଞ୍ଚଳର ପ୍ରଶାନ୍ତ ପାତ୍ର, ମହେଶ ଶର୍ମା, ଆନନ୍ଦ ଦାଶ, ଦୁର୍ଯ୍ୟୋଧନ ବେହେରା କହିଛନ୍ତି, ତେଲଙ୍ଗାନାର ସିଦ୍ଧିପେଟାଠାରେ ସେମାନେ ନିର୍ମାଣ ଶ୍ରମିକ ଭାବେ କାମ କରୁଥିଲେ। ଲକ୍‌ଡାଉନ ଘୋଷଣା ପରଠାରୁ ପ୍ରାୟ ମାସେ ପର୍ଯ୍ୟନ୍ତ ସେମାନେ ସେଠାରେ ବିନା କାମରେ ରହିଥିଲେ। ପରେ ମାଲିକ ପାରିଶ୍ରମିକ ନ ଦେଇ ତଡ଼ି ଦେଇଥିଲେ। ଫଳରେ ସିଦ୍ଧିପେଟାରୁ ଚାଲି ଚାଲି ସେମାନେ ମାଲକାନଗିରିର ମୋଟୁ ଅଞ୍ଚଳକୁ ଆସିବା ପରେ ଏକ ବସ୍‌ ଯୋଗେ ବୌଦ୍ଧରେ ପହଞ୍ଚିଥିଲେ। ସେଠାକାର ପ୍ରଶାସନ ସେମାନଙ୍କୁ ମାତ୍ର ୨ ଦିନ କ୍ୱାରାଣ୍ଟାଇନରେ ରଖି ଛାଡ଼ି ଦେଇଥିଲା। ସେଠାରୁ ଚାଲି ଆଠମଲ୍ଲିକରେ ପହଞ୍ଚିବା ପରେ ନୀଳକଣ୍ଠପଡା କ୍ୱାରାଣ୍ଟାଇନ ସେଣ୍ଟରରେ ୧୦ ଦିନ ରଖାଯାଇଥିଲା। କିନ୍ତୁ ଆଠମଲ୍ଲିକ ପ୍ରଶାସନ ମଧ୍ୟ ଘରେ ପହଞ୍ଚାଇବା ବ୍ୟବସ୍ଥା ନ କରି ନିଜ ସୁବିଧା ଅନୁସାରେ ଯିବାକୁ କହିଥିଲା। ଚାଲି ଚାଲି ଥକି ଯାଇଥିବାରୁ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ସେମାନେ ବୁଢାପାଳ-ଛେଣ୍ଡିପଦା ଜାତୀୟ ରାଜପଥ ପାଶର୍‌ବରେ ଶୋଇପଡିଥିଲେ। ଏହା ଦେଖି ସ୍ଥାନୀୟ ଲୋକମାନେ ଛେଣ୍ଡିପଦା ପୋଲିସକୁ ଖବର ଦେଇଥିଲେ। ଛେଣ୍ଡିପଦା ଥାନା ଅଧିକାରୀ କନକ ମାଝି ପହଞ୍ଚି ସେମାନଙ୍କ ସହ ଆଲୋଚନା କରିବା ପରେ ଏକ ଅଟୋରେ ରେଙ୍ଗାଳି ପଠାଇଥିଲେ। ଏ ନେଇ ଆଠମଲ୍ଲିକ ବିଡିଓ ସଞ୍ଜୟ ଆଚାର୍ଯ୍ୟ କହିଛନ୍ତି, ଏପରି ଘଟିଥିବା ସମ୍ପର୍କରେ ଅବଗତ ନାହିଁ। ତେବେ କ୍ୱାରାଣ୍ଟାଇନରେ ଥିବା ଶ୍ରମିକଙ୍କୁ ଘରକୁ ପଠାଇବାକୁ ସରକାରଙ୍କ ପକ୍ଷରୁ ସେପରି କିଛି ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ନାହିଁ। କ୍ୱାରାଣ୍ଟାଇନ ଅବଧି ପୂରଣ ପରେ ପ୍ରବାସୀଙ୍କୁ କେବଳ ଘରକୁ ଯିବା ପାଇଁ ଅନୁମତି ଦିଆଯାଉଛି। ତେବେ ଘଟଣାର ଅନୁଧ୍ୟାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri