କ୍ୟାବିନେଟ୍‌ରୁ ଶଶିଭୂଷଣ, ବଦ୍ରି, ଉଷା, ପ୍ରଫୁଲ୍ଲ ସାମଲ ବାଦ୍‌

ଭୁବନେଶ୍ୱର,୨୯।୫(ବ୍ୟୁରୋ): ବିଜେଡି ବିଧାୟକ ଦଳ ନେତା ନବୀନ ପଟ୍ଟନାୟକ ବୁଧବାର ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ତାଙ୍କ ସହ ୧୧ କ୍ୟାବିନେଟ୍‌ ଏବଂ ୯ ରାଷ୍ଟ୍ରମନ୍ତ୍ରୀ ମଧ୍ୟ ଶପଥ ନେବାର କାର୍ଯ୍ୟକ୍ରମ ରହିଛି। ବରିଷ୍ଠ ଏବଂ ଅଭିଜ୍ଞଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରି ମନ୍ତ୍ରିମଣ୍ଡଳ ତାଲିକା ପ୍ରସ୍ତୁତ କରାଯାଇଥିବା କୁହାଯାଇଛି। ଆଶାୟୀ ଥିବା ଏକାଧିକ ପ୍ରଭାବଶାଳୀ ନେତାଙ୍କୁ ପୂର୍ବପରି ସଂଗଠନ ଦାୟିତ୍ୱରେ ରଖାଯାଇଛି। ପୂର୍ବଥର ମନ୍ତ୍ରୀ ଥିବା କେତେକଙ୍କୁ ଚଳିତ ଥର ବାଦ୍‌ ଦିଆଯାଇଛି।
ଚଳିତ ଥର ବିଜୟଶ୍ରୀ ରାଉତରାୟ, ଶଶିଭୂଷଣ ବେହେରା, ବଦ୍ରିନାରାୟଣ ପାତ୍ର, ସୂର୍ଯ୍ୟ ପାତ୍ର, ପ୍ରଫୁଲ୍ଲ ସାମଲ, ଉଷା ଦେବୀ , ମହେଶ୍ୱର ମହାନ୍ତି (ପରାଜିତ), ରମେଶ ମାଝିଙ୍କୁ କ୍ୟାବିନେଟ୍‌ରେ ଦେଖିବାକୁ ମିଳିବ ନାହିଁ। ବିଜୟଶ୍ରୀ ନିର୍ବାଚନ ଲଢି ନ ଥିଲେ। ରମେଶ ମାଝି ନବରଙ୍ଗପୁର ଲୋକ ସଭା ଆସନରୁ ଏମ୍‌ପି ଭାବେ ନିର୍ବାଚିତ ହୋଇଛନ୍ତି। ସୂର୍ଯ୍ୟଙ୍କୁ ମନ୍ତ୍ରୀପଦ ବଦଳରେ ଚଳିତଥର ବାଚସ୍ପତି କରାଯିବା ନେଇ ନିଷ୍ପତ୍ତି ହୋଇଛି। ବଦ୍ରି ନାରାୟଣ ପାତ୍ରଙ୍କୁ ମନ୍ତ୍ରୀ କରାଯାଇନାହିଁ। ସେହିପରି ଗତଥର ରାଷ୍ଟ୍ରମନ୍ତ୍ରୀ ଥିବା ନୃସିଂହ ସାହୁ, ସ୍ନେହାଙ୍ଗିନୀ ଛୁରିଆ, ଚନ୍ଦ୍ରସାରଥି ବେହେରା ଓ ଅନନ୍ତ ଦାସଙ୍କୁ ପୁନର୍ବାର ସୁଯୋଗ ଦିଆଯାଇନାହିଁ। ସେହିଭଳି ଆଲୋଚିତ ବହୁ ପ୍ରମୁଖ ନେତାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିନାହଁି। । ଯାହାକୁ ନେଇ ରାଜ୍ୟ ରାଜନୀତି ଜୋର ଧରିଛି। ଏମାନେ ହେଉଛନ୍ତି- କେନ୍ଦ୍ରାପଡା ଜିଲାରୁ ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ଶଶିଭୂଷଣ ବେହେରା, ଯାଜପୁରରୁ ପ୍ରଣବ ପ୍ରକାଶ ଦାସ, ସମ୍ବଲପୁରରୁ ରୋହିତ ପୂଜାରୀ, କଟକରୁ ଦେବୀ ପ୍ରସାଦ ମିଶ୍ର, ଗଞ୍ଜାମ ଜିଲାରୁ ଉଷା ଦେବୀ ଓ ପ୍ରଦୀପ ପାଣିଗ୍ରାହୀ, କଳାହାଣ୍ଡିରୁ ଭୂପିନ୍ଦର ସିଂ, ବୌଦ୍ଧରୁ ପ୍ରଦୀପ ଅମାତ ଏବଂ ନୟାଗଡରୁ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରମୁଖ।


Enter your email to get our daily news in your inbox.

All Right Reserved By Dharitri.Com

ରତ୍ନଭଣ୍ଡାର ଖୋଲିବା ଦାବି ଥମୁନି

ଭୁବନେଶ୍ବର,୩ା୭(ସୁନିତ୍‌ ମିଶ୍ର): ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ନେଇ ରାଜନୀତି ଥମିବାର ନଁା ଧରୁନାହିଁ। ରତ୍ନଭଣ୍ଡାର ଖୋଲିବା ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଗ୍ରହ...

୧୧ଜଣଙ୍କୁ ଗୁରୁ ଦେବପ୍ରସାଦ ନୃତ୍ୟ ରତ୍ନ ସମ୍ମାନ

ଭୁବନେଶ୍ୱର, ୧୭।୩(ବ୍ୟୁରୋ): ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ତ୍ରିଧାରା ପକ୍ଷରୁ ୩୪ତମ ଶ୍ରଦ୍ଧାଞ୍ଜଳି ସମାରୋହ ମଙ୍ଗଳବାର ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟକୁ ବିଧାୟକ ଦେବୀପ୍ରସାଦ ମିଶ୍ର...

ରାଜ୍ୟ ସଭାକୁ ନିରଞ୍ଜନ ବିଶି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ଭୁବନେଶ୍ୱର, ୭ା୬(ବ୍ୟୁରୋ):ନିରଞ୍ଜନ ବିଶି ରାଜ୍ୟ ସଭାକୁ ନିଦର୍‌ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ସୋମବାର ପ୍ରାର୍ଥତ୍ପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଥିଲା। ମିଳିଥିବା ସୂଚନା ମୁତାବକ, ଅପରାହ୍ନ ୩ଟା...

ଆଜି ରାଜ୍ୟରୁ ଆଉ ୧୯ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର,୧୬ା୪(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୧୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୭୮,୬୪୧ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।...

ବିଳମ୍ବିତ ରାତି ପର୍ଯ୍ୟନ୍ତ ବାଣ ଫୁଟାଇଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୬।୧୦(ବ୍ୟୁରୋ): ରବିବାର ଆଲୋକର ପର୍ବ ଦୀପାବଳି। କିଭଳି ଏହାକୁ ଶାନ୍ତିଶୃଙ୍ଖଳାରେ ପାଳନ କରାଯିବ ସେନେଇ କମିଶନରେଟ ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ରାଜଧାନୀର ବିଭିନ୍ନ...

ପ୍ରକଳ୍ପ କାମର ପୂର୍ଣ୍ଣାଙ୍ଗ ରିପୋର୍ଟ ୭ ଦିନରେ ଦିଅ: ମୁଖ୍ୟ ସଚିବ

ଭୁବନେଶ୍ୱର,୧୬ା୧୧(ବ୍ୟୁରୋ): ପୁରୀ ଓ ଗଞ୍ଜାମ ଜିଲାର ବୃହତ୍‌ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ନେଇ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ...

କୋଇଲା ଅତିରିକ୍ତ ଟିକସ ୫୬୦ କୋଟି ଟଙ୍କା ଦାବିକଲା ଓଡ଼ିଶା

ଭୁବନେଶ୍ୱର, ୨୪।୭(ବ୍ୟୁରୋ): ରାଜ୍ୟ ସରକାର କୋଇଲା ଉପରୁ କେନ୍ଦ୍ର ସରକାର ଆଦାୟ କରିଥିବା ଅତିରିକ୍ତ ଟିକସ(ଲେଭି) ବାବଦ ୫୬୦ କୋଟି ଟଙ୍କା ଦେବାକୁ ଦାବି କରିଛନ୍ତି।...

କନ୍ଧମାଳରୁ ମିଳିଲା ପୁଷ୍ପଲତାଙ୍କ ସ୍କୁଟି

ଭୁବନେଶ୍ୱର,୧୫।୨(ବ୍ୟୁରୋ): ବହ ଚର୍ଚ୍ଚିତ ପୁଷ୍ପଲତା ରାଉଳ ହତ୍ୟା ମାମଲାରେ ଗିରଫ ମୁଖ୍ୟ ଅଭିଯୁକ୍ତ ଗଞ୍ଜାମର ସଞ୍ଜୟ ଓରଫ ଅଙ୍ଗଦ ଦାସ ଓ ଚନ୍ଦୁ ଓରଫ ଶ୍ରୀକାନ୍ତ...

Advertisement
Archives

Model This Week