କ୍ୟାନସର ପୀଡିତ ହୀନସ୍ତା: ଦଲାଲ କବଳରେ ରୋଗୀ

କେନ୍ଦୁଝର, ୨୬ା୬ (ସ୍ବ.ପ୍ର.)-ସରକାର ଗରୀବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଯୋଗାଇଦେବା ସହ କ୍ୟାନସର ରୋଗୀଙ୍କ ଲାଗି ମଧ୍ୟ ମାଗଣା ଚିକିତ୍ସା ବ୍ୟବସ୍ଥା କରିଛନ୍ତି। କିନ୍ତୁ କେନ୍ଦୁଝର ଜିଲାର ସାହାରପଡା ବ୍ଲକର ଖଜିରାପାଟ ପଞ୍ଚାୟତର ଦୁଆଘାଟର କ୍ଷେତ୍ରବାସୀ ଦେହୁରୀ (୫୦) ନାମକ ଜଣେ ଗରୀବ ଆଦିବାସୀ ରୋଗୀ ମାଗଣା ଚିକିତ୍ସା ସୁବିଧା ପାଉନଥିବା ଏବଂ ଖର୍ଚ୍ଚାନ୍ତ ହୋଇ ବିନା ଚିକିତ୍ସାରେ ଘରେ ମୃତ୍ୟୁ ସହ ସଂଗ୍ରାମ କରୁଥିବାରୁ ସରକାରଙ୍କ ଏହି ସବୁ ସେବାର ସଫଳତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
କ୍ଷେତ୍ରବାସୀଙ୍କର ସ୍ତ୍ରୀ, ପୁଅ ଓ ୨ ଝିଅ ଅଛନ୍ତି। ସରକାରଙ୍କ ଅନ୍ତୋର୍ଦୟ ଯୋଜନାରେ ମିଳୁଥିବା ଚାଉଳରେ ଚଳୁଛନ୍ତି। ମୂଲମଜୂରୀ କରି ଘର ଚଳାଉଥିବା କ୍ଷେତ୍ରବାସୀ ପ୍ରଥମେ କିଡନୀ ରୋଗରେ ପୀଡ଼ିତ ଥିଲେ ା ବହୁ କଷ୍ଟରେ ୨ ଝିଅଙ୍କୁ ବାହା ଦେଇଛନ୍ତି। ତାଙ୍କ ଚିକିତ୍ସା ପାଇଁ ବହୁ ଅର୍ଥ ଖର୍ଚ୍ଚ କରିଥିଲେ ହେଁ ଭଲ ହେଉନାହିଁ ା ଚଳିତ ମାସ ୫ ତାରିଖରେ କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାକୁ ଆସି ଚିକିତ୍ସିତ ହୋଇଥିଲେ। ଅବସ୍ଥା ଭଲ ନ ଥିବାରୁ ଡାକ୍ତର ତାଙ୍କୁ କଟକ ବଡଡାକ୍ତରଖାନାକୁ ନେବାକୁ କହିଥିଲେ ା ଆମ୍ବୁଲାନ୍ସ ସେବା ନ ମିଳିବାରୁ ଘରୋଇ ଆମ୍ବୁଲାନ୍ସରେ ୭ ତାରିଖରେ ଗଲେ ା ଏଥିପାଇଁ ୪୫୦୦ ଟଙ୍କା ଦେବାକୁ ପଡିଥିଲା ା ଘରୋଇ ଆମ୍ବୁଲାନସ ତାଙ୍କୁ କଟକ ନେବା ପରିବର୍ତ୍ତେ ଭୂବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ନେଇଯାଇଥିଲେ ା ଗରୀବ କ୍ଷେତ୍ରବାସୀ କିଛି ଜାଣି ପାରି ନ ଥିଲେ ା ଘରୋଇ ଡାକ୍ତରଖାନାରେ ପ୍ରଥମେ ୫ ହଜାର ଟଙ୍କା ଜମା ଦେବାକୁ କହିଥିଲେ। ଏହା ପରେ ବିଭିନ୍ନ ପ୍ରକାରର ଚିକିତ୍ସା, ଔଷଧ ଆଦି ବାବଦକୁ ପାଖାପାଖି ୪୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଥିବା ତାଙ୍କ ଜ୍ୱାଇଁ ଅରୁଣ କୁମାର ନାୟକ କହିଛନ୍ତନ୍ତି। ଏହା ଛଡା ସେମାନେ ତାଙ୍କ ଠାରୁ ସ୍ମାର୍ଟ କାର୍ଡ ମଧ୍ୟ ନେଇଯାଇ ଛାଡିବା ବେଳେ ଫେରାଇଥିଲେ ବୋଲି ସେମାନେ ଅଭିଯୋଗ କରିଛନ୍ତି।
ସେଠାରେ ତାଙ୍କର କ୍ୟାନସର ହୋଇଥିବା କହି ଘରୋଇ ଡାକ୍ତରଖାନା ୧୨ ତାରିଖରେ କଟକ ବଡ ଡାକ୍ତରଖାନାକୁ ପଠାଇଦେଇଥିଲେ। ସେଠାରୁ କଟକ ବଡଡାକ୍ତରଖାନାକୁ ଆସିବା ପରେ ସେଠାରେ ତାଙ୍କୁ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିିଟାଲକୁ ପଠାଇଦେଇଥିଲେ। ସେଠାରେ ଘରୋଇ ଡାକ୍ତରଖାନାର ପରୀକ୍ଷା ରିପୋର୍ଟ କୁ ଗ୍ରହଣ ନ କରି ପୁଣି ପରୀକ୍ଷା କରିବାକୁ କହିଥିଲେ ା ଫଳରେ ସେମାନଙ୍କୁ ୧୩ ତାରିଖରୁ ଡାକ୍ତରଖାନା ବାରଣ୍ଡାରେ କଟାଇବାକୁ ପଡିଥିଲା ା ଡାକ୍ତରଖାନାରେ ଆଡମିଶନ ନ ହେବାରୁ ଏବଂ ବହୁ ଖର୍ଚ୍ଚାନ୍ତ ହେବା ପରେ ଶେଷରେ ନିରାଶ ହୋଇ ୫ ଦିନ ପରେ ୧୮ ତାରିଖରେ ଘରକୁ ବାଧ୍ୟ ହୋଇ ଫେରିଆସିଥିଲେ ବୋଲି ପରିବାର ଲୋକ କହିଛନ୍ତି। ଏବେ ଘରେ କଷ୍ଟ ଯନ୍ତ୍ରଣାରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ସହାୟତା ପାଇଁ ତାଙ୍କ ସ୍ତ୍ରୀ ବଇଲୋ ଦେହୁରୀ ଅନୁରୋଧ କରିଛନ୍ତି।
କଟକ ସ୍ଥିତ ଏସସିବି ମେଡିକାଲ କଲେଜ ହସପିଟାଲକୁ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଥିବା ବେଳେ ଘରୋଇ ଆମ୍ବୁଲାନସ ଭୁବନେଶ୍ୱର ସ୍ଥିତ ଘରୋଇ ଡାକ୍ତରଖାନାକୁ ନେବା ପଛରେ କଣ କାରଣ ଅଛି ତାହା ବୁଝାପଡ଼ୁନି। ତେବେ ଉକ୍ତ ଆମ୍ବୁଲାନ୍ସ ଚାଳକକୁ ପଚରାଉଚରା କରିବାକୁ ଦାବି ହୋଇଛି। ଏଭଳି ବହୁ ରୋଗୀ ଉକ୍ତ ଘରୋଇ ଡାକ୍ତରଖାନାକୁ ପଠାଇଯାଇଥିବା ଜଣାପଡିଛି ା ଏହା ପଛରେ କେତେକ ଡାକ୍ତରଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଥିବାରୁ ଜିଲାପାଳ ଏହାର ତଦନ୍ତ କରିବାକୁ ଦାବି ହେଉଛି ା
ଏନେଇ ଏଡିଏମଓ ଡ. ଗୁରୁପ୍ରସାଦ ମିଶ୍ର କହିଛନ୍ତି ଯେ ଏଭଳି ଘରୋଇ ଆମ୍ବୁଲାନ୍ସ ବା ଅନ୍ୟ କର୍ମଚାରୀ ଙ୍କ ସମ୍ପୃକ୍ତି ଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ା


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri