କ୍ଷେପଣାସ୍ତ୍ର ପରୀକ୍ଷା ପାଇଁ ଯୋଜନା କରୁଛି ପାକିସ୍ତାନ: ଭୟରେ ଯୁଦ୍ଧ ପ୍ରସ୍ତୁତି

ଇସ୍‌ଲାମାବାଦ,୨୯ା୮: କଶ୍ମୀର ସମ୍ପର୍କିତ ଭାରତର ନିଷ୍ପତ୍ତି ପରେ ପାକିସ୍ତାନର ନିଦ ହଜିଯାଇଛି। ନିୟନ୍ତ୍ରଣରେଖା (ଏଲ୍‌ଓସି)ରେ ସୈନ୍ୟ ଠୁଳ କରି ଥରକୁ ଥର ଆଣବିକ ଅସ୍ତ୍ର ବ୍ୟବହାର ଓ ଯୁଦ୍ଧର ଭୟ ଦେଖାଉଥିବା ପାକିସ୍ତାନ ଏବେ ଭାରତର ସମ୍ଭାବ୍ୟ ଆକ୍ରମଣକୁ ନେଇ ନିଜେ ଛାନିଆ ହୋଇଯାଇଛି। ଏଥିପାଇଁ ଖୁବ୍‌ଶୀଘ୍ର ଆଣବିକ ଅସ୍ତ୍ର ପରୀକ୍ଷା କରିବା ପାଇଁ ପଡ଼ୋଶୀ ଦେଶ ସଜବାଜ ହେଉଛି। ଆସନ୍ତା ଅକ୍ଟୋବର କିମ୍ବା ନଭେମ୍ବରରେ ଭାରତ-ପାକିସ୍ତାନ ମଧ୍ୟରେ ଘମାଘୋଟ ଯୁଦ୍ଧ ହେବ ବୋଲି ପାକିସ୍ତାନର ରେଳମନ୍ତ୍ରୀ ଶେଖ୍‌ ରଶିଦ୍‌ ଅହମ୍ମଦଙ୍କ ବୁଧବାର ଭବିଷ୍ୟବାଣୀରୁ ଇସ୍‌ଲାମାବାଦର ଆଭିମୁଖ୍ୟ ସ୍ପଷ୍ଟ ହୋଇଛି।
ମିଳିଥିବା ସୂଚନାନୁସାରେ ସୀମା ସେପଟେ ପାକିସ୍ତାନୀ ସୈନ୍ୟ ଭାରତ ସହ ଯୁଦ୍ଧ ପାଇଁ ଠୁଳ ହୋଇଛନ୍ତି। କରାଚୀ ନିକଟସ୍ଥ ସୋନମିଆନି ଟେଷ୍ଟ ରେଞ୍ଜରେ ପରୀକ୍ଷା ପାଇଁ ଏକ ଆଣବିକ ଓ କେତେକ ପାରମ୍ପରିକ କ୍ଷେପଣାସ୍ତ୍ର ରଖାଯାଇଛି। ଭାରତ ପଟକୁ ମୁହଁ କରି ରଖାଯାଇଥିବା ପାରମ୍ପରିକ ଯୁଦ୍ଧାସ୍ତ୍ରଗୁଡ଼ିକ ମଧ୍ୟରେ ରହିଛି ହତ୍‌ଫ ୧ (୭୦-୧୦୦ କି.ମି. ରେଞ୍ଜ) ଓ ହତ୍‌ଫ ୨ (ଅବ୍‌ଦାଲି), ଯାହାର ଆକ୍ରମଣ କ୍ଷମତା ୧୮୦ରୁ ୨୦୦ କି.ମି.। ଏହାର ଆଣବିକ କ୍ଷେପଣାସ୍ତ୍ରଗୁଡ଼ିକ ହେଲା ୨୯୦ କି.ମି. ରେଞ୍ଜ୍‌ର ହତ୍‌ଫ ୩ (ଗଜ୍‌ନବୀ) ଏବଂ ହତ୍‌ଫ ୭ (୩୫୦-୭୦୦ କି.ମି. ଆକ୍ରମଣ କ୍ଷମତାସମ୍ପନ୍ନ ବାବର କ୍ରୁଜ୍‌ ମିଶାଇଲ)। ସେହିପରି ହତ୍‌ଫ ୪ (ଶାହିନ ୧- ୭୦୦ କି.ମି.), ଘୌରି ୧ ନାମକ ହତ୍‌ଫ ୫ (୨୫୦-୧୫୦୦ କି.ମି.) ଓ ୧୫୦୦ରୁ ୨୦୦୦ କି.ମି. ଆକ୍ରମଣ କ୍ଷମତାସମ୍ପନ୍ନ ହତ୍‌ଫ୍‌ ୬ (ଶାହିନ୍‌ ୨) କ୍ଷେପଣାସ୍ତ୍ର ମୁତୟନ କରାଯାଇଛି । ପାକିସ୍ତାନ ଏହି କ୍ଷେପଣାସ୍ତ୍ରଗୁଡ଼ିକର ପରୀକ୍ଷଣ ଖୁବ୍‌ଶୀଘ୍ର କରିବା ପାଇଁ ଯୋଜନା କରିଛି। ସେଠାକାର ନୋଟିସ ଟୁ ଏୟାରମେନ୍‌ (ଏନ୍‌ଓଟିଏଏମ୍‌) ଓ ନୌସେନାକୁ ସଜାଗ ରହିବା ପାଇଁ ବୁଧବାର ଆଲର୍ଟ କରାଯାଇଛି। ଅଗଷ୍ଟ ୨୮ ଓ ୩୧ରେ ଭୋର ୪ଟା ୪୦ରୁ ପୂର୍ବାହ୍ନ ୯ଟା ମଧ୍ୟରେ ସାମରିକ ଅଭ୍ୟାସ କରାଯିବ ବୋଲି ଉକ୍ତ ନୋଟିସରେ ଉଲ୍ଲେଖ କରାଯାଇଛି। ପାକିସ୍ତାନ ତା’ର ସମସ୍ତ ମିଶାଇଲ୍‌ ସିଷ୍ଟମ୍‌କୁ ଭାରତରେ ଆକ୍ରମଣ ପାଇଁ ବିକଶିତ କରିଛି। ଏହାସହ ଆଣବିକ ଶକ୍ତି କ୍ଷମତାକୁ ମଧ୍ୟ ବଳ ଦେବାରେ ଲାଗିଛି। ଯୁଦ୍ଧ ହେଲେ ଭାରତ ଉପରେ ଆଣବିକ ଅସ୍ତ୍ର ପ୍ରୟୋଗ କରାଯିବ ବୋଲି ଧମକ ଦେବାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ସମେତ ଦେଶର ଶୀର୍ଷ ନେତୃତ୍ୱ ପଛାଉନାହାନ୍ତି।
ରେଳମନ୍ତ୍ରୀ ଶେଖ୍‌ ରଶିଦ୍‌ ଅହମ୍ମଦ କହିଛନ୍ତି, କଶ୍ମୀରୀଙ୍କ ଭାଗ୍ୟ ଜାତିସଂଘ ନୁହେଁ, ବରଂ ସେମାନେ ନିଜେ ନିର୍ଦ୍ଧାରଣ କରିବେ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଗୁ କଶ୍ମୀରର ମୁକ୍ତି ପାଇଁ ଶେଷ ଯୁଦ୍ଧ କରିବାର ସମୟ ଆସିଯାଇଛି। ଏଥର ଭାରତ ସହ ଚୂଡ଼ାନ୍ତ ଓ ଶେଷ ଯୁଦ୍ଧ ହେବ। ୨୦୧୯ ଶେଷ ସୁଦ୍ଧା ବିଶେଷକରି ଆସନ୍ତା ଅକ୍ଟୋବରରୁ ନଭେମ୍ବର ଭିତରେ ଦୁଇଦେଶ ମଧ୍ୟରେ ନିର୍ଣ୍ଣାୟକ ଯୁଦ୍ଧ ହେବ ବୋଲି ରଶିଦ୍‌ କହିଛନ୍ତି। ତାଙ୍କ ଘୋଷଣା ପରିପ୍ରେକ୍ଷୀରେ ପାକିସ୍ତାନର ଏଭଳି ପ୍ରସ୍ତୁତିକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଏହି ଦିନ ଗଡ଼ିବ ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍: ବୁକ୍ କରନ୍ତୁ ଟିକେଟ୍

ନୂଆଦିଲ୍ଲୀ,୧।୧: ଭାରତୀୟ ପରିବହନ କ୍ଷେତ୍ରରେ ଏକ ଐତିହାସିକ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଘୋଷଣା ଅନୁଯାୟୀ, ଆସନ୍ତା ଅଗଷ୍ଟ ୧୫,...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

୨୦୨୬ରେ ଲେଖା ହେବ ମହାକାଶ ବିଜ୍ଞାନର ନୂଆ ଅଧ୍ୟାୟ: ଭାରତ, ଆମେରିକା ରଚିବେ ଇତିହାସ

ନୂଆଦିଲ୍ଲୀ,୧।୧: ୨୦୨୬ ବର୍ଷଟି ବିଶ୍ୱ ମହାକାଶ ଇତିହାସରେ ଏକ ନୂତନ ଯୁଗର ସୂତ୍ରପାତ କରିବାକୁ ଯାଉଛି। ଭାରତର ‘ଇସ୍ରୋ’ ଏବଂ ଆମେରିକାର ‘ନାସା’ ଦୁଇଟି ଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri