କ୍ଷୁଦ୍ର ଋଣଗ୍ରହୀତାଙ୍କ ଋଣ ଛାଡ଼ କରିବେ ସରକାର

ନୂଆଦିଲ୍ଲୀ,୧୯-୮: କ୍ଷୁଦ୍ର ଋଣଗ୍ରହୀତାଙ୍କ ଋଣ ଛାଡ଼ ଲାଗି ଏକ ଯୋଜନା କେନ୍ଦ୍ର ସରକାରଙ୍କ ବିଚାରାଧୀନ ରହିଛି। ଇନ୍‌ସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସି କୋଡ୍‌(ଆଇବିସି) ଅଧୀନରେ କ୍ଷୁଦ୍ର ଋଣଗ୍ରହୀତାଙ୍କ ଋଣ ଛାଡ଼ ପାଇଁ ବିଚାର କରାଯାଉଛି। ଆଇବିସିର ଫ୍ରେଶ୍‌ ଷ୍ଟାର୍ଟ ବ୍ୟବସ୍ଥା ଅଧୀନରେ ଏହା କରାଯିବ। କର୍ପୋରେଟ ବ୍ୟାପାର ସଚିବ ଇଞ୍ଜେଟି ଶ୍ରୀନିବାସ କହିଛନ୍ତି ଯେ, ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗ ଅର୍ଥାତ୍‌ ଇଡବ୍ଲ୍ୟୁଏସ୍‌ ଅଧୀନକୁ ଆସୁଥିବା କ୍ଷୁଦ୍ର ଋଣଗ୍ରହୀତାଙ୍କ ଋଣକୁ ଛାଡ଼ କରିବା ଲାଗି ଶ୍ରେଣୀ ନିର୍ଦ୍ଧାରଣ କରାଯିବ। ଏଥିଲାଗି ମାଇକ୍ରୋ ଫାଇନାନ୍ସ ଇଣ୍ଡଷ୍ଟ୍ରି ସହ ଆଲୋଚନା ଚାଲିଛି। ଇଡବ୍ଲ୍ୟୁଏସ୍‌ରେ ସର୍ବାଧିକ ଋଣବୋଝ ଥିବା ଋଣଗ୍ରହୀତାଙ୍କୁ ଏହାର ଫାଇଦା ମିଳିବାକୁ ଯାଉଛି। ଶ୍ରୀନିବାସ କହିଛନ୍ତି ଯେ, କୌଣସି ଲଘୁ ଉଦ୍ୟୋଗ ଥରେ ଫ୍ରେଶ୍‌ ଷ୍ଟାର୍ଟର ଫାଇଦା ନେବେ, ତେବେ ତାଙ୍କୁ ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ଏହାର ଲାଭ ଆଉ ମିଳିବ ନାହିଁ। ଆସନ୍ତା ୪/୫ ବର୍ଷ ମଧ୍ୟରେ ଏଭଳି ଋଣ ଛାଡ଼ ଦ୍ୱାରା ସରକାରଙ୍କ ଉପରେ ପ୍ରାୟ ୧୦ ହଜାର କୋଟି ଟଙ୍କାରୁ ଅଧିକ ବୋଝ ପଡିବ। ଏହାଠାରୁ ଅଧିକ ହେବ ନାହିଁ। ଆଇବିସିର ଫ୍ରେଶ୍‌ ଷ୍ଟାର୍ଟର ଫାଇଦା ନେବା ଲାଗି ଅନେକ ଗୁଡ଼ିଏ ସର୍ତ୍ତାରୋପ କରାଯାଇଛି। ଯେପରିକି ଋଣଗ୍ରହୀତାଙ୍କ ବାର୍ଷିକ ଆୟ ୬୦ ହଜାର ଟଙ୍କାରୁ ଅଧିକ ହେବ ନାହିଁ। ତାଙ୍କ ସମ୍ପତ୍ତି ମୂଲ୍ୟ ମୋଟ ୨୦ ହଜାର ଟଙ୍କାରୁ ଅଧିକ ହୋଇ ନ ଥିବ। ଲାଭାର୍ଥିଙ୍କ ଉପରେ ମୋଟ ଋଣ ପରିମାଣ ୩୫ ହଜାର ଟଙ୍କାରୁ କମ୍‌ ହୋଇଥିବ। ସେହିପରି ତାଙ୍କ ନିକଟରେ ନିଜର ଘର ନ ଥିବ।


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri