Posted inUncategorized

କ୍ଲିକ୍‌ କେମେଷ୍ଟ୍ରି

ବେର୍‌ଟୋଜି : ବେର୍‌ଟୋଜି ଅକ୍ଟୋବର ୧୦, ୧୯୬୬ରେ ଆମେରିକାର ବୋଷ୍ଟନ୍‌ଠାରେ ଜନ୍ମଲାଭ କରିଥିଲେ ଏବଂ ୧୯୯୩ରେ ବରକେଲେସ୍ଥିତ କାଲିଫର୍ନିଆ ବିଶ୍ୱବିଦ୍ୟାଳୟରୁ ପିଏଚ.ଡି ଲାଭ କରିଥିଲେ। ତାଙ୍କର ଗବେଷଣା କ୍ଷେତ୍ର ଥିଲା ‘ଅଙ୍ଗାର ସହିତ ସଂପୃକ୍ତ ଗ୍ଲାଇକୋସାଇଡ୍‌ଗୁଡ଼ିକର ସଂଶ୍ଳେଷଣ ଏବଂ କ୍ରିୟାବିଧି ଅଧ୍ୟୟନ’। ଏଥିରେ ସମ୍ମିଳିତ ହୋଇଥିଲା ରସାୟନ ବିଜ୍ଞାନ ଏବଂ ଜୈବ ବିଜ୍ଞାନ। ସେ ଏହାର ନାମ ଦେଲେ ‘ବାଇଓ ଅର୍ଥଗୋନାଲ କେମେଷ୍ଟ୍ରି’।
ଏହାପରେ ବେର୍‌ଟୋଜି ଜୀବକୋଷମାନଙ୍କ ପୃଷ୍ଠଦେଶରେ ଥିବା ‘ଗ୍ଲାଇକାନ୍‌’ ନାମକ ଶର୍କରାକୁ ଅଧ୍ୟୟନ କରିବା ପାଇଁ ରାସାୟନିକ ବ୍ୟବସ୍ଥା ସଂଶ୍ଳେଷର କରିବାକୁ ଲାଗିଲେ। ଏହି ପଦାର୍ଥଟି କର୍କଟ ରୋଗଠାରୁ କୋଭିଡ୍‌-୧୯ ପର୍ଯ୍ୟନ୍ତ ନାନାଦି ରୋଗ ଉପରେ ପ୍ରଭାବ ରହିଛି। ଥରେ ସେ ଏକ ସେମିନାରରେ ଜଣେ ଜର୍ମାନ୍‌ ବୈଜ୍ଞାନିକ କିପରି ଜୀବକୋଷମାନଙ୍କୁ ‘ସିଆଲିକ୍‌ ଅମ୍ଳ’ର ଏକ ଅପ୍ରାକୃତିକ ତଥା ଭିନ୍ନତା ଥିବା ରୂପ ପ୍ରସ୍ତୁତ ଲାଗି ପ୍ରରୋଚିତ କରୁଥିଲେ ତାହା ଶୁଣିଲେ। ଏହି ଅମ୍ଳଟିରୁ‘ଗ୍ଲାଇକାନ୍‌’ ତିଆରି କରେ। ତେଣୁ ସେହି ପଦ୍ଧତି ଅନୁସରଣ କରି ଏକ ରାସାୟନିକ ହ୍ୟାଣ୍ଡେଲ ଥିବା ‘ସିଆଲିକ୍‌ ଅମ୍ଳ’ ପ୍ରସ୍ତୁତ କରିବା ଲାଗି ଜୀବକୋଷମାନଙ୍କୁ ପ୍ରରୋଚିତ କଲେ। ସେ ଏହାର ହ୍ୟାଣ୍ଡେଲ ସହିତ ଯୋଡିଦେଲେ ପ୍ରତିଦୀପ୍ତଶୀଳ ଅଣୁ। ତାହା ଜୀବକୋଷ ମଧ୍ୟରେ ଯେଉଁଠି ଲୁ୍‌କ୍କାୟିତ ରହିଲା ସେଠାରୁ ନିର୍ଗତ ହେଲା ଆଲୋକ। ଅତଏବ ତାହାକୁ ଅଧ୍ୟୟନ କରିବାର ବାଟ ଖୋଲିଗଲା। ଏହି ପ୍ରକ୍ରିୟା ଥିଲା ‘କ୍ଲିକ୍‌ କେମେଷ୍ଟ୍ରି’ର ଏକ ଭିନ୍ନ ରୂପ। ସେ ଏହାକୁ ‘ବାଇଓ-ଅର୍ଥଗୋନାଲ୍‌’ ପ୍ରତିକ୍ରିୟା ବୋଲି କହିଲେ। ଏହା ହିଁ ତାଙ୍କୁ ଇତିସହାସରେ ଅଷ୍ଟମ ମହିଳା ରୂପରେ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ଜିତିବାରେ ସାହାଯ୍ୟ କଲା। ଏଥିପୂର୍ବରୁ ସେ ମଧ୍ୟ ୨୦୧୦ରେ ଲାଭ କରିଥିଲେ ପ୍ରଥମ ମହିଳା ଭାବେ ସମ୍ମାନଜନକ ‘ଲେମଲସନ୍‌ ଏମଟିଆଇ’ ପୁରସ୍କାର।

(ଶେଷ ଭାଗ)
-ପ୍ର. ରମେଶ ଚନ୍ଦ୍ର ପରିଡା
ଉଷା ନିବାସ, ୧୨୪/୨୪୪୫, ଖଣ୍ଡଗିରି ବିହାର, ଭୁବନେଶ୍ୱର-୩୦


Enter your email to get our daily news in your inbox.

All Right Reserved By Dharitri.Com

BCCI ଆଗରେ ଏମିତି ଡିମାଣ୍ଡ ରଖିଲେ ଅଜିତ ଅଗରକର: ହେବ କି ପୂରଣ

ନୂଆଦିଲ୍ଲୀ,୧୯।୩: ଟି୨୦ ବିଶ୍ୱକପରେ ଭାରତର ବିଜୟ ପରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ବିସିସିଆଇ ସାମ୍ନାରେ ଏକ ଡିମାଣ୍ଡ ରଖିଛନ୍ତି। ଅଗରକର ୨୦୨୭ ଏକଦିବସୀୟ ବିଶ୍ୱକପ ପର୍ଯ୍ୟନ୍ତ…

କାରଣ କହି ଭାଜପା ଛାଡିଲେ ଜୀବନ ପ୍ରଦୀପ ଦାଶ

ଭୁବନେଶ୍ୱର,୧୩।୧୧: ଭାଜପା ଛାଡ଼ିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ। ରବୀନ୍ଦ୍ର ଜେନା ଭାଜପାରେ ସାମିଲ ହେବା ପରେ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ପ୍ରେସମିଟ୍‌ କରି…

ରସୁଲଗଡ଼ରେ ଚାଞ୍ଚଲ୍ୟ: ୟୁଟ୍ୟୁବ ବ୍ଲଗରଙ୍କୁ ଜିଜିପି କଲୋନୀରେ ହତ୍ୟା 

ଭୁବନେଶ୍ୱର,୧।୩: ରାଜଧାନୀରେ ପୁଣି ଗଡିଲା ମୁଣ୍ଡ। ରସୁଲଗଡ଼ ନିକଟ ଜିଜିପି କଲୋନୀରେ ଶନିବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ମୃତ ଯୁବକ ଜଣଙ୍କ ରାହୁଲ ମହାରଣା। ସେ…

୫ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଟପିଲା

ଭୁବନେଶ୍ୱର, ୨୨।୨ (ବନ୍ଦନା ସେଠୀ) : ରାଜ୍ୟରେ ଦିନ ତାପମାତ୍ରା ଧୀରେ ଧୀରେ ବୃଦ୍ଧି ପାଉଛି। ଆଞ୍ଚଳିକ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ…

ବିଷାକ୍ତ ଶିଳ୍ପର ଯାତ୍ରା

ମାନବ ସଭ୍ୟତାର ସବୁଠାରୁ ବଡ଼ ଦୁଃଖଦ ଘଟଣା ମଧ୍ୟରୁ ଗୋଟିଏ ହେଉଛି, ଯେତେବେଳେ ଶିଳ୍ପ ଏବଂ ଲାଭ ପାଇଁ ଭୋକ ବୃଦ୍ଧି ପାଇଛି, ସେତେବେଳେ ପ୍ରଥମେ ମାନବ…

ବିଜେଡି କାହାକୁ କରିବ ରାଜ୍ୟ ସଭା ପ୍ରାର୍ଥୀ: ଏମିତି କିଛି କହିଲେ ଅଶୋକ ପଣ୍ଡା

ଭୁବନେଶ୍ୱର,୧୪।୨: ବିଜେଡିର ରାଜ୍ୟ ସଭା ପ୍ରାର୍ଥିତ୍ୱକୁ ନେଇ ମତ ରଖିଲେ ଅଶୋକ ପଣ୍ଡା। ସେ କହିଛନ୍ତି, ସାଙ୍ଗଠନିକ ଦକ୍ଷତା, ଅଭିଜ୍ଞତା, ଦଳ ପ୍ରତି ଆନୁଗତ୍ୟ ଓ ଅବଦାନ…

ଭାରତ-ପାକିସ୍ତାନ ମହାମୁକାବିଲାକୁ ନେଇ ଆସିଲା ବଡ଼ ଅପଡେଟ୍‌: ୨୪ ଘଣ୍ଟା ଭିତରେ…

ନୂଆଦିଲ୍ଲୀ,୯।୨: ଟି-୨୦ ବିଶ୍ୱକପ ଆରମ୍ଭ ହୋଇଛି। କିନ୍ତୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମହାମୁକାବିଲାକୁ ନେଇ ଏବେ ବି ଅନିଶ୍ଚିତତା ରହିଛି। ପରିସ୍ଥିତି ସ୍ପଷ୍ଟ କରିବା ପାଇଁ…

ସାମ୍ନାକୁ ଆସିଲା ସୁଇସାଇଡ ନୋଟ: ଆତ୍ମହତ୍ୟା କରିବା ପୂର୍ବରୁ ବାପାଙ୍କୁ ଏମିତି କଥା ଲେଖିଥିଲେ ୩ ଭଉଣୀ

ଗାଜିଆବାଦ,୪।୨: ଉତ୍ତର ପ୍ରଦେଶର ଗାଜିଆବାଦର ଟିଲା ମୋଡ ପୋଲିସ ଷ୍ଟେଶନ ଅଞ୍ଚଳର ଭାରତ ସିଟି ସୋସାଇଟିରେ ଏକ ଦୁଃଖଦ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ତିନି ଭଉଣୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri