କ୍ରେଡିଟ୍‌ କାର୍ଡ ବ୍ୟବହାର କରୁଥିଲେ

ବର୍ତ୍ତମାନ ଅଧିକାଂଶ ମହିଳା କ୍ରେଡିଟ୍‌ କାର୍ଡ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । ହେଲେ ଏହାକୁ ବ୍ୟବହାର କରିବା ସମୟରେ ସୁରକ୍ଷା ଦୃଷ୍ଟିରୁ କେତେକ ଦିଗ ପ୍ରତି ସତର୍କ ରହିବା ଆବଶ୍ୟକ…

ଅନେକ ମହିଳା ବିଭିନ୍ନ ମେସେଜ୍‌ କିମ୍ବା ଇ-ମେଲ୍‌ରେ ଆସୁଥିବା ବିଜ୍ଞାପନ ଏବଂ କ୍ରେଡିଟ୍‌ କାର୍ଡର ଆକର୍ଷଣୀୟ ଅଫର ଦେଖି ତତ୍‌କ୍ଷଣାତ୍‌ ଏହାକୁ ନେବାର ନିଷ୍ପତ୍ତି ନେଇଯାଆନ୍ତି। ହେଲେ ଏଥିରେ ଅନେକ ନିୟମ ଏବଂ ସର୍ତ୍ତାବଳି ଯୋଗୁ ପରବର୍ତ୍ତୀ ସମୟରେ ଆପଣଙ୍କୁ ଅସୁବିଧାର ସମ୍ମୁଖିନ ହୋଇଥାଆନ୍ତି। ତେଣୁ କ୍ରେଡିଟ୍‌ କ୍ରେଡିଟ୍‌ କାର୍ଡ ଆପ୍ଲାଏ କରିବା ପୂର୍ବରୁ କେତେ ମୂଲ୍ୟ ପର୍ଯ୍ୟନ୍ତ କ୍ରେଡିଟ୍‌ କାର୍ଡ କରିବେ, କେଉଁ ବ୍ୟାଙ୍କ୍‌ ବା ସଂସ୍ଥା ପକ୍ଷରୁ ଆଣିବେ, କେତେ ସୁଧ ଦେବାକୁ ପଡିବ, କାର୍ଡର ଅବଧି କେତେ ଇତ୍ୟାଦି ଭଳି ବିଭିନ୍ନ ତଥ୍ୟ ସମ୍ପର୍କରେ କୌଣସି ଫାଇନାନ୍‌ସିଆଲ୍‌ ଏକ୍ସପର୍ଟଙ୍କଠାରୁ ପରାମର୍ଶ ନିଅନ୍ତୁ।
କ୍ରେଡିଟ୍‌ କାର୍ଡରେ ନିଜେ ସାଇନ୍‌ କରିବା ସହ ଏହାର ନମ୍ବର, ପିନ୍‌, ବୈଧତା, କାର୍ଡ କମ୍ପାନି ନମ୍ବର ଏବଂ ଏହା ସମ୍ବନ୍ଧିତ ସବୁ ଜରୁରୀ ତଥ୍ୟ ଯତ୍ନରେ ଲେଖି ରଖନ୍ତୁ ଏବଂ ଧ୍ୟାନ ଦିଅନ୍ତୁ ଏହା ଯେପରି ଅନ୍ୟମାନଙ୍କ ହାତରେ ନ ପଡ଼େ। ଏହାର ଫଟୋ କପି ମଧ୍ୟ ଜେରକ୍ସ କରି ରଖିବାକୁ ଭୁଲନ୍ତୁ ନାହିଁ।
– ଏହାର ପାସ୍‌ଓ୍ବାର୍ଡକୁ ଏଭଳି କରନ୍ତୁ, ଯାହାକୁ ସହଜରେ ହ୍ୟାକ୍‌ କରି ହେବନାହିଁ। ଏହାକୁ ଏଣେତେଣେ ଲେଖନ୍ତୁ ନାହିଁ ଏବଂ ସୁରକ୍ଷା ଦୃଷ୍ଟିରୁ ମଝିରେ ମଝିରେ ପାସ୍‌ଓ୍ବାର୍ଡ ବଦଳାନ୍ତୁ।
– କ୍ରେଡିଟ୍‌ କାର୍ଡର ନିର୍ଦ୍ଧାରିତ ସମୟ ମଧ୍ୟରେ ଏହାକୁ ବ୍ୟବହାର କରନ୍ତୁ। ସେହିପରି ସମୟ ମଧ୍ୟରେ ଟଙ୍କା ଶୁଝି ଦେବାକୁ ଚେଷ୍ଟା କରନ୍ତୁ। ନଚେତ ଆପଣଙ୍କୁ ଅଧିକ ସୁଧ ସହିତ ଜରିମାନା ବାବଦକୁ ମଧ୍ୟ ମୂଲ୍ୟ ଦେବାକୁ ପଡ଼ିପାରେ।
ମନେରଖନ୍ତୁ, ସାଇବର କାଫେ କିମ୍ବା ଅନ୍ୟ ପବ୍ଲିକ୍‌ କମ୍ପ୍ୟୁଟରରେ କ୍ରେଡିଟ୍‌ କାର୍ଡ ବ୍ୟବହାର କରିବା ବିପଦ। ଏହାଦ୍ୱାରା ଆପଣଙ୍କ ଡାଟା ହ୍ୟାକ୍‌ ହେବାର ଆଶଙ୍କା ବେଶୀ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri