Posted inଖେଳ

କ୍ରିଷ୍ଣା ‘ଆଇଏସ୍‌ଏଲ ହିରୋ ଅଫ୍‌ ଦି ମନ୍ଥ୍‌’

ଗୁଆହାଟୀ, ୮ା୧୨ (ପି.ଟି.)- ଫିଜିର ଅନ୍ତର୍ଜାତୀୟ ଫୁଟ୍‌ବଲ ଖେଳାଳି ରୟ କ୍ରିଷ୍ଣା ‘ଆଇଏସଏଲ ହିରୋ ଅଫ୍‌ ଦି ମନ୍ଥ୍‌’ ପୁରସ୍କାର ଲାଭ କରିଛନ୍ତି। ନଭେମ୍ବର ମାସରେ ଆଇଏସ୍‌ଏଲରେ ପ୍ରଭାବୀ ପ୍ରଦର୍ଶନ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି। ଏଟିକେ ଟିମ୍‌ ତରଫରୁ ପ୍ରତିନିଧିତ୍ୱ କରୁଥିବା ଏହି ଖେଳାଳି ପୁରସ୍କାର ପାଇଁ ଜାମସେଦ୍‌ପୁର ଏଫ୍‌ସିର ସର୍ଗିଓ କ୍ୟାସେଲ, ଓଡ଼ିଶା ଏଫ୍‌ସିର ଆରିଡେନ୍‌ ସାଣ୍ଟାନା, ଏଫ୍‌ସି ଗୋଆର ମୋର୍ଟାଡା ଫଲ୍‌ ଏବଂ ବେଙ୍ଗାଲୁରୁ ଏଫ୍‌ସି ଗୋଲକିପର ଗୁର୍‌ପ୍ରୀତ୍‌ ସିଂ ସାନ୍ଧୁଙ୍କଠାରୁ ପ୍ରତିଦ୍ୱନ୍ଦ୍ୱିତାର ସାମ୍ନା କରିବାକୁ ପଡ଼ିଥିଲା। ୩୨ ବର୍ଷୀୟ ଏହି ଖେଳାଳି ତିନୋଟି ମ୍ୟାଚରେ ସମାନ ସଂଖ୍ୟକ ଗୋଲ ସ୍କୋର କରିଥିଲେ। ତାଙ୍କ ପ୍ରଭାବୀ ପ୍ରଦର୍ଶନ ଯୋଗୁ ଏଟିକେ ନଭେମ୍ବର ମାସରେ ଅପରାଜେୟ ରହିଥିଲା। ଚଳିତ ସିଜନରେ ‘ହିରୋ ଅଫ୍‌ ଦି ମନ୍ଥ୍‌’ ପୁରସ୍କାର ଜିତିବାରେ କ୍ରିଷ୍ଣା ହେଉଛନ୍ତି ଦ୍ୱିତୀୟ ଏଟିକେ ଖେଳାଳି। କ୍ରିଷ୍ଣାଙ୍କ ଷ୍ଟ୍ରାଇକ୍‌ ପାର୍ଟନର ଡେଭିଡ୍‌ ଓ୍ବିଲିିୟମ୍ସ ଅକ୍ଟୋବରରେ ସମାନ ପୁରସ୍କାର ଜିତିଥିଲେ। ନଭେମ୍ବରରେ କ୍ରିଷ୍ଣାଙ୍କ ଆରମ୍ଭ ଖୁବ୍‌ ଚମତ୍କାର ଥିଲା। ଏଟିକେର ଘରୋଇ ଗ୍ରାଉଣ୍ଡ ସଲ୍‌ଟଲେକ୍‌ ଷ୍ଟାଡିୟମରେ ଜାମସେଦପୁର ଏଫ୍‌ସି ବିପକ୍ଷ ମ୍ୟାଚରେ ୨ଟି ଗୋଲ କରିବା ସହ ଜଣେ ସାଥୀ ଖେଳାଳିଙ୍କୁ ଗୋଲ ଦେବାରେ ସହାୟତା କରିଛନ୍ତି। ଏହାପୂର୍ବରୁ ରାଜ୍ୟ ବାହାରେ ଓଡ଼ିଶା ଏଫ୍‌ସି ବିପକ୍ଷ ସଂଘର୍ଷପୂର୍ଣ୍ଣ ଡ୍ର’ ମ୍ୟାଚରେ ତାଙ୍କର ବିଶେଷ ଭୂମିକା ରହିଥିଲା। ନଭେମ୍ବରରେ ଘରୋଇ ଗ୍ରାଉଣ୍ଡରେ ସ୍ଥାନୀୟ ଦର୍ଶକଙ୍କ ଉପସ୍ଥିତିରେ ସେ ଆଉ ଏକ ଗୋଲ ସ୍କୋର କରିଥିଲେ। ମୁମ୍ବାଇ ସିଟି ଏଫ୍‌ସି ବିପକ୍ଷ ମ୍ୟାଚ୍‌ରେ ୨-୧ ଗୋଲରେ ପଛୁଆ ରହିଥିବାବେଳେ କ୍ରିଷ୍ଣା ଏକ ଗୋଲ ସ୍କୋର କରି ମ୍ୟାଚକୁ ୨-୨ ସ୍ତରକୁ ନେଇ ଆସିଥିଲେ। ପୂର୍ବତନ ଏ’ ଲିଗ୍‌ ଟପ୍‌ ସ୍କୋରର ଓ୍ବେଲିଂଟନ ଫୋନିକ୍ସଙ୍କ ସହିତ ଲିଗ୍‌ର ଫ୍ୟାନ ଫେଭରାଇଟ୍‌ ପୁରସ୍କାର ଜିତିଛନ୍ତି। ଗୁଆହାଟୀଠାରେ ଶନିବାର ଅନୁଷ୍ଠିତ ଏକ ମ୍ୟାଚରେ ଏଟିକେ ୩-୦ ଗୋଲରେ ନର୍ଥଇଷ୍ଟ ୟୁନାଇଟେଡ୍‌କୁ ୩-୦ ଗୋଲରେ ପରାସ୍ତ କରିଛି। ଏହି ମ୍ୟାଚରେ ସେ ଦୁଇଟି ଗୋଲ ସ୍କୋର କରିଛନ୍ତି। ମ୍ୟାଚ ପରେ ସେ ପୁରସ୍କୃତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri