Posted inଖେଳ

କ୍ରିକେଟରେ ଡକଓ୍ବର୍ଥ ଲୁଇସ୍‌ ନିୟମ କେବଠୁ ହୋଇଥିଲା ଆରମ୍ଭ

ବର୍ଷା ପ୍ରଭାବିତ ଏକଦିବସୀୟ ଏବଂ ଟି-୨୦ ମ୍ୟାଚ୍‌ରେ ଫଳାଫଳ ବାହାର କରିବା ପାଇଁ ଏକ ନିୟମ ବ୍ୟବହାର କରାଯାଏ। ଏହାକୁ ଡକଓ୍ବର୍ଥ ଲୁଇସ୍‌ ନିୟମ କୁହାଯାଏ। ତେବେ ଏହି ନିୟମ କେବେ ଏବଂ କାହିଁକି ବାହାର କରାଯାଏ ତାହା ଜାଣନ୍ତି କି?

ଡକଓ୍ବର୍ଥ ଲୁଇସ୍‌ ନିୟମର ଆବିଷ୍କାର ପ୍ରଥମେ ପରିସଂଖ୍ୟାନ ବିଶେଷଜ୍ଞ ଫ୍ରାଙ୍କ୍‌ ଡର୍କଓ୍ବର୍ଥ ଏବଂ ଟୋନି ଲୁଇସ୍‌ କରିଥିଲେ। ତେଣୁ ଏହି ନିୟମର ନାମ ଡକଓ୍ବର୍ଥ ଲୁଇସ୍‌ ରଖାଯାଇଛି।

ଅନ୍ତର୍ଜାତୀୟ କ୍ରିକେଟରେ ଏହି ନିୟମର ପ୍ରୟୋଗ ପ୍ରଥମେ ୧୯୯୬-୯୭ରେ ଜିମ୍ବାଓ୍ବେ-ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ କରାଯାଇଥିଲା। ଏହି ମ୍ୟାଚରେ ଜିମ୍ବାଓ୍ବେ ଦଳ ଡକଓ୍ବର୍ଥ ନିୟମ ଜରିଆରେ ୭ ଉଇକେଟରେ ବିଜୟ ହାସଲ କରିଥିଲା। ୧୯୯୯ରେ ଆଇସିସି ଦ୍ୱାରା ବର୍ଷା ପ୍ରଭାବିତ ଏକଦିବସୀୟ ମ୍ୟାଚ୍‌ର ଲକ୍ଷ୍ୟ ନିଦ୍ଧାରିତ ପାଇଁ ଆନୁଷ୍ଠାନିକ ଭାବେ ଡକଓ୍ବର୍ଥ ଲୁଇସ ନିୟମ ମାନ୍ୟତା ଦିଆଯାଇଥିଲା। ୨୦୧୪ରେ ଫ୍ରାଙ୍କ୍‌ ଡକଓ୍ବର୍ଥ ଓ ଟୋନି ଲୁଇସ୍‌ କାର୍ଯ୍ୟରୁ ଅବସର ନେବା ପରେ ଷ୍ଟିଭ୍‌ ଷ୍ଟର୍ନଙ୍କୁ ଡକଓ୍ବର୍ଥ ଲୁଇସ୍‌ ନିୟମର ସଂରକ୍ଷକ ନିଯୁକ୍ତ କରାଯାଇଥିଲା। ଫଳରେ ଡକଓ୍ବର୍ଥ ଲୁଇସ୍‌ ନିୟମ ବଦଳା ଯାଇ ଡକଓ୍ବର୍ଥ ଲୁଇସ୍‌ ଷ୍ଟର୍ନ ନାମରେ ନାମିତ କରାଯାଇଥିଲା।

ଡକୱର୍ଥ ଲୁଇସ ଷ୍ଟର୍ନ ନିୟମ ଅନୁଯାୟୀ, କ୍ରିକେଟ ଖେଳରେ ଉଭୟ ଦଳର ଯଥାସମ୍ଭବ ରନ ସ୍କୋର କରିବାର ଦୁଇଟି ମାଧ୍ୟମ ଅଛି – ଅବଶିଷ୍ଟ ଓଭର ଏବଂ ଅବଶିଷ୍ଟ ୱିକେଟ। ଦଳର ଦୁଇଟି ମ୍ୟାଚରେ ରନ ସ୍କୋର କରିବାର କ୍ଷମତା ଏହି ଦୁଇଟି ମାଧ୍ୟମ ଉପରେ ନିର୍ଭର କରେ। ଏହାକୁ ଆଧାର କରି ଫ୍ରାଙ୍କ ଡକୱର୍ଥ ଏବଂ ଟୋନି ଲୁଇସ ଏକ ତାଲିକା ପ୍ରସ୍ତୁତ କରିଛନ୍ତି। ଯେଉଁଥିରେ ଦର୍ଶାଯାଇଛି ଯେ ମ୍ୟାଚର ବିଭିନ୍ନ ପର୍ଯ୍ୟାୟରେ ଦଳ ବ୍ୟାଟିଂ ପାଇଁ ଅବଶିଷ୍ଟ ଉପକରଣର କେତେ ପ୍ରତିଶତ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

ଲକ୍ଷ୍ନୌରେ ଭୟଙ୍କର ବାୟୁ ପ୍ରଦୂଷଣ: ଟସ୍ ବିଳମ୍ବ, ମାସ୍କ ପିନ୍ଧି ହାର୍ଦ୍ଦିକଙ୍କ ଫଟୋ ଭାଇରାଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ର ଟସ୍ ଘନ କୁହୁଡ଼ି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri