କ୍ରଲ୍‌ରେ ପଶିଲା ଦନ୍ତା ହାତୀ ରାକେଶ  

ଢେଙ୍କାନାଳ ଅଫିସ,୧୦ା୬- ଢେଙ୍କାନାଳ ଜିଲା କପିଳାସ ଚିଡିଆଖାନାର ହାତୀ ରେସ୍କ୍ୟୁ ସେଣ୍ଟରରେ ଗତ ଜାନୁୟାରୀ ୨୨ରୁ ଶିକୁଳିରେ ବାନ୍ଧି ରଖାଯାଇଥିବା ତାଳଚେର ଅଞ୍ଚଳର ନରହନ୍ତା ଦନ୍ତା ହାତୀ ରାକେଶକୁ ବୁଧବାର କାଠବାଡରେ ଆବଦ୍ଧ କ୍ରଲ୍‌ ମଧ୍ୟରେ ଭର୍ତ୍ତି କରାଯାଇଛି। ଦୀର୍ଘଦିନର ଅସୁସ୍ଥତା ପରେ ସୁସ୍ଥ ହୋଇଥିବା ରାକେଶ ଯେପରି ଭଲଭାବେ ଚଳପ୍ରଚଳ ହୋଇପାରିବ ସେଥିପାଇଁ ତାକୁ ରେସ୍କ୍ୟୁ ସେଣ୍ଟରରୁ କ୍ରଲ୍‌ ମଧ୍ୟକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ତାକୁ ଖାଦ୍ୟ ପାନୀୟ ଯୋଗାଇ ଦିଆଯିବ। ତେବେ କ୍ରେନ୍‌ ଯୋଗେ ସ୍ଥାନାନ୍ତର ବେଳେ ଖୋଳାଯାଇଥିବା ଟ୍ରେଞ୍ଜ ମଧ୍ୟରେ ରାକେଶ ଖସିପଡ଼ିଥିଲା। ବହୁ କଷ୍ଟରେ ତାକୁ ସେଠାରୁ ଉଠାଯାଇ କ୍ରଲ୍‌ ମଧ୍ୟରେ ପୂରା ଯାଇଥିଲା।
ପ୍ରକାଶ ଯେ, ତାଳଚେର ଅଞ୍ଚଳରେ ଦୀର୍ଘଦିନ ଧରି ଉପଦ୍ରବ ସହ ବହୁ ମଣିଷଙ୍କ ଜୀବନ ନେଇଥିବା ହାତୀ ରାକେଶକୁ ଟ୍ରାଙ୍କୁଲାଇଜ୍‌ କରାଯାଇ ଢେଙ୍କାନାଳ ଜିଲା କପିଳାସ ଚିଡିଆଖାନାର ହାତୀ ରେସ୍କ୍ୟୁ ସେଣ୍ଟରକୁ ଅଣାଯାଇଥିଲା। ସେଠାରେ ଏକ ଖୋଲା ମଣ୍ଡପରେ ରଖାଯାଇ ଚାରି ଗୋଡ଼କୁ ଶିକୁଳିରେ ବାନ୍ଧି ଦିଆଯାଇଥିଲା। ଚେନ ଛିଣ୍ଡାଇ ଯେପରି ପଳାଇ ନ ଯାଏ ସେଥିପାଇଁ ଉକ୍ତ ମଣ୍ଡପ ଚତୁଃପାର୍ଶ୍ୱରେ ଟ୍ରେଞ୍ଜ ଖୋଳାଯାଇଥିଲା। ତେବେ ଲୁହା ଚେନ୍‌ ଯୋଗୁ ହାତୀର ୪ ଗୋଡ ଓ ପିଠିରେ ଘା ହୋଇ ସଂକ୍ରମିତ ହୋଇଯାଇଥିଲା। ଦୀର୍ଘଦିନ ଧରି ଚିକିତ୍ସା ପରେ ରାକେଶ ସୁସ୍ଥ ହୋଇଥିବା ବନ ବିଭାଗ ସୂତ୍ରରୁ ଜଣାପଡିଛି। ଅପରାହ୍ନରେ ତାକୁ କ୍ରେନ୍‌ ଯୋଗେ ମଣ୍ଡପରୁ କ୍ରଲ୍‌ ମଧ୍ୟକୁ ସ୍ଥାନାନ୍ତର କରାଯାଇଥିଲା। ଏହି ସମୟରେ ରାକେଶ ଟ୍ରେଞ୍ଜ ମଧ୍ୟରେ ପଡିଯାଇଥିଲା। ସେଠାରୁ ତାକୁ ଉଠାଇ ନେବା ପାଇଁ ବନ ବିଭାଗ ଅଧିକାରୀଙ୍କ ସମେତ କର୍ମଚାରୀମାନଙ୍କୁ ନାକେଦମ ହେବାକୁ ପଡିଥିଲା। ଶେଷରେ ବହୁ କଷ୍ଟରେ ରାକେଶକୁ କ୍ରଲ୍‌ ମଧ୍ୟରେ ପୂରାଯାଇଥିଲା। ଘଟଣାସ୍ଥଳରେ ଜିଲା ବନଖଣ୍ଡ ଅଧିକାରୀ ବିମଳ ପ୍ରସନ୍ନ ଆଚାର୍ଯ୍ୟ ଓ କପିଳାସ ରେଞ୍ଜର ଦର୍ଶନିଆ ଭୋଇ ଉପସ୍ଥିତ ଥିଲେ। ବହୁ କଷ୍ଟରେ ହାତୀଟିକୁ କ୍ରଲ୍‌କୁ ନିଆଯାଇଥିବା ରେଞ୍ଜର ଭୋଇ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଉଁଶ ଗାଡ଼ିକୁ ଫେରାଇଲେ ପୂର୍ବତନ ସମିତି ସଭ୍ୟ

ବ୍ରଜରଜନଗର ୨୯ା୧୨(ବିଜୟ ବରାଡ଼): ଝାରସୁଗୁଡ଼ା ଜିଲାରେ ଥିବା ବିଭିନ୍ନ କାରଖାନାରୁ ନିର୍ଗତ ପାଉଁଶକୁ ଗାଡ଼ିରେ ଲୋଡ଼ କରି ଠିକା କମ୍ପାନୀମାନେ ଚାରିଆଡେ ପକାଉଛନ୍ତି। ଏ ନେଇ...

ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା, ସାହାଯ୍ୟ କଲେ କାମାକ୍ଷାନଗର ବିଧାୟକ

ଭୁବନ ୧୯/୧୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତ କିର୍ତ୍ତନ ପୁର ଗ୍ରାମର ଗଙ୍ଗା ମଳିକ ସାହିରେ ଅଗ୍ନିକାଣ୍ଡ ଘଟିଛି...

ପାଟିତୁଣ୍ଡରୁ ତୁମୁଳକାଣ୍ଡ, ଦାଦାକୁ ଠେଙ୍ଗାରେ ପିଟି ହତ୍ୟା କଲା ପୁତୁରା

ଢେଙ୍କାନାଳ,୧୭ା୧୨ (ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ହୁଣ୍ଡି ସାହିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ରାତିରେ...

ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ଲୁହା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଚାଳକ…

ପରଜଙ୍ଗ୧୨।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ୧୪୯ ନଂ ଜାତୀୟ ରାଜପଥର କୁଲେଇ ବଅଁରପାଳ ଛକ ନିକଟରେରେ ଭାରସାମ୍ୟ ହରାଇ...

ପେଟ୍ରୋଲ ପମ୍ପ ପାଇଁ ଶହଶହ  ଟ୍ରିପ୍‌ ବାଲି ଚେରି: ଉପ ଜିଲାପାଳ କହିଲେ…

ପରଜଙ୍ଗ,୧୧।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଦେଇ ଯାଇଥିବା ରେଙ୍ଗାଳି ବାମପାର୍ଶ୍ୱ କେନାଲର ବଡ଼ଝରା ଗାଁ ନିକଟରୁ ଶହଶହ ଟ୍ରିପ୍‌ ମାଟି ଚୋରି ହୋଇଛି। ୫୩...

ତହସିଲଦାରଙ୍କ ସରକାରୀ ଗାଡ଼ି ଜବତ: ସିଲ୍‌ କରିବାକୁ ଯିବାବେଳେ…

ଢେଙ୍କାନାଳ,୧୧।୧୨ (ରତନ ନାୟାର): ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ପ୍ରଦାନ ନିମନ୍ତେ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରି ଢେଙ୍କାନାଳ ସଦର ତହସିଲଦାର ସ୍ବାଧୀନ କୁମାର ବେହେରା...

ଢାବାରେ ଯୁବକଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କଲେ ଦୁର୍ବୃତ୍ତ

ପରଜଙ୍ଗ,୯।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗ୍ରାମ ନିକଟ ରେଙ୍ଗାଳି ବାମ ପାର୍ଶ୍ୱ କେନାଲ ପାଖରେ ଥିବା ଏକ ଢାବାରେ...

କେନାଲ ଭିତରକୁ ପଶିଗଲା କାର୍‌

ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri