କ୍ବାରାଣ୍ଟାଇନ୍‌ରେ ଥିବା ଲୋକଙ୍କୁ ଟ୍ରାକିଂ କରିବ ସ୍ବାସ୍ଥ୍ୟ ଆପ୍‌

ବ୍ରହ୍ମପୁର ଅଫିସ,୪ା୫-କ୍ବାରାଣ୍ଟାଇନ୍‌ରେ ଥିବା ଲୋକଙ୍କୁ ଏଣିକି ଟ୍ରାକିଂ କରିବ ସ୍ବାସ୍ଥ୍ୟ ଆପ୍‌ ା ବାହାରୁ ଆସି ହୋମ୍‌ କ୍ବାରାଣ୍ଟାଇନ୍‌ ଓ ଇନ୍‌ଷ୍ଟିଚ୍ୟୁସ୍‌ନାଲ କ୍ବାରାଣ୍ଟାଇନ୍‌ରେ ଥିବା ପ୍ରବାସୀ ଓଡ଼ିଆଙ୍କୁ ମନିଟରିଂ ତଥା ସେମାନଙ୍କ ଗତିବିଧି ଉପରେ ନଜର ରଖିବା ନେଇ ବ୍ରହ୍ମପୁର ମହାନଗର ନିଗମ ସହଯୋଗରେ ଟେକେଡର୍ସ ଓ ଆର୍କିଟୋ ଡିଜାଇନ୍‌ ଷ୍ଟୁଡିଓ ସଂସ୍ଥା ପକ୍ଷରୁ ପ୍ରସ୍ତୁତ ହୋଇଛି ଏହି ସ୍ବାସ୍ଥ୍ୟ ଆପ୍‌ ା ଏହା ମାଧ୍ୟମରେ ପ୍ରବାସୀଙ୍କ ତଥ୍ୟ ସଂଗ୍ରହ ସହ ସେମାନଙ୍କ ଗତିବିଧି ଉପରେ ନଜର ରଖାଯିିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି ା ଏନେଇ ରବିବାର ଟାଉନ୍‌ହଲରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି ା ଏଥିରେ ଆପ୍‌ ବ୍ୟବହାର ନେଇ ବିଏମ୍‌ସି ଅଞ୍ଚଳରେ କୋଭିଡ୍‌-୧୯ କାର୍ଯ୍ୟରେ ନିୟୋଜିତ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀଙ୍କୁ ଅବଗତ କରାଯାଇଥିଲା ା ଏହି ଆପ୍‌କୁ କ୍ବାରାଣ୍ଟାଇନ୍‌ରେ ଥିବା ବ୍ୟକ୍ତିଙ୍କ ମୋବାଇଲ ଫୋନରେ ଇନ୍‌ଷ୍ଟଲ କରାଯିବା ପରେ ସେମାନଙ୍କ ଗତିବିଧିକୁ ସହଜରେ ଟ୍ରାକିଂ କରିହେବ। ଏହାବ୍ୟତୀତ କ୍ବାରାଣ୍ଟାଇନ୍‌ରେ ଥିବା ଲୋକଙ୍କ ସମସ୍ୟା ସମ୍ପର୍କରେ ମଧ୍ୟ ସହଜରେ ତଥ୍ୟ ସଂଗ୍ରହ କରିହେବ। ଫଳରେ ସହଜରେ ଓ କମ୍‌ ସମୟରେ ତାଙ୍କ ନିକଟରେ ସ୍ବାସ୍ଥ୍ୟସେବା ପହଞ୍ଚାଯାଇ ପାରିବ ବୋଲି ସଂସ୍ଥା ପକ୍ଷରୁ ସୂଚାଯାଇଥିଲା ା ପ୍ରଥମ ଥର ପାଇଁ ବିଏମ୍‌ସିରେ କେଭିଡ୍‌-୧୯ ସମସ୍ୟାର ମୁକାବିଲା ପାଇଁ ଏଭଳି ଆପ୍‌ ବ୍ୟବହାର କରାଯାଉଥିବା ବେଳେ ଖୁବଶୀଘ୍ର ଆପ୍‌ ବ୍ୟବହାର ନେଇ କୋଭିଡ୍‌-୧୯ କାର୍ଯ୍ୟରେ ନିୟୋଜିତ ସମସ୍ତ ସ୍ବେଚ୍ଛାସେବୀ, ଅଙ୍ଗନୱାଡି କର୍ମୀ, ସ୍ବାସ୍ଥ୍ୟକର୍ମୀ, ଆଶା, ଏଏନ୍‌ଏମ୍‌ଙ୍କୁ ତାଲିମ ଦିଆଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି ା କର୍ମଶାଳାରେ ବିଏମ୍‌ସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ସମେତ ଟେକ୍‌ଡର୍ସ ସଂସ୍ଥା ସିଇଓ ସ୍ବାଧୀନ ନାୟକ, ଆର୍କିଟୋ ଡିଜାଇନ୍‌ ଷ୍ଟୁଡିଓ ସଂସ୍ଥା ଆର୍କିଟେକ୍ଟ ହୃଷୀକେଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri