Posted inଖେଳ

କୋହଲି, ଚୟନକର୍ତ୍ତାଙ୍କୁ ନେଇ ଗାଭାସ୍କରଙ୍କ ସହ ମଞ୍ଜରେକରଙ୍କ ଅସହମତି

ନୂଆଦିଲ୍ଲୀ,୩୦।୭(ପି.ଟି.)- ଭାରତୀୟ ଅଧିନାୟକ ବିରାଟ କୋହଲି ଓ ଚୟନକର୍ତ୍ତାଙ୍କୁ ନେଇ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଓ ପୂର୍ବତନ ବ୍ୟାଟ୍ସମ୍ୟାନ ସଞ୍ଜୟ ମଞ୍ଜରେକର ଭିନ୍ନ ମତ ପୋଷଣ କରିଛନ୍ତି। ଗାଭାସ୍କରଙ୍କ ମତସହ ଏକମତ ନୁହଁ ବୋଲି ମଞ୍ଜରେକର କହିଛନ୍ତି। କୋହଲିଙ୍କୁ ଅଧିନାୟକ ପଦରେ ବଜାୟ ରଖିବା ନେଇ ଗାଭାସ୍କର ପ୍ରଶ୍ନ ଉଠାଇଥିଲେ। ରିଭ୍ୟୁ ମିଟିଂ ବିନା କୋହଲି କିପରି ଅଧିନାୟକ ପଦ ବାଜୟ ରଖିଲେ ଓ ତାଙ୍କୁ ଏହି ପଦରେ ପୁନଃ ନିଯୁକ୍ତି କିପରି ଦିଆଗଲା ବୋଲି ସେ ପ୍ରଶ୍ନ କରିଥିଲେ। ପୁଣି ଏମ୍‌.ଏସ.କେ. ପ୍ରସାଦଙ୍କ ନେତୃତ୍ୱରେ ଗଠିତ କମିଟିର କାର୍ଯ୍ୟକ୍ଷମତାକୁ ନେଇ ମଧ୍ୟ ସେ ପ୍ରଶ୍ନ କରିଥିଲେ। ବିଶ୍ୱକପ୍‌ ବିପର୍ଯ୍ୟୟ ପରେ ଚୟନ କମିଟି କୋହଲିଙ୍କ ନେତୃତ୍ୱ ଓ ଦଳର ପ୍ରଦର୍ଶନ ନେଇ ତର୍ଜମା କରିବାର ଆବଶ୍ୟକତା ଥିଲା ବୋଲି ଗାଭାସ୍କର ତାଙ୍କ ସ୍ତମ୍ବରେ ଉଲ୍ଲେଖ କରିଥିଲେ। ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତ ପାଇଁ ଦଳ ଘୋଷଣା ପୂର୍ବରୁ ଚୟନ କମିଟି ଏ ନେଇ ଅତିକମ୍‌ରେ ଏକ ଓୌପଚାରିକ ବୈଠକ ଡାକିବାର ଆବଶ୍ୟକତା ଥିଲା ବୋଲି ସେ କହିଥିଲେ।

ବିଶ୍ୱକପ୍‌ରେ ହଟ୍‌ ଫେଭରାଇଟ୍‌ ବିବେଚିତ ହେଉଥିଲେ ମଧ୍ୟ ଭାରତ ସେମିଫାଇନାଲରେ ଅପ୍ରତ୍ୟାଶିକ ଭାବେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଥିଲା ଓ ଏହା ପ୍ରଶଂସକଙ୍କ ସମେତ ଅନେକଙ୍କର ହଜମ ହୋଇ ନ ଥିଲା। ବିଶ୍ୱକପ୍‌ରେ ଭାରତ ୯ଟି ମ୍ୟାଚ୍‌ ଖେଳି ୭ଟିରେ ପରାସ୍ତ ହୋଇଥିଲା। ଏଭଳି ପ୍ରଦର୍ଶନ ପଶଂସନୀୟ ବୋଲି ମଞ୍ଜରେକର କହିଛନ୍ତି। ତେଣୁ ଗାଭାସ୍କରଙ୍କ ମତ ସହ ସମ୍ମାନର ସହିତ ଅସମତି ଜଣାଉଛି ବୋଲି ସେ କହିଛନ୍ତି। କୋହଲିଙ୍କ ନେତୃତ୍ୱରେ ଭାରତ ବିଶ୍ୱକପ୍‌ରେ ୭ଟି ମ୍ୟାଚ୍‌ ଜିତିଥିବା ବେଳେ ୨ଟି ମ୍ୟାଚ୍‌ରେ ପରାଜୟ ବରଣ କରିଥିଲା। ତେଣୁ କୋହଲିଙ୍କ ନେତୃତ୍ୱ ନେଇ ପ୍ରଶ୍ନ ଉଠାଇବା ଠିକ୍‌ ନୁହଁ ମଞ୍ଜରେକର ଟୁଇଟ କରିଛନ୍ତି। ଅଗାମୀ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଭାରତ ୩ଟି ଟି୨୦, ୩ଟି ଦିନିକିଆ ଓ ୨ଟି ଟେଷ୍ଟ ମ୍ୟାଚ୍‌ ଖେଳିବ। ବିଶ୍ୱକପ୍‌ରେ ଭାରତର ପ୍ରଦର୍ଶନ ଆଦୌ ଖରାପ୍‌ ନ ଥିଲା ବୋଲି। ତେଣୁ କୋହଲି ଓ ଚୟନକମିଟିର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇବାର କୌଣସି ଆବଶ୍ୟକତା ନାହିଁ ବୋଲି ମଞ୍ଜରେକର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri