Posted inଖେଳ

କୋମାଳିକାଙ୍କୁ ହରାଇଲେ ପ୍ରିୟଙ୍କା

ଭୁବନେଶ୍ୱର, ୨୫।୨ (ସ୍ପୋଟର୍‌ସ ବ୍ୟୁରୋ)- ପୂର୍ବତନ ବିଶ୍ୱ ତୀରନ୍ଦାଜୀ ୟୁଥ୍‌ ଚାମ୍ପିୟନଶିପ୍‌ ସ୍ବର୍ଣ୍ଣ ପଦକ ବିଜୟିନୀ କୋମାଳିକା ବାରିଙ୍କୁ ଚଳିତ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ନିରାଶ ହେବାକୁ ପଡ଼ିଛି। ସୋମବାର ଏଠାରେ ଅନୁଷ୍ଠିତ ବାଳିକା ରିକର୍ଭ ତୀରନ୍ଦାଜୀ ଇଭେଣ୍ଟରେ ଝାଡ଼ଖଣ୍ଡର କୋଲହାନ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା କୋମାଳିକା ସେମିଫାଇନାଲରୁ ବିଦାୟ ନେଇଛନ୍ତି। ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟ (ରୋହତକ)ର ପ୍ରିୟଙ୍କା ଥାକରନ୍‌ ସେମିଫାଇନାଲରେ କୋମାଳିକାଙ୍କୁ ପରାସ୍ତ କରିଛନ୍ତି। ପ୍ରିୟଙ୍କା ଏଥିପୂର୍ବରୁ ରାଉଣ୍ଡ-୧୬ରେ କୋଲହାନ ବିଶ୍ୱବିଦ୍ୟାଳୟର ଅନ୍ୟତମ ତୀରନ୍ଦାଜ ବାସନ୍ତୀ ବିରୁଆଙ୍କୁ ୧୨୭-୧୧୮ ସ୍କୋରରେ ହରାଇଥିଲେ। ଏହାପରେ କ୍ୱାର୍ଟର ଫାଇନାଲରେ ପ୍ରିୟଙ୍କା ୮୨-୬୨ରେ ମଣିପୁର ନ୍ୟାଶନାଲ ସ୍ପୋଟର୍‌ସ ବିଶ୍ୱବିଦ୍ୟାଳୟର ଦୁର୍ଗେଶ ଗୋସ୍ବାମୀଙ୍କୁ ମାତ୍‌ ଦେଇ ସେମିଫାଇନାଲରେ ପହଞ୍ଚତ୍ଥିଲେ। ଯେଉଁଠି ସେ ୨୦୧୯ ବିଶ୍ୱ ତୀରନ୍ଦାଜୀ ୟୁଥ୍‌ ଚାମ୍ପିୟନଶିପ୍‌ର ସ୍ବର୍ଣ୍ଣ ପଦକ ବିଜୟିନୀ କୋମାଳିକାଙ୍କୁ ପରାସ୍ତ କରିଛନ୍ତି। ‘ନିଶ୍ଚିତ ଭାବେ ମୁଁ ଜାଣିଥିଲି କୋମାଳିକା ପ୍ରତିଯୋଗିତାର ଜଣେ ଶ୍ରେଷ୍ଠ ତୀରନ୍ଦାଜ। କିନ୍ତୁ ମୋ ଖେଳ ଉପରେ ମୁଁ ଫୋକସ୍‌ କରିଥିଲି ଏବଂ ଏହାର ଫଳ ପାଇଛି’ ବୋଲି ଜନ୍ମଦିନରେ ବଡ଼ ବିଜୟ ହାସଲ କରିଥିବା ପ୍ରିୟଙ୍କା କହିଛନ୍ତି। ପ୍ରିୟଙ୍କାଙ୍କ ପ୍ରଦର୍ଶନରେ ତାଙ୍କ କୋଚ୍‌ ଅନିଲ କୁମାର ଖୁସି ଜାହିର କରିଛନ୍ତି। ନବମ ଶ୍ରେଣୀରେ ପଢ଼ୁଥିବାବେଳେ ପ୍ରିୟଙ୍କା ତୀରନ୍ଦାଜୀ କ୍ରୀଡ଼ାରେ ପ୍ରବେଶ କରିଥିଲେ। ୨୦୧୮ ନ୍ୟାଶନାଲରେ ସେ ରୌପ୍ୟ ପଦକ ବିଜୟୀ ହରିୟାଣା ଦଳର ସଦସ୍ୟା ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହଠାତ୍ ଅବସର ଘୋଷଣା କଲେ ଏହି ବରିଷ୍ଠ କ୍ରିକେଟର, ପୂର୍ବତନ ଖେଳାଳିଙ୍କୁ କଲେ ଟାର୍ଗେଟ୍

ନୂଆଦିଲ୍ଲୀ,୨।୧: ଅଷ୍ଟ୍ରେଲିଆର ଭେଟେରାନ ବ୍ୟାଟ୍ସମ୍ୟାନ୍ ଉସମାନ ଖ୍ୱାଜା ଆସନ୍ତା ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ (SCG)ରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ଆଶେସ୍...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

ଅବସର ନେବେ ଉସମାନ ଖ୍ବାଜା? ପଞ୍ଚମ ଟେଷ୍ଟ ପୂର୍ବରୁ କରିବେ ପ୍ରେସ କନଫରେନ୍ସ

ସିଡ଼ନୀ,୧।୧: ତାଙ୍କ ଟେଷ୍ଟ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ମଧ୍ୟରେ, ଅଷ୍ଟ୍ରେଲିୟ ଓପନର ଉସମାନ ଖ୍ବାଜା ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ପଞ୍ଚମ ଆଶେସ ଟେଷ୍ଟ ପୂର୍ବରୁ ଏକ...

ଏହିଦିନ ଫେରିବେ Shubman Gill, T-20 ବିଶ୍ୱକପରୁ ବାହାର ହେବା ପରେ ଏହି ଦଳ ବିପକ୍ଷରେ ଖେଳିବେ…

ନୂଆଦିଲ୍ଲୀ,୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ନିକଟରେ ଘୋଷଣା କରାଯାଇଥିଲା। ଖରାପ ଫର୍ମ ଏବଂ ଆଘାତ ସହିତ ସଂଘର୍ଷ କରୁଥିବା ଶୁବମନ ଗିଲଙ୍କୁ...

ନୂଆବର୍ଷରେ ଭାଇରାଲ ହେଲା ସ୍ମୃତି ମନ୍ଧାନାଙ୍କ ପୋଷ୍ଟ, ଗୋଟିଏ ଧାଡିରେ ଲେଖିଦେଲେ ମନର କଥା

ନୂଆଦିଲ୍ଲୀ,୧।୧: ଭାରତୀୟ ମହିଳା କ୍ରିକେଟ ଦଳର ତାରକା ସ୍ମୃତି ମନ୍ଧାନାଙ୍କ ପାଇଁ ୨୦୨୫ ବର୍ଷ ଏକ ରୋଲରକୋଷ୍ଟର ଯାତ୍ରାଠାରୁ କମ ନଥିଲା। କ୍ରିକେଟ କ୍ଷେତ୍ରରେ ମନ୍ଧାନା...

ଟି-୨୦ ବିଶ୍ୱକପ ପାଇଁ ଶକ୍ତିଶାଳୀ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ଟିମରେ ଧୁରନ୍ଧର ଖେଳାଳିଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧।୧: ଅଷ୍ଟ୍ରେଲିଆ ୨୦୨୬ର ଆଇସିସି ପୁରୁଷ ଟି୨୦ ବିଶ୍ୱକପ ପାଇଁ ମିଚେଲ ମାର୍ଶଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି। ସ୍ପିନର ମାଥ୍ୟୁ କୁହନେମାନ,...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri