କୋଭିଡ-୧୯: ଲିଭରପୁଲ ଲିଜେଣ୍ଡ ଡାଲଗ୍ଲିଶ ପଜିଟିଭ୍‌

ଲଣ୍ଡନ,୧୧।୪(ଏଏଫ୍‌ପି)- ସ୍କଟଲାଣ୍ଡ ଷ୍ଟ୍ରାଇକର ତଥା ଲିଭରପୁଲ କିମ୍ବଦନ୍ତୀ ଫୁଟବଲର କେନ୍ନି ଡାଲଗ୍ଲିଶ୍‌ କରୋନ ଭାଇରସ ସଂକ୍ରମଣ କାରଣରୁ ପଜିଟିଭ ବୋଲି ଜଣାପଡିଛି। ତାଙ୍କ ପରିବାର ସୂତ୍ରର ଏ ନେଇ ସୂଚନା ଦିଆଯାଇଛି। ୬୯ ବର୍ଷୀୟ ଏହି ପୂର୍ବତନ ଫୁଟବଲର ତଥା ଅନ୍ତର୍ଜାଜୀତୟ ଷ୍ଟ୍ରାଇକର ସେଲ୍‌ଟିକ କ୍ଲବ ତରଫରୁ ଖେଳି କ୍ୟାରିୟର ଆରମ୍ଭ କରିଥିଲେ। ବୁଧବାର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର କୌଣସି ଲକ୍ଷଣ ଦେଖାଯାଇ ନ ଥିଲା ଓ ସେ ମଧ୍ୟ ଆଦୌ ଅସୁସ୍ଥ ନ ଥିଲେ। ତେବେ ଏହା ସତ୍ତ୍ୱେ ସେ କରୋନ ପଜିଟିଭ ଥିବା ଜଣାପଡିଥିଲା। ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ସେ ସେଲ୍ଫ ଆସୋଲେଶନ ନିଜକୁ ରଖି ସାମାଜିକ ଦୂରତ୍ୱ ରକ୍ଷା କରିଥିଲେ। ଡଲଗ୍ଲିଶ୍‌ ୧୯୭୭ରେ ଲିଭରପୁଲ କ୍ଲବ୍‌ରେ ଯୋଗ ଦେଇଥିଲେ। ତେବେ ଏହାପୂର୍ବରୁ ସେ ସେଲଟିକ ତରଫରୁ ଖେଳି ୪ଥର ସ୍କଟିଶ ଲିଗ୍‌ ଟାଇଟଲ ଜିତିଥିଲେ। ନିଜର ସ୍ବର୍ଣ୍ଣିମ ୧୩ ବର୍ଷର କ୍ୟାରିୟରରେ ସେ ୮ଟି ଇଂଲିଶ ଲିଗ୍‌ ଟାଇଟଲ, ୩ ଫା କପ୍‌ ଓ ୩ ୟୁରୋପିଆନ୍‌ କପ୍‌ ଟାଇଟଲ ହାସଲ କରିଥିଲେ। ଲିଭରପୁଲ ତରଫରୁ ସେ ୫୧୫ଟି ମ୍ୟାଚ୍‌ ଖେଳି ୧୭୨ଟି ଗୋଲ ସ୍କୋର କରିଥିଲେ।
କୋଚ୍‌ ହିସାବରେ ତାଙ୍କ ତତ୍ତ୍ୱାବଧାନରେ ବ୍ଲାକ୍‌ବର୍ନ ରୋଭର୍ସ ୧୯୯୫ରେ ପ୍ରିମିୟର ଲିଗ୍‌ ଟାଇଟଲ ହାସଲ କରିଥିଲା। ଡଲ୍‌ଗ୍ଲିସ୍‌ ମଧ୍ୟ ସ୍କଟଲାଣ୍ଡ ତରଫରୁ ୧୦୦ରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି। ୨୦୧୮ରେ ତାଙ୍କୁ ମହାରାଣୀ ଏଲିଜାବେଥ-୨ ନାଇଟ୍‌ ଉପାଧିରେ ଭୁଷିତ କରିଥିଲେ। କରୋନା ଭାଇରସ୍‌ରୁ ମୁକ୍ତ ହୋଇ ସେ ଖୁବ୍‌ଶୀଘ୍ର ଘରକୁ ଫେରିବେ ବୋଲି ଆଶା କରାଯାଉଛି। ଏହି ଭାଇରସ୍‌ରେ ସଂକ୍ରମିତ ହୋଇ ବ୍ରିଟେନରେ ୯,୦୦୦ ଲୋକ ପ୍ରାଣ ହରାଇଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri