କୋଭିଡ-୧୯: ଲିଭରପୁଲ ଲିଜେଣ୍ଡ ଡାଲଗ୍ଲିଶ ପଜିଟିଭ୍‌

ଲଣ୍ଡନ,୧୧।୪(ଏଏଫ୍‌ପି)- ସ୍କଟଲାଣ୍ଡ ଷ୍ଟ୍ରାଇକର ତଥା ଲିଭରପୁଲ କିମ୍ବଦନ୍ତୀ ଫୁଟବଲର କେନ୍ନି ଡାଲଗ୍ଲିଶ୍‌ କରୋନ ଭାଇରସ ସଂକ୍ରମଣ କାରଣରୁ ପଜିଟିଭ ବୋଲି ଜଣାପଡିଛି। ତାଙ୍କ ପରିବାର ସୂତ୍ରର ଏ ନେଇ ସୂଚନା ଦିଆଯାଇଛି। ୬୯ ବର୍ଷୀୟ ଏହି ପୂର୍ବତନ ଫୁଟବଲର ତଥା ଅନ୍ତର୍ଜାଜୀତୟ ଷ୍ଟ୍ରାଇକର ସେଲ୍‌ଟିକ କ୍ଲବ ତରଫରୁ ଖେଳି କ୍ୟାରିୟର ଆରମ୍ଭ କରିଥିଲେ। ବୁଧବାର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର କୌଣସି ଲକ୍ଷଣ ଦେଖାଯାଇ ନ ଥିଲା ଓ ସେ ମଧ୍ୟ ଆଦୌ ଅସୁସ୍ଥ ନ ଥିଲେ। ତେବେ ଏହା ସତ୍ତ୍ୱେ ସେ କରୋନ ପଜିଟିଭ ଥିବା ଜଣାପଡିଥିଲା। ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ସେ ସେଲ୍ଫ ଆସୋଲେଶନ ନିଜକୁ ରଖି ସାମାଜିକ ଦୂରତ୍ୱ ରକ୍ଷା କରିଥିଲେ। ଡଲଗ୍ଲିଶ୍‌ ୧୯୭୭ରେ ଲିଭରପୁଲ କ୍ଲବ୍‌ରେ ଯୋଗ ଦେଇଥିଲେ। ତେବେ ଏହାପୂର୍ବରୁ ସେ ସେଲଟିକ ତରଫରୁ ଖେଳି ୪ଥର ସ୍କଟିଶ ଲିଗ୍‌ ଟାଇଟଲ ଜିତିଥିଲେ। ନିଜର ସ୍ବର୍ଣ୍ଣିମ ୧୩ ବର୍ଷର କ୍ୟାରିୟରରେ ସେ ୮ଟି ଇଂଲିଶ ଲିଗ୍‌ ଟାଇଟଲ, ୩ ଫା କପ୍‌ ଓ ୩ ୟୁରୋପିଆନ୍‌ କପ୍‌ ଟାଇଟଲ ହାସଲ କରିଥିଲେ। ଲିଭରପୁଲ ତରଫରୁ ସେ ୫୧୫ଟି ମ୍ୟାଚ୍‌ ଖେଳି ୧୭୨ଟି ଗୋଲ ସ୍କୋର କରିଥିଲେ।
କୋଚ୍‌ ହିସାବରେ ତାଙ୍କ ତତ୍ତ୍ୱାବଧାନରେ ବ୍ଲାକ୍‌ବର୍ନ ରୋଭର୍ସ ୧୯୯୫ରେ ପ୍ରିମିୟର ଲିଗ୍‌ ଟାଇଟଲ ହାସଲ କରିଥିଲା। ଡଲ୍‌ଗ୍ଲିସ୍‌ ମଧ୍ୟ ସ୍କଟଲାଣ୍ଡ ତରଫରୁ ୧୦୦ରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି। ୨୦୧୮ରେ ତାଙ୍କୁ ମହାରାଣୀ ଏଲିଜାବେଥ-୨ ନାଇଟ୍‌ ଉପାଧିରେ ଭୁଷିତ କରିଥିଲେ। କରୋନା ଭାଇରସ୍‌ରୁ ମୁକ୍ତ ହୋଇ ସେ ଖୁବ୍‌ଶୀଘ୍ର ଘରକୁ ଫେରିବେ ବୋଲି ଆଶା କରାଯାଉଛି। ଏହି ଭାଇରସ୍‌ରେ ସଂକ୍ରମିତ ହୋଇ ବ୍ରିଟେନରେ ୯,୦୦୦ ଲୋକ ପ୍ରାଣ ହରାଇଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri