Posted inଖେଳ

କୋଭିଡ-୧୯: ବିଶ୍ୱ ତୀରନ୍ଦାଜୀ ଫିଲ୍ଡ ଚାମ୍ପିୟନଶିପ୍‌ ୨୦୨୨କୁ ଘୁଞ୍ଚିଲା

ଲାଉସେନ,୬।୬(ପି.ଟି.): କୋଭିଡ୍‌-୧୯ ମହାମାରୀ କାରଣରୁ ଆମେରିକାର ୟାଙ୍କଟନରେ ଆୟୋଜନ ହେବାକୁ ଥିବା ୨୦୨୦ ବିଶ୍ୱ ତୀରନ୍ଦାଜୀ ଫିଲ୍ଡ ଚାମ୍ପିୟନଶିପ୍‌କୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନିଆଯାଇଛି। ଏବେ ଏହି ମେଗା ଇଭେଣ୍ଟ ୨୦୨୨ରେ ଆୟୋଜନ ହେବ। ଏହି ଇଭେଣ୍ଟ ଏନ୍‌ଏଫ୍‌ଏଏ ଇଷ୍ଟନ ୟାଙ୍କଟନ ଆର୍ଚେରୀ ସେଣ୍ଟରରେ ଚଳିତ ବର୍ଷ ସେପ୍ଟେମ୍ବରରେ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିଲା। କରୋନା ଭାଇରସ୍‌ ସଂକ୍ରମଣ ପାଇଁ ଜାରୀ କରାଯାଇଥିବା କଟକଣା ଓ ଆଥ୍‌ଲେଟମାନଙ୍କ ସ୍ବାସ୍ଥ୍ୟ ତଥା ନିରାପତ୍ତାକୁ ଦୃଷ୍ଟିରେ ଓ୍ବାଲର୍‌ଡ ଆର୍ଚେରୀ (ଓ୍ବାଲର୍‌ଡ ଆର୍ଚେରୀ) ଓ ୟାଙ୍କଟନ ଆୟୋଜକ କମିଟି ମିଳିତ ଭାବେ ଏହି ଇଭେଣ୍ଟକୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛନ୍ତି।
ଏହି ଚାମ୍ପିୟନଶିପ୍‌କୁ ଗୋଟିଏ ବର୍ଷ ଘୁଞ୍ଚାଇବାର ନିଷ୍ପତ୍ତିକୁ ଓ୍ବାଲର୍‌ଡ ଆର୍ଚେରୀ ବିରୋଧ କରିଥିଲା। କାରଣ ୨୦୧୨ରେ କାର୍ଯ୍ୟସୂଚୀ ବେଶ୍‌ ବ୍ୟସ୍ତ ବହୁଳ ରହିଥିଲା। ୟାଙ୍କଟନ୍‌ରେ ଆସନ୍ତା ବର୍ଷ ବଶ୍ୱ ଆର୍ଚେରୀ ଚାମ୍ପିୟନଶିପ୍‌ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି। ପ୍ରଥମେ ଏହି ଇଭେଣ୍ଟକୁ ୨୦୨୧ରେ ଆୟୋଜନ କରାଯିବାର କାର୍ଯକ୍ରମ ଥିଲା। ତେବେ ଅଲିମ୍ପିକ୍‌ ଘୁଞ୍ଚାଯିବା କାରଣରୁ ଏହାକୁ ୨୦୨୨କୁ ଘୁଞ୍ଚାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଫିଲ୍ଡ ଚାମ୍ପିୟନଶିପ୍‌କୁ ଆମେ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛୁ ଓ ଏଥିପାଇଁ ଆମେ ଦୁଃଖିତ ବୋଲି ଡବ୍ଲ୍ୟଏ ସାଧାରଣ ସମ୍ପାଦକ ଟମ୍‌ ଡିଏଲେନ କହିଛନ୍ତି। ଏବେ ଆମେ ୨୦୨୧ରେ ଏକ ଓ୍ବାଲର୍‌ଡ ଗେମ କ୍ୱାଲିଫିକେଶନ ଇଭେଣ୍ଟ ଓ ଓ ୨୦୨୨ରେ ଗେମ୍ସ ଆଣ୍ଡ ଚାମ୍ପିୟନଶିପ୍‌ ଆୟୋଜନ କରିବା ଉପରେ ମନୋନିବେଶ କରିବୁ ବୋଲି ଟମ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri