କୋଭିଡ୍‌-୧୯ ଜରୁରୀ ସେବାରେ ନିୟୋଜିତ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ଡ୍ରାଇଭର ଫେରାର

କୋରୁକୋଣ୍ଡା,୯ା୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ କୋଭିଡ୍‌-୧୯ ଜରୁରୀ ସେବାରେ ନିଯୋଜିତ ଗାଡ଼ିଟି ଗୁରୁବାର ପୂର୍ବାହ୍ନରେ ଦୁର୍ଘଟଣାଗ୍ରସ୍ତ ହୋଇଛି।
ସୂଚନାନୁଯାୟୀ, ଦୁର୍ଘଟଣାଗ୍ରସ୍ତ ଗାଡ଼ି ନମ୍ବର ଓଡି ୦୨ ଜେ ୯୩୭୭ ହୋଇଥିବା ବେଳେ ଏହାକୁ ପୂର୍ଣ୍ଣଧାର ମୁଦୁଲି ନାମକ ଜଣେ ଯୁବକ ଚଳାଉଥିଲେ। ଗାଡ଼ିରେ କେବଳ ଜଣେ ଡ୍ରାଇଭର ରହିଥିବା ପୋଲିସ ସୂଚନା ଦେଇଛି। ଗାଡ଼ିଟି କୋରୁକୋଣ୍ଡାରୁ ବାଲିମେଳା ଏନ୍‌ଏସିରୁ କୋଭିଡ-୧୯ ଜରୁରୀ ସେବାରେ ନିଯୋଜିତ କର୍ମଚାରୀଙ୍କୁ ନେଇ ନକମାମୁଡିସ୍ଥିତ ଡାଇଙ୍କ-୩ ଯିବାର କାର୍ଯ୍ୟକ୍ରମ ଥିଲା ବୋଲି ପୋଲିସ ସୂଚନା ଦେଇଛି। ତେବେ ଯିବା ବାଟରେ ଭାରସାମ୍ୟ ହରାଇ ଓରକେଲ ଥାନା ଅନ୍ତର୍ଗତ ପୁରୁଣା ଚିତାପାରି ନିକଟସ୍ଥ ପୂଜାରୀଗୁଡ଼ା ଗ୍ରାମର ଏକ କଲଭର୍ଟ ନିକଟରେ ଓଲଟିପଡ଼ିଛି। ଡ୍ରାଇଭର ପୂର୍ଣ୍ଣଧାର ଘଟଣାସ୍ଥଳରୁ ଫେରାର ଥିବା ଓରକେଲ ପୋଲିସ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁରୁ ୧୩୦୦ କି.ମି. ଚାଲି ଆସିଲେ

ଭଣ୍ଡାରିପୋଖରୀ, ୧୫ା୫(ଡି.ଏନ.ଏ.)-ମହାମାରୀ କରୋନା ଲାଗି ଦେଶବ୍ୟାପୀ ଲକ୍‌ଡାଉନ କରାଯାଇଥିବାରୁ ରାଜ୍ୟ ବାହାରେ ରହି କାମ କରୁଥିବା ଓଡ଼ିଆଙ୍କ ଜୀବନ ଦୁର୍ବିଷହ ହୋଇପଡିଛି। କିଏ ସାଇକେଲରେ ତ...

ଶୌଚ ପାଇଁ ଯାଉଥିବା ବେଳେ ବୃଦ୍ଧଙ୍କୁ ଦଳିଦେଲା ଦନ୍ତା

ବନ୍ତ,୩୦ା୫(ସ୍ବ.ପ୍ର.): ଭଦ୍ରକ ଜିଲା ଆଗରପଡ଼ା ଥାନା ଅଧୀନ ମହାନ୍ତିପଡ଼ା ଗ୍ରାମର ପାଗୁଳୁ ବେହେରା(୬୫) ଶନିବାର ଭୋର୍‌ ସମୟରେ ଶୌଚ ହେବା ପାଇଁ ଯାଇଥିବା ବେଳେ ଏକ...

ନିୟମ ଉଲ୍ଲଘଂନ, ୩ ଦୋକାନୀଙ୍କୁ ଜରିମାନା

ବୁଗୁଡ଼ା,୮ା୫(ଡି.ଏନ.ଏ.)- ଗଞ୍ଜାମ ଜିଲାକୁ ରୋଡ୍‌ଜୋନ ଘୋଷଣା କରାଯାଇଛି। ଏଭରି ପରିସ୍ଥିତିରେ କେତେକ ଦୋକାନ ୭ ଘଣ୍ଟାରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ଖୋଲିବା କଥା। କିନ୍ତୁ ଏହି...

ହାଇକୋର୍ଟର ନୂଆ ୱେବ୍‌ସାଇଟ୍‌ ଉଦ୍‌ଘାଟିତ

କଟକ ଅଫିସ,,୧୭ା୧୨: ଓଡ଼ିଶା ହାଇକୋର୍ଟର ନୂତନ ୱେବ୍‌ସାଇଟ୍‌ ସୋମବାର ଉଦ୍‌ଘାଟିତ ହୋଇଯାଇଛି। ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ କେ.ଏସ୍‌. ଝାବେରୀ ଅନ୍ୟ ବିଚାରପତିଙ୍କ ଉପସ୍ଥିତିରେ ଏହି...

ବରଗଡ଼ରେ ଝଡ଼ବର୍ଷା ସହ କୁଆପଥର ମାଡ଼

ବରଗଡ଼ ଅଫିସ, ୧୯।୩: ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ଗୁରୁବାର ଅପରାହ୍ନ ପ୍ରାୟ ୪ଟାରୁ ଝଡ଼ବର୍ଷା ସାଙ୍ଗକୁ କୁଆପଥର ମାଡ଼ ହୋଇଛି। ଏଥିରେ ଜନଜୀବନ ପ୍ରଭାବିତ...

କଟକ ଆବର୍ଜନାରେ ବେଣ୍ଟୁଆବାସୀ ଅତିଷ୍ଠ

ନରାଜ, ୧୩।୭ (ଡି.ଏନ୍‌.ଏ.): କଟକ ଜିଲା ବାରଙ୍ଗ ବ୍ଲକ ମୁଣ୍ଡଳି ପଞ୍ଚାୟତର ବେଣ୍ଟୁଆ ଗ୍ରାମବାସୀ ଅଳିଆ ଆବର୍ଜନା ଗନ୍ଧରେ ଛଟପଟ ହେଉଛନ୍ତି। ୧୨ ବର୍ଷ ହେବ...

ଅଙ୍ଗଦାନ ପାଇଁ ସଚେତନ କରୁଛନ୍ତି ପ୍ରମୋଦ

ଛତ୍ରପୁର,୨୯ା୨(ଡି.ଏନ.ଏ) – ଅଙ୍ଗଦାନ ପାଇଁ ଲୋକଙ୍କୁ ସଚେତନ କରିବାକୁ ମହରାଷ୍ଟ୍ରରୁ ୬୮ ବର୍ଷୀୟ ପ୍ରମୋଦ ମହାଜନ ବାଇକ୍‌ରେ ଭାରତ ଅର୍ଗାନ ଯାତ୍ରାରେ ବାହାରିଛନ୍ତି। ବୟସ ପାଖରେ...

୭ଶହ ହେକ୍ଟର ଧାନ ଫସଲ କ୍ଷତିଗ୍ରସ୍ତ

ପୁରୀ ଅଫିସ/ କୋଣାର୍କ (ଡି.ଏନ୍‌.ଏ),୨୧।୫: ପୁରୀ ଜିଲାରେ ସାମୁଦ୍ରିକ ବାତ୍ୟା ଅମ୍ଫନର ପ୍ରଭାବ ପଡ଼ିଛି। ବଡ଼ଧରଣର କ୍ଷୟକ୍ଷତି ହୋଇ ନ ଥିଲେ ମଧ୍ୟ ଉପକୂଳବର୍ତ୍ତୀ ଅଞ୍ଚଳର...

Advertisement


Archives

Model This Week