କୋଭିଡ୍‌-୧୯ର ଆୟୁର୍ବେଦୀୟ ଉପଚାର

କରୋନାର ଅର୍ଥ ବଳୟ। ଗ୍ରହଣ ବେଳେ ଚନ୍ଦ୍ର ଓ ସୂର୍ଯ୍ୟଙ୍କୁ ଯେପରି ବଳୟ ଘେରି ରହିଥାଏ, ଠିକ୍‌ ସେହି ଆକାର ଭୂତାଣୁ ପଶୁମାନଙ୍କଠାରେ ଦେଖାଯାଇଥାଏ। ସେହି ପଶୁ ବା ବାଦୁଡିଠାରୁ କେବଳ ମନୁଷ୍ୟଙ୍କୁ ଚାଇନାରେ ପ୍ରଥମେ ସଂକ୍ରମିତ ହୋଇଥିଲା। ତା’ପରେ ମନୁଷ୍ୟରୁ ମନୁଷ୍ୟକୁ କ୍ରମଶଃ ସଂକ୍ରମିତ ହୋଇଚାଲିଛି। ଏହା ମୁଖ୍ୟତଃ ଶ୍ୱସନ ସଂସ୍ଥାନକୁ ସଂକ୍ରମିତ କରି ଅକାମୀ କରିଦେବା ଫଳରେ ରୋଗୀ ଶ୍ୱାସଜନିତ କଷ୍ଟରୁ ମୃତ୍ୟୁବରଣ କରିଥାଏ। ଏହି ସଂକ୍ରମଣ ୨-୧୪ଦିନ ମଧ୍ୟରେ ହୋଇଥାଏ।
ଏହି କୋଭିଡ୍‌-୧୯ ଭୂତାଣୁ ସଂକ୍ରମିତ ବ୍ୟକ୍ତିଙ୍କଠାରେ ଥଣ୍ଡା, ଶୁଷ୍କ କାଶ, ନାକ ବନ୍ଦ ହେବା, ଜ୍ୱର, ତଣ୍ଟି ଦରଜ, ଶ୍ୱାସକ୍ରିୟାଜନିତ କଷ୍ଟ, ମୁଣ୍ଡବ୍ୟଥା, ପତଳା ଝାଡା ସହ ଶେଷରେ ଶ୍ୱାସ ଅବରୋଧ କାରଣରୁ ମୃତ୍ୟୁ ହୋଇଥାଏ। ଏହି ସଂକ୍ରମିତ ବ୍ୟକ୍ତିଙ୍କର କାଶ ଓ ଛିଙ୍କରୁ ବାହାରୁଥିବା କ୍ଷୁଦ୍ର କଣିକା କୌଣସି ଉପାୟରେ ନାସା ଓ ମୁଖ ଦେଇ ସୁସ୍ଥ ବ୍ୟକ୍ତିଙ୍କ ଶ୍ୱାସନଳୀରେ ଭୂତାଣୁ ଆକାରରେ ପ୍ରବେଶ କରିଥାଏ, ଯାହାଫଳରେ ଜଣେ ସୁସ୍ଥ ବ୍ୟକ୍ତି କରୋନା ଦ୍ୱାରା ସଂକ୍ରମିତ ହୋଇଥାଏ।
ଏହି ନୋବେଲ କରୋନା ଭାଇରସକୁ ଏସଏଆରଏସ-ସିଓଭି-୨ (ସିଭିୟର ଆକ୍ୟୁଟ ରେସପିରେଟୋରୀ ସିନଡ୍ରୋମ-କରୋନା ଭାଇରସ-୨) ବୋଲି କୁହାଯାଏ। ଯଦି ସଂକ୍ରମିତ ବ୍ୟକ୍ତି ମଧୁମେହ ବା ଡାଇବେଟିସ୍‌, ପୁରାତନ ଶ୍ୱାସଜନିତ ରୋଗ, ହୃଦରୋଗ, କ୍ୟାନ୍‌ସର ଇତ୍ୟାଦି ରୋଗରେ ପୀଡିତ ହୋଇଥାଆନ୍ତି ତେବେ ଏମାନଙ୍କ ପକ୍ଷେ ଅତୀବ ହାନିକାରକ। ଏପରି ଉପରୋକ୍ତ ରୋଗରେ ଆକ୍ରାନ୍ତ ବ୍ୟକ୍ତି କରୋନା ଭୂତାଣୁରେ ଆକ୍ରାନ୍ତ ହୋଇ ନ ଥିଲେ ଏଥିପ୍ରତି ଅତି ଯତ୍ନଶୀଳ ହେବା ଜରୁରୀ ଏବଂ ସରକାରଙ୍କ ନିୟମ ପାଳନ କରିବା ଆବଶ୍ୟକ।
ଏହି ରୋଗର ଟିକା ଏବଂ ଔଷଧ ବର୍ତ୍ତମାନ ପର୍ଯ୍ୟନ୍ତ ସଠିକ୍‌ ଭାବରେ ନିରୂପଣ ହୋଇପାରିନାହିଁ। ଏଥିରୁ ରକ୍ଷା ପାଇବାକୁ ହେଲେ ବ୍ୟକ୍ତି ବାହାରକୁ ନ ବାହାରି ଘର ମଧ୍ୟରେ ରହିବା ଆବଶ୍ୟକ। ବାହାରକୁ ବାହାରିଲେ ମୁହଁରେ ରୁମାଲ, ମାସ୍କ ବାନ୍ଧି ବାହାରିବେ। ତା’ସହ ପ୍ରତ୍ୟହ ତାକୁ ଡେଟଲ ପାଣିରେ ସଫାକରି ଶୁଖାଇବେ। ହାତକୁ ହ୍ୟାଣ୍ଡଓ୍ବାଶ ଏବଂ ସାନିଟାଇଜରରେ ଧୋଇବେ।
ଏହାବ୍ୟତୀତ ପ୍ରତିଦିନ ଅତିକମ୍‌ରେ ହ୍ୟାଣ୍ଡଓ୍ବାଶ, ସାନିଟାଇଜର ଏବଂ ସାବୁନ୍‌ରେ ହାତକୁ ଭଲ ଭାବରେ ସଫା କରିବେ। ତା’ସହ ଏକ ମିଟର ସାମାଜିକ ଦୂରତା (ସୋସିଆଲ ଡିଷ୍ଟାନସ) ରଖିବେ। ଏତଦ୍‌ବ୍ୟତୀତ ଏହି ରୋଗକୁ ପ୍ରତିହତ କରିବା ପାଇଁ ଦୈନିକ ୩-୪ଥର ଉଷୁମ ଲୁଣ ପାଣିରେ କୁଳି କରିବେ। ତେଜପତ୍ର, ଅଦା, ମିଶ୍ରି, ଅଗସ୍ତିଫୁଲ, ତୁଳସୀ ଜଟା ଓ ଗୋଲମରିଚ ଫୁଟାଇ ଉଷୁମ ଚା’ ପରି ଦେଢ଼ କପ ଦୈନିକ ପାନ କରିବେ।
ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଦୈନିକ ସକାଳେ ତୁଳସୀପତ୍ର ୧୦ଟି, ବାସଙ୍ଗ ପତ୍ର ୩ଟିର ସ୍ବରସ ମହୁ ସହ ମିଶାଇ ପାନ କରିବେ। ଏହାବ୍ୟତୀତ ଅଭିଜ୍ଞ ଆୟୁର୍ବେଦ ଡାକ୍ତରଙ୍କ ପରାମର୍ଶ କ୍ରମେ ମହାଲକ୍ଷ୍ମୀବିଳାସ ରସ, ମକରଧ୍ୱଜ, ମୃତ୍ୟୁଞ୍ଜୟ ରସ, କଫସେତୁ, କଫ ଚିନ୍ତାମଣି ମାତ୍ରାନୁସାରେ ମହୁ ସହ ସେବନ କଲେ ମଧ୍ୟ ଏହି ରୋଗରୁ ମଧ୍ୟ ରକ୍ଷା ପାଇପାରିବେ।

ଡା. ଆଶିଷ ବାନାର୍ଜୀ
-ଆନନ୍ଦବଜାର, ବେତନଟୀ,
ମୟୂରଭଞ୍ଜ,ମୋ: ୯୮୬୧୩୭୪୩୮୫


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri