କୋଭିଡ଼-୧୯ ବିରୋଧରେ ବେଦାନ୍ତର ତୃଣମୂଳ ସ୍ତରରେ ପ୍ରୟାସ

ଝାରସୁଗୁଡା ଅଫିସ,୧୬।୪: ଝାରସୁଗୁଡ଼ାସ୍ଥିତ ବେଦାନ୍ତ କମ୍ପାନୀର ପାରିପାର୍ଶ୍ୱିକ ଗ୍ରାମାଞ୍ଚଳରେ କୋଭିଡ଼-୧୯ ବିରୋଧରେ ଚାଲିଥିବା ଯୁଦ୍ଧରେ ଅଗ୍ନିଶମ ବିଭାଗ ଦ୍ୱାରା ଏହାକୁ ଆହୁରି ସୁଦୃଢ଼ କରାଯାଇଛି। କମ୍ପାନୀର ସିଏସ୍‌ଆର ଓ ଜିଲା ପ୍ରଶାସନ ତତ୍ତ୍ୱାବଧାନରେ ଅଗ୍ନିଶମ ବିଭାଗ ଝାରସୁଗୁଡାର ୨୨ଟି ପ୍ରମୁଖ ସ୍ଥାନକୁ ସକ୍ରିୟ ଭାବେ କିଟାଣୁମୁକ୍ତ କରିଛି। ଭୁରକାମୁଣ୍ଡା, ବୃନ୍ଦାମାଲ, ଭାଗିପାଲି, ବଞ୍ଜାରି, କୁବଗା, ଖେରୁଆଲ ସିରିଆପାଲି, ଶ୍ରୀପୁରା, ଗୁଡି ଗାଁ, କୁମୁଡାପାଲ ଓ ନୂଆ ଝାରସୁଗୁଡା ପ୍ରମୁଖ ଅଞ୍ଚଳକୁ ଅଗ୍ନିଶମ ବିଭାଗ କିଟାଣୁମୁକ୍ତ କରିଛନ୍ତି। ଜିଲା ପ୍ରଶାସନ ଦ୍ବାରା ଆରମ୍ଭ ହୋଇଥିବା ନିବାରଣ ପ୍ରକ୍ରିୟା ଅନୁସାରେ ଅଗ୍ନିଶମ ବିଭାଗ ଦ୍ବାରା ଗ୍ରାମାଞ୍ଚଳରେ ବାସଗୃହ ଗୁଡ଼ିକର ବାହ୍ୟ କାନ୍ଥ, ସାର୍ବଜନିନ ବ୍ୟବହୃତ ସ୍ଥାନ ଏବଂ ସାଧାରଣ କ୍ଷେତ୍ରଗୁଡିକ ଉପରେ ହିପୋକ୍ଲୋରାଇଟ ମିଶ୍ରଣ ଛିଞ୍ଚନ କରାଯାଉଛି। ଲୋକଙ୍କୁ ତୃଣମୂଳ ସ୍ତରରେ ସୁରକ୍ଷା ଯୋଗାଇଦେବା ପାଇଁ ବେଦାନ୍ତ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି। ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଜିଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ସହିତ ମିଶି କାର୍ଯ୍ୟ କରାଯାଉଛି ବୋଲି ବେଦାନ୍ତ ସିଇଓ ସିଏନ୍‌ ସିଂ କହିଛନ୍ତି। ସର୍ବବୃହତ ପରିଯୋଜନା ଝାରସୁଗୁଡାରେ କୋଭିଡ଼ ହସ୍ପିଟାଲ ତିଆରି କରାଯିବ। ଯାହା ବେଦାନ୍ତ, ଜିଲା ଖଣିଜ ପାଣ୍ଠି ଏବଂ ହାଇଟେକ ମେଡିକାଲ କଲେଜର ମିଳିତ ସହଯୋଗରେ ପ୍ରସ୍ତୁତ ହେଉଛି। ଖୁବ୍‌ଶୀଘ୍ର ଏହା କାର୍ଯ୍ୟକାରୀ ହେବ। ଏଥିସହ ୧୨୦୦୦ରୁ ଊର୍ଦ୍ଧ୍ୱ ମାସ୍କ ଓ ୨୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ମାଗଣାରେ ଖାଦ୍ୟ ସାମଗ୍ରୀ ପ୍ୟାକେଟ ବଣ୍ଟନ କରାଯାଇଛି। ଯାହା ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ମଧ୍ୟ ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାହକ ସେବା ସର୍ବୋଚ୍ଚ ଲକ୍ଷ୍ୟ: ଶିଭମ୍‌ ହୋଣ୍ଡା

ପୁରୀ ଅଫିସ, ୨୦।୧୨:ପୁରୀ ଭିଆଇପି ରୋଡରେ ଥିବା ଶିଭମ୍‌ ହୋଣ୍ଡା ୪ର୍ଥ ବର୍ଷରେ ପଦାର୍ପଣ କରିଛି। ଗ୍ରାହକ ସେବାକୁ ସର୍ବୋଚ୍ଚ ଲକ୍ଷ୍ୟ ଭାବେ ଗ୍ରହଣ କରିଥିବା ହୋଣ୍ଡାର...

ସ୍ବାସ୍ଥ୍ୟ ବିଭାଗର ସୂଚନା: ପୁରୀ ଜିଲାରେ ହଇଜା ହୋଇନି

ଭୁବନେଶ୍ୱର,୧୮।୫(ବ୍ୟୁରୋ): ବାତ୍ୟା କ୍ଷତିଗ୍ରସ୍ତ ପୁରୀ ଜିଲାର କୌଣସି ଅଞ୍ଚଳରେ ହଇଜା ଦେଖାଦେଇ ନାହିଁ। ଯେଉଁ କେତେଜଣ ଝାଡ଼ାବାନ୍ତି ରୋଗୀ ଚିକିତ୍ସାଳୟ ଆସୁଛନ୍ତି, ସେମାନଙ୍କ ମଧ୍ୟରୁ ସଂଖ୍ୟାଧିକ...

ଆକ୍ରାନ୍ତଙ୍କ ସଂଖ୍ୟା କମୁଛି, ମୃତ୍ୟୁ ସଂଖ୍ୟା ବଢୁଛି…

ନୂଆଦିଲ୍ଲୀ,୧୮।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ତେବେ ଲକ୍‌ଡାଉନ୍‌...

ଭିସୁଟ୍‌ରେ ଆନ୍ଦୋଳନ ମହଙ୍ଗା ପଡ଼ିଲା: ଅଧ୍ୟାପକ ବହିଷ୍କୃତ,୨ ନିଲମ୍ବିତ; ୧୫ ଜଣଙ୍କୁ କାରଣ ଦର୍ଶାଅ ନୋଟିସ

ସମ୍ବଲପୁର,୧୧।୮(ବ୍ୟୁରୋ): ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‌)ରେ ଆନ୍ଦୋଳନ ଚଳାଇଥିବା ଅଧ୍ୟାପକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ରାଜ୍ୟପାଳ ତଥା କୁଳାଧିପତିଙ୍କ...

ଧରାପଡ଼ିଲା ଗୁଗୁଲ୍‌ ପେ’ରେ ଲୁଟୁଥିବା ଲୁଟେରା

ଝାରସୁଗୁଡ଼ା ଅଫିସ,୨୨ା୬: ଝାରସୁଗୁଡ଼ା ଜିଲା ପୋଲିସ ଏକ ଆନ୍ତଃ ଜିଲା ସାଇବର କ୍ରାଇମ୍‌ ଉପରୁ ରହସ୍ୟ ଉଠାଇଛି। ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପୋଲିସ ନୟାଗଡ଼ ଜିଲାରୁ...

ଆସନ୍ତା ୧୯ରେ ମୟୂରଭଞ୍ଜର ୫ ବୁଥ୍‌ରେ ହେବ ସାନି ମତଦାନ

ବାରିପଦା ଅଫିସ,୧୫।୫: ମୟୂରଭଞ୍ଜ ଜିଲାରେ ଆସନ୍ତା ୧୯ ତାରିଖରେ ହେବ ସାନି ମତଦାନ। ବାରିପଦା ବିଧାନସଭା ନିର୍ବାଚନମଣ୍ଡଳୀର ୪ ବୁଥ ଓ ବଙ୍ଗରିପୋଷି ବିଧାନସଭା ନିର୍ବାଚନମଣ୍ଡଳୀର...

ଘରୋଇ ସ୍କୁଲ ରାସ୍ତା ନିର୍ମାଣକୁ ବିରୋଧ: ସେନା କର୍ମଚାରୀଙ୍କୁ ମିଳିଥିଲା ଜମି

ପଟ୍ଟାମୁଣ୍ଡାଇ,୧୮।୧୨(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବିଭିନ୍ନ ଗୋଚର, ଅନାବାଦୀ, ପତିତ ଆଦି ସରକାରୀ ଜମିକୁ ଚଞ୍ଚକତା କରି ପ୍ରଭାବଶାଳୀ ବ୍ୟକ୍ତିମାନେ ଜବରଦଖଲ କରି ଚାଲିଛନ୍ତି। ଏମିତି ଘଟିଛି...

ବାଉଁଶ ଖୁଣ୍ଟରେ ବିଲ୍‌ ଟାଙ୍ଗି ଚାଲି ଯାଉଛନ୍ତି କର୍ମଚାରୀ

ବାରିପଦା ଅଫିସ, ୧୨ା୩- ଦୀର୍ଘ ୧୫ ଦିନରୁ ଊର୍ଦ୍ଧ୍ୱ ହେବ ମୟୂରଭଞ୍ଜ ଜିଲା ଶାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ତାରଯୋଡି ଗ୍ରାମର ୮୧ ପରିବାର ଅନ୍ଧାରରେ ରାତି...

Advertisement


Archives

Model This Week