Posted inଖେଳ

କୋଟ୍‌ଲା ଟି୨୦ ବାତିଲ ହେବନାହିଁ: ଗାଙ୍ଗୁଲି

କୋଲକାତା, ୩୧ା୧୦ (ପି.ଟି.)- ରାଜଧାନୀ ଦିଲ୍ଲୀ ବାୟୁମଣ୍ଡଳରମାନ ଖରାପ ଆଡକୁ ଗତି କରିଥିଲେହେଁ ବାଂଲାଦେଶ ବିପକ୍ଷ ଓପନିଂ ଟି୨୦ ମ୍ୟାଚ ଶେଷ ମୁହୂର୍ତ୍ତରେ ବାତିଲ ହେବ ନାହିଁ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷରେ ଭବିଷ୍ୟତରେ ଦୀପାବଳି ପରେ ପରେ ଉତ୍ତର ଭାରତର କୌଣସି ଭେନ୍ୟୁରେ ମ୍ୟାଚ ଖେଳା ନ ଯାଇ ପାରେ ବୋଲି ସେ କହିଛନ୍ତି। ହରିୟାଣା ଓ ପଞ୍ଜାବର ଶସ୍ୟକ୍ଷେତ୍ରରେ ନିଆଁ ଲଗାଯିବା ସହ ଦୀପାବଳି ପାଳନ ବେଳେ ବାଣ ଫୁଟା ଦ୍ୱାରା ଜାତୀୟ ରାଜଧାରୀ ଅଞ୍ଚଳ (ଏନସିଆର୍‌)ରେ ପ୍ରତ୍ୟେକ ବର୍ଷ ବାୟୁମଣ୍ଡଳର ମାନ ହ୍ରାସ ପାଇଥାଏ। ଏ ନେଇ ହୁଏତ ପୂର୍ବରୁ ନିଷ୍ପତ୍ତି ନିଆଯାଇ ପାରିଥାନ୍ତା। ବର୍ତ୍ତମାନ ସମ୍ଭବ ନୁହେଁ। ମ୍ୟାଚ ଦେଖିବା ଲାଗି ଲୋକେ ଆଗ୍ରହର ସହିତ ଟିକେଟ କ୍ରୟ କରି ସାରିଲେଣି ବୋଲି ଗାଙ୍ଗୁଲି କହିଛନ୍ତି। ରବିବାର ବାଂଲାଦେଶ ବ୍ୟାଟ୍ସମ୍ୟାନ ଲିଟନ ଦାସ ସେମାନଙ୍କ ଦଳର ପ୍ରଥମ ଅଭ୍ୟାସ ସେସନ ବେଳେ ମୁହଁରେ ମାସ୍କ ଲଗାଇଥିବା ଦେଖିବାକୁ ମିଳିଥିଲା। ମାତ୍ର ପରେ ଜଣାପଡ଼ିଥିଲା ଯେ, ସେ ବାୟୁ ପ୍ରଦୂଷଣ ପାଇଁ ମାସ୍କ ବ୍ୟବହାର କରି ନ ଥିଲେ। ପୂର୍ବରୁ ୨୦୧୭ ଡିସେମ୍ବରରେ ଏକ ଟେଷ୍ଟ ମ୍ୟାଚ ଖେଳାଯାଉଥିବାବେଳେ ଶ୍ରୀଲଙ୍କା ଖେଳାଳିମାନେ ଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରିଥିଲେ। ଦଳର ଅଧିକାଂଶ ଖେଳାଳି ସୁରକ୍ଷା ମାସ୍କ ପରିଧାନ କରିଥିଲେ। କିନ୍ତୁ ଏଣିକି ଆମକୁ ବାସ୍ତବିକତା ଉପରେ ଧ୍ୟାନ ଦେବାକୁ ପଡ଼ିବ ବୋଲି ବିସିସିଆଇର ନବ ନିର୍ବାଚିତ ମୁଖ୍ୟ କହିଛନ୍ତି। ସେ କହିଛନ୍ତି, ବିସିସିଆଇର ନୂଆ କର୍ମକର୍ତ୍ତାମାନେ ଗତ ଅକ୍ଟୋବର ୨୩ରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ମ୍ୟାଚ ସମ୍ପର୍କରେ ଯଥେଷ୍ଟ ପୂର୍ବରୁ ନିଷ୍ପତ୍ତି ନିଆଯାଇ ସାରିଛି। ତେଣୁ ବର୍ତ୍ତମାନ ପରିସ୍ଥିତିରେ କୌଣସି ନିଷ୍ପତ୍ତି ନେଇ ହେବନାହିଁ। କିନ୍ତୁ ସ୍ବଳ୍ପ ସମୟ ମଧ୍ୟରେ ବାୟୁମଣ୍ଡଳ ଅବସ୍ଥାରେ ଯାହାକିଛି ସୁଧାର ଅଣାଯାଇ ପାରିବ ସେ ଦିଗରେ ଆବଶ୍ୟକ ପଦକ୍ଷେପ ପାଇଁ ଦିଲ୍ଲୀ ସରକାରଙ୍କୁ ଅନୁରୋଧ କରାଯାଇଥିବା ଗାଙ୍ଗୁଲି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ସାମ୍ନାରେ AI ମହାରଥିଙ୍କ ମଧ୍ୟରେ କୋଲ୍ଡ ଓ୍ବାର…, କମ୍ପିଟିଟର୍ସ ପରସ୍ପରକୁ ଦେଖି…

ନୂଆଦିଲ୍ଲୀ,୧୯।୨: ଗୁରୁବାର (୧୯ ଫେବୃଆରୀ, ୨୦୨୬) ଇଣ୍ଡିଆ AI ଇମ୍ପାକ୍ଟ ସମିଟ ୨୦୨୬ରେ ଏକ ଘଟଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଯେତେବେଳେ ଭାରତ ଏବଂ ବିଦେଶର…

ଆଦିବାସୀଙ୍କୁ ରୋଜଗାରର ଲୋଭ ଦେଖାଇ ଅଫିମ ଗଛକୁ ଚାଇନା ଶାଗ କହିଥିଲେ ମାଫିଆ, ଏବେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ…

କେନ୍ଦୁଝର,୧୯ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ବରଦାପାଳ ପଞ୍ଚାୟତ ତଳକମ୍ପଡିହୀ ଗାଁର ଜହ୍ଲା ସାହିରେ ବ୍ୟାପକ ପରିମାଣର ଅଫିମ ଚାଷକୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତରେ ପୋଲିସ, ବନ…

ଖଜୁରିପଡ଼ା ଗୋଷ୍ଠୀ ଶିକ୍ଷା ବିଭାଗ: ୫ କେନ୍ଦ୍ରରେ ୭୧୧ ବିଦ୍ୟାର୍ଥୀ ପରୀକ୍ଷା ଦେଲେ

ଖଜୁରିପଡ଼ା,୧୯ା୨(ବିଦୁର ବେହେରା): ଚଳିତ ବର୍ଷ ଫେବୃଆରୀ ୧୯ ଗୁରୁବାରଠାରୁ ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖରେ ଶେଷ ହେବ। ଖଜୁରିପଡ଼ା ଗୋଷ୍ଠୀ ଶିକ୍ଷା ବିଭାଗ…

ରାଜନୀତିରେ ଏଣ୍ଟ୍ରି କରିବେ ରୀନା ପାସଓ୍ବାନ? ପ୍ରସ୍ତୁତ ହେଲେଣି ଚିରାଗ, ଭାଜପାର ମୋହରକୁ ଅପେକ୍ଷା!

ନୂଆଦିଲ୍ଲୀ,୧୯।୨: ବିହାରର ପାଞ୍ଚଟି ରାଜ୍ୟ ସଭା ଆସନ ଖାଲି ହେବାକୁ ଯାଉଛି। ୨୦୨୬ ମାର୍ଚ୍ଚ ୧୬ରେ ଭୋଟ ହେବ। ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ବିହାରରେ ରାଜନୈତିକ…

ଭିଜିଲାନ୍ସ ଜାଲରେ ସୋର ତହସିଲଦାର: ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ

ସୋର,୧୯।୨(ଜନ୍ମେଞ୍ଜୟ ମିଶ୍ର): ଓଡ଼ିଶା ଭିଜିଲାନ୍ସ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବାଲେଶ୍ୱର ଜିଲା ସୋର ତହସିଲଦାରଙ୍କୁ ଗିରଫ କରିଛି। ଜବତ ହୋଇଥିବା ପଥର ବୋଝେଇ…

ରାହୁଲ ଗାନ୍ଧୀଙ୍କ ସମେତ ୨୫ କଂଗ୍ରେସ ଏମ୍‌ପିଙ୍କୁ ଗୁଳି କରିବାକୁ ଧମକ

ନୂଆଦିଲ୍ଲୀ,୧୯।୨: ରାଜସ୍ଥାନ ପୋଲିସ କୋଟାର ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି ଯିଏ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ୨୫ ଜଣ କଂଗ୍ରେସ ଏମପିଙ୍କୁ ଗୁଳି କରିବାକୁ…

୦,୦,୦…ରେ ଆଉଟ ହୋଇଥିବା ଅଭିଷେକ ଶର୍ମାଙ୍କୁ ମିଳିଲା ଗୁରୁ ମନ୍ତ୍ର, ଗାଭାସ୍କର କହିଲେ…

ନୂଆଦିଲ୍ଲୀ,୧୯।୨: ଅଭିଷେକ ଶର୍ମା ୨୦୨୬ ଟି୨୦ ବିଶ୍ୱକପରେ ତିନୋଟି ଇନିଂସ ଖେଳିଛନ୍ତି, କିନ୍ତୁ ସେ ତାଙ୍କର ଖାତା ଖୋଲି ନାହାଁନ୍ତି। ସେ ତିନୋଟି ମ୍ୟାଚରେ ଶୂନ୍ୟରେ ଆଉଟ…

ପଦ୍ମପୁର ତହସିଲଦାରଙ୍କୁ ନିଲମ୍ବନ କଲେ ସରକାର

ବରଗଡ଼,୧୯ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପଦ୍ମପୁର ତହସିଲଦାର ବିପିନ କୁମାର ପ୍ରଧାନଙ୍କୁ ଦୁର୍ନୀତି ଅଭିଯୋଗରେ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର। ଜିଲାପାଳଙ୍କ ରିପୋର୍ଟ ଆଧାରରେ ପଦ୍ମପୁରର ତହସିଲଦାରଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri