ବ୍ରହ୍ମପୁର ଅଫିସ,୩ା୮-ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ସରପଞ୍ଚ ତଥା ବିଜେଡି ନେତା ଉଷାନ୍ତ କୁମାର ସାହୁଙ୍କୁ ଗତ ଜୁଲାଇ ୧୧ ତାରିଖରେ ବ୍ରହ୍ମପୁର ଭିଜିଲାନ୍ସ ଗିରଫ କରି ମାମଲା ନଂ ୧୬/୧୯ରେ କୋର୍ଟଚାଲାଣ କରିଥିଲା। ଶୁକ୍ରବାର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ବିଜୟ କୁମାର ଜେନା ସରପଞ୍ଚ ଉଷାନ୍ତଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । କୋର୍ଟରେ ଭିଜିଲାନ୍ସ ଡିଏସ୍ପି ସୁରେନ୍ଦ୍ର କୁମାର ପାଣିଗ୍ରାହୀ କେଶ ଡ଼ାଏରୀ ଦାଖଲ ପରେ ସରପଞ୍ଚ ଉଷାନ୍ତଙ୍କ ଜାମିନ ଆବେଦନର ଶୁଣାଣି ହୋଇଥିଲା । ଭିଜିଲାନ୍ସ ଜଜ୍ ଜେନା ସରପଞ୍ଚଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ମୁଦାଲାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କିଶୋର ଚନ୍ଦ୍ର ମିଶ୍ର ଓ ମନୋଜ କୁମାର ପଣ୍ଡା ଏବଂ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ତପନ କୁମାର ଦାଶ ମକଦ୍ଦମା ପରିଚାଳନା କରିଥିଲେ ।
ପ୍ରକାଶ ଯେ, ଅଙ୍କୋରଡ଼ା ସରପଞ୍ଚ ଉଷାନ୍ତଙ୍କ ଆୟ ବର୍ହିଭୁତ ସମ୍ପତ୍ତି ୧ କୋଟି ୫୪ ଲକ୍ଷ ୫୬ ହଜାର ୬୪୩ ଟଙ୍କା ଆକଳନ କରାଯାଇଥିଲା । ଯାହାକି ତାଙ୍କ ଆୟ ତୁଳନାରେ ଶତକଡ଼ା ୩୪୦ ପ୍ରତିଶତ ସମ୍ପତ୍ତି ଠୁଳ ଥିବା ଭିଜିଲାନ୍ସ ବିଭାଗ ତରଫରୁ ଆକଳନ କରାଯାଇଥିଲା । ଗତ ଜୁଲାଇ ୧୦ ତାରିଖରେ ସରପଞ୍ଚଙ୍କ ବାସଭବନରେ ଚଢ଼ାଉ ବେଳେ ତାଙ୍କ ଠାକୁର ଘରୁ ମିଳିଥିବା ଏକ ମାଉଜର ଓ ୬ ରାଉଣ୍ଡ ଗୁଳି ଭିଜିଲାନ୍ସ ଜବତ କରିଥିଲା । ତେବେ ଏହା ସେ ବେଆଇନ ଭାବେ ଘରେ ରଖିଥିବା ଜଣାପଡ଼ିବା ପରେ ଏନେଇ ଦିଗପହଣ୍ଡି ଥାନାଧିକାରୀଙ୍କୁ ଭିଜିଲାନ୍ସ ବିଭାଗ ତରଫରୁ ଅଭିଯୋଗ କରାଯାଇଥିବା ବେଳେ ଦିଗପହଣ୍ଡି ପୋଲିସ ଏନେଇ ଏକ ମାମଲା ରୁଜୁ କରିଥିଲା।
ପ୍ରଭାକର ସ୍ମାରକୀ ଭଲିବଲ୍ ଟୁର୍ନାମେଣ୍ଟ; ଫାଇନାଲକୁ ଗଲା ବ୍ରହ୍ମପୁର ପାଓ୍ବାର ସିକ୍ସ
ଦିଗପହଣ୍ଡି, ୨।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୫ମ ଦିବସ ଶୁକ୍ରବାର ପ୍ରଥମ...
ନାବାଳିକା ନାତୁଣୀଙ୍କୁ ବଳାତ୍କାର କରି ମାରିଥିଲେ ଅଜାଙ୍କୁ: ଏବେ ଦୁଇଜଣ ଗଲେ ଜେଲ୍
ଦିଗପହଣ୍ଡି,୨|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମର ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳେ ଗାଁ ଦାଣ୍ଡରେ ବିଭତ୍ସ...
ପ୍ଲାଷ୍ଟିକ ପଲିଥିନ ମୁକ୍ତ ହେବ ହୁମା ବଜାର: ଆହ୍ବାନ ଦେଲେ ବିଧାୟକ
ଗଞ୍ଜାମ,୨।୧(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତ କାର୍ଯ୍ୟାଳୟଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ...
ଏନ୍ଏସ୍ଏସ୍ ଅର୍ଥ ୧୦ ତାରିଖ ସୁଦ୍ଧା ଖର୍ଚ୍ଚ କର ଯଦି ନ ହୁଏ ତେବେ…
ଭଞ୍ଜନଗର,୨ା୧(ବାବୁଲା ପ୍ରଧାନ): ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍) ଅର୍ଥ ନିର୍ଦ୍ଧାରିତ ସମୟ ମଧ୍ୟରେ କିଭଳି ଖର୍ଚ୍ଚ ହେବ ସେନେଇ ଅନଲାଇନ ମାଧ୍ୟମରେ ଏକ ସମୀକ୍ଷା ବୈଠକ...
ଆଇନର ବିଭିନ୍ନ ଦିଗ ଉପରେ ସଚେତନ କରାଇଲେ ଅତିରିକ୍ତ ଜିଲା ଦୌରାଜଜ୍
ଛତ୍ରପୁର/ଗଞ୍ଜାମ,୨ା୧(ଦିଲ୍ଲୀପ ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ତାଲୁକ ଆଇନ ସେବା କମିଟି ପକ୍ଷରୁ ଗଞ୍ଜାମସ୍ଥିତ ଗ୍ରାସିମ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ପରିସରରେ ‘ପରିବେଶଗତ ନ୍ୟାୟ’ ସମ୍ବନ୍ଧୀୟ ଏକ ଆଇନ...
ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…
ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...
ଓଡ଼ିଶା ପୋଲିସ ପ୍ରଗତି ଡ୍ୟାସବୋର୍ଡ ରାଙ୍କିଙ୍ଗ୍: ପୁରୁଷୋତ୍ତମପୁର ଏସ୍ଡିପିଓ, ଗଞ୍ଜାମ ଥାନା ପ୍ରଥମ
ଗଞ୍ଜାମ/ଛତ୍ରପୁର, ୧ା୧ (ଅନାଥ ତରାଇ/ଦିଲୀପ ସାମଲ)- ଓଡ଼ିଶା ପୋଲିସର କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଙ୍ଗ୍ ନେଟ୍ୱର୍କ ଆଣ୍ଡ ସିଷ୍ଟମ (ସିସିଟିଏନ୍ଏସ୍) ଅଧୀନରେ ପ୍ରଗତି ଡ୍ୟାସବୋର୍ଡର ର଼୍ୟାକିଙ୍ଗ୍...
ଗଞ୍ଜାମ ଜିଲା ଭାଜପା ସମ୍ପାଦକ ଭାବେ ମନୋନୀତ ହେଲେ ଦୁର୍ଯ୍ୟୋଧନ ରେଡ୍ଡି, ଗୁରୁ ଦାୟିତ୍ୱ ମିଳିବା ପରେ…
ଗଞ୍ଜାମ,୧।୧(ବିଦ୍ୟାଧର ସାହୁ /ଦିଲ୍ଲୀପ ସାମଲ): ଭାରତୀୟ ଜନତା ପାର୍ଟି(ଭାଜପା) ଗଞ୍ଜାମ ଜିଲା ସମ୍ପାଦକ ଭାବେ ଏନ୍ ଦୁର୍ଯ୍ୟୋଧନ ରେଡ୍ଡି (ପିତୁ ଭାଇ)ଙ୍କୁ ମନୋନୀତ କରିଛି ।...
Archives


