Posted inଖେଳ

କୋଚ୍‌ ଆଚରେକରଙ୍କୁ ସଚିନ, କାମ୍ବଲିଙ୍କ ଶ୍ରଦ୍ଧାଞ୍ଜଳି

ମୁମ୍ବାଇ,୧୭।୭(ପି.ଟି.)- ଗୁରୁପୂର୍ଣ୍ଣିମାର ଶୁଭ ତଥା ପବିତ୍ର ଦିବସ ଅବସରରେ ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର ଓ ବିନୋଦ କାମ୍ବଲି ପିଲା ଦିନର କୋଚ୍‌ ରମାକାନ୍ତ ଆଚରେକରଙ୍କୁ ମନେପକାଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ବିଶ୍ୱର ଅନ୍ୟତମ ଶ୍ରେଷ୍ଠ କ୍ରିକେଟର ବିବେଚିତ ହେଉଥିବା ସଚିନ ଟୁଇଟ କରି ଆଚରେକରଙ୍କୁ କୃତଜ୍ଞତା ଜଣାଇଛନ୍ତି। ଜଣେ ଶିଷ୍ୟକୁ ଅନ୍ଧକାରରୁ ଉଦ୍ଧାର କରି ଗୁରୁ ଅବହେଳାରୁ ରକ୍ଷା କରିଥାନ୍ତି। ଗୁରୁ ହିସାବରେ ଆଚରେକର ସାର୍‌ଙ୍କ ପାଇଁ ଜଣେ ସଫଳ କ୍ରିକେଟର ହୋଇପାରିଛି। ଏଥିପାଇଁ ତାଙ୍କ ନିକଟରେ କୃତଜ୍ଞ ବୋଲି ସଚିନ ଟୁଇଟ କରି ଉଲ୍ଲେଖ କରିଛନ୍ତି। ଆଚରେକର ଗତ ଜାନୁୟାରୀ ୨ ତାରିଖରେ ସେଣ୍ଟ୍ରାଲ ମୁମ୍ବାଇର ଶିବାଜୀ ପାର୍କସ୍ଥିତ ତାଙ୍କ ବାସଭବନରେ ଦେହତ୍ୟାଗ କରିଥିଲେ।
ସେହିପରି ୧୭ଟି ଟେଷ୍ଟ ଓ ୧୦୪ଟି ଦିନିକିଆ ମ୍ୟାଚ୍‌ ଖେଳିଥିବା କାମ୍ବଲି ମଧ୍ୟ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି। ଜଣେ ଭଲ କ୍ରିକେଟର ଓ ଭଲ ମଣିଷ ଭଳି ମୋତେ ଗଢିତୋଳିବାରେ ଆଚରେକର ସାର୍‌ଙ୍କର ଉଲ୍ଲେଖନୀୟ ଭୂମିକା ରହିଥିଲା। ଆମେ ଆପଣଙ୍କୁ ସବୁଦିନ ମନେରଖିବୁ ବୋଲି କାମ୍ବଲି ଟୁଇଟ କରି ଜଣାଇଛନ୍ତି। ସଚିନ ଓ କାମ୍ବଲିଙ୍କୁ ବାଦ୍‌ ଦେଲେ ବଲବିନ୍ଦର ସିଂ ସାନ୍ଧୁ, ଚନ୍ଦ୍ରକାନ୍ତ ପଣ୍ଡିତ, ପ୍ରବୀନ ଆମ୍ରେ, ଅଜିତ୍‌ ଅଗରକର ଓ ରମେଶ ପାଓ୍ବାରଙ୍କ ଭଳି କ୍ରିକେଟର ମଧ୍ୟ ଆଚରେକରଙ୍କ ଶିଷ୍ୟ ଥିଲେ। ହିନ୍ଦୁଧର୍ମ ଅନୁଯାୟୀ ଗୁରୁପୂର୍ଣ୍ଣିମାରେ ଶିଷ୍ୟାମନେ ସେମାନଙ୍କ ଗୁରୁଙ୍କର ବନ୍ଦାପନା କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ବସ୍‌ ଉପରକୁ ଗୁଳିମାଡ଼: ଚାଲିଗଲା ଫୁଟବଲ୍‌ ଖେଳାଳିଙ୍କ ଜୀବନ

ଘାନା,୧୩ା୪: ଡକାୟତଙ୍କ ଆକ୍ରମଣରେ ଘାନାନିଆନ ପ୍ରିିମିୟର ଲିଗ୍‌ କ୍ଲବର ଫୁଟବଲ ଖେଳାଳି ବେରେକୁମ୍‌ ଚେଲ୍‌ସୀର ଡୋମିନିକ୍‌ ଫ୍ରିମ୍‌ପଙ୍ଗ୍‌ ନିହତ ହୋଇଛନ୍ତି। କ୍ଲବ ସୂତ୍ରରୁ ପ୍ରକାଶ ଘାନାର ଦକ୍ଷିଣାଞ୍ଚଳରେ…

ଏହି କାର୍ଯ୍ୟ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କଠୋର ଦଣ୍ଡ ଦେଲା BCCI, ମ୍ୟାଚ ସମୟରେ ଏମିତି କ’ଣ କଲେ ଅଧିନାୟକ

ନୂଆଦିଲ୍ଲୀ,୧୩।୪: ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ରନ ଦୃଷ୍ଟିରୁ ଐତିହାସିକ ଥିଲା। ଏହି ମ୍ୟାଚ ମଧ୍ୟ ବିବାଦରେ ଫସି…

ପଞ୍ଚଭୂତରେ ବିଲୀନ ହେଲେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ; ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ, ପୁଅ ଦେଲେ ମୁଖାଗ୍ନି

ମୁମ୍ବାଇ,୧୩।୪: ବଲିଉଡରେ ଶୋକର ଲହରୀ ଖେଳିଯାଇଛି । ସିନେମା ଏବଂ ସଙ୍ଗୀତ ଜଗତ ଜଣେ କିମ୍ବଦନ୍ତୀ ଗାୟିକାଙ୍କୁ ହରାଇଛି । ଆଶା ଭୋସଲେ ଦଶନ୍ଧି ଧରି ଚଳଚ୍ଚିତ୍ର…

ରାସ୍ତା କଡ଼ରୁ ମିଳିଲା ମଣିଷ କଙ୍କାଳ, ଧଳା ଅଖାରେ କିଏ ଫିଙ୍ଗିଲା?

ବାରଙ୍ଗ,୧୩।୪(ଲିଙ୍ଗରାଜ ରାଉତ): ଖୋର୍ଦ୍ଧା ଜିଲା ବାରଙ୍ଗ ଥାନା ଅନ୍ତର୍ଗତ ଷଣ୍ଢପୁର ଗ୍ରାମ ନିକଟରେ ଚାଞ୍ଚଲ୍ୟ । ସୋମବାର ଦିନ ନିକଟସ୍ଥ ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତା…

ଟି-୨୦ ବିଶ୍ୱକପ ପାଇଁ ବମ୍ଫର ପୁରସ୍କାର ରାଶି ଘୋଷଣା କଲା ICC, ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ,୧୩।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ୨୦୨୬ ମହିଳା ଟି୨୦ ବିଶ୍ୱକପ ପାଇଁ ଏକ ରେକର୍ଡ ପୁରସ୍କାର ରାଶି ଘୋଷଣା କରିଛି। ICC ଘୋଷଣା କରିଛି ଯେ ବିଜେତା…

ବେପରୁଆ ଗାଡ଼ି ଚାଳନା; ଭାରସାମ୍ୟ ହରାଇ ଲିମ୍ବ ଗଛରେ ପିଟିହେଲା ହାଇଓ୍ବା, ତାପରେ….

ବଲାଙ୍ଗୀର,୧୩ା୪( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଖୁଜେନ୍ ପାଲି ରାସ୍ତାରେ ହାଇଓ୍ବା ଦୁର୍ଘଟଣା । ରବିବାର ବିଳମ୍ବିତ ରାତିରେ ଦ୍ରୁତଗତିରେ ଆସି ଖୁଜେନ…

ସୋସିଆଲ ମିଡିଆରେ ବିବାଦୀୟ ଫଟୋ ପୋଷ୍ଟ କଲେ ଟ୍ରମ୍ପ, ଯୀଶୁ ଖ୍ରୀଷ୍ଟଙ୍କ ରୂପରେ ଆସିଲେ ନଜର

ଓ୍ବାଶିଂଟନ,୧୩ା୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ୟାଥୋଲିକ ଚର୍ଚ୍ଚ ପ୍ରତି ତାଙ୍କର ସମାଲୋଚନାକୁ ଏକ ନୂତନ ସ୍ତରକୁ ନେଇଯାଇଛନ୍ତି । ପୋପ୍ ଲିଓଙ୍କୁ ସମାଲୋଚନା କରିବାର କିଛି…

RCBରୁ ଆସିଲା ବଡ଼ ଖବର: ବାକି ଆଇପିଏଲ ମ୍ୟାଚ ଖେଳିବେନି କୋହଲି!

ନୂଆଦିଲ୍ଲୀ,୧୩।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ସମୟରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଆଘାତ ପାଇଥିଲେ। ଏହା IPLର ୨୦ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri