କୋଇଲା ତଳେ ଦବିଗଲେ ୪

ତାଳଚେର,୨୫ା୭(ନି.ପ୍ର.): ଅନୁଗୋଳ ଜିଲା ତାଳଚେରସ୍ଥିତ ମହାନଦୀ କୋଲ୍‌ ଫିଲଡସ୍‌ ଲିମିଟେଡ୍‌ (ଏମ୍‌ସିଏଲ୍‌)ର ଭରତପୁର କୋଇଲା ଖଣିରେ ମଙ୍ଗଳବାର ରାତିରେ ଘଟିଛି ଦୁର୍ଘଟଣା। ବ୍ଲାଷ୍ଟିଂ ପରେ ଏହି ଓପନକାଷ୍ଟ ଖଣିର ସରଫେସ ମାଇନର ଫେସ୍‌ (ରାକଶବହାଳ ଗ୍ରାମ ନିକଟ)ରେ ଏକ ବିରାଟ ମାଟି ଅତଡା ଧସି ଯିବାରୁ କୋଇଲା ଖନନ କରୁଥିବା ୧୩ ଜଣ ଶ୍ରମିକ, କର୍ମଚାରୀ ସେଠାରେ ଫସି ଯାଇଥିଲେ। ୯ଜଣ ଦୂରକୁ ଛିଟିକି ପଡ଼ିବାରୁ ସେମାନଙ୍କୁ ଭୋର୍‌ ସୁଦ୍ଧା ଉଦ୍ଧାର କରାଯାଇ ସେଣ୍ଟ୍ରାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ଅନ୍ୟ ୪ଜଣ କୋଇଲା ଗଦା ତଳେ ରହି ଯାଇଥିବାରୁ ରାତିରେ ସେମାନଙ୍କୁ ଉଦ୍ଧାର କରାଯାଇପାରି ନ ଥିଲା। ବୁଧବାର ଅପରାହ୍ନରେ ଏମ୍‌ସିଏଲ୍‌ର ରେସ୍‌କ୍ୟୁ ଟିମ୍‌ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ଡ୍ରାଇଭର ପିପୁନ ବିଶ୍ୱାଳଙ୍କ ମୃତଦେହ କୋଇଲା ଗଦା ତଳୁ ବାହାର କରିଛି। ରିପୋର୍ଟ ଲେଖାଯିବା ବେଳକୁ ଅନ୍ୟ ୩ଜଣ ସୁପରଭାଇଜର ରଶ୍ମିରଞ୍ଜନ ବେହେରା, ସିକ୍ୟୁରିଟି ଗାର୍ଡ ରମେଶ ଦାସ, ପମ୍ପ ଖଲାସୀ କାର୍ତ୍ତିକେଶ୍ୱର ମହାପାତ୍ରଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଥିବା ପ୍ରଶାସନ ଓ ଖଣି କର୍ତ୍ତୃପକ୍ଷଙ୍କଠାରୁ ସୂଚନା ମିଳିଛି।
ଭରତପୁର ଖଣିରେ କୋଇଲା ଉତ୍ତୋଳନ ପାଇଁ ଏମ୍‌ସିଏଲ୍‌ ପକ୍ଷରୁ ଘରୋଇ କମ୍ପାନୀ ସିକଲକୁ ନିୟୋଜିତ କରାଯାଇଛି। ମଙ୍ଗଳବାର ରାତି ୯ଟାରେ ସିଫ୍ଟ ଚେଞ୍ଜ ହୋଇଥିଲା। ଶ୍ରମିକମାନେ ଖଣି ଭିତରକୁ କାମ କରିବାକୁ ଯାଇଥିଲେ। ରାତି ପ୍ରାୟ ୧୧ଟା ୩୦ ମଧ୍ୟରେ ବ୍ଲାଷ୍ଟିଂ ପରେ ଖଣି ଭିତରକୁ ପାହାଡ଼ ସଦୃଶ ବିରାଟ ମାଟି ଅତଡା ଖସି ପଡ଼ିଥିଲା। ଫଳରେ ୧୦ଟି ଭାରିଯାନ ସହିତ ୧୩ ଶ୍ରମିକ ଭିତରେ ରହିଯାଇ ଥିଲେ। ୪ ଜଣ ମାଟି ଓ କୋଇଲା ତଳେ ସମ୍ପୂର୍ଣ୍ଣ ପୋତିହୋଇ ଯାଇଥିବାରୁ ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ପାରି ନ ଥିଲା। ଭୋର ସୁଦ୍ଧା ଅନ୍ୟ ୯ଜଣ ଅପରେଟର ଦୀପକ କୁମାର ସାହୁ, ପଙ୍କଜଲୋଚନ ବେହେରା, ଡ୍ରାଇଭର ରାଜୀବ ଲୋଚନ ସାହୁ, ବିନୋଦ ସାହୁ, ଅପେରଟର ମନୋଜ କୁମାର ପ୍ରଧାନ, ଅଶୋକ କୁମାର ସାହୁ, ନିରାକାର ବେହେରା, ରଞ୍ଜନ ପ୍ରଧାନ ଓ ପିଣ୍ଟୁ ସ୍ବାଇଁଙ୍କୁ ରାତି ସାଢେ ୪ଟାରେ ଅଣାଯାଇ ସେଣ୍ଟ୍ରାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ସେମାନେ ସମସ୍ତେ ବିପଦମୁକ୍ତ ଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ଏମ୍‌ସିଏଲ୍‌ର ଡାଇରେକ୍ଟର ଟେକ୍ନିକାଲ ଜେ.ପି. ସିଂହ କହିଛନ୍ତି, ଏହା ବହୁତ ଗମ୍ଭୀର ଘଟଣା। ପ୍ରଶାସନ ଓ ଏମ୍‌ସିଏଲ୍‌ ମିଳିତ ସହଯୋଗରେ ଉଦ୍ଧାର କାର୍ଯ୍ୟ ଚାଲୁ ରହିଛି। ପୀଡିତମାନଙ୍କ ପରିବାରକୁ ଯଥାସମ୍ଭବ ସହାୟତା ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri