କେସି ହାଇସ୍କୁଲରୁ ଇଂଲିଶ୍‌ ମାଧ୍ୟମ ସ୍କୁଲ ସ୍ଥାନାନ୍ତର ଦାବି: ପୁଣି ତେଜିଲା ଆନ୍ଦୋଳନ

ବ୍ରହ୍ମପୁର ଅଫିସ,୨୫ା୬- ଗୋଷାଣୀନୂଆଗଁାସ୍ଥିତ ପୁରାତନ କେସି ହାଇସ୍କୁଲ ପରିସରରେ ଚାଲିଥିିବା ବେଆଇନ ଇଂଲିଶ ମାଧ୍ୟମ ସ୍କୁଲକୁ ଉଚ୍ଛେଦ ନେଇ ପୁଣି ତୀବ୍ର ବିରୋଧ ହୋଇଛି। ସୋମବାର ଏହାର ପ୍ରତିବାଦରେ ସାମାଜିକ ସଂଗଠନ ସଂସ୍କାରବାଦୀ ପକ୍ଷରୁ ପୁଣି ଧାରଣା ଦିଆଯାଇଥିଲା। କେସି ହାଇସ୍କୁଲ ଭଳି ବହୁପୁରାତନ ତଥା ସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲରେ ଦୀର୍ଘ ମାସ ଧରି ବେସରକାରୀ ଇଂଲିଶ ମାଧ୍ୟମ ସ୍କୁଲ ପରିଚାଳିତ ହେଉଛି। ଏନେଇ ବହୁବାର ଅଭିଯୋଗ ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ନେବାରେ ଶିକ୍ଷାବିଭାଗ ଅବହେଳା କରୁଥିବା ସେମାନେ ଅଭିଯୋଗ କରିବା ସହ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। କେସି ହାଇସ୍କୁଲ ପରିସରେ ଚାଲିଥିବା ଘରୋଇ ଇଂଲିଶ ସ୍କୁଲର ଏନ୍‌ଓସି ନ ଥିବା ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଉଛି। ଏହାସତ୍ତ୍ୱେ ଉକ୍ତ ଘରୋଇ ଇଂଲିଶ ମିଡିୟମ ସ୍କୁଲ ଏକ ସରକାରୀ ଅନୁଦାନ ପ୍ରାପ୍ତ ହାଇସ୍କୁଲ ପରିସରରେ ଦୀର୍ଘ ମାସ ଧରି ପରିଚାଳିତ ହେଉଛି।
ଏହାକୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର କରିବା ଦିଗରେ ପଦକ୍ଷେପ ନେବାକୁ ସଂଗଠନ ଦାବି କରିଛି। ଏଥିସହ କେସି ହାଇସ୍କୁଲର ଶେଷ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଘରୋଇ ଇଂଲିଶ ମାଧ୍ୟମ ସ୍କୁଲକୁ ପରିଚାଳନା ପାଇଁ ଦିଆଯାଇଥିବା ଅନୁମତିର ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା, ଜଣେ ବରିଷ୍ଠ ଶିକ୍ଷକଙ୍କୁ କେସି ହାଇସ୍କୁଲର ପ୍ରଧାନ ଶିକ୍ଷକ ଭାବେ ନିଯୁକ୍ତି ଦେବା, କେସି ହାଇସ୍କୁଲ ସମେତ କେସି ଟାଉନ, କେସି ବାଳିକା ଉଚ୍ଚ ବିଦ୍ୟାଳୟକୁ ସରକାରୀକରଣ କରିବା, ଉକ୍ତ ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ପଦବୀ ପୂରଣ କରିବା, ସ୍ଥାନୀୟ ବାସୀନ୍ଦା ଓ ଅବିଭାବକଙ୍କୁ ନେଇ ଉପରୋକ୍ତ ତିନୋଟି ହାଇସ୍କୁଲର ନୂତନ ପରିଚାଳନା କମିଟି ଗଠନ କରାଯିବାକୁ ସଂଗଠନ କର୍ମକର୍ତ୍ତାମାନେ ଦାବି କରି ଧାରଣା ଦେଇଥିଲେ। ଜିଲାଶିକ୍ଷାଧିକାରୀ କାର୍ଯ୍ୟାଳୟର କର୍ମଚାରୀ ସଂସ୍କୃତ ବିଭାଗର ସୁପରିଣ୍ଟେଣ୍ଡେଣ୍ଟ ସୁବାସ ଚନ୍ଦ୍ର ପ୍ରଧାନ ଧାରଣାସ୍ଥଳରେ ପହଞ୍ଚି ସଂଗଠନ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବା ସହ ଦାବିପତ୍ର ଗ୍ରହଣ କରିଥିଲେ।
ଏନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଦାବି ପୂରଣ ଦିଗରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେବା ପରେ ସଂଗଠନ ପକ୍ଷରୁ ଧାରଣାକୁ ସ୍ଥଗିତ ରଖାଯାଇଥିଲା। ଏକମାସ ମଧ୍ୟରେ ଉପରୋକ୍ତ ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଜନ ଆନ୍ଦୋଳନ ସହ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦିଆଯିବାକୁ ସଂଗଠନ ଚେତାବନୀ ଶୁଣାଇଛି। ସଭାପତି ତ୍ରିନାଥ ମହାରଣାଙ୍କ ସମେତ ଉପସଭାପତି ବଂଶୀଧର ଭୂୟଁା, ପ୍ରତାପ ଚନ୍ଦ୍ର ବେହେରା, କିଶୋର ଚନ୍ଦ୍ର ବ୍ରହ୍ମା, ନରସିଂହ ବେହେରା, ବଦ୍ରିପ୍ରସାଦ ପାତ୍ର, ବିଜୟ ଚନ୍ଦ୍ର ବିଷୋୟୀ , ପୁରାତନ ଛାତ୍ର ପ୍ରତାପ ଚନ୍ଦ୍ର ପଣ୍ଡା, ପୂର୍ଣ୍ଣଚନ୍ଦ୍ର ଚୌଧୁରୀ ଓ ସୂର୍ଯ୍ୟନାରାୟଣ ବେହେରା ପ୍ରମୁଖ ଧାରଣାରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅତ୍ୟାଚାର, ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ ଲୋଡ଼ା

ଭଞ୍ଜନଗର,୩୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରରେ ଚକରା ବିଷୋୟୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ‘ଚକରା ବିଷୋୟୀଙ୍କ ଐତିହାସିକ...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୫୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ହାତୀଙ୍କ ସୁରକ୍ଷା ଆମର ଦାୟିତ୍ୱ: ଜାଗ୍ରତ କଲା ବନ ବିଭାଗ

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବନ ବିଭାଗ ରେଞ୍ଜ କାର୍ଯ୍ୟାଳୟ ପରିସରରେ ବନ ବିଭାଗ ପକ୍ଷରୁ ଗଜ ସାଥି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ; ଦାରିଙ୍ଗିବାଡି ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସ ମଙ୍ଗଳବାର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri