କେସିଆରଙ୍କ ଯଜ୍ଞ ଚିନ୍ତା

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ(କେସିଆର୍‌)ସବୁବେଳେ ବାସ୍ତୁ ଉପରେ ବିଶ୍ୱାସ କରି ସବୁ କାର୍ଯ୍ୟ କରନ୍ତି। ତାଙ୍କ ଅଫିସଠାରୁ ଆରମ୍ଭ କରି ଘର, ସବୁଠି ବାସ୍ତୁ ଉପଯୋଗ କରାଯାଇଛି। ଏହା ପରେ ବି ସେ ବହୁତ ଯଜ୍ଞ କରନ୍ତି। ଏବେ ୧,୦୪୮ ମଣ୍ଡପରେ ୧୦୦୦ ବୈଦିକ ପଣ୍ଡିତଙ୍କ ସମେତ ୪୦୦୦ ସହକର୍ମୀଙ୍କ ଦ୍ୱାରା ଏକ ମହା ସୁଦର୍ଶନ ଯଜ୍ଞ ଆୟୋଜନ କରିବାକୁ ଯାଉଛନ୍ତି। । ଏହାକୁ ‘ମଦର ଅଫ ଅଲ୍‌ ଯଜ୍ଞ’ ବୋଲି କୁହାଯାଉଛି। କିଭଳି ଆୟୋଜନ କରାଯିବା ସଂକ୍ରାନ୍ତରେ ତ୍ରିଦଣ୍ଡି ଚିନ୍ନାଜିୟାର ସ୍ବାମୀଙ୍କ ସହ ତାଙ୍କ ଆଶ୍ରମରେ ଆଲୋଚନା କରିଛନ୍ତି। ହାଇଦ୍ରାବାଦଠାରୁ ୬୫ କିଲୋମିଟର ଦୂରରେ ଥିବା ଭୁବନଗିରି ଜିଲାର ୟାଦାଦ୍ରିର ଲକ୍ଷ୍ମୀନୃସିଂହ ମନ୍ଦିର ପାଖରେ ୧୦୦ ଏକରରେ ଏକ ଯଜ୍ଞବାଟିକା କରାଯାଇ ୧,୦୪୮ଟି ହୋମକୁଣ୍ଡ ଓ ଯଜ୍ଞଘର କରାଯିବ। ବଦ୍ରିନାଥ,ଶ୍ରୀରଙ୍ଗମ,ଜଗନ୍ନାଥ,ତିରୁପତିଙ୍କ ସମେତ ଅନ୍ୟ ପବିତ୍ର ପୀଠ ସହ ଦେଶର ବିଭିନ୍ନ ସ୍ଥାନରେ ଥିବା ବୈଷ୍ଣବପୀଠର ପୀଠାଧୀଶଙ୍କୁ ଏହି ଯଜ୍ଞକୁ ନିମନ୍ତ୍ରଣ କରିବାକୁ ମୁଖ୍ୟମନ୍ତ୍ରୀ ଯୋଜନା କରିଛନ୍ତି। ବିଶ୍ୱର ବିଭିନ୍ନ ଦେଶର ବହୁ ସନ୍ଥ ବି ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ରସରକାରରେ ଥିବା ବହୁ ନେତା, ସବୁ ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ହିନ୍ଦୁଧର୍ମର ବହୁ ଆଧ୍ୟାତ୍ମିକ ଗୁରୁଙ୍କୁ  ବି ଏହିି ଯଜ୍ଞକୁ ନିମନ୍ତ୍ରଣ କରାଯିବ । ସାଧାରଣ ଲୋକଙ୍କ ଦର୍ଶନ ପାଇଁ ଯଜ୍ଞ ଖୋଲାରହିବ । ଏହା ପୂର୍ବରୁ କେସିଆର ୫ ଦିନ ଧରି ଅଚ୍ୟୁତ ମହାଚଣ୍ଡୀ ଯଜ୍ଞ ୨୦୧୫ରେ ଆୟୋଜନ କରି ଚର୍ଚ୍ଚାରେ ରହିଥିଲେ। ଏଥିରେ ବି ୨୫୦୦ ପଣ୍ଡିତ ଭାଗନେଇଥିଲେ ଓ ୧୦୧ଟି ହୋମକୁଣ୍ଡ କରାଯାଇଥିଲା। ୪୦ ଏକରରେ ଏହା କରାଯାଇଥିଲା। ଏଥିରେ ଖର୍ଚ୍ଚ ହୋଇଥିଲା୧୫ କୋଟି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri